spot_img
Home Blog Page 6083

ବାଲେଶ୍ୱରରେ ମହାବଳ ବାଘ, କୁଳଡ଼ିହା ଅଭୟାରଣ୍ୟରେ ପାଦ ଚିହ୍ନ

ବାଲେଶ୍ୱର: କୁଳଡ଼ିହା ଅଭୟାରଣ୍ୟ ପାଇଁ ଖୁସି ଖବର । ଜଙ୍ଗଲ ଭିତରୁ ମିଳିଛି ମହାବଳ ବାଘର ପାଦ ଚିହ୍ନ । ଏହି ପାଦ ଚିହ୍ନର ଓସାର ସାଢେ 7 ଇଞ୍ଚ ଓ ଗଭୀର ଦେଢ ଇଞ୍ଚ ହୋଇଥିବାରୁ ଏହା ଅଣ୍ଡିରା ମହାବଳ ବାଘ ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ମତ ଦେଇଛନ୍ତି । କୁଳଡ଼ିହା ଅଭୟାରଣ୍ୟର ଖୁମକୁଟ, ପଞ୍ଚଲିଙ୍ଗେଶ୍ବର, ଯୋଡ଼ାଚୁଆ, ସର୍ବଣା ନାଳ ନିକଟ ସନ୍ତସନ୍ତିଆ ସ୍ଥାନରେ ଏହିଭଳି ଏକାଧିକ ପାଦ ଚିହ୍ନ ପଡ଼ିଥିବା ବନ ବିଭାଗ କର୍ମଚାରୀମାନେ ଚିହ୍ନଟ କରିଛନ୍ତି ।

ମହାବଳର ପାଦ ଚିହ୍ନ ମିଳିବା ପରେ ବନବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଟ୍ରାକିଂ କ୍ୟାମେରା ଲଗାଯାଇଛି । ଏଥିସହିତ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ଯାତାୟାତ ଥିବାରୁ ପାଦଚିହ୍ନ ମିଳିଥିବା ଯୋଡ଼ାଚୁଆ ରାସ୍ତାକୁ ସିଲ୍‌ କରିଦିଆ ଯାଇଛି । ଗତ ୨ମାସ ମଧ୍ୟରେ ଏକ ୬୦ କିଲୋ ଓଜନର ହରିଣକୁ ମାଘ ମାରିଦେବା, ବିଭିନ୍ନ ସମୟରେ ବାଘର ଗର୍ଜନ ଶୁଭାଯିବା ଅଭୟାରଣ୍ୟ ପାଇଁ ଖୁସି ଖବର ବୋଲି କୁହାଯାଉଥିଲା ।

ତେବେ ଗତ ୨୦୧୬ ମସିହା ଗଣନା ଅନୁସାରେ କୁଳଡ଼ିହାରେ ୪ଟି ବାଘ ରହିଥିବା ଜଣାପଡ଼ିଥିଲା । ତେବେ ବର୍ତ୍ତମାନ ମହାବଳର ପାଦ ଚିହ୍ନ ଏବଂ ପୂର୍ବରୁ ଅନେକ ଜୀବଜନ୍ତୁଙ୍କ ଶିକାର ଫଳରେ ଏହି ସଂଖ୍ୟା ନିଶ୍ଚିତ ବୃଦ୍ଧି ପାଇଥିବା ନେଇ ‌ ଆଶାବାଦୀ ଅଛନ୍ତି ବିଶେଷଜ୍ଞମାନେ  । ସେପଟେ ଜଙ୍ଗଲ ମଧ୍ୟରେ ମହାବଳର ପାଦ ଚିହ୍ନ ମିଳିବା ପରେ ବାଘକୁ ଟ୍ରାକିଂ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା  ।

ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ଟିକା ନେଉଛନ୍ତି ସମସ୍ତ ସ୍ବାସ୍ଥ୍ୟକର୍ମୀ ଏବଂ କୋଭିଡ ଯୋଦ୍ଧା । ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣରେ ଟିକା ନେବେ ପ୍ରଧାନମନ୍ତ୍ରୀଙ୍କ ସମେତ ସମସ୍ତ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀମାନଙ୍କ ସହ ପୂର୍ବରୁ ବୈଠକ ନେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବିଷୟରେ ଦେଇଥିଲେ ସୂଚନା । ୫୦ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ସମସ୍ତ  ମୁଖ୍ୟମନ୍ତ୍ରୀଙ୍କୁ ଟିକା ପ୍ରଦାନ କରାଯିବା ନେଇ ସୂଚନା ଦେଇଥିଲେ ପ୍ରଧାନମନ୍ତ୍ରୀ ।

ଏହି ଟିକାକରଣରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ବ୍ୟତିତ ସମସ୍ତ ସାସଂଦ, ବିଧାୟକ ମଧ୍ୟ ଟିକା ନେବେ । କିନ୍ତୁ ବୟସ ୫୦ରୁ ଅଧିକ ହୋଇଥିବା ଆବଶ୍ୟକ । ପ୍ରଥମ ପର୍ଯ୍ୟାୟ ଟିକାକରଣରେ ୭ ଲକ୍ଷ କରୋନା ଯୋଦ୍ଧାଙ୍କ ପାଇଁ ଭ୍ୟାକ୍ସିନ ପ୍ରସ୍ତୁତ କରାଯାଇଥିଲା । ଯାହା ବର୍ତ୍ତମାନ ମଧ୍ୟ ଚାଲୁ ରହିଛି । ସେପଟେ ଦ୍ୱିତାୟ ପର୍ଯ୍ୟାୟ ଟିକାକରଣ କେବେ ଆରମ୍ଭ କରାଯିବ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ଏନେଇ ସମସ୍ତ ଗାଇଡଲାଇନ ପ୍ରସ୍ତୁତ ସରିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ,ରାଜ୍ୟପାଳ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଟିକା ଗ୍ରହଣ କରିବେ । ସାଂସଦ ଏବଂ ବିଧାୟକ ମାନେ ମଧ୍ୟ ଟିକାନେବେ । ସେହିପରି ତୃତୀୟ ପର୍ଯ୍ୟାୟରେ ୫୦ ବର୍ଷରୁ ଅଧିକ ବୟସର ସେନା କର୍ମଚୀରୀ, ଅର୍ଦ୍ଧସାମରିକ ବଳ ଏବଂ ଯବାନଙ୍କୁ ଟିକା ପ୍ରଦାନ କରାଯିବା ନେଇ ନିଷ୍ପତି ହୋଇଛି ।

ବଦଳିଲା ଟିକାକରଣ ନିୟମ, ଅନ୍ୟ ଜାଗାରେ ବି ନେଇପାରିବେ ଟିକା

ଭୁବନେଶ୍ବର: ବଦଳିଲା ଟିକାକରଣ ନିୟମ। ଏଣିକି ପଂଜିକୃତ ବାଦ ଅନ୍ୟ ଜାଗାରେ ବି ନେଇପାରିବେ ଟିକା। ପ୍ରଥମ ଡୋଜ ପାଇଁ ଯଦି ଜଣେ ଗୋଟିଏ ସ୍ଥାନରେ ପଞ୍ଜିକରଣ କରିଛନ୍ତି । କିନ୍ତୁ ପରବର୍ତ୍ତୀ ସମୟରେ ଅନ୍ୟ ସ୍ଥାନକୁ ବଦଳି ହେଇଛି କିମ୍ବା ଅନ୍ୟ ସ୍ଥାନକୁ ଆସିଛନ୍ତି, ତେବେ ସେଠାରେ ତାଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଛି ।

ସେପଟେ ଟିକାକରଣ ପାଇଁ ରାଜ୍ୟକୁ ପୁଣି 22 ଲକ୍ଷ ସିରିଞ୍ଜି ଆସିଛି । ଆସନ୍ତା ୨୫ ସୁଦ୍ଧା ପଞ୍ଜିକରଣ ପରେ ରାଜ୍ୟରେ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମ । ଦ୍ବିତୀୟ ପର୍ଯ୍ୟାୟ ପାଇଁ ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ରୁ ୩ଲକ୍ଷ ୩୪ହଜାର ୫ଶହ କୋଭିସିଲ୍ଡ ଟିକା ପହଁଞ୍ଚିସାରିଛି । ଦ୍ବିତୀୟ ପର୍ଯ୍ୟାୟରେ ରାଜସ୍ବ, ନଗର ଉନ୍ନୟନ ଓ ଗୃହ ବିଭାଗର କର୍ମଚାରୀଙ୍କୁ ପଞ୍ଜିକରଣ କରାଯାଉଛି ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟବ୍ୟାପୀ କୋଭିସିଲ୍ଡ ଟିକା ଯୋଗାଇ ଦିଆଯାଇଥିବା ବେଳେ ଭୁବନେଶ୍ବରରେ କେବଳ କୋଭାକ୍ସିନ୍ ଟିକା ଦିଆଯାଇଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଭୁବନେଶ୍ବରରେ କୋଭାକ୍ସିନ୍ ପରିବର୍ତ୍ତେ କୋଭିସିଲ୍ଡ ଟିକା ଦିଆଯାଇପାରେ ବୋଲି ସୂଚନା ଦେଇଛନ୍ତି ବିଏମ୍‌ସି କମିଶନର ।

ସେୟାର ମାର୍କେଟରେ ନୂଆ ରେକର୍ଡ, ୫୦ହଜାର ଟପିଲା ସେନସେକ୍ସ

ନୂଆଦିଲ୍ଲୀ: ସେୟାର ମାର୍କେଟରେ ହେଲା ନୂଆ ରେକର୍ଡ । ୫୦ହଜାର ଟପିଲା ସେନସେକ୍ସ । ପ୍ରଥମ ଥର ପାଇଁ ୫୦ହଜାର ଟପିଛି ସେନସେକ୍ସ । ଆଜି କାରବାରରେ ୨୩୦ ପଏଣ୍ଟ ବୃଦ୍ଧି ଘଟି ୫୦ ହାର ପାର କରିଛି ସେନସେକ୍ସ । ଏହାସହ ନିଫ୍ଟ ମଧ୍ୟ ୧୪ ହଜାର ଟିପିଛି ।

ଗତକାଲି କାରବାରରେ ସେନସେକ୍ସରେ ୩୯୪ ପଏଣ୍ଟ ବୃଦ୍ଧି ଘଟିଥିଲା । ଯାହା ଫଳରେ ୪୯ ହଜାର ୭୯୨. ୧୨ ରେ ପହଞ୍ଚିଥିଲା ସେନସେକ୍ସ । ସେହିପରି ନିଫ୍ଟରେ ମଧ୍ୟ ଗତକାଲି୧୨୫ ପଏଣ୍ଟ ବୃଦ୍ଧି ଘଟି ୧୪ ହଜାର ୬୪୪.୭୦ ରେ ପହଞ୍ଚିଥିଲା ନିଫ୍ଟ । ଆମେରିକାରେ ବାଇଡେନ ରାଷ୍ଟ୍ରପତି ହେବା ପରେ ସେୟାର ମାର୍କେଟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି ।

ଗତକାଲି କାରବାରରେ ସେନସେକ୍ସରେ ୩୯୪ ପଏଣ୍ଟ ବୃଦ୍ଧି ଘଟିଥିଲା । ଯାହା ଫଳରେ ୪୯ ହଜାର ୭୯୨. ୧୨ ରେ ପହଞ୍ଚିଥିଲା ସେନସେକ୍ସ । ସେପଟେ ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ଜବରଦସ୍ତ ଉପରକୁ ଉଠିଛି ପଏଣ୍ଟ ଟେବୁଲ । ଫଳରେ ନିବେଷକଙ୍କ ମନରେ ଉତ୍ସାହ ବଢିଛି ।

ଟ୍ରମ୍ପ ଅଗ୍ରାହ୍ୟ କରିଥିବା ପ୍ୟାରିସ ରାଜିନାମାକୁ ଗ୍ରହଣ କଲେ ଜୋ ବାଇଡେନ

ଓ୍ବାସିଂଟନ୍: ଯୁକ୍ତରାଷ୍ଟ୍ର ଆମେରିକାର ନୂଆ ନେତୃତ୍ବ ଜଳବାୟୁ ପରିବର୍ତ୍ତନର କୁ-ପ୍ରଭାବକୁ ରୋକିବା ଲାଗି ପ୍ରତିବଦ୍ଧତା ଜଣାଇଛନ୍ତି। ଏ ଦିଗରେ ସର୍ବୋଚ୍ଚ ଅନ୍ତର୍ଜାତୀୟ ରାଜିନାମା ଯାହା ପ୍ୟାରିସ ରାଜିନାମା ନାମରେ ପରିଚିତ ତାହାକୁ ପୁଣିଥରେ ଗ୍ରହଣ କରିଛି। ଆମେରିକାର ୪୬ତମ ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କର ପ୍ରଥମ କାର୍ଯ୍ୟ ଦିବସରେ ପ୍ୟାରିସ୍ ଚୁକ୍ତିନାମାରେ ପୁଣିଥରେ ଯୋଗ ଦେବାକୁ ଆଦେଶ ଦେଇଛନ୍ତି। ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟକାଳ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଏହି ଚୁକ୍ତିରୁ ଓହରିଥିଲା।

 

ପ୍ୟାରିସ ରାଜିନାମା ଅନୁସାରେ ସଦସ୍ୟ ଥିବା ରାଷ୍ଟ୍ରମାନେ ବିଶ୍ବତାପନକୁ ଦୁଇ ଡିଗ୍ରୀ ଭିତରେ ସୀମିତ ରଖିବା ଲାଗି ଚୁକ୍ତି ବଦ୍ଧ। ୨୦୧୫ ମସିହାର ଏହି ରାଜିନାମାରେ ବିଶ୍ବର ୧୯୫ ଦେଶ ସ୍ବାକ୍ଷର କରିଛନ୍ତି। ଆମେରିକା ଏହି ଚୁକ୍ତିରେ ଅନ୍ୟତମ ସ୍ବାକ୍ଷରକାରୀ ଥିଲେ ମଧ୍ୟ ପୂର୍ବତନ ରାଷ୍ଟ୍ରପତିଙ୍କ ସମୟରେ ଏହି ଚୁକ୍ତିରୁ ଓହରି ଥିଲା। ଏହାକୁ ନେଇ ସାରା ବିଶ୍ବରେ ଚର୍ଚା ହୋଇଥିଲା।

ବାଇଡେନ୍ ନିଜ ଆଦେଶରେ କହିଛନ୍ତି, `ଆମେ ଜଳବାୟୁ ପରିବର୍ତ୍ତନକୁ ଏପରି ଭାବେ ମାତ୍ ଦେବାକୁ ଉଦ୍ୟମ କରିବୁ ଯେମିତି ପୂର୍ବରୁ କେବେ ହୋଇ ନଥିଲା। ଯୁକ୍ତରାଷ୍ର ଆମେରିକା ପକ୍ଷରୁ ଏହି ଚୁକ୍ତିର ପ୍ରତିଟି ଧାରା ଗ୍ରହଣ କରିବା ଲାଗି ପ୍ରତିବଦ୍ଧତା ଜଣାଉଛି।‘ ଯୁକ୍ତରାଷ୍ଟ୍ର ଆମେରିକା ଏବେ ବିଶ୍ବର ସର୍ବାଧିକ ଓଜନ୍ ସ୍ତରକୁ ହାନୀ ପହଞ୍ଚାଉଥିବା ଗ୍ରୀନ ହାଉସ୍ ଗ୍ୟାସ ନିର୍ଗତ କରାଉଛି। ଏହି ପରିପ୍ରେକ୍ଷୀରେ ବାଇଡେନଙ୍କ ଏହି ଆଦେଶ ବିଶ୍ବ ତାପନକୁ ନିୟନ୍ତ୍ରଣ ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟାକୁ ରୋକିବା ଦିଗରେ ପ୍ରତିବଦ୍ଧତାକୁ ବୟାନ କରୁଛି ବୋଲି ହ୍ବାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟାରୀ ଜେନ୍ ସାକି କହିଛନ୍ତି।

ଶପଥ ନେଲେ ବାଇଡେନ-ହାରିସ, ଶୁଭେଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଜୋସେଫ ଆର. ବାଇଡେନ । ତାଙ୍କ ସହ ଭାରତୀୟ ବଂଶୋଦ୍ଭବ କମଲା ହାରିସ ମଧ୍ୟ ୪୯ତମ ଉପରାଷ୍ଟ୍ରପତି ଭାବେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ନୂତନ କରି ଶପଥ ନେଇଥିବା ବିଶ୍ବର ଶକ୍ତିଶାଳୀ ଦେଶର ଦୁଇ ନେତାଙ୍କୁ ଶୁଭେଛା ବାର୍ତ୍ତା ଜଣାଇନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ପ୍ରଧାନମନ୍ତ୍ରୀ ଟ୍ବିଟର ଜରିଆରେ ଜୋ ବାଇଡେନଙ୍କୁ ଶୁଭେଛା ଜଣାଇବା ସହ ଆମେରିକାର ଅତ୍ୟଧିକ ପ୍ରଗତି ନେଇ ଆଶାବାଦୀ ଥିବା ଉଲ୍ଲେଖ କରିଛନ୍ତି । ସେହିପରି ଆମେରିକାରେ ପୁନର୍ବାର ଶାନ୍ତି ଫେରିବ ଏବଂ ଭାରତ-ଆମେରିକା ସଂପର୍କ ଆହୁରି ଶକ୍ତ ହେବା ନେଇ ପ୍ରଧାନମନ୍ତ୍ରୀ ଆଶାବାଦୀ ଥିବା ଉଲ୍ଲେଖ କରିଛନ୍ତି ।

୭୮ ବର୍ଷୀୟ ଡେମୋକ୍ରାଟ ଜୋସେଫ ଆର. ବାଇଡେନଙ୍କ ସହ ୫୬ ବର୍ଷୀୟ କମଲା ହାରିସ ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି। ବୁଧବାର ଆମେରିକା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍‌ ରବର୍ଟସ୍‌ ବାଇଡେନଙ୍କୁ ଶପଥପାଠ କରାଇଥିବା ବେଳେ କମଳା ହାରିସଙ୍କୁ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟୋମେୟର ଶପଥପାଠ କରାଇଥିଲେ।

ସିଲ୍କସିଟିରେ ଭେଜାଲ ସାମଗ୍ରୀ, ହଳଦୀ ଓ ଲଙ୍କାଗୁଣ୍ଡ ବି ଅପମିଶ୍ରିତ

ବ୍ରହ୍ମପୁର: ଦିନକୁ ଦିନ ବଢୁଛି ଭେଜାଲର ସାମ୍ରାଜ୍ୟ । ବିଭିନ୍ନ ସ୍ଥାନରେ ତିଆରି କରାଯାଉଛି ଭେଜାଲ ଖାଦ୍ୟ ପଦାର୍ଥ । କଟକ, ଭୁବନେଶ୍ୱର ଓ ସମ୍ବଲପୁର ପରେ ସିଲ୍କସିଟିରେ ଜବତ ହୋଇଛି ଭେଜାଲ ସାମଗ୍ରୀ । ବ୍ରହ୍ମପୁର ବଡ଼ବଜାର ଥାନା ପାଣ୍ଡବ ନଗରରେ ଗୋଷାଣୀ ନୁଆଗାଁ ପୋଲିସର ଚଢାଉ । ବିପୁଳ ପରିମାଣର ଅପମିଶ୍ରିତ ହଳଦୀ ଓ ଲଙ୍କା ଗୁଣ୍ଡ ଜବତ ହୋଇଛି ।

ଏସପିଙ୍କ ନିର୍ଦ୍ଦେଶକ୍ରମେ ଗୋଷାଣୀନୁଆ ଗାଁ ଥାନା ପୋଲିସ ଚଢାଉ କରିଥିଲା । ଜବତ ସମୟରେ ଦୁଇଟି ମେସିନ ସହ ବିପୁଳ ପରିମାଣର ଭେଜାଲ୍ ହଲିଦୀ ଓ ଲଙ୍ଗା ଗୁଣ୍ଡ ଜବତ କରାଯାଇଛି । ଘର ଭିତରେ ମେସିନ ରଖି ହଳଦୀ ଓ ଲଙ୍କାଗୁଣ୍ଡ ପ୍ୟାକିଙ୍ଗ କରାଯାଉଥିଲା । ତେବେ ଘଟଣାରେ ଲିଙ୍ଗା ସାହୁ ନାମକ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

ଆଜି ଏହି ରାଶିର ଲୋକଙ୍କ ପାଇଁ ଦିନଟି ଅଶୁଭ ରହିବ, ଜାଣନ୍ତୁ

ଆଜିର ପଞ୍ଚାଙ୍ଗ:

୨୧ଜାନୁଆରୀ, ୨୦୨୧, ଗୁରୁବାର

୧୪୨୮ ସାଲ, ୧୯୪୨ ଶକାବ୍ଦ, ୨୦୭୭ ସମ୍ବତ୍

ମକର ମାସ ୮ ଦିନ,ପୌଷ ମାସ,ଶୁକ୍ଳପକ୍ଷ,

ଅଷ୍ଟମୀ ତିଥି, ଅଶ୍ୱିନୀ ନକ୍ଷତ୍ର

ମେଷ ରାଶିରେ ଚନ୍ଦ୍ର ରହିବେ

ଯୋଗିନୀ ଐଶାନ୍ୟରେ ରହିବେ ଦିନ ୩ଟା ୫୩ ପର୍ଯ୍ୟନ୍ତ ରହିବେ

ଦିନ ୩ଟା ୫୩ ପରେ ପୂର୍ବେକୁ ଯାତ୍ରା ନିଷେଧ

ମେଷ ରାଶିର ଘାତଚନ୍ଦ୍ର

ତୁଳା ଓ କୁମ୍ଭ ରାଶିର ଘାତବାର

 

– ଶୁଭ ସମୟ -ଦିନ ୧୦ଟା ୫୨ ମିନିଟ୍ ଠାରୁ ଦିନ ୧ଟା ୫ ମିନିଟ୍

ଦିନ ୪ଟା ୧୫ ମିନିଟ୍ ଠାରୁ ସନ୍ଧ୍ୟା ୫ଟା ୩୧ ପର୍ଯ୍ୟନ୍ତ

– ଅଶୁଭ ସମୟ – ଦିନ ୧୧ଟା ୩୦ ମିନିଟ୍ ଠାରୁ ଦିନ ୧ଟା ପର୍ଯ୍ୟନ୍ତ

ଆଜି ନଡିଆ ଏବଂ ଦିନ ୩ଟା ୫୦ ମିନିଟ୍ ପରେ ଲାଉ ଖାଇବା ନିଷେଧ

 

ମହାଉପାୟ

ମକର ରାଶିରେ ହୋଇଛି ମହାସଂଯୋଗ

ବୃହସ୍ପତି ଓ ଶନିଙ୍କର ନୀଚ୍ଚଭଙ୍ଗ ରାଜ ଯୋଗ

୪ଟି ରାଶି ପାଇଁ ରହିବ ଅତ୍ୟନ୍ତ ଶୁଭ ଓ ସୌଭାଗ୍ୟପୂର୍ଣ୍ଣ

ମେଷ ରାଶି ପାଇଁ ଧନ ୪ର୍ଥ ଓ ୬ଷ୍ଠ ଭାବକୁ ପ୍ରଭାବିତ ହୋଇଥିବାରୁ

ମିଳିବ ଆର୍ଥିକ ଏବଂ ଗୃହ, ଭୂମି, ନୂତନ କର୍ମ ନିଯୁକ୍ତି

କ୍ୟାରିୟର କ୍ଷେତ୍ରରେ ମଧ୍ୟ ମିଳିବ ସଫଳତା

 

ମକର ରାଶି ପାଇଁ ଅତି ଶୁଭ ପ୍ରଭାବ ରହିବ

ଭାଗ୍ୟ କ୍ଷେତ୍ରରେ ଆସିବ ପରିବର୍ତ୍ତନ

ସନ୍ତାନ ସମ୍ଭନ୍ଧୀୟ ସମସ୍ତ ସମସ୍ୟା ଦୂର ହେବ

ସରକାରୀ ଚାକିରୀ କ୍ଷେତ୍ର କିମ୍ବା ପ୍ରାଇଭେଟ୍ କର୍ମ ନିଯୁକ୍ତିରେ ମିଳିବ ଅତ୍ୟନ୍ତ ଶୁଭ

କର୍କଟ ରାଶି ପାଇଁ ଅତି ଶୁଭ ଫଳ ରହିଛି

ବାହନ, ଭୂମି ବ୍ୟବସାୟରେ ମିଳିବ ଲାଭ

ବିଶିଷ୍ଟ ଲୋକଙ୍କ ଠାରୁ ମିଳିବ ସାହାଯ୍ୟ ସହଯୋଗ

ପରିଶ୍ରମ ସାର୍ଥକ ହେବ

ତୁଳା ରାଶି ପାଇଁ ମିଳିବ ପାରିବାରିକ ସୁଖଶାନ୍ତି

ନୂତନ କର୍ମନିଯୁକ୍ତି, ନୂତନ ସ୍ଥାନ,ଭୂମି,ଗୃହଲାଭ ସହିତ

ସମାଜରେମିଳିବ ସମ୍ମାନ ଓ ପ୍ରତିଷ୍ଠା

 

ମେଷ ରାଶି

ଅଶ୍ୱିନୀ ନକ୍ଷତ୍ର – ଆପଣଙ୍କ କାର୍ଯ୍ୟ ଓ ବ୍ୟବହାରକୁ ନେଇ ମିଳିବ ପ୍ରଶଂସା ଓ ସମ୍ମାନ

ପୂରା ଦିନ ଆପଣଙ୍କ ସପକ୍ଷରେ ଯିବ

ଦ୍ୱିଜା ନକ୍ଷତ୍ର – ପଛକଥାକୁ ନେଇ ମନ ଖରାପ ରହିବ, କାର୍ଯ୍ୟରେ ଆସିବ ବାଧା ଓ ପ୍ରତିବନ୍ଧକ

କୃତ୍ତିକା ନକ୍ଷତ୍ର – ଈଶ୍ୱର ବିଶ୍ୱାସୀ ହୋଇ ଆଗକୁ ବଢିବେ, ଅର୍ଥଲାଭର ସୁଯୋଗ ରହିଛି

ମହାଦେବଙ୍କୁ ୨୧ଟି ତ୍ରିଶାଖା ବେଲପତ୍ର ଅର୍ପଣ କରନ୍ତୁ

ବୃଷ ରାଶି

କୃତ୍ତିକା ଉତ୍ତର – କାର୍ଯ୍ୟବ୍ୟସ୍ତତା ମଧ୍ୟରେ ସମୟ କଟିବ, ଖର୍ଚ୍ଚ ଉପରେ ରହିବ ନାହିଁ ନିୟନ୍ତ୍ରଣ

ରୋହିଣୀ ନକ୍ଷତ୍ର – ପାରିବାରିକ ସମସ୍ୟାକୁ ନେଇ ପରିବାର ମଧ୍ୟରେ ଅଶାନ୍ତି ଦେଖାଦେବ, ଅନ୍ୟମାନେ ଆପଣଙ୍କୁ ଭୁଲ୍‌ ବୁଝିବେ

ମୃଗଶିରା ନକ୍ଷତ୍ର – ବ୍ୟବସାୟରେ ଆଶାଜନକ ମିଳିବ ଲାଭ, ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ

ଭଗବାନ ଶ୍ରୀଗଣେଶଙ୍କୁ ରାଶି ଲଡୁ ୫ଟି ଅର୍ପଣ କରନ୍ତୁ

ମିଥୁନ ରାଶି

ମୃଗଶିରା ନକ୍ଷତ୍ର – ଦିନଟି ଭଲରେ କଟିବ, ପ୍ରତିକ୍ଷୀତ ଖବର ପାଇ ମନ ଉତ୍ସାହିତ ରହିବ

ଆର୍ଦ୍ରା ନକ୍ଷତ୍ର – ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ, ଭଗବାନଙ୍କ ପ୍ରତି ଆସ୍ଥା ବଢିବ, ସ୍ଥଗିତ ଥିବା କାର୍ଯ୍ୟ ତ୍ୱାରାନ୍ୱିତ ହେବ

ପୁନର୍ବସୁ ନକ୍ଷତ୍ର – ପରିବାର ଏବଂ କର୍ମକୁ ନେଇ ଖୁସି ରହିବେ, ଆର୍ଥିକ ଚିନ୍ତା ଦୁର ହୋଇଯିବ

୩ଟି ପାଚିଲା କଦଳୀ ଗୋ-ମାତାଙ୍କୁ ଖାଇବାକୁ ଦିଅନ୍ତୁ

କର୍କଟ ରାଶି

ପୁନର୍ବସୁ ନକ୍ଷତ୍ର – ନୂତନ କର୍ମ ନିଯୁକ୍ତିର ସୁଯୋଗ ଆସିବ, ଅନେକ ଦିନର ଆଶା ପୂରଣ ହେବ

ପୁଷ୍ୟା ନକ୍ଷତ୍ର – ଦିନଟି ସାମାନ୍ୟ ରହିବ, ଶାରିରୀକ ମାନସିକ ପୀଡା ଅନୁଭବ କରିପାରନ୍ତି

ଅଶ୍ଳେଷା ନକ୍ଷତ୍ର – ଦିନଟି ବହୁତ ଭଲରେ କଟିବ, ପ୍ରତ୍ୟେକଟି କାର୍ଯ୍ୟରେ ମିଳିବ ସଫଳତା

ପଶୁପକ୍ଷୀମାନଙ୍କୁ କିଛି ଖାଦ୍ୟ ଦାନ କରନ୍ତୁ

ସିଂହ ରାଶି

ମଘା ନକ୍ଷତ୍ର – ଗୁପ୍ତଶତ୍ରୁ ପ୍ରତି ସତର୍କ ରୁହନ୍ତୁ, କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ, ଦିନଟି ସାମାନ୍ୟ ରହିଛି, ନୂଆ କାମ କିଛି କରନ୍ତୁ ନାହିଁ

ପୂର୍ବା ଫାଲଗୁନୀ- ପ୍ରତୀକ୍ଷାରେ ଥିବା ଖବର ପାଇ ଖୁସି ଅନୁଭବ କରିବେ, ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ, ଆଶା ସଫଳ ହେବ

ଉତ୍ତରା ଫାଲଗୁନୀ- କୌଣସି କଥାକୁ ନେଇ ନିଜ ଲୋକମାନେ ଆପଣଙ୍କୁ ଭୁଲ୍ ବୁଝିବେ, ଦିନଚର୍ଯ୍ୟାରେ ଆସିବ ପରିବର୍ତ୍ତନ

ହନୁମାନ ଭଗବାନଙ୍କୁ ସିନ୍ଦୁର ଅର୍ପଣ କରନ୍ତୁ

କନ୍ୟା ରାଶି

ଉତ୍ତରା ଫାଲଗୁନୀ- ଦାମ୍ଫତ୍ୟ ଜୀବନରେ ଛୋଟକଥାକୁ ନେଇ ଅଶାନ୍ତି କଳହ ଦେଖାଦେଇପାରେ

ହସ୍ତା ନକ୍ଷତ୍ର – ପ୍ରତ୍ୟେକଟି କ୍ଷେତ୍ରରେ ଭଲ କାମ କରି ପ୍ରଶଂସିତ ହେବେ, ଦିନଟି ଭଲରେ କଟିବ

ଚିତ୍ରା ନକ୍ଷତ୍ର – ମନରେ କିଛି କାମକୁ ନେଇ ଅସ୍ଥିରତା ଲାଗି ରହିବ, କାର୍ଯ୍ୟରେ ବାଧା ଆସିବ

ଧଳାବସ୍ତ୍ର ପରିଧାନ କରନ୍ତୁ, ସମସ୍ତ ବାଧା ଦୁର ହେବ, ଦିନଟି ଭଲରେ କଟିବ

ତୁଳା ରାଶି

ଚିତ୍ରା ନକ୍ଷତ୍ର – କର୍ମକ୍ଷେତ୍ରକୁ ନେଇ ଶୁଭ ସମ୍ବାଦ ମିଳିବ,ପାରିବାରିକ ସ୍ଥିତି ଠିକ୍ ରହିବ

ସ୍ୱାତୀ ନକ୍ଷତ୍ର – ଆର୍ଥିକ ଓ ପାରିବାରିକ ସ୍ଥିତିରେ ସୁଧାର ଆସିବ, ମନର ସନ୍ଦେହ ଦୂର ହେବ

ବିଶାଖା ନକ୍ଷତ୍ର – ସ୍ୱାସ୍ଥ୍ୟ ଖରାପ ଚିନ୍ତା ବଢାଇବ, କାର୍ଯ୍ୟରେ ଆସିବ ବାଧା, ପ୍ରତିବନ୍ଧକ

ବ୍ରାହ୍ଣଣଙ୍କୁ ଫଳ ଦାନ କରନ୍ତୁ, ପ୍ରଣାମ କରି ଆଶିର୍ବାଦ୍ ନିଅନ୍ତୁ

ବିଛା ରାଶି

ବିଶାଖା ନକ୍ଷତ୍ର- ପୂରା ଦିନ ଭଲରେ କଟିବ, ଶତ୍ରୁ ଦୂରେଇ ଯିବେ, ଆଶା ସଫଳ ହେବ

ଅନୁରାଧା ନକ୍ଷତ୍ର- ଆତ୍ମବିଶ୍ୱାସର ସହ ଆଗକୁ ବଢିବେ, ନ ହେବା କାମ ସହଜରେ ହୋଇଯିବ

ଜ୍ୟେଷ୍ଠା ନକ୍ଷତ୍ର- ବିଳମ୍ବ ହେଲେ ମଧ୍ୟ ପ୍ରତ୍ୟେକ କାର୍ଯ୍ୟରେ ମିଳିବ ସଫଳତା, ବନ୍ଧୁଙ୍କର ସାହାଯ୍ୟ,ସହଯୋଗ ପାଇ ଉତ୍ସାହିତ ରହିବେ

ହଳଦୀରଙ୍ଗର ବସ୍ତ୍ର ପରିଧାନ କରନ୍ତୁ, ମିଠାଖାଇ କାର୍ଯ୍ୟ ଆରମ୍ଭ କରନ୍ତୁ

ଧନୁ ରାଶି

ମୂଳା ନକ୍ଷତ୍ର- ଦିନଟି ବହୁତ ଭଲରେ କଟିବ, ପୂର୍ବରୁ ଥିବା ଚିନ୍ତା ସମସ୍ୟା ଦୂର ହୋଇଯିବ

ପୂର୍ବାଷାଢା ନକ୍ଷତ୍ର- ଗୁରୁଜନଙ୍କର ପରାମର୍ଶ ଏବଂ ସହଯୋଗ ମିଳିବା ଦ୍ୱାରା ଆପଣଙ୍କର ଲକ୍ଷ୍ୟ ପୂରଣ ହେବ

ଉତ୍ତରାଷାଢା ନକ୍ଷତ୍ର- ପୂର୍ବରୁ ଯୋଜନା କରିଥିବା କାମ ସହଜରେ ହୋଇଯିବ

ଭଗବାନ ଶ୍ରୀଜଗନ୍ନାଥଙ୍କୁ ଦୁର୍ବା ଓ ତୁଳସୀ ଅର୍ପଣ କରନ୍ତୁ

ମକର ରାଶି

ଉତ୍ତରାଷାଢା ନକ୍ଷତ୍ର- ଦିନଟି ବହୁତ ଭଲରେ କଟିବ, ପ୍ରତ୍ୟେକଟି ଦିଗରୁ ସଫଳତା ମିଳିବ, ସ୍ୱାସ୍ଥ୍ୟ ଭଲ ରହିବ

ଏହି ୪ଟି ରାଶି ପାଇଁ ରହିଛି ମହା ରାଜ ଯୋଗ

୮ଟି ରାଶି ସହ କଣ ରହିଛି ଶନି ଓ ବୃହସ୍ପତିଙ୍କ ପ୍ରଭାବ

ଶ୍ରବଣା ନକ୍ଷତ୍ର – ଅଧାଅଧୁରା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ, ଦିନଟି ସପକ୍ଷରେ ଯିବ

ଧନିଷ୍ଠା ନକ୍ଷତ୍ର- ନୂଆ ବିଚାର ଓ ଚିନ୍ତାଧାରା ଆପଣଙ୍କୁ ସଫଳତା ଆଣିଦେବ, ଦିନଟି ଭଲରେ କଟିବ

ବୁଲାକୁକୁରକୁ ମିଠା ଖାଇବାକୁ ଦିଅନ୍ତୁ

କୁମ୍ଭ ରାଶି

ଧନିଷ୍ଠା ନକ୍ଷତ୍ର- ପରିବାର ଓ ଦାମ୍ପତ୍ୟ ଜୀବନକୁ ନେଇ ଖୁସି ରହିବେ, ଅନ୍ୟର ସାହାଯ୍ୟ ସହଯୋଗ ମିଳିବ, ପୂରା ଦିନ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ

ଶତଭିଷା ନକ୍ଷତ୍ର- ଆପଣଙ୍କ ବ୍ୟବହାର ଓ କାର୍ଯ୍ୟଶୈଳୀ ଅନ୍ୟମାନଙ୍କୁ ଆକର୍ଷିତ କରିବ, ମାନସମ୍ମାନ ଓ ପ୍ରତିଷ୍ଠା ମିଳିବ

ପୂର୍ବଭାଦ୍ର ନକ୍ଷତ୍ର- ସ୍ୱାସ୍ଥ୍ୟ ଭଲ ରହିବ, କର୍ମକ୍ଷେତ୍ରକୁ ନେଇ ଶୁଭ ଖବର ମିଳିବ

ହନୁମାନ ଚାଳିଶା ୩ ଥର ପାଠ କରନ୍ତୁ

ମୀନ ରାଶି

ପୂର୍ବଭାଦ୍ର ନକ୍ଷତ୍ର – ମିତ୍ରବନ୍ଧୁଙ୍କ ସହ ସାକ୍ଷାତ ହେବ, ପୂର୍ବରୁ ରହୁଥିବା ସମସ୍ୟା ଦୂର ହେବ

ଉତ୍ତରଭାଦ୍ର ନକ୍ଷତ୍ର- ପରିଶ୍ରମ ସାର୍ଥକ ହେବ, ନିଜ ଚେଷ୍ଟାରେ ସଫଳତା ମିଳିବ, ମନ ଭଲ ରହିବ

ରେବତୀ ନକ୍ଷତ୍ର- ସଙ୍ଗୀତ ପ୍ରତି ଆଗ୍ରହ ବଢିବ, ମନ ପସନ୍ଦର ଖାଦ୍ୟ ମିଳିବ

ଗରିବ ବ୍ୟକ୍ତିକୁ ଖାଦ୍ୟ ଦାନ କରନ୍ତୁ

 

ଜ୍ୟୋତିର୍ବିଦ୍ ଡ.ଶ୍ୟାମସୁନ୍ଦର ବାଘ

ଯୋଗାଯୋଗ- 9938571935

ବୈଠକ ପରେ ବସୁଛି ବୈଠକ କିନ୍ତୁ ବାହାରିପାରୁନି ସମାଧାନର ବାଟ

ନୂଆଦିଲ୍ଲୀ: ବୈଠକ ପରେ ବୈଠକ ବସୁଛି ହେଲେ ସମାଧାନର ବାଟ ବାହାରିପାରୁନି । ଦଶ ଦଶ ଥର ବୈଠକ ପରେ ବି କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ କୌଣସି ସମାଧାନ ବାହାରି ପାରୁନି । ଗତକାଲି ବସିଥିବା ବୈଠକରେ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବ ଉପରେ ବିଚାର କରିବ ଚାଷୀ ସଙ୍ଗଠନ। ଏନେଇ ଆଜି ଚାଷୀ ସଙ୍ଗଠନର ବୈଠକ ହେବ। ଦେଢ ବର୍ଷ ପାଇଁ ନୂଆ କୃଷି ଆଇନକୁ ସ୍ଥଗିତ ରଖିବା ପାଇଁ ଚାଷୀ ସଙ୍ଗଠନକୁ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ସରକାର।

ଏଥିସହ ସରକାର ଏକ କମିଟି ଗଠନ କରିବେ ବୋଲି ପ୍ରସ୍ତାବ ମଧ୍ୟ ଦେଇଛନ୍ତି । ଆସନ୍ତା ୨୨ ତାରିଖରେ ହେବ ସରକାର ଓ ଚାଷୀଙ୍କ ମଧ୍ୟରେ ଆଗାମୀ ବୈଠକ । ସେହି ଦିନ ସରକାରଙ୍କ ପ୍ରସ୍ତାବ ଉପରେ ଜବାବ ଦେବେ ଚାଷୀ ସଙ୍ଗଠନ । ସେପଟେ ଚାଷୀଙ୍କ ଟ୍ରାକ୍ଟର ରାଲି ପ୍ରସଙ୍ଗରେ ହାତ ଟେକିଦେଲେ ସୁପ୍ରିମକୋର୍ଟ ।

ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି କୋର୍ଟ । ଟ୍ରାକ୍ଟର ରାଲି କରାଯିବ କି ନାହିଁ ସେନେଇ ନିଷ୍ପତ୍ତି ନେବ ଦିଲ୍ଲୀ ପୋଲିସ ।ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି କରିବା ଜିଦରେ ଅଟଳ ରହିଛନ୍ତି ଚାଷୀ ନେତା । ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସି ରହିଛନ୍ତି ଚାଷୀ ।

ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆଉ ଦରକାର ନାହିଁ କୋଭିଡ ନେଗେଟିଭ୍‌ ରିପୋର୍ଟ

ପୁରୀ: ଏଥର ଜଗାଦର୍ଶନ ହେବ ସହଜ । ବିନା କଟକଣାରେ ଚାଲିଛି ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ଶ୍ରୀଜିଉଙ୍କୁ ଦେଖିବା ପାଇଁ ଆଉ ଦରକାର ନାହିଁ କୋଭିଡ ନେଗେଟିଭ୍‌ ରିପୋର୍ଟ । କେବଳ କୋଭିଡ ଗାଇଡ୍‌ଲାଇନରେ ଭକ୍ତ କରୁଛନ୍ତି ଜଗା ଦର୍ଶନ । ୨୬ ପ୍ଲାଟୁନ ପୋଲିସ ଫୋର୍ସ ସହ ୨ ଅତିରିକ୍ତ ଏସପି, ୭ ଡିଏସପି, ସମସ୍ତ ଥାନାର ଅଧିକାରୀ ନିୟୋଜିତ ହୋଇଛନ୍ତି ।

SJTA Increased Devotee Number For Daily Visits  

ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ଏସଓପିକୁ କଡାକଡି ପାଳନ କରିବା ପାଇଁ ନିଷ୍ପତି ନିଆଯାଇଛି । ପୁରୀ ବାସୀଙ୍କ ପାଇଁ ସକାଳ ୬ଟାରୁ ୭ଟା ଓ ଅନ୍ୟ ଦର୍ଶନାର୍ଥୀଙ୍କ ପାଇଁ ୭ ଟାରୁ ରାତ୍ର ପହୁଡ ପର୍ଯ୍ୟନ୍ତ କୋଭିଡ କଟକଣା ମଧ୍ୟରେ ଦର୍ଶନ ଜାରି ରହିବ ।