IND vs ENG 1st T20: ଇଂଲଣ୍ଡର ବୋଲିଂ ନିଷ୍ପତ୍ତି, ମଇଦାନକୁ ଓହ୍ଲାଇଲେ ରାହୁଲ-ଧୱନ

1 min read

ଅହମ୍ମଦାବାଦ: ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଶୁକ୍ରବାର ଦିନ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଇଂଲଣ୍ଡ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ବ୍ୟାଟିଂ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ରାହୁଲ ଓ ଧୱନ । ଓପନିଂ ବ୍ୟାଟ୍ସମ୍ୟାନ୍ ଭାବେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି ।

ଭାରତୀୟ ଓପନର୍ ରୋହିତ ଶର୍ମାଙ୍କୁ ପ୍ରଥମ ଦୁଇଟି ମ୍ୟାଚରୁ ବିଶ୍ରାମ ଦିଆଯାଇଛି। ଟେଷ୍ଟ ସିରିଜରେ ଇଂଲଣ୍ଡକୁ ସହଜରେ ପରାସ୍ତ କରିଥିବା ଭାରତୀୟ ଦଳ ପକ୍ଷରେ ଟି-୨୦ ଫର୍ମାଟରେ ଇଂଲଣ୍ଡକୁ ହରାଇବା ଏତେଟା ସହଜ ହେବ ନାହିଁ। ଏହି ମ୍ୟାଚ୍ ଆଇସିସି ଟି-୨୦ ବିଶ୍ୱକପ ଉଭୟ ଦଳ ପାଇଁ ଡ୍ରେସ ରିହର୍ସାଲ ପରି ହେବ।ଅକ୍ଟୋବର ମାସରେ ଭାରତରେ ଆଇସିସି ଟି-୨୦ ବିଶ୍ୱକପ ଖେଳାଯିବ।

ଟିମ୍ ଇଣ୍ଡିଆ: କେ.ଏଲ୍ ରାହୁଲ, ଶିଖର ଧୱନ, ବିରାଟ କୋହଲି, ଶ୍ରେୟସ୍ ଆୟର, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ୱାଶିଂଟନ୍ ସୁନ୍ଦର, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ଶାର୍ଦ୍ଦୁଲ ଠାକୁର, ୟୁଜବେନ୍ଦ୍ର ଚହଲ ।

ଟିମ୍ ଇଂଲଣ୍ଡ: ଜେସନ ରୟ, ଜୋସ ବଟଲର, ଡେଭିଡ ମଲାନ, ଜନି ବେୟାରଷ୍ଟୋ, ଆୟନ ମାେର୍ଗନ, ବେନ ଷ୍ଟକ୍, ସାମ କୁରେନ, ଜୋଫ୍ରା ଆର୍ଚର, କ୍ରିସ ଜୋର୍ଡାନ, ଆଦିଲ ରସିଦ, ମାର୍କ ବୁଡ।

 

Leave a Reply