ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସହ ଅଛନ୍ତି । ସେଥିପାଇଁ ସେ ପ୍ରଥମେ ଦୁର୍ନୀତି ହଟାଇବାକୁ ସଂକଳ୍ପ ନେଇଛନ୍ତି । ରାଜ୍ୟର ପ୍ରଗତିରେ ବାଧକ ସାଜୁଥିବା ଦୁର୍ନୀତିର ମୂଳୋତ୍ପାଟନ ପାଇଁ ପ୍ରଥମେ ସେ ନିଜକୁ ପ୍ରସ୍ତୁତ କରିଛନ୍ତି । ସାମାଜିକ ବ୍ୟାଧି ଦୁର୍ନୀତିକୁ ଦୃଢ଼ହସ୍ତରେ ଦମନ କରିଛନ୍ତି । ନିହାତି ସାଧାରଣ ଶୈଳୀ ଢାଞ୍ଚାରେ ଜୀବନ ଜୀଇଁବା ସହ ସରକାରୀ କାର୍ଯ୍ୟକ୍ରମରେ ଯେପରି ଦୁର୍ନୀତିର ଛିଟା ନପଡେ ସେ ନେଇ ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଦଳର ପ୍ରତିଷ୍ଠା ଦିବସରେ ଉଦବୋଧନ ଦେଇ ସେ ଆହୁରି କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଭୋକର ଭୂଗୋଳକୁ ଦୂର କରିଛନ୍ତି । ଲୋକଙ୍କ ସହ ଅଛନ୍ତି ଏହିକଥା ସେ ପ୍ରମାଣ କରିଛନ୍ତି । ଶହ ଶହ ଯୋଜନା ମାଧ୍ୟମରେ ଲୋକଙ୍କ ନିକଟରେ ପହଞ୍ଚିଛନ୍ତି । ନିଜର ସବୁକିଛି ଓଡ଼ିଶାବାସୀଙ୍କ ପାଇଁ ଦାନ କରିଦେଇ ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି କହିଛନ୍ତି ପ୍ରଣବ । ନବୀନଙ୍କୁ ଭଲ ପାଉଥିବା ପ୍ରତି କର୍ମୀଙ୍କୁ ପ୍ରଣବଙ୍କ ଆହ୍ୱାନ ଦେଇ କହିଛନ୍ତି ଦୈନିକ ୨ରୁ ୩ ଘଣ୍ଟା ଦଳକୁ ସମୟ ଦେଲେ ଦଳ ଆହୁରି ମଜଭୁତ ହେବା ସହ ଲୋକଙ୍କ ବିକାଶରେ ବ୍ରତୀ ହୋଇପାରିବ ।
ଟିକା ନେଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଡାକ୍ତର
ୱାଶିଂଟନ: କରୋନା ଭାଇରସକୁ ମାତ ଦେବାକୁ ଆମେରିକାରେ ଫାଇଜର ପରେ ମଡର୍ଣ୍ଣା ଟିକାର ଜରୁରୀକାଳିନ ବ୍ୟବହାରକୁ ଅନୁମତି ଦିଆଯାଇଥିଲା। ଏହେଲେ ଏବେ ଏହି ଟିକାକୁ ନେଇ ଲୋକ ଅସୁସ୍ଥ ହେଉଥିବା ଖବର ସାମ୍ନାକୁ ଆସିଛି। ବୋଷ୍ଟନର ଜଣେ ଡାକ୍ତର ଗୁରୁବାର ମଡର୍ଣ୍ଣା ଟିକା ନେଇ ଅସୁସ୍ଥ ହୋଇଛନ୍ତି। ସେ ଏତେ ଗୁରୁତର ହୋଇଥିଲେ ଯେ ତାଙ୍କୁ ଡାକ୍ତଖାନାରେ ଭର୍ତ୍ତି କରିବାକୁ ପଡ଼ିଛି।
ବୋଷ୍ଟନ୍ ମେଡିକାଲ୍ ସେଣ୍ଟରରେ କାମ କରୁଥିବା ଡାକ୍ତର ହୋସେନ୍ ସଦ୍ରଜାଦେ ଗୁରୁବାର ମଡର୍ଣ୍ଣା ଟିକା ନେଇଥିଲେ । ଟିକା ନେବାର କିଛି ସମୟପରେ ତାଙ୍କଠାରେ କିଛି ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ମୁଣ୍ଡ ବୁଲାଇବା, ଦେହସାରା ଫଳିଯିବା ସହ ତାଙ୍କ ହାର୍ଟ ବିଟ୍ ମଧ୍ୟ ବଢ଼ିଯାଇଥିଲା। ଫଳରେ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମଡର୍ଣ୍ଣା ଟିକା ନେଇ ଅସୁସ୍ଥ ହେବା ଏହା ପ୍ରଥମ ଘଟଣା। ବୋଷ୍ଟନ ମେଡିକାଲର ମୁଖପାତ୍ର ଡେଭିଡ କିବବେ କହିଛନ୍ତି ଯେ ଡାକ୍ତର ସଦ୍ରଜାଦେ ମଡର୍ଣ୍ଣା ଟିକା ନେବା ପରେ ତାଙ୍କ ଶରୀରରେ ଆଲର୍ଜି ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଜରୁରୀ କାଳୀନ ବିଭାଗରେ ଭର୍ତ୍ତି କରି ଚିକିତ୍ସା ଯୋଗାଇ ଦିଆଯାଇଥିଲା। ଚିକିତ୍ସା ପରେ ସେ ସୁସ୍ଥ ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଦିଲ୍ଲୀରେ ଶୀତର ପ୍ରକୋପରେ ଅସ୍ତବ୍ୟସ୍ତ ଜନଜୀବନ
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୀତର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡାରେ ଦିଲ୍ଲୀବାସୀଙ୍କ ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ଲୋକ ମାନେ ଥଣ୍ଡାରୁ ରକ୍ଷା ପାଇବା ପାଇଁ ନିଆଁ ପୁଉଁଥିବାର ଦେଖିବାକୁ ମିଳିଛି। ଗତ ଚାରି ଦିନ ଧରି ସର୍ବନିମ୍ନ ତାପମାତ୍ରା ପାଞ୍ଚ ଡିଗ୍ରୀ ସେଲସିୟସ ତଳେ ରହୁଥିବାବେଳେ ରାତିର ତାପମାତ୍ରା ୨ରୁ ୩ଡିଗ୍ରୀ ଯାଏ ହ୍ରାସ ପାଉଛି। ରାଜ୍ୟରେ ଘନ କୁହୁଡ଼ି ହେଉଥିବାରୁ ଯାତାୟତରେ ବି ବାଧା ଉପୁଜୁଛି।
କେବଳ ଦିଲ୍ଲୀ ନୁହେଁ ପଞ୍ଜାବର ଅଧିକାଂଶ ଅଞ୍ଚଳରେ ମଧ୍ୟ ଗତ ୩ ଚାରି ଦିନ ହେଲା ଘନ କୁହୁଡ଼ି ଦେଖିବାକୁ ମିଳୁଛି। ମଧ୍ୟ ଭାରତ ପାଣିପାଗ ବିଭାଗର ଆଞ୍ଚଳିକ ପୂର୍ବାନୁମାନ କେନ୍ଦ୍ରର ମୁଖ୍ୟ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ଯେ ହିମାଚଳର ଉପର ମୁଣ୍ଡରେ ପାଣିପାଗରେ ପରିବର୍ତ୍ତନ ହେଉଥିବା ଯୋଗୁ ରବିବାର ଏବଂ ସୋମବାରରେ ତାପମାତ୍ରା ସାମାନ୍ୟ ବୃଦ୍ଧି ପାଇପାରେ। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ମଧ୍ୟମ କୁହୁଡ଼ି ହେବାର ସମ୍ଭାବନା ରହିଛି। ତେବେ ଡିସେମ୍ବର ୨୯ ପରେ ପୁଣି ଶୀତର ଲହଢ଼ି ଫେରି ଆସିବ ବୋଲି ସେ କହିଛନ୍ତି।
ଟିକାକରଣ ପାଇଁ ପ୍ରସ୍ତୁତ ଭାରତ: ଆସନ୍ତା ସପ୍ତାହରେ ୪ଟି ରାଜ୍ୟରେ ହେବ ପୂର୍ବାଭ୍ୟାସ
ନୂଆଦିଲ୍ଲୀ: କରୋନା ମହାମାରୀକୁ ମାତ ଦେବାକୁ ପ୍ରସ୍ତୁତ ଭାରତ। ଏଥିପାଇଁ ସାରା ଦେଶରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଚଳିତମାସ ୨୮ ଓ ୨୯ରେ ୪ଟି ରାଜ୍ୟରେ କୋଭିଡ୍ ଭାକ୍ସିନର ଡ୍ରାଏ ରନ୍ ବା ପୂର୍ବାଭ୍ୟାସ କରିବାକୁ ନିଷ୍ପତ୍ତି ହୋଇଛି। ଆଶାମ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ପଞ୍ଜାବରେ ଟୀକାକରଣର ପୂର୍ବାଭ୍ୟାସ କରାଯିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ପ୍ରତି ରାଜ୍ୟର ଦୁଇଟି ଜିଲ୍ଲା ଏବଂ ପ୍ରତି ଜିଲ୍ଲାର ୫ଟି ସ୍ଥାନରେ ୨୮ ଓ ୨୯ ଦୁଇଦିନ ଧରି ଏହି ମକ୍ ଡ୍ରିଲ୍ କରାଯିବ। ଏହି ଅବସରରେ କାହାକୁ ଟିକା ଦିଆଯିବ ନାହିଁ। ଏହି ସମୟରେ ଲୋକଙ୍କ ଡାଟା ନିଆଯାଇ କୋ-ୱିନ୍ ମୋବାଇଲ ଆପରେ ଅପଲୋଡ୍ କରାଯିବ। ଏହାଦ୍ୱାରା ଭାକ୍ସିନ ପ୍ରସ୍ତୁତିରେ ଯଦି କୌଣସି ବିଷୟକୁ ଗୁରୁତ୍ୱ ଦିଆଯାଇ ନଥାଏ ତେବେ ତାର ସୁଧାର କରାଯିବ ବୋଲି କୁହାଯାଇଛି।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଅନୁଯାୟୀ ଏହି ପୂର୍ବାଭ୍ୟାସ କାର୍ଯ୍ୟକ୍ରମରେ ଟିକା ଯୋଗାଣ, ଅନୁସନ୍ଧାନ ରସିଦ ଏବଂ ଆବଣ୍ଟନ, ଟିକାକରଣ ଦଳରେ ସଦସ୍ୟଙ୍କ ନିୟୋଜନ, ହିତାଧିକାରୀଙ୍କ ସହ ଟିକା ସାଇଟରେ ସ୍କ୍ରିନିଂ, ରିପୋର୍ଟ ଏବଂ କୋ-ୱିନ ଆପରେ ଆବଶ୍ୟକ ତଥ୍ୟ ସବୁ ଦିଆଯିବା ସହ ସନ୍ଧ୍ୟାରେ ବୈଠକ ଆଦି ହେବ। ମନ୍ତ୍ରଣାଳୟ କହିଛି ଯେ ଏହା ଅଧୀନରେ କୋଭିଡ୍-19 ଟିକାର ରେଫ୍ରିଜରେଜେସନ୍ ଷ୍ଟୋର୍, ଏହାର ପରିବହନ ବ୍ୟବସ୍ଥା, ଟିକା ସ୍ଥଳରେ ଭିଡ଼ ପରିଚାଳନା, ପରସ୍ପର ମଧ୍ୟରେ ଦୂରତା ବ୍ୟବସ୍ଥା ଇତ୍ୟାଦି ମଧ୍ୟ ପରୀକ୍ଷା କରାଯିବ।
ଆମାଜନ୍ କମ୍ପାନୀ ଗୋଦାମରେ ନବନିର୍ମାଣ ସେନାଙ୍କ ଭଙ୍ଗାରୁଜା: ରାଜ ଠାକରେଙ୍କୁ କୋର୍ଟଙ୍କ ନୋଟିସ୍
ମୁମ୍ବାଇ: ମହାରାଷ୍ଟ୍ର ନବନିର୍ମାଣ ସେନା କାର୍ଯ୍ୟକର୍ତ୍ତା ଗତକାଲି ମୁମ୍ବାଇରେ ଥିବା ଆମାଜନ କମ୍ପାନୀର କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି। ଡିଜିଟାଲ ଶପିଂ ଆପ୍ ‘ଆମାଜନ୍’ରେ ମରାଠୀ ଭାଷା ଅନ୍ତର୍ଭୂକ୍ତ କରିବାକୁ ମହାରାଷ୍ଟ୍ର ନବନିର୍ମାଣ ସେନା ଦାବି କରୁଥିବା ବେଳେ ଗତକାଲି ଏପରି ଭଙ୍ଗାରୁଜା ହୋଇଛି। ଏହି ଘଟଣାର ବର୍ତ୍ତମାନ ମୁମ୍ବାଇ ପୁଲିସ ତଦନ୍ତ କରୁଛି।
Final request with folded hands,hope you go through the facts put down in the letter and take necessary corrective steps accordingly to incorporate’Marathi’in the app option list at the earliest.@mnsadhikrut @JeffBezos @AmitAgarwal @GopalPillai @RahulSundaram6 @amazon @amazonIN pic.twitter.com/JVQiB8xqF4
— Akhil Chitre अखिल चित्रे (@akhil1485) December 23, 2020
ଗୋଦାମ୍ ଭଙ୍ଗ କରିଥିବା ଗୋଷ୍ଠୀର ନେତୃତ୍ୱ ନେଉଥିବା ଏମ୍ଏନ୍ଏସ୍ କର୍ମୀ ଅମିତ ଜଗତାପ କହିଛନ୍ତି, ‘ଯଦି ମହାରାଷ୍ଟ୍ରରେ ଜଣେ ବ୍ୟବସାୟ କରୁଛି ତେବେ ତାଙ୍କୁ ନିଶ୍ଚିତ ଭାବରେ ମରାଠୀ ଭାଷାରେ ଏକ ବିକଳ୍ପ ପ୍ରଦାନ କରିବାକୁ ପଡ଼ିବ। ଯଦି ଭବିଷ୍ୟତରେ ଏହା ନକରନ୍ତି ତେବେ ଯେଉଁଭଳି ଭାବେ ଭଙ୍ଗାରୁଜା କରାଯାଇଛି ସେହିଭଳି ମହାରାଷ୍ଟ୍ରର ନବନିର୍ମାନ ସେନା ସେମାନଙ୍କ ଦୋକାନ, ଯାନବାହାନ ମହାରାଷ୍ଟ୍ରରେ ଚାଲିବାକୁ ଦେବେ ନାହିଁ।’
ଅନ୍ୟପଟେ ମହାରାଷ୍ଟ୍ର ନବନିର୍ମାଣ ସେନାର ଏଭଳି ବିରୋଧ ଓ ହିଂସା କାଣ୍ଡକୁ ନେଇ କୋର୍ଟ ଏହାର ମୁଖ୍ୟ ରାଜ ଠାକରେଙ୍କୁ ନୋଟିସ ଜାରି କରିଛନ୍ତି। ଜାନୁଆରୀ ୫ରେ ଠାକରେଙ୍କୁ ହାଜର ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
କୃଷକ ଆନ୍ଦୋଳକୁ ପୂରିଲା ଏକମାସ, ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ
ନୂଆଦିଲ୍ଲୀ: ହାଡ଼ଭଙ୍ଗା ଶୀତରେ ମାସେ ହେଲାଣି ହକ୍ ପାଇଁ ରାସ୍ତାରେ ବସିଛନ୍ତି ଅନ୍ନଦାତା। ପ୍ରଧାନମନ୍ତ୍ରୀ, କୃଷି ମନ୍ତ୍ରୀ, ନେତା, ଯେତେ ବୁଝାଇଲେ ବି ବୁଝିବାକୁ ନାରାଜ୍ କୃଷକ ସଂଗଠନ। ନୂଆ କୃଷି ଆଇନ ରଦ୍ଦ ଦାବିରେ ଏକମାସ ଧରି ଦିଲ୍ଲୀର ସବୁ ସୀମାରେ ଚାଷୀଙ୍କ ହଲ୍ଲାବୋଲ ଜାରି ରହିଛି।
କେନ୍ଦ୍ର ସରକାର କୃଷକଙ୍କୁ ଚିଠି ଲେଖି ବାରମ୍ବାର ଅନୁରୋଧ କରି ଚାଲିଛନ୍ତି। କଥାବର୍ତ୍ତା ପାଇଁ ଅନୁରୋଧ କରିବା ସତ୍ତ୍ୱେ ବି କୃଷକ ସଂଗଠନ ନିଜର ଜିଦରେ ଅଟଳ ଅଛନ୍ତି। ଏମଏସପି ପ୍ରସଙ୍ଗରେ ଲିଖିତ ଆଶ୍ୱାସନା ଦେବାକୁ ସରକାର ରାଜି ଅଛନ୍ତି। ଆଇନରେ ଆବଶ୍ୟକ ସଂଶୋଧନ କରିବାକୁ ବି ସଙ୍କେତ ଦେଇଛନ୍ତି। ତଥାପି କୌଣସି କଥା କାଟୁ କରୁନି। ଆଜି ଆନ୍ଦୋଳନକୁ ଏକମାସ ପୂରି ଥିବାରୁ ସିଙ୍ଘୁ ସୀମାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି। ଏଥିରେ ବିଭିନ୍ନ କୃଷକ ସଂଗଠନର ନେତା ଯୋଗ ଦେଇ ସରକାରଙ୍କ ଆଭିମୂଖ୍ୟ ଉପରେ ଆଲୋଚନା କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ତିବ୍ର କରିବାକୁ ନିଷ୍ପତ୍ତି ନେବେ ବୋଲି ସୂଚନା ମିଳିଛି।
ଅନ୍ୟପଟେ ସରକାରଙ୍କୁ ମଞ୍ଚକୁ ଆସି ଆଲୋଚନା କରିବାକୁ କୃଷକ ନେତା ଦାବି କରିଛନ୍ତି। ଆନ୍ଦୋଳନରତ କୃଷକମାନେ ହରିଆଣା ସୀମା ଶାହଜାହାନପୁରରେ ଚକା ଜାମ କରିବାରୁ ଏନଏଚ୍ ୪୮ରେ ଦିଲ୍ଲୀ-ଜୟପୁର ସମ୍ପର୍କ ବ୍ୟାହାତ ହୋଇଛି। ଜୟପୁରରୁ ଦିଲ୍ଲୀ ଯିବା ରାସ୍ତା ଦୀର୍ଘ ୧୫ ଦିନ ହେଲା ବନ୍ଦ ରହିଛି।
‘ପରୀ’ ମୃତ୍ୟୁ ମାମଲା: ଅଭିଯୁକ୍ତ ସରୋଜର ହେବ ବ୍ରେନ ମ୍ୟାପିଂ
ନୟାଗଡ଼: ଯଦୁପୁର ପରୀ ମୃତ୍ୟୁ ମାମଲାରେ ଅଭିଯୁକ୍ତ ସରୋଜର ହେବ ବ୍ରେନ ମ୍ୟାପିଂ । ଏନେଇ କୋର୍ଟରେ ଆବେଦନ କରିବ SIT । ନୟାଗଡ଼ କୋର୍ଟରେ ଖୁବଶୀଘ୍ର ଆବେଦନ କରାଯିବ ବୋଲି ଏସଆଇଟି ପକ୍ଷରୁ ସୂଚନା ମିଲିଛି । ନଡ଼ିଆ ବାହୁଙ୍ଗାରେ କେମିତି ଢାଙ୍କିଥିଲା ମୃତଦେହ ଗୁରୁବାର ଯଦୁପୁରରେ କ୍ରାଇମ ସିନ୍ ରିକ୍ରିଏକଟ କରି ଡେମୋ ଦେଖାଇଥିଲା ଅଭିଯୁକ୍ତ ସରୋଜ ସେଠୀ । ବଖାଣିଥିଲା ପରୀ ହତ୍ୟାର ଛାତିଥରା ସତ । ଯଦୁପୁର ଦେଖିଲା କୁତ୍ସିତ ମାନସିକତାର ଖୋଲା କାରନାମା । ୩ଦିନିଆ ରିମାଣ୍ଡରେ ଏସଆଇଟିକୁ ମିଳିଥିଲା ବହୁ ଚାଞ୍ଚଲ୍ୟକର ତଥ୍ୟ ।

