ହିଂସାର ମୁଖ୍ୟ ଖଳନାୟକ କିଏ ? କାହାର ରହିଛି ହାତ ? ୨୨ ମାମଲାରେ ୨୦୦ ଅଟକ

1 min read

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାର କିଏ ସେହି ଖଳନାୟକ ? କାହା ପାଇଁ ଘଟିଗଲା ଏତେ ବଡ ଅଘଟଣ ? ହିଂସା ଘଟଣାରେ ଚାଷୀ ନା ଆଉ କିଏ ? ଚାଷୀଙ୍କ ରାଲି ପାଇଁ ପ୍ରସ୍ତୁତ ନ ଥିଲା କି ଦିଲ୍ଲୀ ପୋଲିସ ? ଫେଲ ମାରିଲା କି ଗୁଇନ୍ଦା ବିଭାଗ ? ଦିଲ୍ଲୀ ଲାଲ କିଲ୍ଲାରେ ଘଟିଥିବା ହିଂସା କାଣ୍ଡକୁ ନେଇ ଏବେ ଦେଶବସୀଙ୍କ ମନରେ ଉଙ୍କି ମାରୁଛି ଏଭଳି ଅନେକ ପ୍ରଶ୍ନ ।

Clashes, vandalism, tractors on roads How farmers' march turned violent

ଜାନୁଆରୀ ୨୬ ସହ ଟ୍ରାକ୍ଟର ପରେଡ ପାଇଁ ପୂରା ତୟାର ଥିଲା ଦିଲ୍ଲୀ ପୋଲିସ । ଏହା ପରେ ବି କିଭଳି ଲାଲ କିଲ୍ଲା ଉପରେ ଚଢିଲେ ଚାଷୀ ? ହଜାର ହଜାର ଚାଷୀ କେମିତି ଲାଲ କିଲ୍ଲା ଭିତରକୁ ପଶିଲେ ? ତାକୁ ନେଇ ଉଠିଛି ପ୍ରଶ୍ନ ଆଉ ପ୍ରଶ୍ନ । ସେପଟେ ହିଂସାକାଣ୍ଡ ପଛରେ ଅଭିନେତା ଦୀପ ସିଦ୍ଧୁଙ୍କ ଭୂମିକା ପ୍ରଶ୍ନ ଘେରରେ ରହିଛି । ହିଂସା ପାଇଁ ଦୀପ ସିଦ୍ଧୁ ଉସୁକାଇଥିବା ଚାଷୀ ନେତା ଅଭିଯୋଗ କରିଛନ୍ତି ।

Deep Sidhu

ମଙ୍ଗଳବାର ହିଂସା ପରେ ଲାଲ କିଲ୍ଲାରେ ଝଣ୍ଡା ଉଡ଼ାଇଥିବା ସୋସିଆଲ୍‌ ମିଡିଆରେ କହିଛନ୍ତି ଦୀପ ସିଦ୍ଧୁ । ଦୀପ ସିଦ୍ଧୁ ହେଉଛନ୍ତି ଜଣାଶୁଣା ପଞ୍ଜାବୀ ଅଭିନେତା । ଦୀପ ସିଦ୍ଧୁଙ୍କୁ ପୂର୍ବରୁ ନୋଟିସ୍ ଜାରି କରିଥିଲା ଏନଆଇଏ । ଦୀପ ସିଦ୍ଧୁ ଜଣେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ହୋଇଥିବାବେଳେ କିଭଳି ଚାଷୀ ରାଲିକୁ ଗଲେ ତାକୁ ନେଇ ଉଠିଛି ପ୍ରଶ୍ନ ।

Deep Sidhu 1

୨୦୧୯ରେ ଅଭିନେତା ସନ୍ନି ଦେଓଲ ଗୁରୁଦାସପୁରରୁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ପାଇଁ ପ୍ରଚାର କରିଥିଲେ ଦୀପ ସିଦ୍ଧୁ । ସେହିପରି ହିଂସା ଘଟଣାରେ ଗ୍ୟାଙ୍ଗଷ୍ଟର ଲଖା ସିଧାନର ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି । ଏହି ହିଂସା ଘଟଣା ପରେ ଦିଲ୍ଲୀ ପୋଲିସ ଓ ଗୃହ ମନ୍ତ୍ରାଳୟର ଚିନ୍ତା ବଢିଚାଲିଛି । ଗୃହମନ୍ତ୍ରୀ ଅମିତ ଶାହା ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ସେପଟେ ଆକ୍‌ସନ୍‌ ମୋଡ୍କୁ‌ ଆସିଛି ଦିଲ୍ଲୀ ପୋଲିସ ।

ରାକେଶ ଟିକାୟତ, ଦର୍ଶନ ପାଲ, ଯୋଗେନ୍ଦ୍ର ସିଂ, ବୁଟା ସିଂ ଓ ରାଜେନ୍ଦ୍ର ସିଂଙ୍କ ଭଳି ଚାଷୀ ନେତାଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ଦିଲ୍ଲୀର ବିଭିନ୍ନ ସ୍ଥାନରେ ୨୨ଟି ମାମଲା ରୁଜୁ ହୋଇଥିବା ବେଳେ ପୋଲିସ ସ୍କାନରରେ ଅଛନ୍ତି ୨୦୦ ଜଣ ହିଂସାକାରୀ । ସିସିଟିଭି ଫୁଟେଜ୍ ଆଧାରରେ ଛାନଭିନ୍ ଜାରି ରଖିଛି ପୋଲିସ ।

Rakesh Tikayat

ଅନ୍ୟପଟେ ଚାଷୀ ଆନ୍ଦୋଳନରୁ ମୁହଁ ଫେରାଇ ନେଇଛନ୍ତି ଦୁଇ ଚାଷୀ ସଙ୍ଗଠନ । ମଙ୍ଗଳବାର ଘଟଣାକୁ ନିନ୍ଦା କରି ଆନ୍ଦୋଳନରୁ ଓହରିଥିବା ସୂଚନା ଦେଇଛନ୍ତି ଚାଷୀ ନେତା ବିଏମ୍‌ ସିଂହ । ସେହିଭଳି ଚାଷୀଙ୍କ ସମର୍ଥନରେ ବାହାରିଥିବା INLD ବିଧାୟକ ଅଭୟ ସିଂ ଚୌଟାଲା ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

bm_singh

ତେବେ ଏହି ତମାମ ଘଟଣାକୁ ନେଇ ରାଜନୈତିକ ମହଲରେ ମଧ୍ୟ ଆଲୋଡ଼ନ ସୃଷ୍ଟି ହୋଇଛି । ପୂରା ଘଟଣାରେ ଗୃହ ମନ୍ତ୍ରାଳୟ ଫେଲ ମାରିଥିବା କହି ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ । ମଙ୍ଗଳବାର ହୋଇଥିବା ହିଂସା ଘଟଣାରେ ଲାଲ କିଲ୍ଲାରେ ଅନେକ କ୍ଷତି ହୋଇଥିବାବେଳେ ପ୍ରାୟ ୩୦୦ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ହିଂସାକାଣ୍ଡକୁ ନେଇ ସୁପ୍ରିମକୋର୍ଟରେ ଦାୟର ହୋଇଛି ମାମଲା । ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ଜଷ୍ଟିସଙ୍କ ଅଧ୍ୟକ୍ଷତାରେ ଏକ ତିନି ଜଣିଆ କମିଟି ଘଟଣାର ଯାଞ୍ଚ କରିବା ପାଇଁ ଅପିଲ କରାଯାଇଛି ।

Delhi Police

Leave a Reply