୪ ମେ’ରୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା, କେନ୍ଦ୍ରମନ୍ତ୍ରୀ ଦେଲେ ଭିଡିଓ ବାର୍ତ୍ତ.. ଦେଖନ୍ତୁ

2 min read
CBSE EXAM

ନୂଆଦିଲ୍ଲୀ: ୪ ମେ’ରୁ ସବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ । ଏନେଇ ଖୋଦ୍‌ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ଏହାସହ ସେ ସବୁ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେ ଏକ ଭିଡିଓ ପୋଷ୍ଟ କରି ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷାର ସବିଶେଷ ସୂଚନା ଦେଇଛନ୍ତି । ପରୀକ୍ଷାକୁ ସୁପରିଚାଳନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ସେ ଭିଡିଓରେ ଛାତ୍ରଛାତ୍ରୀଙ୍କୁ ବାର୍ତ୍ତା ଦେଇଛନ୍ତି ଯେ, କେହି ନିଜକୁ ଚାପଗ୍ରସ୍ତ ହୁଅନ୍ତୁ ନାହିଁ । ମସ୍ତିଷ୍କ ଥଣ୍ଡା ରଖି ପାଠ ପଢ଼ନ୍ତୁ । ଲକ୍‌ଡାଉନ୍‌ ସମରେ ଶିକ୍ଷକମାନେ ଅନ୍‌ଲାଇନ୍‌ ଜରିଆରେ ଭଲ ଚେଷ୍ଟା କରିଛନ୍ତି । ତେଣୁ କରୋନାକୁ ଯେଭଳି ସବୁ ଭାରତୀୟ ଅତି ସାହସର ସହ ମୁକାବିଲା କଲେ, ଠିକ୍‌ ସେମିତି ଛାତ୍ରଛାତ୍ରୀ ମଧ୍ୟ ପରୀକ୍ଷାକୁ ନଡରି ଥଣ୍ଡା ମସ୍ତିଷ୍କରେ ପରୀକ୍ଷା ଦେବେ । ଆଉ ଭଲ ରେଜଲ୍ଟ କରିବେ ବୋଲି ଆଶା ରହିଛି ।

ଏହା ପୂର୍ବରୁ ମଙ୍ଗଳବାର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ମନ୍ତ୍ରୀ ଟ୍ୱିଟ୍‌ ଯୋଗେ ଘୋଷଣା କରିଥିଲେ । ସେ କହିଛନ୍ତି ଯେ, ଜାତୀୟ ଟେଷ୍ଟିଂ ଏଜେନ୍ସି ଜୁନିର ରିସର୍ଚ୍ଚ ଫେଲୋସିପ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ହେଉଥିବା ଏହି ପରୀକ୍ଷା ଚଳିତ ବର୍ଷ ମେ’ ମାସରେ ଆୟୋଜିତ ହେବ ।

ପରୀକ୍ଷା ଗୁଡ଼ିକ;- ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଓ ୧୭ ମେ’ ୨୦୨୧ ତାରିଖରେ ଆୟୋଜିତ ହେବ । ଏହାସହ ସେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଉଜ୍ଜଳ ଭବିଷ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଦୁଇ ଫେବ୍ରୁଆରୀରୁ ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨ ବୋଲି ଘୋଷଣା କରାଯାଇଛି ।

ସମସ୍ତ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯିବ । ଗୋଟିଏ ସିଫ୍ଟ ସକାଳ ୯-୧୨ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ରୁ ସନ୍ଧ୍ୟା ୬ । ପରୀକ୍ଷାର ମାଟ ସମୟ ୩ ଘଣ୍ଟା । ଆବେଦନ କରିବା ପାଇଁ ଫସ୍‌ ୩ ତାରିଖ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି ।

Leave a Reply