ଫେସବୁକରେ ବ୍ଲାକମେଲିଂ, ଅଜଣା ବ୍ୟକ୍ତିଙ୍କ ସହ ଚାଟ୍ କରୁଥିଲେ ରୁହନ୍ତୁ ସାବଧାନ

Be Aware Before Chatting With Unknown In Social Media

ଭୁବନେଶ୍ୱର: ରାଜଧାନୀରେ ସାଇବର ଠକଙ୍କ ଠକେଇର ନୂଆ ତରିକା । ଝିଅଙ୍କ ନାମରେ ଆକାଉଣ୍ଟ ଖୋଲି ପୁଅଙ୍କୁ ବ୍ଲାକ ମେଲିଂ କରୁଛନ୍ତି ଲୁଟେରା । ଫେସବୁକରେ ସାଙ୍ଗ ହଉଛନ୍ତି, ପରେ ନଗ୍ନ ଫଟୋ ଆଉ ଭିଡିଓ ମାଗୁଛନ୍ତି । ଫଟୋ ଭିଡିଓ ପାଇଲେ ସେମାନଙ୍କୁ ବ୍ଲାକମେଲିଂ କରୁଛନ୍ତି । ଏଭଳି ଅଭିଯୋଗ ପାଇଛି ସାଇବର ହେଲ୍ପ ଡେସ୍କ । ଏହି ମାମଲା ସାମ୍ନାକୁ ଆସିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ସାଧାରଣତନ୍ତ୍ର ଦିବସରେ ୩୮ଟି ସାଇବର ଠକେଇ ହୋଇଛି । ଗତ ୩ ଦିନରେ ୧୨୩ ଜଣଙ୍କୁ କଲ୍ କରି ଟଙ୍କା ଲୁଟିଛନ୍ତି ଲୁଟେରା । କେବଳ ଭୁବନେଶ୍ୱରକୁ ଆସିଛି ୪୬ ଅଭିଯୋଗ ।

Be Aware Before Chatting With Unknown In Social Media

କେମିତି ସାଇବର ଠକ ଜାଣୁଛି ଆପଣଙ୍କ ଡାଟା ? କେଉଁଠାରୁ ହେଉଛି ଆପଣଙ୍କ ଡାଟା ଲିକ୍ ? କିଏ ସାଇବର ଠକକୁ ଦେଉଛି ବ୍ୟାଙ୍କ  ଓ ମୋବାଇଲ ଡିଟେଲ୍ସ ? ସାଇବର ଅପରାଧକୁ ନେଇ ଅଭିଯୋଗ ପରେ ଏପରି ପ୍ରଶ୍ନ ଉଠିବାରେ ଲାଗିଛି । ଏ ନେଇ ଏକ ଅଭିଯୋଗ ଅନୁସାରେ କାର୍ଡ ବ୍ଲକ୍ କରିବାକୁ କହି ଠକ ପୋଛି ନେଇଛି ୫୦ ହଜାର ଟଙ୍କା । ବାଲିଅନ୍ତା ଥାନା ବାଳକାଟି ଅଞ୍ଚଳର ସୌମେନ୍ଦ୍ର ସାହୁ ଥାନାରେ କରିଛନ୍ତି ଗୁରୁତର ଅଭିଯୋଗ । କ୍ରେଡିଟ କାର୍ଡ ବ୍ଲକ୍ କରିବା ନେଇ ନେଇ ସମ୍ପୃକ୍ତ ବ୍ୟାଙ୍କର କଷ୍ଟମର କେୟାରକୁ ଫୋନ କରିଥିଲେ । କିଛି ସମୟରେ ଏକ ଅଜଣା ନମ୍ବରରୁ କାର୍ଡ ବ୍ଲକ୍ ନେଇ ତାଙ୍କ ଫୋନକୁ କଲ୍ ଆସିଥିଲା । ଆଉ ପ୍ରୋସେସ୍ ଫଲୋ କରିବା ପାଇଁ ଠକ କହିଥିଲା । ଆଉ ତାପରେ ତାଙ୍କ ଆକାଉଣ୍ଟରୁ ୫୦ ହଜାର ଟଙ୍କା ଗାଏବ ହୋଇଗଲା । ଏଠି ପ୍ରଶ୍ନ, କଷ୍ଟମର ସର୍ଭିସର ଅଧିକାରୀ ସାମିଲ୍ ହୋଇଛନ୍ତି କି ଏଭଳି ଏକ ନେଟୱର୍କରେ ? ସାଇବର ଠକଙ୍କୁ ଲୋକଙ୍କ ତଥ୍ୟ ଦେଉଛନ୍ତି କି କଷ୍ଟମର ସର୍ଭିସ କର୍ମଚାରୀ  । ଯାହାକୁ ନେଇ ପୋଲିସ ତନାଘନା କରୁଛି ।

Be Aware Before Chatting With Unknown In Social Media

ସାଇବର ହେଲ୍ପ ଡେସ୍କକୁ ଠକେଇ ନେଇ ସମୀକ୍ଷା କରିଛନ୍ତି ଭୁବନେଶ୍ୱର ଡିସିପି । କେବଳ ଡାଟା ନୁହେଁ ଫେସବୁକରେ ଫ୍ରେଣ୍ଡସିପ୍ ପଠାଇ ରୋଡ୍ ମ୍ୟାପ ତିଆରି କରୁଛନ୍ତି । କିଛି ଦିନର ଚାଟିଂ ପରେ ସେକ୍ସି ଚେହେରା ଦେଖାଇ ଟଙ୍କା ଲୁଟିବା ପାଇଁ କରୁଛନ୍ତି ବ୍ଳାକ ମେଲିଂ । ଏଭଳି ଅନେକ ଯୁବକ ଶିକାର ହୋଇଥିବା ନେଇ ସାଇବର ହେଲ୍ପ ଡେସ୍କକୁ ରିପୋର୍ଟ ଆସିଛି । ସାଇବର ହେଲ୍ପ କାର୍ଯ୍ୟକ୍ଷମ ହେଲା ଦିନଠାରୁ ଏଟିଏମ୍ କାର୍ଡ ଓ ୟୁପିଆଇ ଦ୍ୱାରା ଠକେଇ ହୋଇଥିବା ସର୍ବାଧିକ କଲ୍ ଆସିଛି । ଗତ ତିନି ଦିନରେ ୧୨୩ଟି କଲ୍ ହେଲ୍ପ ଡେସ୍କକୁ କଲ ଆସିଥିବା ବେଳେ ୧୦ ଲକ୍ଷ ୩୮ ହଜାର ଠକେଇ ହୋଇଥିବା ପୋଲିସ୍ ରିପୋର୍ଟ ଦେଇଛି ।

Be Aware Before Chatting With Unknown In Social Media

ସାଇବର କ୍ରାଇମ୍ ରୋକିବାକୁ ହେଲେ ସଚେତନତା ହିଁ ଶେଷ ବାଟ । ସେପଟେ ଭୁବନେଶ୍ୱର କମିଶନରେଟ ପୋଲିସର ସାଇବର ଡେସ୍କ କାର୍ଯ୍ୟକ୍ଷମ ହେବା ପରେ, ଅନ୍ୟ ଜିଲ୍ଲାରେ ସାଇବର ହେଲ୍ପ ଡେସ୍କ ଖୋଲିବାକୁ ପ୍ରସ୍ତୁତ ହେଉଛି ପୋଲିସ ।

Leave a Reply