ଅଭିନେତ୍ରୀ କଙ୍ଗନା ରଣାଓ୍ୱତଙ୍କ ଟାର୍ଗେଟରେ ମହାତ୍ମା ଗାନ୍ଧି, କଲେ ଏମିତି ଟ୍ୱିଟ୍…

2 min read

ନୂଆଦିଲ୍ଲୀ: ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ ବୋଲାଉଥିବା ଅଭିନେତ୍ରୀ କଙ୍ଗନା ରଣାୱତ ସବୁବେଳେ କିଛିନା କିଛି ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାନ୍ତି । ସେ ଟ୍ୱିଟରରେ କୌଣସି ପୋଷ୍ଟ ହେଉ ଅବା ସରକାର ବିରୋଧି ବୟାନ। ଏହି ଅଭିନେତ୍ରୀଙ୍କ ଟାର୍ଗେଟରେ ଏବେ ଜାତିର ପିତା ମହାତ୍ମା ଗାନ୍ଧୀ ।

ସେ ଜଣେ ଟ୍ୱିଟର ୟୁଜରଙ୍କୁ ରିପ୍ଲାଇ ଦେଇ କହିଥିଲେ ଯେ ମହାତ୍ମା ଗାନ୍ଧୀ ଜଣେ ମହାନ ଲିଡର୍ । ହେଲେ ସେ ଜଣେ ଭଲ ସ୍ୱାମୀ ନଥିଲେ । ଖାଲି ଏତିକି ନୁହେଁ ଶୗେଚାଳୟ ସଫା କରିବାକୁ ମନା କରିବାରୁ ଗାନ୍ଧିଜି ତାଙ୍କ ପତ୍ନୀଙ୍କୁ ଘରୁ ବାହାର କରିଦେଇଥିଲେ ।

ଆହୁରି ଲେଖିଛନ୍ତି, ‘‘ଗାନ୍ଧିଜି ଜଣେ ଭଲ ପିତା ନୁହେଁ ବୋଲି ତାଙ୍କ ନିଜ ପୁଅ ଅଭିଯୋଗ କରିଥିଲେ । ସେ ଜଣେ ମହାନ୍ ଲିଡର ଥିଲେ । ହେଲେ ଜଣେ ଭଲ ସ୍ୱାମୀ ନଥିଲେ । କିନ୍ତୁ ଯେତେବେଳେ ଜଣେ ପୁରୁଷର କଥା ଉଠେ ସେତେବେଳେ ଦୁନିଆ ତାକୁ କ୍ଷମା କରିଦିଏ’’।

ଜାଣନ୍ତୁ, କ’ଣ ଥିଲା ପୂରା ଘଟଣା-

ନିକଟରେ ବ୍ରିଟେନର ପ୍ରିନ୍ସ ହେରି ଓ ତାଙ୍କ ପତ୍ନୀ ମେଗନ ମର୍କଲ ଏକ ସାକ୍ଷାତକାରରେ ସାହି ପରିବାର ସମ୍ପର୍କରେ ଅନେକ ଖୁଲାସା କରିଥିଲେ। ସେହି ଇଣ୍ଟରଭ୍ୟୁକୁ ନେଇ କଙ୍ଗନା କରିଥିବା ଟ୍ୱିଟ୍ ଏବେ ବିବାଦରେ ରହିଛି ।

ଏହାକୁ ନେଇ ସେ ପ୍ରଥମ ଟ୍ୱିଟରେ ଲେଖିଥିଲେ ଯେ, ‘‘ଏକତରଫା କଥା ଆଧାରରେ ଏବେ ଲୋକ ଗୋଟିଏ ପରିବାର ସମ୍ପର୍କରେ ଚର୍ଚ୍ଚା କରୁଛନ୍ତି । ଏମିତିକି ଅନଲାଇନ୍ ଲିଞ୍ଚ କରୁଛନ୍ତି । ହେଲେ ମୁଁ କହିବାକୁ ଚାହୁଁଛି ଦୁନିଆରେ ଏବେ ଜଣେ ମହିଳା ଶାସକ ରହିଛନ୍ତି ।

ସେ ପରେ ଆଉ ଗୋଟିଏ ଟ୍ୱିଟରେ ଲେଖିଥିଲେ, “ସେ ହୁଏତ ଜଣେ ଆଦର୍ଶ MIL/ପତ୍ନୀ/ଭଉଣୀ ହୋଇନପାରନ୍ତି, କିନ୍ତୁ ସେ ଜଣେ ମହାନ ରାଣୀ। ସେ ତାଙ୍କ ପିତାଙ୍କ ସ୍ୱପ୍ନକୁ ସାକାର କରିଛନ୍ତି, କୗେଣସି ପୁଅ ଅପେକ୍ଷା ସେ ତାଜକୁ ଭଲ ଭାବରେ ବଞ୍ଚାଇଛନ୍ତି। ତାଙ୍କୁ ଜଣେ ରାଣୀ ପରି ଅବସର ନେବାକୁ ଦିଅନ୍ତୁ।”

ଏହାପରେ ଜଣେ ୟୁଜର କହିଥିଲେ ଯେ ସମସ୍ତେ ଆପଣଙ୍କ କଥାକୁ ବୁଝିପାରିବେ ନାହିଁ । ଯାହା ପରେ କଙ୍ଗନା ମହାତ୍ମା ଗାନ୍ଧିଙ୍କ ଉଦାହରଣ ଦେଇ ବିବାଦ ଘେରକୁ ଟାଣି ହୋଇଛନ୍ତି ।

Leave a Reply