କେମିତି ହେଲା ବୁଗୁଡ଼ା ବାଘର ମୃତ୍ୟୁ, ଉଦ୍ଧାର ସମୟରେ ପାଳନ ହୋଇନଥିଲାକି SOP ?

Rescued Tiger Dead In Ganjam South Ghumusar

ଗଞ୍ଜାମ: ବୁଗୁଡ଼ା ବାଘ ମୃତ୍ୟୁ ଘଟଣାକୁ ୪ ଦିନ ପୁରିଛି। ହେଲେ ବାଘର କିପରି ମୃତ୍ୟୁ ଘଟିଲା ସେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ। ସେପଟେ ଗଞ୍ଜାମ ବୁଗୁଡ଼ା ନଗୁଡୁ ବଡ଼ପଥର ଜଙ୍ଗଲରେ କଲରାପତରିଆ ମୃତ୍ୟୁ ମାମଲାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ। ଆରସିସିଏଫ୍‌ଙ୍କୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପିସିସିଏଫ୍‌। କେଉଁ ପରିସ୍ଥିତିରେ ବାଘର ମୃତ୍ୟୁ ହେଲା। ଫାଶରୁ ଉଦ୍ଧାର କରିବା ବେଳେ  ପାଳନ ହୋଇଥିଲା କି ଏସ୍‌ଓପି। ଏସବୁର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଗତ ୨୮ତାରିଖରେ ବାରହା ଫାଶରେ ପଡ଼ିଥିବା ବାଘକୁ ବନ ବିଭାଗ ଉଦ୍ଧାର କରିବା ପରେ ମୃତ୍ୟୁବରଣ କରିଥିଲା।

ତେବେ ବନବିଭାଗର ଅସାବଧାନତା କାରଣରୁ ବାଘର ମୃତ୍ୟୁ ଘଟିଥିଲା ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି। ବାରହା ଶିକାର ପାଇଁ ଜାଲ ବିଛାଇଥିବା ୭ଜଣଙ୍କୁ ଗିରଫ କରିଛି ବନବିଭାଗ, ହେଲେ ବାଘ ମୃତ୍ୟୁ ପାଇଁ ବନ ବିଭାଗ କର୍ମଚାରୀଙ୍କୁ ଦାୟୀ କରି ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ କରାଯାଉନି ବୋଲି ପ୍ରଶ୍ନ ଉଠିଛି। ଉଦ୍ଧାର ବେଳେ ବନ କର୍ମଚାରୀ ଓ ସ୍ଥାନୀୟ ଲୋକମାନେ ବାଘ ଉପରେ ଚଢିବା, ତା ବେକ ଉପରେ ଠେଙ୍ଗା ରଖି ଦଳାଚକଟା କରିବା କାରଣରୁ ବାଘର ମୃତ୍ୟୁ ହୋଇଥାଇପାରେ। ଆହତ ଅବସ୍ଥାରେ ବାଘକୁ ଉଦ୍ଧାର କରାଯାଇଥିବା ବେଳେ ଚିକିତ୍ସା ନ କରି କେମିତି ଜଙ୍ଗଲକୁ ଛାଡ଼ି ଦିଆଗଲା ବୋଲି ସ୍ଥାନୀୟ ଲୋକ ପ୍ରଶ୍ନ କରିଛନ୍ତି।

Leave a Reply