ନୂଆ ଗାଇଡ୍‌ଲାଇନ୍‌: ରାଜ୍ୟ ହାତରେ ପୂର୍ଣ୍ଣ କ୍ଷମତା, ପ୍ରେକ୍ଷାଳୟରେ ବଢ଼ିବ ଦର୍ଶକଙ୍କ ସଂଖ୍ୟା

1 min read
February

ନୂଆଦିଲ୍ଲୀ: ଜାରି ହେଲା ନୂଆ ଗାଇଡଲାଇନ୍ । ଫବ୍ରୁଆରୀ ମାସ ପାଇଁ ନୂଆ ଗାଇଡ୍‌ଲାଇନ୍ ଜାରି କଲା ଗୃହ ମନ୍ତ୍ରାଳୟ । ଏହି ନୂଆ ଗାଇଡ୍‌ଲାଇନ୍‌ରେ ବିଶେଷ କିଛି ପରିବର୍ତ୍ତନ ହୋଇନଥିବା ଦେଖାଯାଇଛି । ପୂର୍ବ ଗାଇଡ୍ଲାଇନ୍‌ ଭଳି‌ ସ୍ଥାନୀୟ ପ୍ରଶାସନ ହାତରେ ରହିଛି କ୍ଷମତା । ସ୍ଥାନୀୟ ପ୍ରଶାସନ ଚାହିଁଲେ କଣ୍ଟେନମେଣ୍ଟ ଜୋନ୍‌ର ନିଷ୍ପତ୍ତି ନେଇପାରିବ । ଅନ୍ୟପଟେ ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ଉପରେ ଏହି ନୂଆ ଗାଇଡ୍‌ଲାଇନ୍‌ରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟ ସରକାରମାନେ ନିଜ ରାଜ୍ୟର ପରିସ୍ଥିତି ଦେଖି କୋଭିଡ୍‌ ସଂକ୍ରମଣ ରୋକିବାକୁ କଟକଣା ଲଗାଇପାରିବେ । ଏହାସହ ସମସ୍ତଙ୍କୁ ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେବେ ଏବଂ ଏଥିପାଇଁ ବିହିତ ପଦକ୍ଷେପ ନେବେ । ତେବେ ରାଜ୍ୟ ସରକାରଙ୍କ ହାତରେ ସମ୍ପୂର୍ଣ୍ଣ କ୍ଷମତା ଦିଆଯାଇଛି । ସେମାନେ ଚାହିଁଲେ ଫିଲ୍ମ ହଲ୍‌ ଓ ସୁଇମିଂପୁଲ ପାଇଁ ସମସ୍ତଙ୍କୁ ଅନୁମତି ଦେଇପାରିବେ । ଏହା ସାମାଜିକ କାର୍ଯ୍ୟକ୍ରମକୁ ମଧ୍ୟ ଅନୁମତି ଦେଇପାରିବ ସ୍ଥାନୀୟ ପ୍ରଶାସନ ।

ଏବେ ବ୍ୟବସାୟୀକ କ୍ଷେତ୍ରଗୁଡ଼ିକ ପାଇଁ ମଧ୍ୟ କଟକଣା କୋହଳ କରାଯାଇଛି । ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ବ୍ୟବସାୟୀକ କାର୍ଯ୍ୟକ୍ରମ ବା ମିଟିଂ ପାଇଁ ଅନୁମତି ଦେଇପାରିବେ ।

ଏହା ସହ ନୂଆ ନିୟମ ଅନୁଯାୟୀ ରାଜ୍ୟ-ରାଜ୍ୟ ମଧ୍ୟରେ ଯାଆ-ଆସରେ କୌଣସି କଟକଣା ରହିବ ନାହିଁ । ଏମିତିକି ପାଖ ଦେଶ ସହ ବ୍ୟବସାୟୀକ ନେଣଦେଣ ପାଇଁ କୌଣସି ସ୍ୱତନ୍ତ୍ର ଅନୁମତି ଲୋଡ଼ା ନାହିଁ ।

Leave a Reply