ହିନ୍ଦୀରେ ଅନୁବାଦ ହେବ ଜଗନ୍ନାଥଙ୍କ ପବିତ୍ର ସ୍କନ୍ଦ ପୁରାଣ

ଭୁବନେଶ୍ୱର: ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ସ୍କନ୍ଦ ପୁରାଣ ହିନ୍ଦୀରେ ଅନୁବାଦ ହେବ । ନୂଆ ଦିଲ୍ଲୀସ୍ଥିତ ଏନ୍‌ଡିଏମ୍‌ସି ମୁଖ୍ୟ ଭିଜିଲାନ୍ସ କାର୍ଯ୍ୟାଳୟରେ ଏନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନେକ ଜଗନ୍ନଥପ୍ରେମୀ ଏହି ବୈଠକରେ ଉପସ୍ଥିତ ରହି ଏହି ମହାନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ପ୍ରଫେସର ଭାଗିରଥୀ ଝା ସ୍କନ୍ଦ ପୁରାଣର ହିନ୍ଦୀ ଅନୁବାଦ କରିବା ପାଇଁ ଦାୟିତ୍ୱ ନେଇଥିବା ବେଳେ, ମୁଖ୍ୟ ଭିଜିଲାନ୍ସ ଅଧିକାରୀ ସଞ୍ଜୟ ଡ୍ୟାମିଙ୍କ ପୃଷ୍ଠ ପୋଷକତା କରୁଛନ୍ତି ।

ପବିତ୍ର ସ୍କନ୍ଦ ପୁରାଣର ହିନ୍ଦୀ ଅନୁବାଦ ହେବା ଫଳରେ ଜଗନ୍ନାଥ ସଂସ୍କୃତି ଓ ଚେତନା ସମ୍ପର୍କରେ ଉତ୍ତର ଭାରତର ହିନ୍ଦୀ ଭାଷାଭାଷି ଅଞ୍ଚଳର ଲୋକେ ଅଧିକରୁ ଅଧିକ ଜାଣିପାରିବେ । ସ୍କନ୍ଦ ପୁରାଣ ସଂସ୍କୃତ ମୂଳ ଭାଷାରୁ ଓଡ଼ିଆରେ ଅନୁବାଦ ହୋଇଛି ଏବଂ ଇରାଜୀରେ ଅନୁବାଦ କାର୍ଯ୍ୟ ଜାରି ରହିଛି ।

Leave a Reply