ହାତୀ ମୃତ୍ୟୁ ଘଟଣାରେ ୧୦ ଦିନ ମଧ୍ୟରେ ଆସିବ କେନ୍ଦ୍ରୀୟ ଟିମର ରିପୋର୍ଟ

କଳାହାଣ୍ଡି: କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ । ଘୁଷୁରୀଗୁଡି ନାଳ ନିକଟରୁ ଏକ ଛୋଟ ହାତୀର ମୃତଦେହ ଠାବ ହୋଇଛି । ଏହାକୁ ମିଶାଇ କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଛି । ସେପଟେ ଗ୍ରାଉଣ୍ଡ ଜିରୋରେ ହାତୀମୃତ୍ୟୁର କାରଣ ଖୋଜିଲା କେନ୍ଦ୍ରୀୟ ଟିମ୍ । କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମୃତ୍ୟୁର କାରଣ ଅନୁଧ୍ୟାନ କରିଛନ୍ତି ୩ ଜଣିଆ ଟିମ୍  ।

ବିଭିନ୍ନ ପରୀକ୍ଷା ପରେ ଆସନ୍ତା ୧୦ ଦିନ ମଧ୍ୟରେ ରିପୋର୍ଟ ଦେବ ଟିମ୍  ।  ଗତକାଲି ୩ ଜଣିଆ ଟିମ ହାତୀ ମୃତ୍ୟୁ ସ୍ଥାନ ତେନ୍ତୁଳି ପଦର , ଜାଖମ , ଘୁଷୁରୀ ଭଳି ବିଭିନ୍ନ ଗାଁକୁ ଯାଇ ତଦନ୍ତ କରିଛନ୍ତି  । ତଦନ୍ତ ପରେ କଳାହାଣ୍ଡି ଜିଲ୍ଲାପାଳଙ୍କ ସହିତ ଟିମ୍ ଆଲୋଚନା କରିଥିଲେ ।  ଆସନ୍ତା ମାସେ ଯାଏଁ ସ୍ଥିତି ଉପରେ ନଜର ରଖିବ ଟିମ୍  ।  ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣ ରୋଗ ବୋଲି ସ୍ପଷ୍ଟ ହୋଇଛି  ।

ତେବେ ଏହା କିପରି ଅଭୟାରଣ୍ୟର ହାତୀଙ୍କୁ ସଂକ୍ରମିତ କାଲା ତାକୁ ନେଇ ଅନୁଧ୍ୟାନ ଜାରି ରହିଛି । ଦେଶର ଅନ୍ୟ ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପ ଆବଶ୍ୟକ,  ସେନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ୱାଇଲଡ୍‌ ଲାଇଫ୍‌ ଇନଷ୍ଟିଚ୍ୟୁଟ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫ୍ୟାଣ୍ଟକୁ ରିପୋର୍ଟ ପ୍ରଦାନ କରିବ । କେନ୍ଦ୍ରୀୟ ଟିମର ପରାମର୍ଶ ଅନୁଯାୟୀ ସରକାର ପଦକ୍ଷେପ ନେବେ । ଏଣୁ କେନ୍ଦ୍ରୀୟ ଟିମର ରିପୋର୍ଟ ବେଶ ଗୁରୁତ୍ଵ ରଖୁଛି  ।

Leave a Reply