ପ୍ରତିଶୃତି ପାଲଟୁଛି ପାଣିର ଗାର, ଦାବି ସତ୍ବେ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା

ରାଉରକେଲା: ବାରମ୍ବାର ଦାବି ସତ୍ବେ ରାଉରକେଲା ବିମାନଘାଟିରୁ ଦୈନିକ ଆରମ୍ଭ ହୋଇପାରିନାହିଁ ବିମାନ ସେବା। ଗତ ତିନି ବର୍ଷ ହେଲା ଉଡାନ ଯୋଜନା ଆରମ୍ଭ ହେବ ବୋଲି ବାରମ୍ବାର ପ୍ରତିଶୃତି ଦିଆଯାଉଛି। ହେଲେ ଆଜି ପର୍ଯ୍ୟନ୍ତ ବିମାନ ଚଳାଚଳ ଆରମ୍ଭ ହେଉନଥିବାରୁ ରାଉରକେଲା ସହରବାସୀଙ୍କ ମଧ୍ୟରେ ଅସନ୍ତୋସ ବୃଦ୍ଧି ପାଇବାରେ ଲାଗିଛି। ରାଉରକେଲା ସହରରୁ ଦିଲ୍ଲୀ, ମୁମ୍ବାଇ, ରାୟପୁର, କୋଲକାତା ଓ ଭୁବନେଶ୍ବର ସହିତ ଅନ୍ୟ କିଛି ପ୍ରମୁଖ ସହରକୁ ଦୈନିକ ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ରାଉରକେଲା ସହରବାସୀ ଦୀର୍ଘ ବର୍ଷ ହେଲା ଦାବି କରି ଆସୁଛନ୍ତି। ଅନ୍ୟପକ୍ଷରେ ଉଡାନ ଯୋଜନା ବିଳମ୍ବ ହେଉଥିବାରୁ ରାଜ୍ୟ ସରକାର ରାଉରକେଲା ସହରରେ ନିଜସ୍ବ ଉଦ୍ୟମରେ ଏକ ନୁତନ ଆନ୍ତର୍ଜାତୀୟ ବିମାନ ବନ୍ଦର ନିର୍ମାଣ କରିବା ପାଇଁ ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଦାବି ହୋଇଛି। ସେପଟେ ରାଉରକେଲା ବିମାନ ଚଳାଚଳ ଆରମ୍ଭ କରିବା ପାଇଁ ବିମାନଘାଟିର ରନୱେ ୬ଶହ ମିଟର ବୃଦ୍ଧି କରାଯିବା ପରେ ବିମାନ ଚଳାଚଳ ଆରମ୍ଭ କରାଯିବ ବୋଲି ରାଉରକେଲା ଇସ୍ପାତ କାରଖାନା ଅଫିସର ସୂଚନା ଦେଇଛନ୍ତି।

Leave a Reply