ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆଶଙ୍କା । ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ଅବଶିଷ୍ଟ ଜିଲ୍ଲାଗୁଡିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ କୋହଲା ପାଗ ରହିବା ସହ ଆକାଶ ମେଘାଚ୍ଛନ୍ନ ରହିବ । ତାମିଲନାଡୁରୁ ଓଡ଼ିଶା ମଧ୍ୟରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହେବା ଫଳରେ ଏଭଳି ପାଗ ସୃଷ୍ଟି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୬ ଦଶମିକ ୪ ମିଲିମିଟର ବର୍ଷା ହୋଇଥିବା ବେଳେ ବରଗଡରେ ୩ ଦଶମିକ ୮ ମିଲିମିଟର ବର୍ଷା ହୋଇଛି । ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କୁ ସତର୍କ ସୂଚନା ଦିଆଯାଇଛି  । ବର୍ଷା ସହ ଉତ୍ତର ଉପକୂଳ ଜିଲ୍ଲା ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା ଏବଂ କଟକରେ ସାମାନ୍ୟରୁ ମଧ୍ୟମ ଧରଣର କୁହୁଡି ହେବ  ।

ଏଥିସହିତ ପଢ଼ନ୍ତୁ: ସଂକ୍ରମଣ ବଢ଼ିଲେ ହୋଇପାରେ ଲକ୍‌ଡାଉନ୍, ମାନନ୍ତୁ ନିୟମ

Leave a Reply