ସିବିଆଇ ଜାଲରେ ରେଲଓ୍ୱେ ଅଫିସର୍‌

ଭୁବନେଶ୍ୱର: ସିବିଆଇ ଜାଲରେ ରେଲଓ୍ୱେ ଅଫିସର୍‌ । ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ସିବିଆଇର ଏକ ସ୍ୱତନ୍ତ୍ର ଟିମ୍‌ ରେଲ୍‌ଓ୍ୱେ ବିଭାଗର ସିନିଅର ଟ୍ରାଭେଲିଂ ଅଫିସରଙ୍କ ଘରେ ଚଢ଼ାଉ କରିଛି । ଭୁବନେଶ୍ୱରର କୋଳଥିଆ ଅଞ୍ଚଳରେ ସିବିଆଇ ପକ୍ଷରୁ ଏହି ରେଡ୍ କରାଯାଇଛି । ଅଫିସରଙ୍କ ଭୁବନେଶ୍ୱର କୋଳଥିଆସ୍ଥିତ ବାସଭବନ ସମେତ ତାଙ୍କ ଅଫିସରେ ମଧ୍ୟ ଚଢ଼ଉ କରାଯାଇଛି ।

ଅନ୍ୟପଟେ ପୁଣି ଜଣେ ଫରେଷ୍ଟ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବର୍ହିଭୂତ ସମ୍ପତିଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କ ବାସଭବନ ସମେତ କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ କରିଛି । ଭିଜିଲାନ୍ସର ଦୁଇଟି ସ୍ୱତନ୍ତ୍ର ଟିମ୍‌ ଏହି ଚଢ଼ଉ କରିଥିବା ଜଣାପଡ଼ିଛି । ସୋନପୁର ଓ ସମ୍ବଲପୁରର ଦୁଇଟି ଭିଜିଲାନ୍ସ ଟିମ୍‌ ଏହି ରେଡ୍‌ କରିଛି ।

ଉକ୍ତ ଫରେଷ୍ଟ ଅଧିକାରୀ ଜଣକ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜର ଫରେଷ୍ଟର ଜଗବନ୍ଧୁ ବାରିକ । ଦୁଇଟି ଯାକ ଭିଜିଲାନ୍ସ ଟିମ୍‌ ବୁଧବାର ଏକକାଳୀନ ଭାବେ ଜଗବନ୍ଧୁଙ୍କ ସୋନପୁର ସହର ଶାନ୍ତି ନଗର ପଡାରେ ଥିବା ଘର, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପାଖରେ ଥିବା ଘର ଓ ବିନିକା ରେଞ୍ଜ ଅଫିସରେ ଚଢାଉ କରିଛି । ଘରେ ସମସ୍ତ କାଗଜପତ୍ର, ଆସବାବପତ୍ର ଓ ଟଙ୍କାକୁ ଭିଜିଲାନ୍ସ ଟିମ ଟିକନିଖି କରି ଯାଞ୍ଚ କରିଛି । ଏବେ ସୁଦ୍ଧା କିଛି ବ୍ୟାଙ୍କ ପାସବୁକ, ଜୀବନ ବୀମା ବଣ୍ଡ, ଜମିବାଡିର କାଗଜପତ୍ର ତଥା ନଗଦ ଟଙ୍କା ଭିଜିଲାନ୍ସ ଟିମ୍‌ ଜବଦ କରିଥିବା ସୂଚନା ମିଳିଛି ।

Leave a Reply