spot_img
Home Blog Page 6192

ଇଚ୍ଛାଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ, ୬୪ ବର୍ଷ ବୟସରେ ଡାକ୍ତରୀ ପଢ଼ା ପାଇଁ ଲେଖାଇଲେ ନାଁ

0

ବରଗଡ଼: ଇଚ୍ଛା ଶକ୍ତି ଆଗରେ ହାରମାନେ ସବୁ ବାଧାବିଘ୍ନ । ମନୋବଳ ସୁଦୃଢ ଥିଲେ ମାନେ ରଖେନି ଆର୍ଥିକ ସମସ୍ୟା କି ବୟସ । ଏହାକୁ ସତ ପ୍ରମାଣିତ କରି ଉଦାହରଣ ସୃଷ୍ଟି କରିଛନ୍ତି ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଜୟକିଶୋର ପ୍ରଧାନ । ୬୪ ବର୍ଷ ବୟସରେ ସେ ଏମବିବିଏସ୍ ପାଇଁ ନାମ ଲେଖାଇଛନ୍ତି । ଜୟକିଶୋର ଏବେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର । ଗତବର୍ଷ ସେ ନିଟ୍ ପରୀକ୍ଷାରେ ପାସ କରିବା ପରେ ବୁର୍ଲା ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ପିଲାଟି ଦିନରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ ଯାହା ଏବେ ପୂରଣ ହୋଇଛି ।

ଜୟ କିଶୋର ଯୁକ୍ତ ଦୁଇ ପଢ଼ିଲା ପରେ ଡାକ୍ତରୀ ପାଇଁ ପରୀକ୍ଷା ଦେଇ ବିଫଳ ହୋଇଥିଲେ । ପରେ ବିଏସସି ପାସ କରି ବ୍ୟାଙ୍କରେ ଫିଲଡ ଅଫିସର ଭାବେ କାମ କଲେ । ୨୦୧୬ ମସିହାରେ ଚାକିରିରୁ ଅବସର ନେଇଛନ୍ତି ଜୟ କିଶୋର । ଝିଅ ଜ୍ୟୋତି ପ୍ରଭା ପ୍ରଧାନ ଡାକ୍ତରୀ ବିଡିଏସ ଦ୍ଵିତୀୟ ବର୍ଷରେ ବିଳାସପୁରରେ ପାଠ ପଢ଼ୁଥିବା ବେଲେ ତାଙ୍କ ସ୍ତ୍ରୀ ମଧ୍ୟ ଫର୍ମାସୀରେ ଶିକ୍ଷାଲାଭ କରିଛନ୍ତି ।  ଜୟକିଶୋରଙ୍କ ଏହି ସଫଳତା ଅନେକଙ୍କୁ ପ୍ରେରଣା ଦେଉଥିବା ବେଳେ ବରଗଡ଼ ଜିଲ୍ଳା ତଥା ଅତାବିରା ଅଞ୍ଚଳ ପାଇଁ ଗର୍ବ ପାଲଟିଛନ୍ତି  ।

ଆପଣ ଅନେକ ସଫଳତାର କାହାଣୀ ଖବର ମାଧ୍ୟମରେ ଜାଣିଥିବେ । କିନ୍ତୁ ୬୪ ବର୍ଷୀୟ ଅବସର ପ୍ରାପ୍ତ ବ୍ୟାଙ୍କ ଅଧିକାରୀ ନିଜ ଦୃଢ ଇଚ୍ଛା ବଳରେ ନିଟ କ୍ଲିଅର କରି ଡାକ୍ତରୀ ପଢିବାର ସୁଯୋଗ ପାଇବା ଏକ ବିରଳ ଉଦାହରଣ ।

ମିଶନ ଶକ୍ତି ମହିଳାଙ୍କୁ କରାଇଛି ରୋଜଗାରକ୍ଷମ, ଛତୁ ଚାଷ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ

ଯାଜପୁର: ଛତୁ ଚାଷ ମହିଳାଙ୍କୁ କରିଛି ସ୍ୱାବଲମ୍ବୀ । ମିଶନ ଶକ୍ତି ମାଧ୍ୟମରେ ତାଲିମ ନେଇ ନିଜେ ଛତୁ ଚାଷ କରିବା ସହିତ ଅନ୍ୟମାନଙ୍କୁ ତାଲିମ ଦେଉଛନ୍ତି ସୌଦାମିନି ସାହୁ । ଏଥିପାଇଁ ନାବାର୍ଡ ଓ ଜିଲ୍ଲାପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ଜଣେ ସଫଳ ଛତୁ ଚାଷୀ ଭାବେ ସ୍ଥାନୀୟ ଅଞ୍ଚଳରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଯାଜପୁର ଜିଲ୍ଲା କୋରେଇ ବ୍ଲକ୍ ନାଇଡିପୁରର ସୌଦାମିନୀ ସାହୁ । ନିଜର ଅସୀମ ଇଚ୍ଛାଶକ୍ତି ତାଙ୍କୁ ଆଜି ଜଣେ ସଫଳ ଛତୁ ଚାଷୀର ପରିଚୟ ପ୍ରଦାନ କରିଛି । ପରିବାର ଆର୍ଥିକ ସ୍ଥିତି ସୁଧାରିବାକୁ ଯାଇ ସୌଦାମିନି ପ୍ରଥମେ ଛତୁ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ । ପରେ ମିଶନ ଶକ୍ତି ମାଧ୍ୟମରେ ତାଲିମ ନେଇ ଛତୁ ଚାଷ କରୁଛନ୍ତି । ତାଙ୍କ ଉତ୍ପାଦିତ ଛତୁ ଜିଲ୍ଲା ତଥା ଜିଲ୍ଲା ବାହାରେ ବେଶ ଚାହିଦା ରହିଥିବା ବେଳେ ବିକ୍ରି କରି ଭଲ ଦିପଇସା ରୋଜଗାର କରୁଛନ୍ତି ।

ଖାଲି ଏତିକି ନୁହେଁ ଛତୁ ଚାଷ ପାଇଁ ସ୍ଥାନୀୟ ମହିଳାଙ୍କୁ ମଧ୍ୟ ତାଲିମ ଦେଉଛନ୍ତି ସୌଦାମିନୀ । ଖମଣ, ବୟୁଣ୍ଡାଇ, ଜହ୍ନା, ଧନେଶ୍ୱର ଓ ମୁକୁନ୍ଦପୁର ଆଦି ୭ଟି ପଞ୍ଚାୟତର ୩୦ରୁ ଉର୍ଦ୍ଧ୍ୱ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ତାଲିମ ନେଇ ସ୍ୱାବଲମ୍ବୀ ହେଉଛନ୍ତି । ଏଥିପାଇଁ ୨୦୧୯ରେ ନାବାର୍ଡ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ପୁରସ୍କୃତ କରାଯାଇଛି ।

ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତି ପାଇଲେ ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି

ଭୁବନେଶ୍ୱର: ଓଡ଼ିଶା କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର। ଭାରତ ତଥା ଓଡ଼ିଶାର ପୂର୍ବତନ ପେସ୍ ବୋଲର ଦେବାଶିଷ ମହାନ୍ତି ବିସିସିଆଇ ଚୟନ କମିଟିର ସଦସ୍ୟ ଭାବେ ନିଯୁକ୍ତ ହୋଇଛନ୍ତି । ଆଗାମୀ ଦିନରେ ପ୍ରଦର୍ଶନ ଅନୁସାରେ ଟିମ ଚୟନ ହେବ ବୋଲି ଦେବାଶିଷ କହିଛନ୍ତି । କେବଳ କିଛି ରାଜ୍ୟ ନୁହେଁ ସାରା ଦେଶରୁ ପ୍ରଦର୍ଶନ ଅନୁଯାୟୀ ଦଳ ଚୟନ ହେବା ନେଇ ସେ କହିଛନ୍ତି ।

ଓଡ଼ିଶାରେ ଅନେକ ଭଲ ଖେଳାଳି ଅଛନ୍ତି , ବର୍ତ୍ତମାନ ରାଜେଶ ମହାନ୍ତି ଓ ଶୁଭ୍ରାଂଶୁ ସେନାପତି ଭଲ ଖେଳୁଛନ୍ତି, ଏହି ଦୁଇଜଣଙ୍କ ଉପରେ ନଜର ରହିବ ବୋଲି ଦେବାଶିଷ କହିଛନ୍ତି ।  ଓଡ଼ିଶା କ୍ରିକେଟର୍‌ଙ୍କ ପାଇଁ ନୂଆ ସମ୍ଭାବନା ରହିଛି, ଯଦି ଜଣେ ଭଲ ଖେଳିବ ତେବେ ତାଙ୍କ ପାଇଁ ସୁଯୋଗ ଅଛି  ।  ଦେବାଶିଷ ମହାନ୍ତିଙ୍କୁ ବରିଷ୍ଠ ଚୟନକର୍ତ୍ତା ଭାବେ ନୂଆ ଦାୟିତ୍ବ ମିଳିଥିବାରୁ ତାଙ୍କୁ ଏବେ ପ୍ରଶ˚ସାର ସୁଅ ଛୁଟୁଛି।  ଆଗାମୀ ଦିନରେ ଭଲ ଟିମ ଗଠନ କରିବା ତାଙ୍କର ମୁଖ ଲକ୍ଷ୍ୟ ରହିବ ବୋଲି ଦେବାଶିଷ କହିଛନ୍ତି।….

ଟାଉନ ଭିତରେ ଶହ ଶହ ସଂଖ୍ୟାରେ ହେଉଛି ବସ ଚଳାଚଳ, ହେଲେ ସରିପାରୁନି ନୂଆ ବସ ଟର୍ମିନାଲ କାମ

ବଲାଙ୍ଗିର: ବଲାଙ୍ଗିର ଟାଉନରେ ଉତ୍କଟ ଟ୍ରାଫିକ୍ ସମସ୍ୟା । ଦିନକୁ ଦିନ ଗାଡି ମଟର ବଢୁଥିବାରୁ ସହରରେ ଟ୍ରାଫିକ୍ ସମସ୍ୟା ଉତ୍କଟ ରୂପ ଧାରଣ କରିଛି । ସହର ଭିତରେ ବସ୍ ପ୍ରବେଶ ଯୋଗୁଁ ବଢୁଛି ଦୁର୍ଘଟଣା । ଟାଉନ ଭିତରେ ଶହ ଶହ ସଂଖ୍ୟାରେ ବସ ଚଳାଚଳ ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଅନ୍ୟପେଟ ବଲାଙ୍ଗିରରେ ନୂତନ ବସ ଟର୍ମିନାଲ କାମ ଅଧାପନ୍ତରିଆ ହୋଇପଡ଼ିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଉଛି ବୋଲି ସହରବାସୀ ଅଭିଯୋଗ କରିଥିବା ବେଳେ କାମ ଶୀଘ୍ର ସରିବାକୁ ଦାବି କରିଛନ୍ତି ।

ରାଜ୍ୟର ପୁରାତନ ସହର ବାଲାଙ୍ଗିର, ବିକାଶ ପଥେ ଆଗେଇ ଚାଲିଥିବା ବେଳେ ଟାଉନରେ ଟ୍ରାଫିକ୍ ସମସ୍ୟା ମୁଣ୍ଡ ବ୍ୟଥାର କାରଣ ପଲିଟିଛି । ସହର ଭିତରେ ଦୈନିକ ଶହ ଶହ ସଂଖ୍ୟାରେ ବସ୍ ପ୍ରବେଶ ଯୋଗୁଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଛି । ଫଳରେ ଦୁର୍ଘଟଣା ଘଟିବା ସହ ସାଧାରଣ ଲୋକ ବହୁ ଆସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ଟାଉନ ଭିତରେ ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଅତ୍ୟାଧୁନିକ ବସ୍ ଟର୍ମିନାଲ ସହମତି ପ୍ରକାଶ ପାଇଛି । ଏଥି ପାଇଁ ୧୧ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ୧୮ ମାସ ଭିତରେ କାମ ସାରିବା ପାଇଁ ଧାର୍ଯ୍ୟ କରାଯାଇଥିଲା । ହେଲେ ଏହା ମଧ୍ୟରେ ଅଢେଇ ବର୍ଷ  ବିତିଯାଇଥିଲେ ମଧ୍ୟ ଠିକା ସଂସ୍ଥା ଅଧାକାମ ସାରିଛି । ସେପଟେ ବସ ଟର୍ମିନାଲ କାର୍ଯ୍ୟର ସମୀକ୍ଷା ସହ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଧା କାମ ସମ୍ପୂର୍ଣ୍ଣ ହେବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ।

ଖେତରେ ହସିଲା ମକା ଏବଂ ଆଖୁ ଚାଷ, ହେଲେ ଅଭାବୀ ବିକ୍ରି ଏବେ ଚାଷୀଙ୍କ ଆଖିରେ ଦେଉଛି ଲୁହ

ଧର୍ମଗଡ଼: ଚଳିତ ବର୍ଷ ଭଲ ମକା ଫସଲ ହୋଇଛି । ଭଲ ଦିପଇସା ରୋଜଗାର ମଧ୍ୟ ହେବ । ଏହି ଆଶା ନେଇ ଚାଷୀ ରହିଥିବା ବେଳେ ମକା ଅମଳକୁ ଦୁଇ ମାସ ବିତିଯାଇଛି । ହେଲେ ମଣ୍ଡି ବ୍ୟବସ୍ଥା ନଥିବାରୁ ଅମଳ ମକା ବିକ୍ରି ହେଇ ପାରୁନାହିଁ । ଫଳରେ କଷ୍ଟ ଉପାର୍ଜିତ ଫସଲ ଦଲାଲ ହାତକୁ ଟେକି ଦେଇ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଖାଲି ମକା ନୁହେଁ ଆଖୁରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି ।

ବାଡ଼ିରେ ସଢୁଛି ବର୍ଷକର ପରିଶ୍ରମ । ମଣ୍ଡି ନାହିଁ, ଅଭାବି ବିକ୍ରି ଶିକାର ମକା ଚାଷୀ । ସାଗ ମାଛ ଦରରେ ଦଲାଲଙ୍କୁ ଦେଉଛନ୍ତି ଫସଲ । ଚାଷୀ ବେହାଲ, ଦଲାଲ ମାଲାମାଲ । ଧାନ ପରେ ଅର୍ଥକାରୀ ଫସଲ ଭାବେ ମକାର ବେଶ ଚାହିଦା ରହିଥିବା ବେଳେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖଳିଗଡ଼ ଅଞ୍ଚଳରେ ଚଳିତ ବର୍ଷ ପ୍ରାୟ ୩୦୦ ହେକ୍ଟର ଜମିରେ ଚାଷ ହୋଇଛି । ତେବେ ମକା ଅମଳକୁ ଦୁଇ ମାସ ବିତିଯାଇଥିଲେ ମଧ୍ୟ ମଣ୍ଡି ବ୍ୟବସ୍ଥା ନଥିବାରୁ ଅଭାବି ବିକ୍ରିର ଶିକାର ହେଉଛନ୍ତି ଚାଷୀ । ଫଳରେ କ୍ବିଣ୍ଟାଲ ପିଛା ୧୮ ଟଙ୍କା ବଦଳରେ ୧୨ ଶହ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ସେହିଭଳି ଅର୍ଥକାରୀ ଫସଲ ଆଖୁ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କଳାହଣ୍ଡିର ଏକମାତ୍ର ଚିନିକଳ ବନ୍ଦ ହେବା ପରେ ଆଖୁ ବିକ୍ରି ଚାଷୀଙ୍କୁ ଚିନ୍ତାରେ ପକାଇ ଦେଇଛି । ବର୍ଷକର କଷ୍ଟ ଉପାର୍ଜିତ ଆଖୁକୁ ବଦଳ ସାହାର୍ଯ୍ୟ ପେଡି କିଲୋ ପିଛା ମାତ୍ର ୩୦ରୁ ୪୦ ଟଙ୍କାରେ ଛତିଶଗଡ଼ ବେପାରୀଙ୍କୁ ଟେକି ଦେଉଛନ୍ତି ।

କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ ତ କେତେବେଳେ ରୋଗ ପୋକ, ଚାଷୀଙ୍କ ମୁଣ୍ଡ ବନ୍ଧାର କାରଣ ପାଲଟିଥିବା ବେଳେ ଅମଳ ବେଳେ ଅଭାବି ବିକ୍ରି ଚାଷୀଙ୍କ ଚିନ୍ତା ବଢାଇଦେଉଛି । ତେବେ ଏଭଳି ସ୍ଥିତିରେ ପ୍ରଶାସନ ଚାଷୀ ପ୍ରତି ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ଚାଷୀଙ୍କୁ ମୋଦି ମନ୍ତ୍ର; ୯କୋଟି ଚାଷୀଙ୍କ ଖାତାକୁ ଯାଇଛି ୧୮ ହଜାର କୋଟି

0

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ, ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ଚାଷୀଙ୍କ ସହ ଭର୍ଚୁଆଲ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ୬ ରାଜ୍ୟର ଅଢ଼େଇ ହଜାର ଚାଷୀଙ୍କୁ ସମ୍ବାଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କିଶାନ ସମ୍ମାନ ନିଧି ଯୋଜନାରେ ୯କୋଟି ଚାଷୀଙ୍କ ବ୍ୟାଙ୍କ ଖାତାକୁ ୧୮ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ଭିସି ଜରିଆରେ ନୂତନ କୃଷି ଆଇନ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୋଦି । ସେହିପରି ଦିଲ୍ଲୀରେ ଆୟୋଜିତ ଚାଷୀ ସମାବେଶକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସମ୍ବାଧିତ କରିଛନ୍ତି । କୃଷକଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ବିରୋଧି କଂଗ୍ରେସ ଏବଂ ବାମ ଦଳକୁ ଟାର୍ଗେଟ କରିଛନ୍ତି । ଯେଉଁ ଦଳ ଗୁଡିକ ଦେଶବାସୀଙ୍କ ନିକଟରେ ସମର୍ଥନ ପାଇବାରେ ବିଫଳ ହୋଇଛନ୍ତି, ସେମାନେ ଆଜି କିଛି କୃଷକଙ୍କୁ ନେଇ କୃଷି ଆଇନ ବିରୋଧରେ ମିଥ୍ୟା ପ୍ରଚାର କରୁଛନ୍ତି ।

ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାରି ଭିତରେ ରାଜସ୍ଥାନ ଏବଂ ଜମ୍ମୁ କାଶ୍ମୀର ଭଳି ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମାପ୍ତ ହୋଇଛି । ଏହି ରାଜ୍ୟ ମାନଙ୍କରେ ଅଧିକାଂଶ କୃଷକ ହିଁ ମତ ପ୍ରକାଶ କରିଛନ୍ତି । ଏବଂ ମିଥ୍ୟା ପ୍ରଚାର କରୁଥିବା ଦଳ ମାନଙ୍କ ଠାରୁ ଦେଶର ଅନ୍ନଦାତା ମୁଁହ ଫେରାଇଛନ୍ତି  । ଚାଷୀଙ୍କ ଉତ୍ପାଦିତ ଧାନରୁ କେବେ ମଧ୍ୟ MSP ପ୍ରତ୍ୟାହୃତ ହେବ ନାହିଁ ବୋଲି କହିଛନ୍ତି ମୋଦି ।

ସେପଟେ କୃଷି ଆଇନ୍ ଆନ୍ଦୋଳନ ପ୍ରତ୍ୟାହାର ଦାବିରେ ଅଟଳ ଅନ୍ନଦାତା । ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନକୁ ପୁରିଛି ମାସେ । ୩୦ ଦିନ ହେଲା ଶୀତ, କାକରରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ଆଲୋଚନା ପାଇଁ ପୁଣି ଚାଷୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର । ଆଲୋଚନା ପାଇଁ ସମୟ ଧାର୍ଯ୍ୟ କରିବାକୁ ସରକାର କହିଛନ୍ତି। ସରକାର ସବୁ ବିବାଦରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କୃଷି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସପ୍ତାହକ ଭିତରେ କେନ୍ଦ୍ର ୨ ଥର ଚିଠି ଲେଖି ସାରିଥିଲେ ବି ସରକାରଙ୍କ ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆନ୍ଦୋଳନକାରୀ କୃଷକ ।

ନୂଆ ବର୍ଷରେ ଡ଼େରାସ ଡ୍ୟାମରେ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବ ବୋଟିଂ‌ ବ୍ୟବସ୍ଥା

ଭୁବନେଶ୍ୱର: ନୂତନ ବର୍ଷରେ ଡେରାସ ଡ୍ୟାମ୍‌ରେ ହେବ ବୋଟ୍‌ ବ୍ୟବସ୍ଥା । ପର୍ଯ୍ୟଟକଙ୍କୁ ଆକୃଷ୍ଠ କରୁଥିବା ଡେରାସ ଡ୍ୟାମ୍‌ରେ ୨୦ ଲକ୍ଷ ଟଙ୍କାର ଅଟକଳ ମୂଲ୍ୟରେ ହେବ ବୋଟିଂର ସୁବିଧା । ଏନେଇ ବନବିଭାଗ ପକ୍ଷରୁ ଯୋଜନା କେରାଯାଇଥିବା ବେଳେ ପ୍ରଥମ ଥର ବୋଟିଂ ବ୍ୟବସ୍ଥାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଦେଖା ଦେଇଛି ଉତ୍ସାହ  ।

ପର୍ଯ୍ୟଟକଙ୍କ ବଣ ଭୋଜି ପାଇଁ ବେସ ପରିଚିତ ଡେରାସ ଡ୍ୟାମ୍‌ । ପାହାଡ଼ ଜଙ୍ଗଲ ଘେରା ମଧ୍ୟରେ ଥିବା ଏହି ଡ୍ୟାମ୍‌ଟି ତାର ସୌନ୍ଦର୍ଯ୍ୟ ପାଇଁ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ  । ଏବଂ ଏହି ଡ୍ୟାମ୍‌ରେ କଟେଜର ବ୍ୟବସ୍ଥା ରହିଥିବା ବେଳେ ବଣ ଭୋଜିର ମଜା ନେଇଥାନ୍ତି ପର୍ଯ୍ୟଟକ  । ହେଲେ ପର୍ଯ୍ୟଟକଙ୍କ ପାଇଁ ନୂଆବର୍ଷରେ ବୋଟିଂର ସୁବିଧା କରିବାକୁ ଯାଇଛି ବନବିଭାଗ ।

ସେପଟେ ଡ୍ୟାମ୍‌ ଆଗରେ ଧାରଣାରେ ବସିଛନ୍ତି ଆଦିବାସୀ ମହିଳା । ଅଞ୍ଚଳରେ ବ୍ୟବସାୟୀଙ୍କ ଗୁଣ୍ଡାରାଜ୍‌କୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଆଣିଛନ୍ତି ଅଭିଯୋଗ । ମହିଳା ମାନଙ୍କ ଅଭିଯୋଗ ଅନୁଯାୟୀ ଡ୍ୟାମ୍‌କୁ ଆସୁଥିବା ପଯ୍ୟଟକଙ୍କ ଉପରେ ହେଉଛି ଦାଦାଗିରି । ପର୍ଯ୍ୟଟକଙ୍କୁ ହଇରାଣ କରାଯିବା ସହ ମାରପିଟ୍‌ ମଧ୍ୟ କରୁଛନ୍ତି ସ୍ଥାନୀୟ ଅଞ୍ଚଳର ବ୍ୟବସାୟୀ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ସତର୍କ; ନୂଆ ବର୍ଷରେ ଭୟଙ୍କର ରୂପ ନେବ ନୂଆ ଭାଇରସ୍

ନୂଆଦିଲ୍ଲୀ: ନୂଆ ବର୍ଷରେ ଭୟଙ୍କର ସ୍ଥିତି ଉପୁଯାଇପାରେ ନୂଆ ଭାଇରସ୍ । ମୂଳ ଭାଇରସଠାରୁ ୫୬ ପ୍ରତିଶତ ଅଧିକ ସଂକ୍ରମକ ସାଜିଛି ନୂଆ କରୋନା ଷ୍ଟ୍ରେନ୍ । ଏ ନେଇ ସତର୍କ କରାଇ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ତୁରନ୍ତ ଭ୍ୟାକସିନର ଉପଯୋଗ ଆରମ୍ଭ ନ କଲେ ମୃତ୍ୟୁହାର ବଢିବା ନେଇ ଆଶାଙ୍କା ପ୍ରକାଶ କରିଛି ବିଷେଷଜ୍ଞ ଟିମ ।

ନଭେମ୍ବରରେ ବ୍ରିଟେନ୍‌ରେ ଚିହ୍ନଟ ହୋଇଛି ଏହି ନୂଆ ଭୂତାଣୁ । କୋଭିଡର ନୂଆ ଷ୍ଟ୍ରେନ ଦେଶରେ ସଂକ୍ରମଣ ହାର ସହ ମୃତ୍ୟୁ ହାର ମଧ୍ୟ ବଢାଇ ଚାଲିଛି । ଆସନ୍ତା ବର୍ଷ ଏହି ହାର ଆହୁରି ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଅନୁମାନ କିରଛନ୍ତି । 2021ରେ ଅଧିକ ରୋଗୀ ମେଡିକାଲରେ ଭର୍ତ୍ତି ହୋଇପାରନ୍ତି । ତେବେ ନୂଆ ଷ୍ଟ୍ରେନ୍‌କୁ ନେଇ ବ୍ରିଟେନରେ ଶକ୍ତ ଲକ୍‌ଡାଉନ ଜାରି କରାଯାଇଛି ।

ମହଙ୍ଗା ପଡ଼ିଲା ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ, ଲାଗିଲା ଏହିସବୁ ସଙ୍ଗୀନ ଦଫା

ନୟାଗଡ଼: ନୟାଗଡ଼ ଯଦୁପୁରରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କୁ ଆକ୍ରମଣ ମାମଲାରେ ୨ ଜଣଙ୍କୁ ଗିରଫ କରିଛି ନୟାଗଡ଼ ସଦର ଥାନା ପୋଲିସ । ଗିରଫ ଦୁଇଜଣ ହେଲେ ଦୀପକ ଦଳବେହେରା ଓ ଅନିଲ ରାଉତ । ତେବେ ଏପର୍ଯ୍ୟନ୍ତ ଧରାପଡିନାହାନ୍ତି ମୁଖ୍ୟ ଅଭିଯୁକ୍ତ ଯତୀନ ମହାନ୍ତି । ଏଥିସହ ବିଜେପି ନେତ୍ରୀ ଇରାନୀ ରୟଙ୍କୁ ଗିରଫ କରିବାକୁ ନୟାଗଡ଼ବାସୀ ଦାବି କରିଛନ୍ତି । ସେମାନଙ୍କ ନାଁରେ କେସ୍ ନମ୍ବର ୧୭୭/୨୦ରେ ମାମଲା ରୁଜୁ ହୋଇଛି । ଉଭୟଙ୍କ ନାଁରେ ସଂଗୀନ୍ ଦଫା ଲାଗିଛି । ଆଇପିସି ଧାରା ୩୪୧, ୩୨୩, ୨୯୪, ୩୩୬, ୪୨୭, ୫୦୬, ୩୦୭, ୧୦୯/୩୪ ଦଫା ଲାଗିଛି ।

ତେବେ ଏନେଇ ନୟାଗଡ଼ ଅତିରିକ୍ତ ଏସ୍‌ପି ଏହି ସୂଚନା ଦେଇଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏଥିସହ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ ଚାଲିଛି । ଘଟଣା ପଛରେ କାହାର ହାତ ଅଛି, ସେନେଇ ଅନୁସନ୍ଧାନ ଚାଲିଥିବା ଅତିରିକ୍ତ ଏସପି କହିଛନ୍ତି । ଗତକାଲି ବିଜେପି ପଦଯାତ୍ରା ଖବର ସଂଗ୍ରହ ବେଳେ ଗୁଣ୍ଡାରାଜ କରିଥିଲେ ବିଜେପି କର୍ମୀ । ଲେଖାଶ୍ରୀ ସାମନ୍ତସିଂହାର, ଇରାନୀ ରାୟ, ବିଭୁ ତରାଇ ଓ ପୃଥ୍ୱୀରାଜ ହରିଚନ୍ଦନଙ୍କ ପରି ବରିଷ୍ଠ ନେତାଙ୍କ ଉପସ୍ଥିତିରେ ନନ୍ଦିଘୋଷ ଟିଭି ରିପୋର୍ଟର ଓ କ୍ୟାମେରାମ୍ୟାନ୍‌ଙ୍କ ଉପରେ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଗୁରୁତର ହୋଇ ସେମାନେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ଉତ୍ତର ଓଡିଶାରେ ମୃଦୁ ଭୂକମ୍ପର ଝଟକା

0

ଭୁବନେଶ୍ୱର: ଉତ୍ତର ଓଡିଶାରେ ଭୂକମ୍ପର ଝଟକା । ମଧ୍ୟାହ୍ନ ୨.୧୦ ସମୟରେ ଅନୂଭୁତ ହୋଇଛି ଭୂକମ୍ପ । ଭୂମିକମ୍ପର ତୀବ୍ରତା ଏବଂ କେନ୍ଦ୍ରସ୍ଥଳୀ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଉତ୍ତର ଓଡିଶାର ଏନେକ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୂଭୁତ ହୋଇଥଛି  । ଫଳରେ  ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ ।

ଭୂମିକମ୍ପର ପ୍ରଭାବ ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର ଏବଂ ଉଦଳା ଅଞ୍ଚଳରେ ପଡିଛି । ସ୍ଥନୀୟ ଲୋକେ ଭୟଭୀତ ହୋଇପଡିବା ସହ ଘର ବାହାରକୁ ସମସ୍ତେ ଚାଲି ଆସିଥିଲେ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ଓଡିଶା ଶାଖା ପକ୍ଷରୁ ଭୂମିକମ୍ପ ନେଇ ମିଳିଛି ସୂଚନା । କିନ୍ତୁ ଏହାର କେନ୍ଦ୍ରସ୍ଥଳୀ ଏବଂ ତୀବ୍ରତା ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ  ।