ସହରରେ ନୂଆ ପାଠଗାର, ଏକାଠି ୬୦ ଜଣ ପଢ଼ିପାରିବେ

1 min read
Captain Dibya shankar Mishra

କେନ୍ଦୁଝର: ଶିକ୍ଷା ହିଁ ବିକାଶର ମୂଳମନ୍ତ୍ର, ଶିକ୍ଷା ହିଁ ସବୁ ସମସ୍ୟାର ସମାଧାନ କରି ପାରିବ । ଏହା କେନ୍ଦୁଝରରେ ଏକ ପାଠାଗାର ଉଦ୍‌ଘାଟନ ଅବସରରେ କହିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍‌ ଦିବ୍ୟ ଶଙ୍କର ମିଶ୍ର । ୭୨ ତମ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ DMFର ଆର୍ଥିକ ସହାୟତାରେ ଛାତ୍ରଛାତ୍ରୀଙ୍କ ପାଇଁ ପାଠାଗାର ନିର୍ମାଣ କରାଯାଇଛି ।

Captain Dibya shankar Mishra

କେନ୍ଦୁଝରଗଡ଼ ମୁନିସିପାଲିଟି ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ପାଠାଗାରକୁ ଲୋକାର୍ପଣ କରିଛନ୍ତି ମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ର । କେନ୍ଦୁଝର ସହରରେ ଥିବା ବିଭିନ୍ନ ସ୍କୁଲ ଏବଂ କଲେଜ ମାନଙ୍କରେ ଗ୍ରାମାଞ୍ଚଳର ବହୁ ଗରିବ ଛାତ୍ରାଛାତ୍ରୀ ପାଠ ପଢ଼ୁଥିବା ବେଳେ ପୁସ୍ତକ ଅଭାବରୁ ସେମାନଙ୍କ ପାଠ ପଢାରେ ବହୁ ଅସୁବିଧା ହୋଇଥାଏ । ଏପରିକି ଜିଲ୍ଲାରେ ଥିବା ଏକମାତ୍ର ଜିଲ୍ଲା ପାଠାଗାର ବହୁଦିନ ହେବ ନିଜ ଅସ୍ତିତ୍ୱ ହରାଇ ସାରିଛି ।

ଏହାକୁ ଦେଖି DMF ଅର୍ଥରୁ କେନ୍ଦୁଝର କୋର୍ଟ ନିକଟରେ ନୂଆ ପାଠାଗାର ନିର୍ମାଣ କରାଯାଇଛି । ୪୨.୭ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପଠାଗାରରେ ଏକା ସାଙ୍ଗରେ ୬୦ ଜଣ ବସି ପଢିବାର ବ୍ୟବସ୍ଥା ରହିଛି । କିନ୍ତୁ ଏବେ କରୋନା ପାଇଁ ଏକ ସମୟରେ ୩୦ ଜଣଙ୍କୁ ଅନୁମତି ଦିଆଯିବ ବୋଲି ନିଷ୍ପତି ହୋଇଛି ।

Leave a Reply