ଏମିତି କିଛି ଦେଶ, ଯେଉଁଠି ନାଗରିକ ଦିଅନ୍ତି ନାହିଁ ଆୟ କର

1 min read

୨୦୨୧-୨୨ ପାଇଁ କେଦ୍ର ବଜେଟ ଆସି ସାରିଛି। ଏହି ବଜେଟ୍ ଚାକିରିଆଙ୍କ ପାଇଁ ଆଣିଛି ନିରାଶା। ସେମାନଙ୍କ ଆଶା ଥିଲା ଆୟକର ସ୍ଲାବ୍ ବଦଳିବ। ଆୟକରରେ ରିହାତି ମିଳିବ। କିନ୍ତୁ ସେମିତି କିଛି ବି ହୋଇ ନାହିଁ। ତେବେ ଆପଣ ଜାଣନ୍ତି କି ଏମିତି କିଛି ଦେଶ ଅଛି ଯେଉଁଠି ଲୋକମାନେ ଆୟ କର ଦିଅନ୍ତି ନାହିଁ।

ସାଉଦି ଆରବ: ପେଟ୍ରୋ ଡଲାରକୁ ନେଇ ଧନୀ ସାଉଦି ଆରବ ନିଜ ନାଗରିକଙ୍କଠାରୁ କୌଣସି ଟ୍ୟାକ୍ସ ଆଦୟ କରେନାହିଁ କିନ୍ତୁ ଜୈବ ଇନ୍ଧନରୁ ଗ୍ରୀନ ଏନର୍ଜୀ ଆଡକୁ ପୃଥିବୀ ଯାଉଛି ଏମିତିରେ ସାଉଦି ଆରବ ଜାଣି ସାରିଲାଣି ଆଗକୁ ପେଟ୍ରୋ ଡଲାର ଆସିବା କମିବ ତେଣୁ ସାଉଦି ସରକାର ଆୟକର ଲାଗୁ କରିବାକୁ ଚିନ୍ତା କରୁଛନ୍ତି ଅବଶ୍ୟ ଏବେ ସେଠାରେ ନୋ ଇନକମ ଟ୍ୟାକ୍ସ

କତର: କତର ବି ଏଇଭଳି ଏକ ଦେଶ ଯେଉଁଠି ଟ୍ୟାକ୍ସ ନିଆଯାଏ ନାହିଁ । ତେଲ ଉତ୍ପାଦନ କରୁଥିବା ଏହି ଦେଶବି ବେଶ ଧନା । କିନ୍ତୁ ଏହା ନିଜ ନାଗରିକଙ୍କଠୁ କର ନିଏ ନାହିଁ। ତେଲରୁ ମିଳୁଥିବା ରାଜସ୍ୱରୁ ହିଁ ଦେଶର ବ୍ୟବସ୍ଥା ଚାଲିଥାଏ।

କ୍ୱେତ୍: ବିଶ୍ୱର ପ୍ରାୟ ୬ ପ୍ରତିଶତ ପେଟ୍ରୋଲିୟମ ଉତ୍ପାଦ ଏହି ଦେଶରେ ଗଚ୍ଛିତ ରହିଛି। ଏଠାକାର ସରକାରଙ୍କ ପ୍ରାୟ ୯୦ ଭାଗ ରାଜସ୍ୱ ତେଲରୁ ମିଳିଯାଇଥାଏ। ଫଳରେ ଏଠାରେ ଲୋକଙ୍କଠାରୁ ଭାଟ୍‌ କିମ୍ବା ଆୟକର ଆଦାୟ କରାଯାଇ ନଥାଏ। ସେହିଭଳି କମ୍ପାନି ଗୁଡ଼ିକ ମଧ୍ୟ ସେମାନଙ୍କ ଲାଭ ଉପରେ ଟିକସ ଦିଅନ୍ତିନାହିଁ। କିନ୍ତୁ ବିଦେଶୀ କମ୍ପାନିଙ୍କଠାରୁ ୧୫ ପ୍ରତିଶତ ହାରରେ ଦେଶ ଟିକସ ଆଦାୟ କରେ।

ଓମାନ୍‌: କୁଏତ୍‌ ଭଳି ଅନ୍ୟ ଏକ ତୈଳ ସମୃଦ୍ଧ ଦେଶ ହେଲା ଓମାନ୍‌। ଏଠାରେ ଲୋକଙ୍କଠାରୁ ଆୟକର ଆଦାୟ କରାଯାଇ ନଥାଏ। କିନ୍ତୁ ବ୍ୟବସାୟିକ କାର୍ଯ୍ୟକଳାପ ଉପରେ ୧୫ ପ୍ରତିଶତ ଟିକସ ଲାଗୁ ହୋଇଥାଏ। କିନ୍ତୁ ତେଲ ବିକ୍ରି କରୁଥିବା କମ୍ପାନି ଗୁଡ଼ିକ ୫୫ ପ୍ରତିଶତ ହାରରେ ଟିକସ ଦେଇଥାନ୍ତି। ତେବେ ଛୋଟ କମ୍ପାନିଙ୍କଠାରୁ ୩ ପ୍ରତିଶତ ହାରରେ ଟିକସ ଆଦାୟ କରାଯାଇଥାଏ।

ବ୍ରୁନେଇ: ବ୍ରୁନେଇରେ ବି ଲୋକମାନେ ଆୟମୁକ୍ତ ଜୀବନ ବିତାନ୍ତି। ଏଠାରେ ଏପ୍ଲଇ ଟ୍ରଷ୍ଟ ଫଣ୍ଡ ଓ ସପ୍ଲିମେଣ୍ଟ କଣ୍ଟ୍ରିବ୍ୟୁଟରୀ ପେନଶନ୍ ସ୍କିମ୍ ବ୍ୟବସ୍ଥା ରହିଛି। ଯାହାର ପଇସା ନାଗରିକଙ୍କୁ ହିଁ ମିଳିଯାଏ।

ୟୁଏଇ ବା ୟୁନାଇଟେଡ୍ ଆରବ ଏମିରେଟ୍ସ: ୟୁଏଇ‌ରେ ଲୋକଙ୍କଠାରୁ ଆୟକର ଆଦାୟ କରାଯାଏ ନାହିଁ। ଏଠାରେ କେବଳ ବିଦେଶୀ ବ୍ୟାଙ୍କ ଓ ବିଦେଶୀ ତୌଳ କମ୍ପାନୀ ଉପରେ ସାମାନ୍ୟ ବିଜନେସ୍ ଟିକସ ଆଦାୟ କରାଯାଏ।

ବାହାରିନ୍‌: ମଧ୍ୟପ୍ରାଚ୍ୟର ଏହି ଦେଶରେ ଲୋକଙ୍କୁ ଆୟକର କିମ୍ବା କମ୍ପାନିଙ୍କୁ କର୍ପୋରେଟ ଟିକସ ଦେବାକୁ ପଡ଼ି ନଥାଏ। ତେବେ ଏଠାରେ କମ୍ପାନୀକୁ  ନିଜ କର୍ମଚାରୀଙ୍କ ପାଇଁ ୧୨ ପ୍ରତିଶତ ସାମାଜୀକ ବୀମା ଟିକସ ଦେବାକୁ ପଡ଼ିଥାଏ।

ମୋନାକୋ: ୟୁରୋପୀୟ ଦେଶ ମୋନାକୋର ଲୋକଙ୍କୁ ମଧ୍ୟ ଆୟକର ଦେବାକୁ ପଡ଼େ ନାହିଁ। ଫ୍ରେଞ୍ଚ ଭାଷା କହୁଥିବା ଏହି ଦେଶର ଲୋକମାନେ ଏତେ ଧନୀ ଯେ ସେମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ପାଇଁ କାର କିମ୍ବା ଅନ୍ୟ କୌଣସି ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର ପରିବର୍ତ୍ତେ ହେଲିକପ୍ଟରରେ ଯାଆନ୍ତି। ସବୁଠାରୁ ରୋଚକ କଥା ହେଉଛି ଯେ, ଏତେ ଧନୀ ଲୋକମାନେ ଥାଇ ମଧ୍ୟ ଏଠାରେ ଥିବା ଲୋକମାନଙ୍କୁ ଆୟକରରୁ ମୁକ୍ତ କରାଯାଇଛି।

 

Leave a Reply