spot_img
Home Blog Page 6188

ବର୍ଷ ଶେଷରେ ପ୍ରକାଶ ପାଇବ CBSE ପରୀକ୍ଷା ତାରିଖ

ନୂଆଦିଲ୍ଲୀ: ଖୁବଶୀଘ୍ର CBSE ପରୀକ୍ଷା ତାରିଖ ଘୋଷଣା କରିବେ କେନ୍ଦ୍ର ସରକାର । ଏନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ଆସନ୍ତା ଡିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସେ ସିବିଏସ୍ଇ ପରୀକ୍ଷା ନେଇ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିବେ । ୨୦୨୧ରେ କେଉସବୁ ପରୀକ୍ଷା କେବେ ହେବ ଏନେଇ ଘୋଷଣା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ।

୨୦୨୦ ବର୍ଷରେ କରୋନା ଯୋଗୁଁ ସିବିଏସଇର କେତେକ ପରୀକ୍ଷା ବିଳମ୍ବିତ ହୋଇଥିଲା । ଏପରିକି କୋଭିଡ୍ ପାଇଁ କ୍ଲାସ୍ ରୁମ୍ ପରିବର୍ତ୍ତେ ଅନଲାଇନରେ ପାଠପଢ଼ା ଚାଲିଛି । ଏସବୁ ଭିତରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପରୀକ୍ଷା ତାରିଖ ଘୋଷଣା କରିବେ । ଯାହାକୁ ନେଇ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଡିଜେଲ କାର୍ କିଣିବା ଆପଣଙ୍କ ପାଇଁ କେତେ ଲାଭଦାୟକ ?

ମୁମ୍ବାଇ: ଲୋକଙ୍କ ଆବଶ୍ୟକତାକୁ ଦେଖି ବଜାରକୁ ନୂଆ ମଡେଲର କାର ଛାଡ଼ୁଛନ୍ତି ଅଟୋମୋବାଇଲ୍ କମ୍ପାନୀ । ବିଭିନ୍ନ ମଡେଲରେ ଆସୁଛି ପେଟ୍ରୋଲ ଓ ଡିଜେଲର ବିକଳ୍ପ । ତେବେ, ଆଜିର ଦିନରେ ମାର୍କେଟରେ ଡିଜେଲ କାରର ବେଶ୍ ଅଧିକ ଚାହିଦା ରହିଛି । ଡିଜେଲ୍ କାର ଭଲ ମାଇଲେଜ୍ ଦେଉଛି । ଏମିତି ବି ପେଟ୍ରୋଲ ତୁଳନାରେ ଡିଜେଲ ଟିକିଏ ଶସ୍ତା । କିନ୍ତୁ, ପେଟ୍ରୋଲ୍ କାରଠାରୁ ଡିଜେଲ କାର ମହଙ୍ଗା ହେବା ସହ ଅଧିକ ମେଣ୍ଟେନାନ୍ସ ହୋଇଥାଏ । ଦୂର ଯାଗାକୁ ଯାଉଥିବା ଲୋକ ଡିଜେଲ୍ କାର କିଣିବାକୁ ପସନ୍ଦ କରନ୍ତି । କିନ୍ତୁ, ଡିଜେଲ୍ କାର କେତେକ କ୍ଷେତ୍ରରେ ଆପଣଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ । ଆସନ୍ତୁ ଜାଣିବା ଡିଜେଲ୍ କାରର ଫାଇଦା ଓ କ୍ଷତି ବିଷୟରେ…

Advantages And Aisadvantages Of Diesel Car

୧) ପ୍ରଥମତଃ ପେଟ୍ରୋଲ ଅପେକ୍ଷା ଡିଜେଲ୍ କାର ମହଙ୍ଗା ହୋଇଥାଏ । କାର୍ କିଣିବା ବେଳେ ଅଧିକ ଅର୍ଥ ଦେବାକୁ ପଡ଼େ । କାର କିଣିବା ବେଳେ ବ୍ୟବହାରକୁ ଲକ୍ଷ୍ୟରେ ରଖିଲେ ଡିଜେଲ୍ କାର କିଣିବା କେତେ ସଞ୍ଚୟଦାୟକ ବୁଝି ହେବ ।

୨) ଡିଜେଲ୍ କାର ପରିବେଶ ପାଇଁ କ୍ଷତିକାରକ ଅଟେ । ପେଟ୍ରୋଲ୍ କାର ଅପେକ୍ଷା ଡିଜେଲ କାରରେ NO2 ଅଧିକ ଉତ୍ପନ୍ନ ହୋଇଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହାନିକାରକ ଅଟେ । ଡିଜେଲ୍ କାରରୁ ବୃଦ୍ଧି ପାଇଥିବା ପ୍ରଦୂଷଣ ପାଇଁ ରାଜଧାନୀ ଦିଲ୍ଲୀରେ ସିଏନଜି ଓ ଇଲେକ୍ଟ୍ରିକ୍ ଗାଡ଼ି ପାଇଁ ପ୍ରୋତ୍ସାହନ ଦିଆଯାଉଛି ।

୩) ଡିଜେଲ୍ କାର ପାଇଁ ଅଧିକ ଇନ୍ସୁରାନ୍ସ ଦେବାକୁ ପଡ଼େ । ଯେତେବେଳେ କି ପେଟ୍ରୋଲ କାର୍ ପାଇଁ ବହୁତ କମ୍ ଇନ୍ସୁରାନ୍ସ ଭରିବାକୁ ପଡ଼ିଥାଏ ।

୪) ପେଟ୍ରୋଲ କାର ତୁଳନାରେ ଡିଜେଲ କାରର ସର୍ଭିସ୍ ମୂଲ୍ୟ ଟିକିଏ ଅଧିକ ହୋଇଥାଏ । ଡିଜେଲ୍ କାର ପୁରୁଣା ହେବା ସହ ମେଣ୍ଟେନାନ୍ସ ଖର୍ଚ୍ଚ ବଢ଼ିଥାଏ । ଆଉ ପେଟ୍ରୋଲ ଅପେକ୍ଷା ଡିଜେଲ ଗାଡ଼ିର ଇଞ୍ଜିନ୍ ବେଶୀ ଦିନ ଯାଇଥାଏ ।

୫) ଯଦି ଆପଣ ଦୂର ଯାଗାକୁ ଯାତ୍ରା କରୁଥାନ୍ତି ତେବେ ଆପଣଙ୍କ ପାଇଁ ଡିଜେଲ୍ କାର ଲାଭଦାୟକ । ଯଦି ଆପଣ ଲମ୍ବା ଡ୍ରାଇଭିଂ କରୁନାହାଁନ୍ତି ତ ଆପଣ ପେଟ୍ରୋଲ୍ କାର୍ କିଣିବା ଭଲ ହେବ ।

ବଡ଼ଦିନ ଉତ୍ସବରୁ ଫେରୁଥିବା ବେଳେ ଅଘଟଣ, ଘାଟିରେ ଓଲଟିଲା ପିକଅପ୍ ଭ୍ୟାନ୍

ଗୁଣପୁର: ରାୟଗଡ଼ା ଜିଲ୍ଲା ପୁଟାସିଂ ଘାଟିରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ୍ ଓଲଟି ପଡ଼ିଛି । ଏଥିରେ ୧୭ରୁ ଅଧିକ ଜଣ ଆହତ ହୋଇଥିବା ବେଳେ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ଆହତମାନଙ୍କୁ ପୁଟାସିଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଆଉ କିଛି ଜଣଙ୍କୁ ଗୁଣପୁର ମେଡିକାଲେରେ ଚିକିତ୍ସା କରାଯାଉଛି । ଦୁର୍ଘଟଣା ସ୍ଥଳରୁ ୧୦୮ ଆମ୍ବୁଲାନ୍ସ ଯୋଗେ ଆହତଙ୍କୁ ମେଡିକାଲ୍ ସ୍ଥାନାନ୍ତରତି କରାଯାଉଛି ।

Pickup Van Over Turned In Gunpur Ghat

ପୁଟାସିଂ ଥାନା ପୋଲିସ୍ ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରିଛି । ମିଳିଥିବା ସୂଚନା ଅନୁଯାୟୀ ବଡ଼ଦିନ ପର୍ବ ପାଇଁ ଗୁଣପୁର ବ୍ଲକରୁ କୁଲୁସିଂ ପଞ୍ଚାୟତର ଜାମ୍ବାଡାଲରୁ ଅନେକ ଯାତ୍ରୀ ଏକ ପିକଅପ୍ ଭ୍ୟାନରେ ଆବାସିଂଙ୍କୁ ଯାଇଥିଲେ । ଆବାସିଂରୁ ଜାମ୍ବାଡାଲ୍ ଫେରିବା ବେଳେ ପୁଟାସିଂ ଘାଟିରେ ପିକଅପ୍ ଭ୍ୟାନଟି ଓଲଟି ପଡ଼ିଥିଲା ।

ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ୍ ମନା, ଅମାନିଆଙ୍କୁ ଜଗିବେ ୧୨ ସ୍କ୍ୱାଡ୍

ଭୁବନେଶ୍ୱର: ଜିରୋ ନାଇଟକୁ ଦୃଷ୍ଟିରେ ରଖି କଡ଼ାକଡ଼ି ହେବ ସିକ୍ୟୁରିଟି । ରାଜଧାନୀରେ ନିୟୋଜିତ ହେବେ କମିଶନରେଟ ପୋଲିସର ୧୨ଟି ସ୍ପେଶାଲ ଟିମ୍ । ହୋଟେଲ କିମ୍ବା ପବରେ ଭିଡ଼ ଜମାଇଲେ ଗଣିବାକୁ ପଡ଼ିବ ମୋଟା ଅଙ୍କର ତଣ୍ଡ । ଏହା ବ୍ୟତୀତ ବ୍ଲକିଂ ଓ ଚେକିଂକୁ ମଧ୍ୟ ବ୍ୟାପକ କରାଯିବ ।

Commissionrate Police Will Deploy 12 Squad For Zero Night Checking

ଜିରୋ ନାଇଟରେ ଜିରୋ ଟଲେରାନ୍ସ । ଅମାନିଆ ହେଲେ ସାବାଡ଼ କରିବ ପୋଲିସ୍ । ଛକ ଛକରେ ଚେକିଂ ସାଙ୍ଗକୁ ହେବ ବ୍ଲକିଂ । ମଦୁଆଙ୍କୁ ଧରିବ ବ୍ରେଥ୍ ଆନାଲାଇଜର । ନୂଆବର୍ଷ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ୍ । ବ୍ରିଟେନରେ କୋଭିଡ୍‌ର ଦ୍ୱିତୀୟ ସଂକ୍ରମଣ ଦେଖାଯିବା ପରେ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳ, ପାର୍କ, ମାର୍କେଟ, ମଲ୍‌, ହୋଟେଲରେ ଜନଗହଳି ବଢ଼ିଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ଚିନ୍ତା ବଢ଼ିଛି । ନୂଆବର୍ଷ ପାଳନ ପାଇଁ ଜିରୋ ନାଇଟକୁ ସରକାର ଅନୁମତି ଦେଇନାହାଁନ୍ତି ।

Commissionrate Police Will Deploy 12 Squad For Zero Night Checking
FILE

କୋଭିଡ୍ କଟକଣା ଯୋଗୁଁ ଏଥର ଡିସେମ୍ବର ୩୧ରେ କୌଣସି ହୋଟେଲ, କ୍ଲବ୍‌ ଓ ବାର୍‌ରେ ଜିରୋ ନାଇଟ୍‌ ପାଳନ ହେବନାହିଁ । ଅନ୍ୟପଟେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପ୍ରସ୍ତୁତ ରହିଛି କମିଶନରେଟ ପୋଲିସ । ସହର ଉପକଣ୍ଠରେ ଯେଭଳି ଭୋଜିଭାତ ଓ ପିକନିକ୍ ନହୁଏ ସେ ଉପରେ ନଜର ରଖାଯିବ । ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନରେଟ ପୋଲିସ ପକ୍ଷରୁ ୧୨ଟି ସ୍କ୍ୱାଡ୍ ଗଠନ କରାଯାଇଥିବା କହିଛନ୍ତି ଡିସିପି ।

Commissionrate Police Will Deploy 12 Squad For Zero Night Checking
FILE

ଡିସେମ୍ବର ୩୧ ଓ ଜାନୁଆରୀ ୧ ତାରିଖ ଦୁଇଦିନ ରାଜଧାନୀର ବିଭିନ୍ନ ଛକରେ ପୋଲିସ ମୁତୟନ କରାଯିବା ସହିତ ବ୍ଲକିଂ ଓ ଚେକିଂ କରାଯିବ । ନିଶାସକ୍ତ ଅବସ୍ଥାରେ ଗାଡ଼ି ଚାଳନା ରୋକିବା ଲାଗି ବ୍ରେଥ୍‌ ଆନାଲାଇଜର ମାଧ୍ୟମରେ ଯାଞ୍ଚ କରାଯିବ । ଏହାବ୍ୟତୀତ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରିପଲ୍ ରାଇଡିଂ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ ।

କୃଷି ଆଇନକୁ ବିରୋଧ କରି ଭାଙ୍ଗୁଛି NDA, ଅକାଳି ପରେ ସମ୍ପର୍କ କାଟିଲା RLP

ଜୟପୁର: କୃଷି ଆଇନ୍ ବିରୋଧରେ କୃଷକ ଓ ବିରୋଧୀ ଦଳ ଆନ୍ଦୋଳନ କରୁଛନ୍ତି । ଜାମ୍ ହେଉଛି ଦିଲ୍ଲୀ ବର୍ଡର । ଅନ୍ୟପଟେ ବିଜେପି ନେତୃତ୍ୱାଧୀନ ଏନଡିଏରେ ସୃଷ୍ଟିହେଲାଣି ଫାଟ । ଗୋଟିଏ ପଟେ ଚାଷୀଙ୍କୁ ନୂଆ କୃଷି ଆଇନ୍ ସମ୍ପର୍କରେ ବୁଝାଇବା ଲାଗି ବିଜେପି କମର କସୁଛି । ଏହାରି ଭିତରେ ଏନଡିଏକୁ ଝଟକା ଦେଇଛି ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟି (RLP) । ଦଳର ନେତା ହନୁମାନ ବେନିୱାଲ ବେଳେ ଆରଏଲପି ଏନଡିଏ ଛାଡ଼ିବା ନେଇ ଘୋଷଣା କରିଛନ୍ତି ।

RLP Quits NDA Over Farm Law

ଏଥିସହ ପଢ଼ନ୍ତୁ- ଆଲୋଚନା ପାଇଁ ସରକାରଙ୍କୁ ତାରିଖ ଦେଲେ କୃଷକ, କହିଲେ- ଅପପ୍ରଚାର କରାନଯାଉ…

ଏହା ପୂର୍ବରୁ ବେନିୱାଲ କହିଥିଲେ- ନରେନ୍ଦ୍ର ମୋଦି ସରକାରଙ୍କ ପାଖରେ ୩୦୩ ସାଂସଦ ଥିବାରୁ କୃଷି ଆଇନ୍ ଫେରସ୍ତ ନିଆଯାଉନାହିଁ । ୧୨୦୦ କିଲୋମିଟର ଦୂର ରାଜସ୍ଥାନର କୃଷକ ଦିଲ୍ଲୀ ଆଡ଼କୁ ଯାଉଛନ୍ତି । ହରିୟାଣା ସୀମା ଶାହଜହାଁପୁରରେ ବୈଠକ ପରେ ଆରଏଲପି, ଏନଡିଏ ଛାଡ଼ିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ । ଶେଷରେ ଏନଡିଏ ସହ ୨ ବର୍ଷର ସମ୍ପର୍କ ତୁଟାଇବାକୁ ଆରଏଲପି ନିଷ୍ପତ୍ତି ନେଇଛି । ପୂର୍ବରୁ କୃଷି ଆଇନକୁ ବିରୋଧ କରି ଅକଳି ଦଳ ଏନଡିଏ ଛାଡ଼ିଥିବା ବେଳେ ଆରଏଲପି ସମାନ ନିଷ୍ପତ୍ତି ନେଇଛି ।

ଆଲୋଚନା ପାଇଁ ସରକାରଙ୍କୁ ତାରିଖ ଦେଲେ କୃଷକ, କହିଲେ- ଅପପ୍ରଚାର କରାନଯାଉ…

ନୂଆଦିଲ୍ଲୀ: ୩୧ ଦିନରେ ଜାରି ରହିଛି ଚାଷୀ ଆନ୍ଦୋଳନ । ଗୋଟିଏ ପଟେ ଦିଲ୍ଲୀ ସୀମାକୁ ରାଜସ୍ଥାନ ଓ ହରିୟାଣା ଚାଷୀ ଜାମ୍ କରି ଦେଇଛନ୍ତି । ଅନ୍ୟପଟେ ସିଂଘୁ ବର୍ଡରରେ ୪୦ଟି କୃଷକ ସଂଗଠନର ବୈଠକ ପରେ ସରକାରଙ୍କୁ ଆଲୋଚନା ପାଇଁ ତାରିଖ ଦିଆଯାଇଛି । ମିଳିତ କୃଷକ ସଂଗଠନ ପକ୍ଷରୁ କୃଷକଙ୍କ ପ୍ରତିନିଧି ଓ ଭାରତ ସରକାରଙ୍କ ମଧ୍ୟରେ ଆସନ୍ତା ଡିସେମ୍ବର ୨୯ ତାରିଖ ଦିନ ୧୧ଟାରେ ବୈଠକ ପାଇଁ ପ୍ରସ୍ତାବ ଦିଆଯାଇଛି ।

Farmer Writes Center To Hold An Other Meeting On 29th December

ଏଥିସହ କୃଷି ମନ୍ତ୍ରାଳୟ ସଚିବଙ୍କ ଚିଠିର ଜବାବ ଦେଇ ସଂଗଠନ କହିଛି- ଅବଶୋଷ ଲାଗୁଛି ସରକାର ଚିଠିରେ ଗତ ବୈଠକର ତଥ୍ୟକୁ ଜନତାଙ୍କ ଠାରୁ ଲୁଚାଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ପ୍ରତି ବୈଠକରେ କୃଷକ ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର ଲାଗି ଦାବି କରି ଆସୁଛନ୍ତି । କିନ୍ତୁ ସରକାର ଏହାକୁ ଏପଟସେପଟ କରି ଉପସ୍ଥାପନ କରୁଛନ୍ତି । କୃଷକ କେବେ ବି ଆଇନରେ ସଂଶୋଧନ ଦାବି କରିନାହାଁନ୍ତି । କିନ୍ତୁ ଚିଠିରେ ସରକାର ମିଛ ଲେଖି କୃଷକଙ୍କ ବିରୋଧରେ କରୁଥିବା ଅପପ୍ରଚାର ବନ୍ଦ କରିବାକୁ ଚାଷୀ ଦାବି କରିଛନ୍ତି ।

ଚାଷୀ ସେମାନଙ୍କ ଚିଠିରେ ମୁଖ୍ୟତଃ ଦୁଇଗୋଟି ଦାବି ଉପସ୍ଥାପନ କରିଛନ୍ତି । ପ୍ରଥମ- ତିନିଗୋଟି କୃଷି ଆଇନ୍ ଫେରସ୍ତ ଏବଂ ଦ୍ୱିତୀୟଟି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ (MSP) । ଏହା ଉପରେ କୃଷକ ସଂଗଠନ ସରକାରଙ୍କ ସହ ଆସନ୍ତା ୨୯ ତାରିଖ ଦିନ ୧୧ଟାରେ ଆଲୋଚନା କରିବାକୁ ପତ୍ର ଲେଖିଥିବା ସ୍ୱରାଜ ଇଣ୍ଡିଆର ଯୋଗେନ୍ଦ୍ର ଯାଦବ କହିଛନ୍ତି ।

ASI କରିବେ ମାମଲାର ଅନୁସନ୍ଧାନ ଓ ତଦନ୍ତ

ଭୁବନେଶ୍ୱର: ଓଡ଼ିଶା ପୋଲିସରେ ଆବଶ୍ୟକ ଥିବା ଏଏସ୍ଆଇ ପଦବୀ ପୂରଣ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । କନେଷ୍ଟବଳ, ଲାନ୍ସ ନାଏକ ହାବିଲଦାର ଓ ସି.ଆଇ ହାବିଲଦାର ପଦବୀରୁ ଏଏସ୍ଆଇକୁ ପଦୋନ୍ନତି ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ୧୦୯୨ ପୋଲିସ କର୍ମଚାରୀଙ୍କୁ ପ୍ରଶିକ୍ଷଣ ସହ ପଦୋନ୍ନତି ଦେବା ପାଇଁ ମନୋନୟନକୁ ପୋଲିସ ଡିଜି  ଅଭୟ ଅନୁମୋଦନ କରିଛନ୍ତି । ମନୋନୟନ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରେ ୮୪୯ ଜଣ ଅଣସଂରକ୍ଷିତ ବର୍ଗର ହୋଇଥିବା ବେଳେ ୨୪୩ ଜଣ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଅଟନ୍ତି । ମନୋନୀତ ପ୍ରାର୍ଥୀ ମାନଙ୍କୁ ୪ ମାସର ଏ.ଏସ୍.ଆଇ ପାଠ୍ୟ ଖସଡ଼ାରେ ପ୍ରଶିକ୍ଷଣ ପ୍ରଦାନ କରାଯିବ ।

Police ASI To Get Investigation Power

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ବର୍ଷ ଫେବ୍ରୁଆରୀ ୧୫ ତାରିଖରୁ ଆରମ୍ଭ କରାଯିବ । ପ୍ରଶିକ୍ଷଣ ସମାପ୍ତ ପରେ ସେମାନଙ୍କୁ ଏ.ଏସ୍.ଆଇ ପାଠ୍ୟ ଖସଡ଼ା ବାବଦରେ ଏକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଥାନାରେ ୨ ମାସର ବ୍ୟବହାରିକ(ବାସ୍ତବ) ପ୍ରଶିକ୍ଷଣ ପ୍ରଦାନ କରାଯିବ । ଏ.ଏସ୍.ଆଇ ପାଠ୍ୟ ଖସଡ଼ା ପ୍ରଶିକ୍ଷଣ ଓ ଥାନାରେ ବାସ୍ତବ ଜ୍ଞାନ ଆହରଣ ପରେ ସେମାନଙ୍କୁ ନିୟମିତ ଏ.ଏସ୍.ଆଇ ଭାବେ ନିଯୁକ୍ତି ଦିଆଯିବ । ପରେ ସେମାନଙ୍କୁ ମାମଲାର ଅନୁସନ୍ଧାନ ଓ ତଦନ୍ତ କରିବାର କ୍ଷମତା ପ୍ରଦାନ କରାଯିବ ବୋଲି ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି ।

ଅନୁସୂଚିତ ଜାତି ବର୍ଗର ପ୍ରାର୍ଥୀଙ୍କୁ ଏଏସ୍ଆଇ ପ୍ରଶିକ୍ଷଣ ପାଇଁ ମନୋନୟନ ଚାଳିତ ବର୍ଷ ପ୍ରାରମ୍ଭରେ ହୋଇଛି । ଓଡ଼ିଶା ପୋଲିସ ପକ୍ଷରୁ ଏଥିପାଇଁ ଏକ ଲିଖିତ ପରୀକ୍ଷା ଆୟୋଜନ କରାଯାଇଥିଲା । ଯେଉଁଥିରେ ଏଏସ୍ଆଇ ପ୍ରଶିକ୍ଷଣର ଯୋଗ୍ୟତା ହାସଲ ପାଇଁ ୪୦ ପ୍ରତିଶତ ମାର୍କ ରଖିବା ବାଧ୍ୟତାମୂଳକ କରାଯାଇଥିଲା । ଅନୁସୂଚିତ ଜନଜାତି ବର୍ଗଙ୍କ ଏହି ଲିଖିତ ପରୀକ୍ଷା ୭ ବର୍ଷ ପରେ ହୋଇଥିବା ବେଳେ ଅଣସଂରକ୍ଷିତ ପାଇଁ ଏହି ପରୀକ୍ଷା ୧୮ ବର୍ଷ ପରେ ଆୟୋଜନ କରାଯାଇଛି ।

କାଲିଠୁ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ସେବାୟତ ଓ ପରିବାରକୁ ଦର୍ଶନ ସୁଯୋଗ

ଭୁବନେଶ୍ୱର: ଘଟିବ ଅପେକ୍ଷାର ଅନ୍ତ । ୯ ମାସର ଅପେକ୍ଷା ପରେ ନେତ୍ର ଦେଖିବ ଶ୍ରୀଲିଙ୍ଗରାଜକୁ । କୋଭିଡ୍ କଟକଣା ଭିତରେ ଆସନ୍ତାକାଲିଠାରୁ ଏକ୍ରାମ କ୍ଷେତ୍ର ଅଧିପତି ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ । କାଲିଠାରୁ ଜାନୁଆରୀ ୩୧ ତାରିଖ ଯାଏ ଲିଙ୍ଗରାଜ ମନ୍ଦିର ସେବାୟତ ଓ ସେମାନଙ୍କୁ ଦର୍ଶନ ଅନୁମତି ଦିଆଯାଇଛି । ମନ୍ଦିର ଖୋଲିବା ପୂର୍ବରୁ ଆଜି ଚାରିପାଖକୁ ସାନିଟାଇଜ୍ କରାଯାଇଛି ।

Fire Department Sanitized Lingaraj Temple Premises Before Reopening

ଆସନ୍ତାକାଲି ସକାଳେ ଲିଙ୍ଗରାଜ ମନ୍ଦିର ଖୋଲିବ । ମହାପ୍ରଭୁଙ୍କୁ ୯ ମାସ ହେଲା ଦେଖି ନଥିବା ଭକ୍ତ, ମନ ଭରି ଦର୍ଶନ କରିବେ । ଜାନୁଆରୀ ୧ ଓ ୨ ତାରିଖ ଦୁଇଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ ତାରିଖଠାରୁ ୫ ତାରିଖ ଯାଏ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳ ଲୋକଙ୍କୁ ଦର୍ଶନ ସୁବିଧା ମିଳିବ । ୬ ତାରିଖ ଠାରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର । ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ତିନିଥାକିଆ ସୁରକ୍ଷା ଓ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ବ୍ୟାରିକେଡ୍ ବ୍ୟବସ୍ଥା ସହିତ ମନ୍ଦିରରେ ନିୟୋଜିତ ହେବାକୁ ଥିବା ସେବାୟତ ଓ ପୋଲିସ କର୍ମଚାରୀଙ୍କ କୋଭିଡ ପରୀକ୍ଷା କରାଯାଇଛି ।

Fire Department Sanitized Lingaraj Temple Premises Before Reopening

ସମସ୍ତଙ୍କ ପାଇଁ ମାସ୍କ, ସାନିଟାଇଜ୍ ଓ ସାମାଜିକ ଦୂରତା ପାଳନ ବାଧ୍ୟତାମୂଳକ କରାଯାଇଛି । ମନ୍ଦିର ଗେଟରେ ସମସ୍ତ ଶ୍ରଦ୍ଧାଳୁଙ୍କୁ ସ୍କ୍ରିନିଂ ପରେ ଦର୍ଶନ ପାଇଁ ଭିତରକୁ ଛଡ଼ାଯିବ । ଦର୍ଶନ ପାଇଁ ପରିଚୟପତ୍ର ବାଧ୍ୟତାମୂଳକ ଥିବାବେଳେ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେବାକୁ ପଡ଼ିବ । ମନ୍ଦିର ଭିତରେ ଏକକାଳୀନ ସର୍ବାଧିକ ୫ ଶହ ଲୋକଙ୍କୁ ଦର୍ଶନ ସୁଯୋଗ ମିଳିବ । କାହାରିକୁ ଗର୍ଭଗୃହକୁ ଯାଇ ଦର୍ଶନ ପାଇଁ ଅନୁମତି ଦିଆଯିବ ନାହିଁ, ଆଡ଼ପ ମଣ୍ଡପ ନିକଟରେ ରହି ଦର୍ଶନ କରିବେ ।

ଏଥିସହ ପଢ଼ନ୍ତୁ- ଶ୍ରୀମନ୍ଦିର ଢାଞ୍ଚାରେ ଖୋଲିବ ଶ୍ରୀଲିଙ୍ଗରାଜ ମନ୍ଦିର, ଗର୍ଭଗୃହରେ ଦର୍ଶନ ମନା

କମିଛି ଦୁର୍ଘଟଣା, ବଢ଼ିଛି ରାହାଜାନୀ

ଭୁବନେଶ୍ୱର: କମିଶନରେଟ୍ ପୋଲିସର ବାର୍ଷିକ ଅପରାଧ ରିପୋର୍ଟ ନେଇ ସୂଚନା ଦେଇଛନ୍ତି ଭୁଭନେଶ୍ୱର ଡିସିପି ଉମାଶଙ୍କର ଦାସ । କେଉଁ ଥାନାରେ କେତେ କେସ୍ ହୋଇଛି ? କାହିଁକି ବଢୁଛି ଚୋରି ରାହାଜାନୀ, ଛିନତାଇ ଓ ହତ୍ୟାକାଣ୍ଡ ଭଳି ଅପରାଧ, କେଉଁ ମାମଲାର ତଦନ୍ତ ଶେଷ ହୋଇଛି, କାହାର ଚାଲିଛି ଏ ସବୁର ସମୀକ୍ଷା କରିଛନ୍ତି ଡିସିପି । ଚଳିତ ବର୍ଷ ସମୁଦାୟ ୮ ହଜାର ୨୨୯ଟି ମାମଲା ରୁଜୁ ହୋଇଛି ।

2020 Year Crime Report Of Commissionrate Police Bhubaneswar

ଏ ମଧ୍ୟରୁ ଦୁର୍ଘଟଣା ଜନିତ ୪୫୨ଟି ମାମଲା ରହିଛି । ଯାହା ଗତବର୍ଷ ଅପେକ୍ଷା କମ୍ ରହିଛି । ଲକଡାଉନ୍ ପାଇଁ କମିଛି ଦୁର୍ଘଟଣା । ୩୩୦ଟି ରାହାଜାନୀ ମାମଲା ରୁଜୁ ହୋଇଛି । ଗତବର୍ଷ ତୁଳନାରେ ବଢ଼ିଛି ରାହାଜାନୀ ମାମଲା । ୨୦୨୦ ମସିହାରେ ୧ ହଜାର ୬୮୯ଟି ଚୋରି ଘଟଣା ଘଟିଛି । ଚଳିତ ବର୍ଷ ୧୪୯ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି ।

2020 Year Crime Report Of Commissionrate Police Bhubaneswar

ଦାଦାବଟିକୁ ନା ଅଭିଯାନରେ ବର୍ତ୍ତମାନ ସୁଦ୍ଧା କମିଶନରେଟ୍ ପୋଲିସ ୪୪ ଜଣଙ୍କୁ ଗିରଫ କରିଛି । ଏବେ ସୁଧା ୧୫ ହଜାର ମାମଲା ପଡ଼ି ରହିଛି କମିଶନରେଟ ପୋଲିସରେ । ମାମଲା ଶୀଘ୍ର ସାରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ନିର୍ଦ୍ଦେଶ ଦେଇଛନ୍ତି ।

ଡି-ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେସନ୍: ୧୦୫୫ଗୁଳି ଓ ୭ଟି ବନ୍ଧୁକ ଜବତ

କଟକ: ଖୋଲୁଛି ଡି-ସାମ୍ରାଜ୍ୟର ଗୁମର  । ଆଜି ପୁଣି ଡି’ବ୍ରଦର୍ସଙ୍କ ଘରେ ସର୍ଚ୍ଚ ଅପରେସନ୍ ହୋଇଛି । ସୁଶୀଲ ଧଳସାମନ୍ତ ଘରେ ସୁଶୀଲକୁ ନେଇ ସର୍ଚ୍ଚ ଅପରେସନ କରୁଛି  । ସିଡିଏ ବାସଭବନକୁ ଆଣି ପଚରାଉଚରା କରାୟାଉଥିବା ସୂଚନା ମିଳିଛି । ରିମାଣ୍ଡରେ ଆଣି ଧଳସାମନ୍ତ ବ୍ରଦର୍ସଙ୍କୁ ଜେରା କରୁଛି କମିଶନରେଟ ପୋଲିସ  । ଆଜି ରିମାଣ୍ଡର ତୃତୀୟ ଦିନ ଥିବାବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି ପୋଲିସ  । ଗତକାଲି ଧଳ ବ୍ରଦର୍ସଙ୍କ ସିକ୍ରେଟ୍ ଚାମ୍ବରରୁ ବାହାରିଥିଲା ବନ୍ଧୁକ ଓ ଗୁଳି  ।

ଏଥି ସହ ଲକ୍ଷାଧିକ ଟଙ୍କା ପୋଲିସ ଜବତ କରିଥିଲା । କଟକ ସିଡିଏ ସ୍ଥିତ ଡି.ଏସ ହାଉସରେ ବସାଇ ପ୍ରଥମେ ବଡ଼ଭାଇ ସୁଶାନ୍ତ ଧଳସାମନ୍ତ ଓ ପରେ ସାନଭାଇ ସୁଶୀଲ ଧଳସାମନ୍ତଙ୍କୁ ପୃଥକ ପୃଥକ ଭାବେ ପଚରାଉଚରା କରିଛି କମିଶନରେଟ୍ ପୋଲିସ୍ । ଘରେ ଥିବା ସିକ୍ରେଟ୍ ଚାମ୍ବରରେ ଧଳ ବ୍ରଦର୍ସଙ୍କୁ ବସାଇ ଛାନଭିନ କରିଛି ପୋଲିସ୍ । ପ୍ରଥମେ ଘରର ସୋ -କେସ୍ ଓ ଇଣ୍ଟେରିୟର ମଧ୍ୟରୁ ୧୦୫୫ ଗୁଳି ଓ ୭ ଟି ବନ୍ଧୁକ ମିଳିଥିଲା  ।  ବନ୍ଧୁକ ଓ ଗୁଳି କାରବାର ଲିଙ୍କରେ ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ଆଣି ଖୋଳତାଡ଼ କରୁଛି ପୋଲିସ  ।