କୋଟିଆ ସୀମା ବିବାଦ ପ୍ରସଙ୍ଗ, ଆଡଭୋକେଟ ଜେନେରାଲଙ୍କ ଅନୁରୋଧକ୍ରମେ ଆଇନଗତ ସହାୟତା ଲୋଡିଲେ ରାଜ୍ୟ ସରକାର 

କୋଟିଆ ସୀମା ବିବାଦ ପ୍ରସଙ୍ଗରେ ସୁମ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକଙ୍କ ସହାୟତା ଲୋଡିଲେ ରାଜ୍ୟ ସରକାର  । ଆଡଭୋକେଟ ଜେନେରାଲ ଅଶୋକ ପରିଜାଙ୍କ ଅନୁରୋଧକ୍ରମେ ଆଇନଗତ ସହାୟତା ଲୋଡିଛନ୍ତି ରାଜ୍ୟ ସରକାର  । ସମସ୍ତ ତଥ୍ୟ ସହ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ସହ ବିଚାର ବିମର୍ଶ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜସ୍ୱ ସଚିବ । ଗତ କିଛି ବର୍ଷ ହେଲା ଓଡ଼ିଶାର କୋଟିଆ ଅଞ୍ଚଳକୁ ଅକ୍ତିଆର କରିବା ପାଇଁ ଅପପ୍ରୟାସ କରୁଛି ଆନ୍ଧ୍ର ପ୍ରଦେଶ  । ସୀମା ଏପାଖ ଲୋକଙ୍କୁ ଆଗଭର ହୋଇ ବିଭିନ୍ନ ସହାୟତା ଯୋଗାଇବା ସହିତ ଆନ୍ଧ୍ର କୋଟିଆର କିଛି ଗାଁରେ ପଞ୍ଚାୟତ ନିର୍ବାଚନ ମଧ୍ୟ କରିସାରିଛି । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ରାଜ୍ୟ ସରକାର । ଏନେଇ ଆନ୍ଧ୍ର ମଧ୍ୟ ନିଜ ପକ୍ଷ ରଖିସାରିଛି  । ଏଥିରେ କୋଟିଆ ଅଧିନରେ ଆସୁଥିବା ତିନିଟି ଗାଁରେ କିପରି ଆନ୍ଧ୍ର ସରକାର ୧୯୫୨ରୁ ନିର୍ବାଚନ କରିଆସୁଛନ୍ତି ସେ ବାବଦରେ ଦର୍ଶାଇଥିଲେ  । ହେଲେ ଆନ୍ଧ୍ରର ଏହି ତଥ୍ୟ ସମ୍ପୂର୍ଣ୍ଣ ମିଛ ବୋଲି ଓଡ଼ିଶା ପକ୍ଷରୁ ମାମଲା ଲଢୁଥିବା ଆଇନଜୀବୀ ଶିବ ଶଙ୍କର ମିଶ୍ର କୋର୍ଟଙ୍କୁ ଜଣାଇଥିଲେ  । ପରବର୍ତ୍ତୀ ଶୁଣାଣୀରେ ଆନ୍ଧ୍ର ସରକାରର ମିଛ ମୁଖା ଖୋଲିବ ବୋଲି କହିଛନ୍ତି ।

Leave a Reply