ଚାକିରି ବଦଳରେ ଯୌନ ଶୋଷଣ ଅଭିଯୋଗ, ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ

Minister Ramesh Jarkiholi Resigns Karnataka CD Tape Case

ବେଙ୍ଗଳୁରୁ: ସେକ୍ସ ସିଡି ମାମଲାରେ ଫସିଥିବା କର୍ଣ୍ଣାଟକ ସରକାରରେ ମନ୍ତ୍ରୀ ଥିବା ରମେଶ ଜାରକିହୋଲି ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବିବାଦ ମଧ୍ୟରେ ରମେଶ ଜାରକିହୋଲି ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପାଙ୍କୁ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ତାଙ୍କ ଉପରେ ଆସିଥିବା ଅଭିଯୋଗ ସତ୍ୟଠାରୁ ବହୁ ଦୂରରେ ବୋଲି ସେ କହିଛନ୍ତି । ମୁଁ ଏହି ମାମଲାରେ ନିର୍ଦ୍ଦୋଷ ସାବ୍ୟସ୍ତ ହେବି, ମୋର ବିଶ୍ୱାସ ଅଛି । ନୈତିକତା ଆଧାରରେ ଇସ୍ତଫା ଦେଇଥିବା କହିଛନ୍ତି ରମେଶ ।

ସୂଚନାଯୋଗ୍ୟ, ଗତି କିଛିଦିନ ତଳେ ଜଣେ ସ୍ୱେଚ୍ଛାସେବୀ ଏକ ସିଡି ଜାରି କରିଥିଲେ । ଯେଉଁଥିରେ ଅଭିଯୋଗ ହୋଇଥିଲା ଚାକିରି ଦେବା ଆଳରେ ମନ୍ତ୍ରୀ ରମେଶ ଜାରକିହୋଲି ମହିଳାଙ୍କୁ ଯୌନ ଶୋଷଣ କରିଛନ୍ତି ।

Minister Ramesh Jarkiholi Resigns Karnataka CD Tape Case

ସିଡି ସାମ୍ନାକୁ ଆସିବା ପରେ କର୍ଣ୍ଣାଟକ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଥିଲା । କଂଗ୍ରେସ ଦଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିବା ସହ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ।

କର୍ଣ୍ଣାଟକ ସରକାରରେ ଜଳ ସମ୍ପଦ ମନ୍ତ୍ରୀ ଥିଲେ ରମେଶ ଜାରକି ହୋଲି । ଅଭିଯୋଗ ହୋଇଥିଲା କର୍ଣ୍ଣାଟକ ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡରେ ଚାକିରି ଦେବା ଲାଗି ମନ୍ତ୍ରୀ ଯୌନ ଶୋଷଣ କରିଛନ୍ତି । ଏହା ସମ୍ବନ୍ଧିତ ସିଡିକୁ ସ୍ୱେଚ୍ଛାସେବୀ ଦିନେଶ କଲ୍ଲାହଲ୍ଲି ଜାରି କରିଥିଲେ ।

Leave a Reply