spot_img
Home Blog Page 6223

ସୋନିଆଙ୍କୁ ଶିବାନନ୍ଦଙ୍କ ପରାମର୍ଶ,ପୁତ୍ରମୋହ ତ୍ୟାଗ କର

0

ପାଟନା: କଂଗ୍ରେସରେ ରାହୁଲଙ୍କ ନେତୃତ୍ୱ କ୍ଷମତାକୁ ନେଇ ବାଦ ବିବାଦ ଭିତରେ ଆଜି ସୁପ୍ରିମୋ ସୋନିଆ ଗାନ୍ଧୀ ଦଳର ସେହି ନେତାମାନଙ୍କୁ ସାକ୍ଷାତ କରୁଛନ୍ତି ଯେଉଁମାନେ ନେତୃତ୍ୱ ପରିବର୍ତ୍ତନ ଦାବି କରି ପତ୍ର ଲେଖିଥିଲେ । ଏହି ବୈଠକରେ ସୋନିଆଙ୍କ ସହ ରାହୁଲ ଓ ପ୍ରିୟଙ୍କା ମଧ୍ୟ ଉପସ୍ଥିତ ରହିବେ । ଅନ୍ୟପକ୍ଷରେ କଂଗ୍ରେସର ସହଯୋଗୀ ଦଳ ରାଷ୍ଟ୍ରୀୟ ଜନତା ଦଳ ସୋନିଆଙ୍କୁ ପୁତ୍ରମୋହ ତ୍ୟାଗ କରିବାକୁ ପରାମର୍ଶ ଦେଇଛି । ଆରଜେଡିର ବରିଷ୍ଠ ନେତା ଶିବାନନ୍ଦ ତିୱାରୀ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, କଂଗ୍ରେସ ବିନା ନାଉରୀରେ ଡଙ୍ଗା । ଏଭଳି କହି ସେ ରାହୁଲଙ୍କ ନେତୃତ୍ୱ କ୍ଷମତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଶିବାନନ୍ଦଙ୍କ ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ରାହୁଲଙ୍କ ଠାରେ ଲୋକଙ୍କୁ ପ୍ରେରିତ କରିବାର କ୍ଷମତା ନାହିଁ । ଜନତାଙ୍କୁ ଛାଡନ୍ତୁ ତାଙ୍କ ନିଜ ଦଳର କର୍ମୀଙ୍କର ମଧ୍ୟ ତାଙ୍କ ଉପରେ ଭରସା ନାହିଁ । ତେଣୁ ଦେଶର ବିଭିନ୍ନ ସ୍ଥାନରେ ଲୋକ କଂଗ୍ରେସ ପ୍ରତି ବିମୁଖ ହେବାରେ ଲାଗିଛନ୍ତି । ଖରାପ ସ୍ୱାସ୍ଥ୍ୟାବସ୍ଥା ମଧ୍ୟରେ ସୋନିଆ କୌଣସି ମତେ ଦଳକୁ ଚଳାଉଛନ୍ତି । ମୋର ତାଙ୍କ ପ୍ରତି ସମ୍ମାନ ରହିଛି । କିନ୍ତୁ ଏବେ ସମୟ ଆସିଛି ତାଙ୍କୁ ପୁତ୍ରମୋହ ତ୍ୟାଗ କରିବାକୁ ପଡିବ । ଏବେ ସୋନିଆଙ୍କ ସାମ୍ନାରେ ପ୍ରଶ୍ନ ହେଉଛି ପାର୍ଟି କିମ୍ବା ପୁତ୍ର  । କିମ୍ବା ଏହି ପ୍ରଶ୍ନ ଏମିତି ବି ହୋଇପାରେ ପୁତ୍ର କି ଗଣତନ୍ତ୍ର ।

sonia rahul

ତିୱାରୀ କହିଛନ୍ତି ଯେ, ୨୦୦୪ରେ ଯେମିତି ସୋନିଆ ପ୍ରଧାନମନ୍ତ୍ରୀ ପଦକୁ ତ୍ୟାଗ କରି ଦେଶର ସ୍ୱାର୍ଥ ଦେଖିଥିଲେ ସେମିତି ଏବେ ତାଙ୍କୁ ପୁତ୍ରମୋହ ତ୍ୟାଗ କରି ଗଣତନ୍ତ୍ର କଥା ଚିନ୍ତା କରିବାକୁ ପଡିବ । ତେବେ ଏହି ପ୍ରେସ ବିଜ୍ଞପ୍ତିରେ ସେ ସ୍ପଷ୍ଟ କରି ଦେଇଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ମତ । ଦଳ ତାଙ୍କ ସହ ଏକମତ ନହୋଇ ପାରେ । ସୂଚନାଯୋଗ୍ୟ ଯେ, ଆଜି କଂଗ୍ରେସର ହେବାକୁ ଯାଉଥିବା ବୈଠକରେ ଦଳର ନେତୃତ୍ୱ କ୍ଷମତା ଗାନ୍ଧୀ ପରିବାର ହାତରେ ରହିବ କି ପରିବାର ବାହାର କାହାକୁ ନେତୃତ୍ୱ କ୍ଷମତା ମିଳିବ ସେ ନେଇ ଆଲୋଚନା ହେବାର ସମ୍ଭାବନା ରହିଛି ।

ସୁନ୍ଦରଗଡ଼ରେ ରାସ୍ତାକଡରୁ ରେଲୱେ କର୍ମୀଙ୍କ ମୃତଦେହ ଉଦ୍ଧାର

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବନ୍ଧମୁଣ୍ଡା ଥାନା ମିଲନ ନଗର ରାସ୍ତାକଡରୁ ଜଣେ ରେଲୱେ କର୍ମଚାରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ମୃତକ ଜଣକ ଜିତେନ୍ଦ୍ର ରକ୍‌ସା ବୋଲି ଜଣାପଡିଥିବା ବେଳେ ତାଙ୍କ ମୁଣ୍ଡକୁ ଇଟା ଓ ପଥରରେ ଛେଚି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ ଜିତେନ୍ଦ୍ର ଗତକାଲି ଅପରାହ୍ନରୁ କୌଣସି କାମରେ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ। ହେଲେ ଆଜି ସକାଳେ ତାଙ୍କ ରକ୍ତାକ୍ତ ମୃତଦେହ ରାସ୍ତାକଡ଼ରୁ ଉଦ୍ଧାର କରାଯାଇଛି। ଅଭିଯୋଗ ପାଇବା ପରେ ବରିଷ୍ଠ ପୋଲିସ ଅଫିସରଙ୍କ ସହ ବନ୍ଧମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ତେବେ ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ହତ୍ୟାକାରୀକୁ ଗିରଫ କରିବା ପାଇଁ ଦାବି କରାଯାଉଥିବା ଜଣାପଡିଛି ।

କମିଶନରେଟ ପୋଲିସର ମାରାଥନ ଜେରା, ରିମାଣ୍ଡ ବେଳେ ସତ ମାନିଲେ ଆକାଶ

ଭୁବନେଶ୍ୱର: ସ୍କାଏକିଙ୍ଗ ଠକେଇ ମାମଲାରେ ଆକାଶ ପାଠକଙ୍କୁ ମାରାଥନ ଜେରା କରୁଛି କମିଶନରେଟ ପୋଲିସ । ଜେରା ବେଳେ ଟଙ୍କା ଟ୍ରାଞ୍ଜାକସନ ଏବଂ କେବେ ଓ କେଉଁ ହୋଟେଲ ବୁକ୍  ସହ ଫ୍ଲାଇଟ୍ ବୁକ୍ କରିଥିଲା ସେନେଇ ଆକାଶ ସତ ମାନିଥିବା ଜଣାପଡିଛି ।

ସୂଚନା ମୁତାବକ ଆକାଶ ଟାଟା ମୋଟର୍ସର ଏମଡି ନଥିବା ପ୍ରକାଶ କରିଛନ୍ତି । ଚାର୍ଟର୍‌ ବିମାନ ଭଡ଼ା ଠକେଇ ନେଇ ଟ୍ରାଭେଲ୍ସ ସଂସ୍ଥା ସ୍କାଏକିଙ୍ଗ୍‌ ପକ୍ଷରୁ ହୋଇଥିବା ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ମୁଖ୍ୟାଳୟରେ ଜେରା କରାଯାଉଛି । ଜେରା ସମୟରେ ଠକେଇର ବିଭିନ୍ନ ତରିକା ସମ୍ପର୍କରେ ପୋଲିସ ହାତରେ ଠୋସ୍‌ ପ୍ରମାଣ ଲାଗିଛି । ଏପରିକି ତାଙ୍କର କିଛି ସହଯୋଗୀଙ୍କ ସମ୍ପର୍କରେ ମଧ୍ୟ ସୂଚନା ମିଳିଛି ।

ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି ଭାବେ ପରିଚୟ ଦେଇ ସ୍କାଏକିଙ୍ଗ୍‌ ଟ୍ରାଭେଲ୍ସ ଏଜେନ୍ସିରୁ ଚାର୍ଟର୍‌ ବିମାନ ବୁକିଂ କରିଥିଲେ । ବିମାନ ଭଡ଼ା ପ୍ରାୟ ୨ କୋଟି ୭୮ ଲକ୍ଷ ଟଙ୍କାରୁ ଅଧିକ ହୋଇଥିବା ବେଳେ ୨ କୋଟି ୧୩ ଲକ୍ଷରୁ ଅଧିକ ଟଙ୍କା ଦିଆଯାଇଛି । ବାକି ୬୫ ଲକ୍ଷ ଟଙ୍କା ଦେଇ ନଥିଲେ ଆକାଶ । ଟଙ୍କା ମାଗିଲେ ଧମକଚମକ ଦେଉଥିଲେ ।

ତେବେ ଗତ ୧ ତାରିଖରେ ସ୍କାଏକିଙ୍ଗ୍‌ ପକ୍ଷରୁ ଥାନାରେ ଅଭିଯୋଗ ପରେ ମାମଲା ରୁଜୁ କରିଥିଲା ପୋଲିସ୍‌ । ଏହି ମାମଲାରେ ଅଧିକ ପ୍ରମାଣ ସଂଗ୍ରହ ଲାଗି ଆକାଶଙ୍କ ହସ୍ତାକ୍ଷର ସଂଗ୍ରହ କରାଯାଇଛି । ହସ୍ତାକ୍ଷରକୁ ରାଜ୍ୟ ଫରେନସିକ୍ ଲାବ୍‌କୁ ପଠାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସେମାନେ ଆସିଲେ ଓ ଗଲେ,ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ଲଜ୍ଜାଜନକ ପ୍ରଦର୍ଶନ

ଏଡିଲେଡ୍ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛନ୍ତି । ଆଜି ଏମିତି ଲାଗୁଥିଲା ଯେମିତି ଭାରତୀୟ ବ୍ୟାଟସମ୍ୟାନ୍ ଜଲଦିରେ ଅଛନ୍ତି । ସେମାନେ ପ୍ୟାଭିଲିୟନରୁ ପଡିଆକୁ ଆସୁଥିଲେ ଓ ଜଣକ ପରେ ଜଣେ ପାଭିଲିୟନକୁ ଫେରି ଯାଉଥିଲେ ।  ପେଟ୍ କମିଂସ ଓ ଜୋସ ହେଜଲବୁଡ ମିଳିତ ଭାବେ ଆଜି ଟିମ୍ ଇଣ୍ଡିଆକୁ ନିଜ ବୋଲିଂରେ ନଚାଇଥିଲେ । ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଭଲ ଲିଡ୍ ହାସଲ କରିବାକୁ ଚାହୁଁଥିଲା । ଏକ ବଡ ସ୍କୋର ଛିଡା କରି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପାଇଁ ସବୁ ରାସ୍ତା ବନ୍ଦ କରିବା ଲକ୍ଷ୍ୟରେ ଥିଲା ।  କିନ୍ତୁ ତୃତୀୟ ଦିନ ଖେଳ ଆରମ୍ଭ ହେବା ସହ ପେଟ୍ ଓ ହେଜଲବୁଜ୍ ଜୋଡି ଅଷ୍ଟ୍ରେଲିଆ ପାଇଁ ମୋର୍ଚ୍ଚା ସମ୍ଭାଳିଥିଲେ ।

ଏହା ପରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ । ଲାଗୁଥିଲା ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଭାରତ ୯ ୱିକଟରେ ୩୬ ରନ କରି ଇନିଂସ ଡିକ୍ଲାର କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟରେ ଭାରତର ସବୁଠାରୁ କମ ସ୍କୋରର ରେକର୍ଡ ୪୨ ରନ୍ ରହିଥିଲା । ଜୁନ୍ ୧୯୭୪ ମସିହାରେ ଭାରତ ଇଂଲଣ୍ଡ ବିରୋଧରେ ମାତ୍ର ୪୨ ରନରେ ଅଲ ଆଉଟ୍ ହୋଇଥିଲା । ସେହିଭଳି ୧୯୪୭ରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ୫୮ ରନରେ ଅଲ ଆଉଟ୍ ହୋଇଥିଲା ।

team india

ଖରାପ ପ୍ରଦର୍ଶନର ରେକର୍ଡ

ଭାରତ ୧୯ ରନରେ ହିଁ ୬ ୱିକେଟ୍ ହରଇଥିଲା । ଏହା ପୂର୍ବରୁ ଅଷ୍ଟ୍ରେଲିଆ ୫ ୱିକେଟ୍ ହରାଇ ମଧ୍ୟ ଏତେ କମ ସ୍କୋର କରିନଥିଲା । ଅଷ୍ଟ୍ରେଲିଆ ବିରୋଧରେ ଭାରତ ଏଭଳି ରେକର୍ଡ ୧୯୪୭ରେ ପର୍ଥ ଟେଷ୍ଟରେ କରିଥିଲା । ପର୍ଥରେ ଭାରତ ନିଜର ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳି ମାତ୍ର ୨୩ ରନରେ ନିଜର ୫ ୱିକେଟ୍ ହରାଇଥିଲା । ସେହି ଟେଷ୍ଟ୍ ମ୍ୟାଚରେ ଭାରତୀୟ ଟିମ୍ ୫୮ ରନରେ ଅଲଆଉଟ୍ ହୋଇଥିଲା ।

ବୁମରାହ ନାଇଟ୍ ୱାଚମ୍ୟାନ୍ ହୋଇ ଆସିଥିଲେ କିନ୍ତୁ..

austrelia

ଦ୍ୱିତୀୟ ଥର ପାଇଁ ପୃଥ୍ୱୀ ଶ’ ଶସ୍ତାରେ ଆଉଟ୍ ହେବା ପରେ ବିରାଟ କୋହଲି ଶୁକ୍ରବାର ଦିନ ଜସପ୍ରିତ ବୁମରାହଙ୍କୁ ନାଇଟ୍ ୱାଚମ୍ୟାନ୍ ଭାବେ ପଡିଆକୁ ପଠାଇଥିଲେ । ବୁମରାହ ନିଜ ଭୂମିକାକୁ ତୁଲାଇଥିଲେ । କିନ୍ତୁ ଆଜି ମ୍ୟାଚ୍ ଆରମ୍ଭ ହେବା ସହ ସେ ପେଟ୍ କମିଂସଙ୍କ ବଲରେ କ୍ୟାଚ୍ ଆଉଟ୍ ହୋଇଥିଲେ । ସେତେବେଳେ ଭାରତର ସ୍କୋର ୧୫ ଥିଲା ।

୧୦ ଛୁଇଁ ପାରିଲେନି କୌଣସି ବ୍ୟାଟସମ୍ୟାନ୍

୩୬ ରନରେ ଭାରତ ଇନିଂସ ଡିକ୍ଲାର କରିଥିବା ବେଳେ କୌଣସି ବ୍ୟାଟସମ୍ୟାନ୍ ୧୦ ରନ୍ ମଧ୍ୟ କରି ପାରି ନାହାନ୍ତି । ଅଧିନାୟକ ବିରାଟ କୋହଲି ମଧ୍ୟ ଶସ୍ତାରେ ଆଉଟ୍ ହୋଇଥିଲେ । ବିରାଟଙ୍କ ୱିକେଟର ପତନ ବେଳକୁ ଟିମ୍ ଇଣ୍ଡିଆର ସ୍କୋର ଥିଲା ୧୬ ।

ପୁରୀଘାଟ ଥାନାରେ ଏତଲା ଦେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ

କଟକ: କଟକର ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛନ୍ତି । ଯାହା ଫଳରେ ତାଙ୍କର ସମ୍ମାନ ହାନି ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ବର୍ଷାଙ୍କ ଏଭଳି ଏତଲାକୁ ଗ୍ରହଣ କରିବା ସହ ପୋଲିସ ତଦନ୍ତ କରୁଥିବା ନେଇ ପୁରୀଘାଟ ଥାନା ଅଧିକାରୀ ରଶ୍ମି ମହାପାତ୍ର ସୂଚନା ଦେଇଛନ୍ତି । ୨ଦିନ ତଳେ ଅନୁଭବ ବର୍ଷାଙ୍କ ମଧ୍ୟରେ ଯ଼ୁକ୍ତିତର୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ସେ ଭିଡିଓରେ ବର୍ଷାଙ୍କ ସମ୍ମାନ ହାନି ହେବା ପରି କମେଣ୍ଟ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ଗତକାଲି ଏସଡିଜେଏମ କୋର୍ଟ ରେ ଅନୁଭବ ମହାନ୍ତି ତାଙ୍କ ଆଇନଜୀବିଙ୍କ ସହିତ ପହଂଚି ନୋଟିସର ୧୫ ପୃଷ୍ଠା ବିଶିଷ୍ଟ ଲିଖିତ ଉତ୍ତର ଦାଖଲ କରିଛନ୍ତି । ଯଦି ତାଙ୍କର କିଛି ଭୁଲ ବା ଅପରାଧ ହୋଇଛି ବୋଲି କୋର୍ଟ ଅନୁଭବ କରୁଛନ୍ତି, ତେବେ ମୋତେ ଦଣ୍ଡ ଦିଅନ୍ତୁ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ସେ ଗୁହାରି କରିଥିଲେ ।

ତେବେ ବର୍ଷା ଓ ଅନୁଭବ ବିବାଦ ମାମଲାରେ ପ୍ରଥମ ଥର ପାଇଁ ଅନୁଭବ ଗତକାଲି କୋର୍ଟରେ ହଜାର ହୋଇଥିଲେ।

ଦେଶରେ କୋଟିଏ ଛୁଇଁଲା ସଂକ୍ରମଣ ମାମଲା

ନୂଆଦିଲ୍ଲୀ: ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଟପିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଗତ ୨୪ ଘଣ୍ଟାରେ ଆଉ ୨୫ ହଜାର ୧୫୩ ନୂଆ ମାମଲା ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ସଂକ୍ରମଣ ମାମଲା ୧ କୋଟି ଟପିଛି ।

ସେହିପରି କରୋନାରେ ଦିନକରେ ଆଉ ୩୨୭ ରୋଗୀଙ୍କର ମୃତୁ ଘଟିଛି । ଏଥିସହ ଦେଶରେ ମୋଟ୍‌ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୪୫ ହଜାର ୧୩୬ରେ ପହଞ୍ଚିଛି ।

ତେବେ ଏବେ ସୁଦ୍ଧାର ସାରା ଦେଶରେ ୯୫ ଲକ୍ଷ ୫୦ ହଜାର ୭୧୨ ଜଣ ସୁସ୍ଥ ହୋଇଛନ୍ତି । ଏହାବ୍ୟତୀତ ୩ ଲକ୍ଷ ୮ ହଜାର ୭୫୧ଟି ସକ୍ରିୟ ମାମଲା ରହିଛି ।

ପରୀ ହତ୍ୟା ମାମଲା, ୩ ଜଣଙ୍କୁ ଉଠାଇନେଲା ଏସଆଇଟି

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୟାଗଡ଼ର ପରୀ ହତ୍ୟା ମାମଲାରେ ତଦନ୍ତ ଜାରି ରହିଥିବା ବେଳେ ସ୍ପେଶାଲ୍ ଇନଭେଷ୍ଟିଗେସନ୍ ଟିମ୍ (ଏସଆଇଟି) ଶନିବାର ଦିନ ଯଦୁପୁର ଗାଁରୁ ୩ ଜଣଙ୍କୁ  ଉଠାଇ ନେଇଥିବା ଜଣାପଡିଛି ।

ସରୋଜ ସେଠୀଙ୍କ ସହିତ ଏସଆଇଟି ଟିମ୍ ତାଙ୍କ ମାଆ ଓ ଭଉଣୀଙ୍କୁ ଉଠାଇ ନେଇଛି ଏବଂ ୩ ଜଣଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ, ଗତ ଡିସେମ୍ବର ୧୬ ତାରିଖରେ ନୟାଗଡ଼ର ଶିଶୁ କନ୍ୟା ‘ପରୀ’ର ମୃତ୍ୟୁକୁ ନେଇ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । କୁନି ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ମାମଲାର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ପକ୍ଷରୁ ହାଇକୋର୍ଟଙ୍କ ନିକଟରେ ଦାଖଲ ଷ୍ଟାଟସ୍ ରିପୋର୍ଟରେ ଉଲ୍ଲେଖ ଥିବା ସୂଚନା ରହିଥିଲା ।

ରାଉରକେଲାରେ ଜୁଆ ଆଡ୍ଡା ଉପରେ ଚଢାଉ, ୧୨ ଗିରଫ

ରାଉରକେଲା: ରାଉରକେଲାରେ ଜୁଆ ଆଡ୍ଡା ଉପରେ ଚଢାଉ କରିଛି ପୋଲିସ୍ । ଘଟଣାରେ ସମ୍ପୃକ୍ତି ନେଇ ୧୨ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁସାରେ ରାଉରକେଲା ପ୍ଲାଣ୍ଟ ସାଇଟ ଥାନା ଅନ୍ତର୍ଗତ ଗୁରୁଦ୍ୱାରା ରୋଡ ନିକଟରେ ଏକ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇ ଗତକାଲି ବିଳମ୍ବିତ ରାତିରେ ପ୍ଲାଣ୍ଟ ସାଇଟ ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ସେମାନଙ୍କଠାରୁ ନଗଦ ୧୨ ଲକ୍ଷ ଟଙ୍କା, ୨ଟି କାର, ୫ଟି ବାଇକ, ୧୫ ଟି ମୋବାଇଲ ଫୋନ ଜବତ କରାଯାଇଛି । ତେବେ ପୋଲିସ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।

କଟକ ଓ ପୁରୀରେ ହେବନି ଜିରୋନାଇଟ୍ ସେଲିବ୍ରେସନ୍

କଟକ: ଚଳିତ ବର୍ଷ କଟକ ଓ ପୁରୀ ଜିଲ୍ଲାରେ ହେବନି ଜିରୋନାଇଟ୍ ସେଲିବ୍ରେସନ୍ । ଏନେଇ ବିଭିନ୍ନ ହୋଟେଲ୍ ଓ କ୍ଲବ ଉପରେ ସ୍ଥାନୀୟ ପ୍ରଶାସନ କଡା ନଜର ରଖିଛି ।

କରୋନା ମହାମାରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିରୋ ନାଇଟ୍ ଓ ବଡ ଦିନ ପାଳନ ବେଳେ ଅସାବଧନତା ଅବଲମ୍ବନ କଲେ ସଂକ୍ରମଣ ବଢିବା ଆଶଙ୍କା ରହିଥିବା ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି ଉଭୟ ପ୍ରଶାସନ ।

ତେବେ ଯଦି କିଏ ଆଇନ ଅବମାନନା କରେ ତାହା ହେଲେ ସେମାନଙ୍କ ବିରାେଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

୨୩ରେ ଖୋଲିବ ଶ୍ରୀମନ୍ଦିର, ଦର୍ଶନ ବ୍ୟବସ୍ଥାର ସମୀକ୍ଷା କଲେ 5T ସଚିବ ଭିକେ ପାଣ୍ଡିଆନ୍

ପୁରୀ: ଆଜି ଭୋର ୫ଟା ସମୟରେ ପୁରୀ ଗସ୍ତ କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍ । ଏହି ସମୟରେ ସେ  ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ର ସମୀକ୍ଷା କରିଛନ୍ତି ।

ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ନେଇ ଏକପ୍ରକାର ସୂଚନା ଥିବା ବେଳେ 5T ସଚିବଙ୍କ ଏହି ଗସ୍ତ ଏକ ସବୁଜ ସଂକେତ ବୋଲି ଜଣାଯାଉଛି ।

ସୂଚନା ମୁତାବକ ବ୍ୟବସ୍ଥାର ଏହି ଅବସରରେ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର, ପୁରୀ ଜିଲ୍ଲାପାଳ ଓ ଏସପି ଉପସ୍ଥିତ ଥିଲେ । ଏଥିସହ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟାର ମଧ୍ୟ ସମୀକ୍ଷା କରିଛନ୍ତି ୫T ସଚିବ  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥା ପାଇଁ ହୋଇଛି ଖାସ ପ୍ରସ୍ତୁତି  ।

ଏସଓପି ଅନୁସାରେ କରାଯିବ ଦର୍ଶନ ବ୍ୟବସ୍ଥା । ପ୍ରଥମ ଦୁଇଦିନ ସେବାୟତ ପରିବାର ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେବଳ ପୁରୀ ସହରବାସୀ । ପରବର୍ତ୍ତୀ ପର୍ଯ୍ୟାୟରେ ସମସ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ବୋଲି ଜଣାପଡିଛି।