ଝରାଫୁଲ ମୃତ୍ୟୁ ମାମଲା, ଗେଷ୍ଟ ହାଉସ୍‌ରେ କ୍ରାଇମ୍‌ ସିନ୍‌ ରି-କ୍ରିଏଟ୍‌

1 min read
JharaFula

ଭୁବନେଶ୍ୱର: ଝରାଫୁଲ ମୃତ୍ୟୁ ମାମଲା । ଖୁବ୍‌ଶୀଘ୍ର ଖୋଲିବ ହେଷ୍ଟହାଉସ ରହସ୍ୟ । ଜାନୁଆରୀ ୨୬ ତାରିଖ ରାତିରେ କ’ଣ ଘଟିଥିଲା ସେହି ଗେଷ୍ଟହାଉସ୍‌ରେ । ଝରାଫୁଲ ଓ ରାକେଶ ରହିଥିବା ୨୦୧ ନମ୍ବର ରୁମ୍‌କୁ ଆଉ କେହି ଆସିଥିଲେ କି ? ସେନେଇ ଖୋଳତାଡ଼ କରୁଛି ପୋଲିସ । ବୁଧବାର ବୟଫ୍ରେଣ୍ଡ ରାକେଶକୁ ନେଇ ଗେଷ୍ଟ ହାଉସ୍‌ରେ ପହଞ୍ଚିଛି ପୋଲିସ । ସେଠାରେ କ୍ରାଇମ୍‌ ସିନ୍‌ ରି-କ୍ରିଏଟ୍‌ କରିବା ସହ ରାତିରେ କ’ଣ ସବୁ ଘଟିଥିଲା ସେନେଇ ଟିକିନିଖି କରି ତଦନ୍ତ କରୁଛି ପୋଲିସ ।

କାହିଁକି ଝରାଫୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଥିଲା ? ସେ କ’ଣ ଖାଇଥିଲେ ? ଯଦି ସ୍ୱାସ୍ଥ୍ୟାବସ୍ଥା ଖରାପ ହେଲା ତାଙ୍କୁ ମେଡିକାଲ କାହିଁକି ନିଆଗଲା ନାହିଁ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ରାକେଶକୁ ତିନି ଦିନିଆ ରିମାଣ୍ଡରେ ନେବା ପରେ ସବୁ ସତ ପଦାକୁ ଆସିବ ବୋଲି ଅନୁମାନ କରାଯାଉଛି । ରିମାଣ୍ଡର ପ୍ରଥମ ଦିନରେ ଝରାଫୁଲଙ୍କ ବାପା, ଭାଇ ଓ ରାକେଶକୁ ମୁହାଁମୁହିଁ ଜେରା କରାଯାଇଛି । ଯାଜପୁର ରାଜେନ୍ଦ୍ରପୁରର କ୍ରାଇମ ସ୍ପଟରେ ଝରାଫୁଲଙ୍କ ମୃତଦେହ ଫୋପାଡିବାର ମଧ୍ୟ ଡେମୋ ଦେଖାଇଛି ରାକେଶ । ଏବେ ରାକେଶର ସହଯୋଗୀ ଶେଖର ଫେରାର ଥିବା ବେଳେ, ଏଯାଏଁ ବ୍ୟବହୃତ ସ୍କୁଟି ଜବତ କରିପାରିନି ପୋଲିସ । ଆଶା ୩ ଦିନିଆ ରିମାଣ୍ଡରେ ପୋଲିସକୁ ଝରାଫୁଲ ମୃତ୍ୟୁର ଅସଲ କାରଣ ଜଣାପଡିବ ।

ତେବେ ରାକେଶକୁ ନେଇ ଧର୍ମବିହାର ସ୍ଥିତ ଗେଷ୍ଟ ହାଉସ୍‌ରେ ପୋଲିସ ପହଞ୍ଚିବା ପରେ, ଜାନୁଆରୀ ୨୬ ତାରିଖ ରାତିର ପୁରା ଘଟଣାର ସିନ୍‌ ରି-କ୍ରିଏଟ୍‌ କରାଯାଇଛି । ପୋଲିସକୁ ଏହି କ୍ରାଇମ୍‌ ସିନ୍‌ ରି-କ୍ରିଏସନ୍‌ ପରେ ଅନେକ କିଛି ତଥ୍ୟ ମିଳିଥିବା ବୋଲି ଆଶା କରାଯାଉଛି ।

 

Leave a Reply