spot_img
Home Blog Page 6193

ବିଜେଡିର ନୂଆ ମିଡିଆ ଟିମ୍: ୬ଜାତୀୟ ମୁଖପାତ୍ର, ୧୬ ମୁଖପାତ୍ର ଓ ୧୪ ପାନେଲିଷ୍ଟଙ୍କୁ ନିଯୁକ୍ତି ଦେଲା ଦଳ

ଭୁବନେଶ୍ୱର: ବିଜୁ ଜନତା ଦଳରେ ନୂଆ ନିଯୁକ୍ତି । ଜାତୀୟ ମୁଖପାତ୍ର, ମୁଖପାତ୍ର ଓ ପାନେଲିଷ୍ଟଙ୍କ ତାଲିକା ପ୍ରକାଶ କରିଛି ଦଳ । ବିଜେଡି ସଭାପତି ନବୀନ ପଟ୍ଟନାୟକ ମିଡିଆ ଟିମ୍‌ର ପୁନର୍ଗଠନ କରି ୬ ଜଣଙ୍କୁ ଜାତୀୟ ମୁଖପାତ୍ର, ୧୬ ଜଣଙ୍କୁ ମୁଖପାତ୍ର, ୧୪ ଜଣଙ୍କୁ ପାନେଲିଷ୍ଟଙ୍କୁ ନିଯୁକ୍ତି ଦିଆଯାଇଛି । ଏନେଇ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି ।

ଜାତୀୟ ମୁଖପାତ୍ର

ପ୍ରସନ୍ନ ଆଚାର୍ଯ୍ୟ

ପିନାକୀ ମିଶ୍ର

ଅଚ୍ୟୁତ ସାମନ୍ତ

ଡ. ଅମର ପଟ୍ଟନାୟକ (ଅର୍ଥନୀତି ଓ ବୈଦେଶିକ ବ୍ୟାପାର)

ଡ. ସସ୍ମିତ ପାତ୍ର

ଶର୍ମିଷ୍ଠା ସେଠୀ

ମୁଖପାତ୍ର

ପ୍ରତାପ କେଶରୀ ଦେବ

ଚନ୍ଦ୍ର ଶେଖର ସାହୁ

ରମେଶ ଚନ୍ଦ୍ର ମାଝି

ସ୍ନେହାଙ୍ଗିନୀ ଛୁରିଆ

ଡ. ବ୍ୟୋମକେଶ ରାୟ

ଡ. ରାଶେଶ୍ୱରୀ ପାଣିଗ୍ରାହୀ

କସ୍ତୁରୀ ମହାପାତ୍ର

ଅନୁଭବ ପଟ୍ଟନାୟକ

ଲୋପାମୁଦ୍ରା ବକ୍ସିପାତ୍ର

ଲେନିନ୍ ମହାନ୍ତି

ସଞ୍ଜୟ ବାବୁ

ସୁଲତା ଦେଓ

ଶ୍ରୀମୟୀ ଶ୍ୱେତା ସ୍ନିଗ୍ଧା ମିଶ୍ର

ଚିନ୍ମୟ ସାହୁ

ଏଲିନା ଦାଶ

ଡ. ହରିଶ ଚୌଧୁରୀ

ପାନେଲିଷ୍ଟ

ଚନ୍ଦ୍ରାଣୀ ମୁର୍ମୁ

ପ୍ରିୟବତ୍ତ ମାଝି

ଚକ୍ରଧର ଦାସ

ଓମ୍ ପ୍ରକାଶ ସାହୁ

ମଧୁସ୍ମିତା ନାୟକ

ଇପ୍‌ସିତା ସାହୁ

ଜ୍ୟୋତ୍ସାମୟୀ ପରିଡ଼ା

ସୋଫିଆ ଆଲମ୍

ତୁମ୍ଭନାଥ ପଣ୍ଡା

ପ୍ରଶାନ୍ତ କୁମାର ସାହୁ

ଅମିତ୍ ମଲ୍ଲିକ

ଛବି ମାହାଲି

ମୀନାକ୍ଷୀ ମିଶ୍ର

ସ୍ମୃତି ନନ୍ଦ

ଯଶସ୍ୱୀ ଫିଲ୍ମସର ଦ୍ୱିଭାଷୀ ଚିତ୍ର ‘ନବ ମାସ’ର ଶୁଭ ମହୁରତ୍‌

ଭୁବନେଶ୍ୱର:  ପ୍ରଯୋଜନା କ୍ଷେତ୍ରରେ ପ୍ରଥମ କରି ପାଦ ରଖିଛି ଯଶସ୍ୱୀ ଫିଲ୍ମସ | ବିଡିଏ ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଯଶସ୍ୱୀ ଫିଲ୍ମସର ପ୍ରଥମ ଅବଦାନ ‘ନବ ମାସ’ର ଟାଇଟଲ ଘୋଷଣା ସହିତ ମହୁରତ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି | ମୌଳିକ କାହାଣୀକୁ ନେଇ ନିର୍ମିତ ଏହି ଦ୍ୱିଭାଷୀ ଚଳଚ୍ଚିତ୍ରର ନାୟକ ଭୂମିକାରେ ଉଦୟାନ ଅପରାଜିତ (ୟୁଡି) ଅଭିନୟ କରୁଛନ୍ତି | ଉଭୟ ଓଡ଼ିଆ ଏବଂ କନ୍ନଡ଼ ଚଳଚ୍ଚିତ୍ରରେ ଅଭିନୟ କରି ସେ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି | ତାଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ଜଣାଶୁଣା ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀ | ଟେଲିଭିଜନ ଦୁନିଆରେ ପରିଚିତ ପ୍ରିୟଙ୍କା ପ୍ରଥମ ଥର ପାଇଁ ବଡ ପରଦାରେ ପ୍ରବେଶ କରିବାକୁ ଯାଉଛନ୍ତି | ଏହା ବ୍ୟତୀତ ଓଡ଼ିଆ ଓ କନ୍ନଡ଼ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ନୂଆ ପୁରୁଣା କଳାକାରଙ୍କୁ ଦେଖିବାକୁ ମିଳିବ | ଲୋକପ୍ରିୟ ଅଭିନେତ୍ରୀ କୁନି ମିଶ୍ର ଏକ ବିଶେଷ ଭୂମିକାରେ ନଜର ଆସିବେ |

କନ୍ନଡ଼ ଏବଂ ଓଡ଼ିଆ ଭାଷାରେ ନିର୍ମାଣ ହେବାକୁ ଥିବା ଏହି ଦ୍ୱିଭାଷୀ ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଏନଡି. ଉଦୟ | ସଂଳାପ ରଚନା କରିଛନ୍ତି ଏନଡି. ଉଦୟ ଓ ସାଇ କେ. ରାମୁ | ସିନେମାଟୋଗ୍ରାଫିରେ ଶୁଭ ସଂକେତ ମହାପାତ୍ର ଥିବା ବେଳେ ସଙ୍ଗୀତ ଦେଇଛନ୍ତି ଜି. ଜି ହଷ୍ଟିଙ୍ଗସ | ଉଭୟ ରାଜ୍ୟର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଗୁରୁତ୍ୱ ଦେବା ସହ ଏକ ସମୟୋପଯୋଗୀ ତଥା ମୂଲ୍ୟବୋଧ ଭିତ୍ତିକ ଚଳଚ୍ଚିତ୍ର ଭେଟିଦେବା ଯଶସ୍ବୀ ଫିଲ୍ମସର ଆଭିମୁଖ୍ୟ ରହିଛି | ଅଭିନଵ କାହାଣୀ ସାଙ୍ଗକୁ ନୂତନ ବୈଷୟିକ ଜ୍ଞାନକୌଶଳର ଉପଯୋଗ ବଳରେ ଏହି ଚଳଚ୍ଚିତ୍ରଟି ଚିରାଚରିତ ଧାରାର ଯେକୌଣସି ଚଳଚ୍ଚିତ୍ରଠୁ ସହଜରେ ବାରି ହୋଇ ପଡିବ | ଓଡ଼ିଶାର ଅନେକ ଅନାଲୋଚିତ ସ୍ଥାନକୁ ଲୋକଲୋଚନକୁ ଆଣିବାରେ ଏହି ଚଳଚ୍ଚିତ୍ରଟି ବିଶେଷ ସହାୟକ ହେବ |

ଚଳଚ୍ଚିତ୍ରର ପୃଷ୍ଠଭୂମିରେ ରହିଛି ଏକ ବଳିଷ୍ଠ ମୌଳିକ କାହାଣୀ, ଯାହାକୁ ପ୍ରସ୍ତୁତ କରିବା ପାଇଁ 2ବର୍ଷ ସମୟ ଲାଗିଛି ବୋଲି ଉଦୟନ କୁହନ୍ତି | ପାରମ୍ପରିକ ବନାମ ଅତ୍ୟାଧୁନିକ ଜୀବନଶୈଳୀର ଏକ ସୁନ୍ଦର ରୂପାନ୍ତରିତ ଚିତ୍ର ସାଙ୍ଗକୁ ସ୍ୱାମୀ, ସ୍ତ୍ରୀ ଏବଂ ଜେଜେମାଙ୍କ ଭିତରେ ଥିବା ଇମୋସନାଲ ଡ୍ରାମା ଦର୍ଶକଙ୍କୁ ମନୋରଞ୍ଜନର ଏକ ଭିନ୍ନ ଅନୁଭୂତି ଆଣିଦେବ | ଉଭୟ ଶିଳ୍ପକୁ ସୁହାଇଲା ପରି କଥାବସ୍ତୁ ଓ ଶୀର୍ଷକ ବାଛିଛନ୍ତି ପ୍ରଯୋଜନା ସଂସ୍ଥା ଯଶସ୍ବୀ ଫିଲ୍ମସ | ଜାନୁଆରୀ ପହିଲାରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହେବ |

ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା: ସାମ୍ୱାଦିକଙ୍କ ଠାରୁ ସାଧାରଣ ଜନତା ସବୁଠି ଉଦ୍‌ବେଗ

ଭୁବନେଶ୍ୱର: ନୟାଗଡ଼ର ଯଦୁପୁରରେ ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏ ନେଇ ସାରା ରାଜ୍ୟରେ ସାମ୍ୱାଦିକ ତଥା ସାଧାରଣ ଜନତାଙ୍କ ମହଲରେ ଉଦବେଗ୍ ପ୍ରକାଶ ପାଇଛି । ଏଭଳି ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ଓଡ଼ିଶାବାସୀ । କାର୍ଯ୍ୟରତ ସାମ୍ୱାଦିକଙ୍କ ଉପରକୁ ଆକ୍ରମଣ କରି ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିବା ସହ ସମ୍ପୂର୍ଣ୍ଣ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରାଯାଉଛି । ତେବେ ଏହାରି ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବା ପୋଲିସ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଅଭିଯୁକ୍ତ ଦୀପକ ଦଳବେହେରା ଓ ବାଦଲ ରାଉତ ଗିରଫ କରିଛି ପୋଲିସ । ପ୍ରଥମ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ଓ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । କିନ୍ତୁ ଏ ଯାଏଁ ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତି ଫେରାର ଥିବା ବେଳେ ବିଜେପି ନେତ୍ରୀ ଇରାନୀ ରୟଙ୍କ ଗିରଫ ଦାବି କରିଛନ୍ତି ନୟାଗଡ଼ବାସୀ ।

          ତେବେ ଶୁ୍କ୍ରବାର ରାଜ୍ୟର ବିଭିନ୍ନ ଗଣମାଧ୍ୟମ ସାମ୍ୱାଦିକଙ୍କ ତରଫରୁ ସୂଚନା ଭବନ ଠାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି । ଏଥିରେ ଗଣମାଧ୍ୟମକୁ ଆକ୍ରମଣ କରିବା ଏକପ୍ରକାର ହତାସା, ସତ ଧିରେ ଧିରେ ପଦାକୁ ଆସିବାରୁ ସେମାନେ ହତାସ ହୋଇ ଏଭଳି କରୁଥିବା କହିଛନ୍ତି । ଏଥିସହିତ ସାମ୍ୱାଦିକଙ୍କ ସୁରକ୍ଷା ନେଇ ଅଧ୍ୟାଦେଶ ଆଣିବାକୁ ଦାବି କରାଯାଇଛି । ଅପରପକ୍ଷରେ ସାମ୍ୱାଦିକଙ୍କ ଆକ୍ରମଣ ଘଟଣାରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିଂମାଶୁ ନାରାୟଣ ପଟ୍ଟନାୟକଙ୍କୁ ସ୍ମାରକ ପତ୍ର ପ୍ରଦାନ ।

ସଞ୍ଜୟ ଦାସ ବର୍ମା: ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁ ଦାୟିତ୍ୱ ରହିଛି । ନୟାଗଡ଼ରେ ଗଣମାଧ୍ୟମ ଉପରେ ଆକ୍ରମଣକୁ ଘଟଣା ନିନ୍ଦନୀୟ । ଏଭଳି ଘଟଣାକୁ ବିଜୁ ଜନତା ଦଳ ପକ୍ଷରୁ ନିନ୍ଦା କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସ ବର୍ମା । ଏଥିସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ପ୍ରଦୀପ ମାଝି: ନୟାଗଡ଼ରେ ବିଜେପି କର୍ମୀମାନଙ୍କ ଦ୍ଵାରା ନନ୍ଦିଘୋଷ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ରାଜ୍ୟ ସ୍ତରୀୟ ନେତା ମାନେ ଉପସ୍ଥିତ ରହି ଆକ୍ରମଣକାରୀଙ୍କୁ ଶାନ୍ତ କରି ନ ପାରିବ ଭଳି ଘଟଣାକୁ ତୀଵ୍ର ବିରୋଧ କରିବା ସହିତ ନେତାମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ।

ନୟାଗଡ଼: ଦୁର୍ବୁର୍ତ୍ତମାନଙ୍କୁ କଠୋର ଦଣ୍ଡ ପ୍ରଦାନ କରିବାକୁ ଖୋର୍ଦ୍ଧା କଂଗ୍ରେସ ନେତା, ସ୍ବେଚ୍ଛାସେବୀ ସଂଗଠନ ଏବଂ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରିଛନ୍ତି ।

ଭଦ୍ରକ : ନନ୍ଦିଘୋଷ ଟିଭିର କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଭଦ୍ରକର କାର୍ଯ୍ୟରତ ସାମ୍ବାଦିକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଘଟଣାକୁ ନେଇ ତୀବ୍ର ନିନ୍ଦା କରାଯାଇଛି ।

ବୌଦ୍ଧ: ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ମଧ୍ୟ ନିନ୍ଦା କରିଛି ଏବଂ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ମୟୂରଭଞ୍ଜ: ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ  ମୟୂରଭଞ୍ଜରେ ମଧ୍ୟ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରାଯିବା ସହ ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସରକାରଙ୍କ ନିକଟରେ ଦାବି କରିଥିଲେ।

ସୁବର୍ଣ୍ଣପୁର: ସାମ୍ବାଦିକଙ୍କ ଉପରେ ଆକ୍ରମଣ ଘଟଣାକୁ ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ସଂଗଠନ ତରଫରୁ ଆମ୍ୱେଦକର ଛକ ଠାରେ ବିରୋଧ ପ୍ରଦର୍ଶନ ।

ନୂଆ ମୁଖ୍ୟ ଶାସନ ସଚିବ ହେଲେ ସୁରେଶ ମହାପାତ୍ର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ହେଲେ ଅସିତ୍

ଭୁବନେଶ୍ୱର: ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ନୂଆ ନିଯୁକ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ରଙ୍କୁ ନିଯୁକ୍ତି ଦିଆଯାଇଛି । ଅପରପକ୍ଷରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଥିବା ଅସିତ ତ୍ରିପାଠୀଙ୍କୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । ଏଥିସହିତ ଆଞ୍ଚଳିକ ବିକାଶ, ପର୍ଯ୍ୟଟନ ଓ କୃଷିଶିଳ୍ପ ବିଭାଗରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଭାବେ କାର୍ଯ୍ୟ କରିବେ ଶ୍ରୀ ତ୍ରିପାଠୀ । ବରିଷ୍ଠ ଆଇଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଶାସନ ସଚିବ ସହ ଉନ୍ନୟନ କମିଶନର ଭାବେ ମଧ୍ୟ ଦାୟିତ୍ୱ ତୁଲାଇବେ । ଅପରପକ୍ଷରେ ସ୍ୱତନ୍ତ୍ର ରିଲିଫ୍ କମିଶନର ଥିବା ଆଇଏଏସ୍ ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି ।

ସୂଚନା ଯୋଗ୍ୟ ଯେ, ଆସନ୍ତା ଡିସେମ୍ୱର ୩୧ ତାରିଖରେ ଅସିତ ତ୍ରିପାଠୀଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ଏ ନେଇ ତାଙ୍କୁ ସବୁଜ ସଙ୍କେତ ମିଳିଛି । ସଧାରଣ ପ୍ରଶାସନ ବିଭାଗରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ଯେଉଁଥିରେ ତାଙ୍କୁ ଅବସର ନେବା ପାଇଁ ଅନୁମତି ଦିଆଯାଇଛି । ଶ୍ରୀ ତ୍ରିପାଠୀ ରାଜ୍ୟ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ତ୍ରିପାଠୀ ୨୦୧୯ ମସିହା ଅଗଷ୍ଟ ୧୫ ତାରିଖରେ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ମିଳିଲା ଅନୁମତି: ଅବସର ନେବେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ:

ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କୋର୍ଟ ଚାଲାଣ କଲା ପୋଲିସ

ଭୁବନେଶ୍ୱର: ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲା । ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ । ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ତେବେ ଏପର୍ଯ୍ୟନ୍ତ ଧରାପଡିନାଗାନ୍ତି ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତି । ଏଥିସହ ବିଜେପି ନେତ୍ରୀ ଇରାନୀ ରୟଙ୍କୁ ଗିରଫ କରିବାକୁ ନୟାଗଡ଼ବାସୀ ଦାବି କରିଛନ୍ତି । ଗତକାଲି ବିଜେପି ପଦଯାତ୍ରା ଖବର ସଂଗ୍ରହ ବେଳେ ଗୁଣ୍ଡାରାଜ କରିଥିଲେ ବିଜେପି କର୍ମୀ । ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ବୀରାଜ ହରିଚନ୍ଦନଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା । ଏଥିରେ ଗୁରୁତର ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତେବେ ପ୍ରଶ୍ନ ଉଠୁଛି, କାହିଁକି ରକ୍ତମୁଖା ହୋଇପଡିଛି ବିଜେପି? କଣ ବିଜେପି ନିଜ ଇଚ୍ଛାରେ ତଦନ୍ତ ଚାହୁଁଥିଲା? ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି।

ଏଥିସହିତ ପଢ଼ନ୍ତୁ: ସତ କହିଲେ ବିଜେପିକୁ ବାଧୁଛି, ଯଦୁପୁରରେ ନନ୍ଦିଘୋଷ ଟିଭି ଟିମକୁ ବିଜେପି କର୍ମୀଙ୍କ ଆକ୍ରମଣ

 

ଦିଲ୍ଲୀ-ଏନସିଆରେ ଭୂମିକମ୍ପ: ମୃତାହତ ନେଇ କୌଣସି ସୂଚନା ମିଳିନାହିଁ

0

ନୂଆଦିଲ୍ଲୀ: ପୁଣି ଦିଲ୍ଲୀରେ ଭୂମିକମ୍ପ ଝଟ୍‌କା  । ଆଜି ସକାଳ ୫ଟା ୨ ମିନିଟରେ ରାଜଧାନୀ ଦିଲ୍ଲୀରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି  । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨ଦଶମିକ ୩ ରହିଥିଲା  । ସପ୍ତାହକ ଭିତରେ ଦିଲ୍ଲୀରେ ଦ୍ବିତୀୟ ଥର ପାଇ ଭୂକମ୍ପ ହୋଇଛି  ।  ତେବେ ଏହି ଭୂକମ୍ପ ଝଟ୍‌କାରେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇନାହାନ୍ତି  । ଏଇ ସପ୍ତାହକ ମଧ୍ୟରେ ଦିଲ୍ଲୀବାସୀ ୨ ଥର ଭୂକମ୍ପ ଝଟ୍‌କା ଅନୁଭବ କଲେଣି  । ଗତ ୧୭ ତାରିଖରେ ଦିଲ୍ଲୀ-ଏନ୍‌ସିଆର୍‌ର କିଛି ସ୍ଥାନରେ ଭୂମିକମ୍ପ ହୋଇଥିଲା । ତେବେ ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୨ ରହିଥିଲା  ।

ଏଥିସହିତ ପଢ଼ନ୍ତୁ: ଭାରତର ରହସ୍ୟମୟୀ ଘାଟି, ଯାହାକୁ କୁହାଯାଏ ଦ୍ୱିତୀୟ ବରମୁଡା ଟ୍ରାଏଙ୍ଗଲ

 

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର: ସ୍ୱାମୀକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ରାୟଗଡ଼ା: ଗୁଣୁପୁର ଥାନା ବନ୍ଧୁଗୁଡ଼ାର ଏକ କୂଅରୁ ମହିଳାଙ୍କ ଶବ ଉଦ୍ଧାର । ମୃତ ମହିଳା ହେଲେ ଗାଁର ଲକ୍ଷ୍ମୀ ଶବର । ପୋଲିସ ପହଞ୍ଚି ଅଗ୍ନିଶମ ବାହିନୀ ସହାୟତାରେ ଶବ ଉଦ୍ଧାର କରିଛି । ଘଟଣାରେ ମୃତ ମହିଳା ସ୍ବାମୀଙ୍କୁ ଅଟକ ରଖିଛି ପୋଲିସ । ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି ଏଯାଏ  ସ୍ପଷ୍ଟ ହୋଇନି । ତେବେ ମୃତଦେହର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ, ତାଙ୍କୁ ହତ୍ୟା ପରେ କୂଅରେ ପିଙ୍ଗି ଦିଆଯାଇଥିବା ପୋଲିସ ଅନୁମାନ କରୁଛି  ।

ଏଥିସହିତ ପଢ଼ନ୍ତୁ: ପରୀ ହତ୍ୟାକାଣ୍ଡରେ ସୌମ୍ୟଙ୍କ ପଲିଟିକ୍ସ, ମାଇଲେଜ୍‌ ନେବାକୁ କରୁଥିଲେ ଗୁଜବ ପ୍ରଚାର

 

ନନ୍ଦିଘୋଷ ଟିଭି ସାମ୍ୱାଦିକଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୋଲିସ

ଭୁବନେଶ୍ୱର: ରାଜନୈତିକ ଅସହିଷ୍ଣୁତାରୁ ହିଂସା । ‘ପରୀ’ ହତ୍ୟାକାଣ୍ଡର ସତ ଦେଖି ବିଜେପି ଉଗ୍ରମୁଖା ।  ଗଣମାଧ୍ୟମର କଣ୍ଠରୋଧ କରିବାକୁ ବିଜେପିର ଅପପ୍ରୟାସ। ‘ପରୀ’ ପଲିଟିକ୍ସରେ ବ୍ରେକ ଲାଗିବା ପରେ ହତାଶ ହୋଇପଡିଛି ବିଜେପି। ଯଦୁପୁରରେ ବିଜେପି କର୍ମୀଙ୍କ ଗୁଣ୍ଡାରାଜକୁ ନିନ୍ଦା କରିଛି ଓଡିଶା। ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ବିଜେପି କର୍ମୀଙ୍କ ଆକ୍ରମଣ ଘଟଣାରେ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରିଛି ସଦର ଥାନା ପୋଲିସ। ଅଟକ ଦୁଇ ଅଭିଯୁକ୍ତ ଦୀପକ ଦଳବେହେରା ଓ ବାଦଲ ରାଉତ ସୂଚନା । ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ବିଜେପି ପଦଯାତ୍ରାରେ ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ବୀରାଜ ହରିଚନ୍ଦନ ଥିଲେ। ସେମାନଙ୍କ ସାମ୍ନାରେ ହିଁ ବିଜେପି କର୍ମୀ ଗୁଣ୍ଡାଗିରି କରିବାକୁ ସାହସ ପାଇଛନ୍ତି। ଏଠି ପ୍ରଶ୍ନ ଉଠୁଛି କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବିଜେପି ନିଜକୁ କଣ ଦର୍ଶେଇବାକୁ ଚାହୁଁଛି? ପରୀ ସତ ପଦାକୁ ଆସିବା ପରେ ବିଜେପି କାହିଁକି ରକ୍ତମୁଖା ହୋଇପଡିଛି? କଣ ବିଜେପି ନିଜ ଇଚ୍ଛାରେ ତଦନ୍ତ ଚାହୁଁଥିଲା? ବିଜେପିର ଏଭଳି ହୀନ ମାନସିକତାକୁ ଚାରିଆଡୁ ନିନ୍ଦା କରାଯାଇଛି। ବିଜେପିର ବିନାଶ କାଳେ ବିପରୀତ ବୁଦ୍ଧି ବୋଲି ବରିଷ୍ଠ ସାମ୍ବାଦିକ ମାନେ କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ସାମ୍ବାଦିକଙ୍କୁ ଆକ୍ରମଣ, ପରୀ ହତ୍ୟାକାଣ୍ଡର ରିପୋର୍ଟିଂ ବେଳେ ଆକ୍ରମଣ କଲେ ବିଜେପି କର୍ମୀ

 

ବଡ଼ଦିନ ଅବସରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ସମେତ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ବଡ଼ଦିନ । ଗତକାଲି ମଧ୍ୟରାତ୍ରୀରେ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ଯୀଶୁ। କରୋନା କଟକଣା ପାଇଁ ଚଳିତ ବର୍ଷ ଫିକା ପଡିଛି ବଡ଼ଦିନ । ଚର୍ଚ୍ଚରେ ନାହିଁ ଖଚାଖଚ୍ ଭିଡ଼ । କି ରାସ୍ତାଘାଟରେ ନାହିଁ ଗହଳି ।  କରୋନା ପାଇଁ ଏଥର ଚର୍ଚ୍ଚରେ ଏକାଠି ହେବେନି ଖ୍ରୀଷ୍ଟଧର୍ମାମ୍ବଲମ୍ବୀ  । କିନ୍ତୁ ଘରେ ପାଳୁଛନ୍ତି ଖ୍ରୀଷ୍ଟମାସ୍  ।

ଏହି ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସେ ଲେଖିଛନ୍ତି, ଏହି ଖୁସିର ପର୍ବରେ ଆପଣ ଜୀବନରେ ସୁଖ ଓ ଶାନ୍ତି ଭରିଯାଉ । ଏଥିସହିତ ସମୃଦ୍ଧ ଓଡ଼ିଶା ଗଠନରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ।

ରାଜ୍ୟରେ କୋଭିଡ ପରିସ୍ଥିତିରେ ଅନେକ ପରିମାଣରେ ଉନ୍ନତି ଆସିଲେ ମଧ୍ୟ ସତର୍କ ନ ରହିଲେ ବିପଦ ବଢ଼ିବାର ଆଶଙ୍କା  ରହିଛି । ତେଣୁ କୋଭିଡ ନିୟମାବଳୀ ଅନୁପାଳନ ସହିତ ସମସ୍ତ କାର୍ଯ୍ୟକ୍ରମ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ଅପରପକ୍ଷରେ ରାଜ୍ୟପାଳ ମଧ୍ୟ ବଡ଼ଦିନ ଅବସରରେ ଖ୍ରୀଷ୍ଟଧର୍ମାବଲମ୍ୱୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସେହିଭଳି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମଧ୍ୟ ବଡ଼ଦିନ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । କୋଭିଡ କଟକଣା ମଧ୍ୟରେ ପ୍ରଭୁ ଯୀଶୁଙ୍କ ଧରାବତରଣକୁ ଆନନ୍ଦ ଉଲ୍ଲାସରେ ପାଳନ କରିବାକୁ ନିବେଦନ କରିଛନ୍ତି ଶ୍ରୀ ଦାସ ।

୨୨ ରାଜ୍ୟରେ ଚାଲିଛି ‘କୋଭାକ୍ସିନ୍’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ: ସାରା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଥିବା କହିଲା ଆଇସିଏମ୍‌ଆର

ନୂଆଦିଲ୍ଲୀ: ସରା ବିଶ୍ୱର ଧ୍ୟାନ ଆକର୍ଷଣ କରିପାରିଛି ସ୍ୱଦେଶୀ ଟିକା କୋଭାକ୍ସିନ୍ । ଭାରତ ବାୟୋଟେକ୍ କମ୍ପାନୀର ଏହି ଟିକା କୋଭିଡ ମୁକାବିଲା ଦିଗରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ନିଜ ନୂଆ ଟ୍ୱିଟରେ ଏ ନେଇ ସୂଚିତ କରିଛି । ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଫଳାଫଳ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ନେଇ ରାସ୍ତା ପ୍ରଶସ୍ତ କରିଛି । ଏବେ ଭାରତର ପ୍ରାୟ ୨୨ ଟି ଜିଲ୍ଲାରେ କରୋନା ଟିକାର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଜାରି ରହିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ ରିସର୍ଚ୍ଚ ଏବଂ ଭାରତ ବାୟୋଟେକ୍‌ର ମିଳିତ ସହଭାଗିତାରେ ଏହି ଟିକା ବିକଶିତ କରାଯାଉଛି ଏ ନେଇ ନୂଆଦିଲ୍ଲୀ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

ଏଥିସହିତ ପଢ଼ନ୍ତୁ: ଭାରତର ରହସ୍ୟମୟୀ ଘାଟି, ଯାହାକୁ କୁହାଯାଏ ଦ୍ୱିତୀୟ ବରମୁଡା ଟ୍ରାଏଙ୍ଗଲ

ଅପରପକ୍ଷରେ ଆସନ୍ତା ସପ୍ତାହରେ ଆଷ୍ଟ୍ରାଜେନିକା ଟିକାକୁ ଭାରତରେ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିପାରେ । ସୂଚନା ମୁତାବକ ଭାରତରେ ଆଷ୍ଟ୍ରାଜେନିକା ଟିକା ପ୍ରସ୍ତୁତିକାରୀ ଫାର୍ମା କମ୍ପାନୀ ପକ୍ଷରୁ ଅତିରିକ୍ତ ତଥ୍ୟ ଦାଖଲ କରାଯିବା ପରେ ଏ ନେଇ ସମ୍ଭାବନା ଦେଖାଦେଇଛି । ଟିକା ପ୍ରସ୍ତୁତକାରୀ ଏହି ବ୍ରିଟିସ୍ ଫାର୍ମା କମ୍ପାନୀକୁ ପ୍ରଥମ କରି ଭାରତରେ ଜରୁରିକାଳୀନ ଅନୁମତି ମିଳିବ ବୋଲି ଆଶା ପ୍ରକଟ କରାଯାଇଛି । ତେବେ ଏହାଛଡ଼ା ଫାଇଜର ଭାକ୍ସିନ ଓ ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା ଟିକାକୁ କରୁରିକାଳୀନ ଅନୁମତି ଦେବା ଲାଗି ଭାରତ ସରକାର ଚିନ୍ତା କରୁଛନ୍ତି ।  ତେବେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପରେ ଏହି ଟିକାକୁ ମଧ୍ୟ ଭାରତରେ ବ୍ୟବହାର ନେଇ ଅନୁମତି ମିଳିପାରେ ।