spot_img
Home Blog Page 6040

Budget 2021: କେନ୍ଦ୍ର ଅର୍ଥମନ୍ତ୍ରୀ କହିଲେ, କଠିନ ପରିସ୍ଥିତିରେ ପ୍ରସ୍ତୁତ ହୋଇଛି ବଜେଟ୍‌

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ । କହିଲେ,‌ କଠିନ ପରିସ୍ଥିତିରେ ବଜେଟ ପ୍ରସ୍ତୁତ ହୋଇଛି । ପୂର୍ବରୁ ଏଭଳି ପରିସ୍ଥିତି ଦେଖି ନ ଥିଲା ବିଶ୍ୱ । ଲକଡାଉନ ନ ହୋଇଥିଲେ ସ୍ଥିତି ବିଗିଡ଼ିଥାନ୍ତା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଲକ୍‌ଡାଉନ୍‌ କରାଗଲା । ତେଣୁ ଏଭଳି କଠିନ ପରିସ୍ଥିତି ଉପୁଜିଛି ।

ତେବେ ଏଭଳି କୋରୋନା ପରିସ୍ଥିତିରେ ଆତ୍ମନିର୍ଭର ପ୍ୟାକେଜ PMGKY ୨.୭୬ ଲକ୍ଷ କୋଟି ଟଙ୍କାର ଆବଣ୍ଟନ କରାଯାଇଛି । ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ଆତ୍ମନିର୍ଭର ଭାରତ ପ୍ୟାକେଜ୍‌ ।

ଏଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ନ ଥିଲା । ୮୦ କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ । ୨୦୨୧ରେ ନିଆଯିବ ନୂଆ ପଦକ୍ଷେପ ବୋଲି କହିଛନ୍ତି ସୀତାରମଣ ।

ସୂଚନାଯୋଗ୍ୟ, ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ପାଇଁ ସଂସଦରେ ବଜେଟ ଆଣୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଛଳିତ ବର୍ଷ ପେପରଲେସ ବଜେଟ ଆଣିଛନ୍ତି । ଚଳିତ ବର୍ଷର ସାଧାରଣ ବଜେଟକୁ ନେଇ ଉତ୍ସୁକତା ରହିଥିବା ବେଳେ, ଦେଶବାସୀଙ୍କ ଆଗରେ ବଜେଟ ପେଡି ଖୋଲିଛନ୍ତି ଅର୍ଥମନ୍ତ୍ରୀ ।

ବଜେଟ-୨୦୨୧; ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ବର୍ଷ ୨୦୨୧-୨୨ର ବଜେଟ ଉପସ୍ଥାପନ । ଲୋକସଭାରେ ବଜେଟ ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତୃତୀୟ ଥର ପାଇଁ ସଂସଦରେ ବଜେଟ ଆଣୁଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  ଛଳିତ ବର୍ଷ ପେପରଲେସ ବଜେଟ ଆଣିଛନ୍ତି । ଚଳିତ ବର୍ଷର ସାଧାରଣ ବଜେଟକୁ ନେଇ ଉତ୍ସୁକତା ରହିଥିବା ବେଳେ, ଦେଶବାସୀଙ୍କ ଆଗରେ ବଜେଟ ପେଡି ଖୋଲିଛନ୍ତି ଅର୍ଥମନ୍ତ୍ରୀ ।

ଚଳିତ ବର୍ଷ କୋଭିଡ କବଳରେ ଥିବାବେଳେ ଦେଶର ଅର୍ଥନୀତି ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ତେବେ କୋଭିଡ ଭୟବହତା ଭିତରୁ ବାହାରି ଦେଶ ଆଗରେ ପ୍ରଥମ ଥର ପାଇଁ ଆଗତ ହେବାକୁ ଯାଉଛି ବଜେଟ । ଏହି ବଜେଟ କେତେ ଫଳପ୍ରଦ ହେବ, କେଉଁ କ୍ଷେତ୍ରକୁ କେତେ ସ୍ପର୍ଶ କରିବ ତାହା ସଭିଙ୍କ ପାଇଁ ଗୁରୁତ୍ୱ ବହନ କରେ ।

ତେବେ ଲକଡାଉନ, ସଟଡାଉନ ଭିତରେ ସମସ୍ତ ବାଣିଜ୍ୟ-ବ୍ୟବସାୟ ଠପ ହୋଇପଡିଥିଲା । ଏପରି ସ୍ଥିତିରେ ଅର୍ଥନିତୀକୁ ସୁଧାରିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଅନେକ ପ୍ରୟାସ କରିଛନ୍ତି । ଯେଉଁଥିପାଇଁ ୫ଟି ମିନି ବଜେଟ ମଧ୍ୟ କେନ୍ଦ୍ର ସରକାର ଆଣିଥିବା କହିଛନ୍ତି କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥନୀତିର ଘଡିସନ୍ଧି ମୂହୂର୍ତ୍ତରେ ବଜେଟ ଆଗତ ହେଉଛି । କୋଭିଡ ମାଡରେ ବିଧ୍ୱଂସ୍ତ ହୋଇପଡିଥିବା ଅର୍ଥନୀତିକୁ କେନ୍ଦ୍ର ସରକାର ସୁଧାର ଆଣିବାରେ କେଉଁ କ୍ଷେତ୍ରକୁ କେତେ ଗୁରୁତ୍ୱ ଦେଉଛନ୍ତି, ତାହାକୁ ବଜେଟ ଅଭିଭାଷଣରେ ଉପସ୍ଥାପୁନା କରୁଛନ୍ତି ଅର୍ଥମମନ୍ତ୍ରୀ । ସେପଟେ କେନ୍ଦ୍ର ସରକାରର ବଜେଟକୁ ପ୍ରଥମରୁ ବିରୋଧ କରିଛନ୍ତି ବିରୋଧି ଦଳ ।

୧୦ ଡିଗ୍ରୀ ତଳେ ୧୦ଟି ସ୍ଥାନ, ଆହୁରି ୫ ଦିନ ଜାରି ରହିବ ଶୀତ ଲହରୀ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ଲହରୀ । ୧୦ ଡିଗ୍ରୀ ତଳେ ରହିଛି  ୧୦ଟି ସ୍ଥାନ । ଜି.ଉଦୟଗିରି ରେ ସର୍ବନିମ୍ନ ରାତ୍ରୀ ତାରମାତ୍ରା ୪ ଡିଗ୍ରୀ ଥିବାବେଳେ ଫୁଲବାଣୀରେ ୫ ଡିଗ୍ରୀ, ଝାରସୁଗୁଡାରେ ୭.୫ ଡିଗ୍ରୀ, ବଲାଙ୍ଗୀରରେ ୭.୮ ଡିଗ୍ରୀ, କେନ୍ଦୁଝରରେ ୮.୪ ଡିଗ୍ରୀ, ସୋନପୁରରେ ୮.୬ ଡିଗ୍ରୀ, ସୁନ୍ଦରଗଡରେ ୯ ଡିଗ୍ରୀ, ଦାରିଙ୍ଗବାଡି ୯ ଡିଗ୍ରୀ , ବୌଦ୍ଧ ୯ ଡିଗ୍ରୀ, ବାରିପଦା ୯.୬ ଡିଗ୍ରୀ ତାପମାତ୍ରା ରହିଛି ।

ସେହିପରି ରାଜଧାନୀ ଭୁବନେଶ୍ୱରରେ ରାତ୍ରୀ ତାପମାତ୍ରା ୧୩.୮ ଡିଗ୍ରୀ ଥିବାବେଳେ କଟକରେ ୧୨ ଡିଗ୍ରୀ ରାତ୍ରି ତାପମାତ୍ରା ରହିଛି । ଆହୁରି ୪ ରୁ ୫ ଦିନ ଶୀତ ଲହରୀ ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଦେଇଛି ।

ଝାରସୁଗୁଡା ଏବଂ ବଲାଙ୍ଗୀର ରେ ତୀବ୍ର ଶୀତ ଲହରୀ ଜାରି ରହିଛି । ଏହାସହିତ ଚାନ୍ଦବାଲି, ବାଲେଶ୍ୱର, କେନ୍ଦୁଝର, ଫୁଲବାଣୀ, ଜି.ଉଦୟଗିରି, ବାରିପଦାରେ ମଧ୍ୟ ୪ ରୁ ୫ ଦିନ ଶୀତ ଲହରୀ ଅନୁଭୂତ ହେବ ବୋଲି ଆଞ୍ଚଳିତ ପାଣିପାଗ ବିଭାଗ ସୂଚନା ଦେଇଛି ।

 

Budget live : ଲୋକସଭାରେ ବଜେଟ ରଖିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ,ଆୟକର ସ୍ଲାବ୍ ଅପରିବର୍ତ୍ତିତ

  • ନୂଆ ବଜେଟରୁ ମହିଳାଙ୍କୁ ଶକ୍ତି ମିଳିବ
  • ଆତ୍ମନିର୍ଭର ଭାରତ ଉପରେ ଗୁରୁତ୍ୱ
  • ୫ ପ୍ରମ୍ମୁଖ କ୍ଷେତ୍ରରେ ଗ୍ଲୋବାଲ ଚମ୍ପିୟାନ ତିଆରି କରାଯିବ
  • ଟେକ୍ସଟାଇଲରେ ମେଗା ଇନଭେଷ୍ଟମେଣ୍ଟ୍ ଯୋଜନା
  • ଏହା ଦ୍ୱାରା ବିଶ୍ୱସ୍ତରୀୟ ଭିତ୍ତିଭୂମି ତିଆରି ହେବ
  • ୭ ପାର୍କ ୩ ବର୍ଷରେ ତିଆରି ହେବ
  • ୨୧୭ ପ୍ରୋଜେକ୍ଟ ୧ଲକ୍ଷ କୋଟିର ସମ୍ପୂର୍ଣ୍ଣ ହୋଇଛି
  • ଏହି ବଜେଟରେ ଏଥିପାଇଁ ତିନି ପ୍ରକାରର ଯୋଜନା
  • ଲଙ୍ଗ ଟର୍ମ ଡେବ୍ଟ ଫାଇନାନ୍ସ ଉପରେ ଗୁରୁତ୍ୱ
  • ବିକାଶ ବିତ୍ତୀୟ ସଂସ୍ଥାର ଆବଶ୍ୟକତା
  • ୫ ଲକ୍ଷ କୋଟିର ଲାଣ୍ଡିଂ ପୋର୍ଟଫୋଲିଓ ୩ ବର୍ଷ ପାଇଁ ହେବ
  • ସାର୍ବଜନିକ ସମ୍ପତିକୁ ମନିଟାଇଜେସନ ଗୁରୁତ୍ୱପୂର୍ଣ୍ଣ ହେବ
  • ଅନ୍ତର୍ଜାତୀୟ ନିବେଶକଙ୍କୁ ଆକୃଷ୍ଠ କରିବାକୁ NHAI ବିଶେଷ ପଦକ୍ଷେପ ନେଉଛି
  • ବିମାନ ବନ୍ଦରକୁ ମନିଟାଇଜ୍ କରାଯିବ
  • କ୍ୟାପିଟାଲ ବଜେଟରେ ବୃଦ୍ଧି କରାଯିବ
  • ୨୧-୨୨ ପାଇଁ ଅତ୍ୟଧିକ ବୃଦ୍ଧି ପାଇଁ ପ୍ରସ୍ତାବ
  • ୨ ଲକ୍ଷ କୋଟି ରାଜ୍ୟ ଓ ସ୍ୱାୟତ ସଂସ୍ଥାଙ୍କୁ ଦେବୁ ଯେମିତି ସେମାନେ ନିଜ ପୁଂଜିଗତ ଖର୍ଚ୍ଚ ଉଠାଇ ପାରିବେ
  • ଆମେ ଏମିତି ଉଦ୍ୟମ କରିବୁ ଯାହା ଦ୍ୱାରା ରାଜ୍ୟ ମଧ୍ୟ ନିଜର ପୁଂଜିଗତ ଖର୍ଚ୍ଚ ଉଠାଇ ପାରିବେ
  • ଭାରତ ମାଳା ପ୍ରୋଜେକ୍ଟ ଅନ୍ତର୍ଗତରେ ୩୮୦୦ କିମି ସଡକ ତିଆରି ହୋଇଛି
  • ଏଥିରେ ଆସନ୍ତା ବର୍ଷ ମାର୍ଚ୍ଚ ବେଳକୁ ଅଧିକ ବୃଦ୍ଧି ହେବ
  • ରାଜପଥ ସଂପ୍ରସାରଣ ଉପରେ ଗୁରୁତ୍ୱ
  • ତାମିଲନାଡୁରେ ୩ ହଜାର ୫ ଶହ କିମିରୁ ଅଧିକ ରାସ୍ତା ତିଆରି ହୋଇଛି
  • ଏଥିରେ ୧ ଲକ୍ଷ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି
  • କେରଳରେ ୧ ଲକ୍ଷ କିଲୋମିଟର ରାସ୍ତା ତିଆରି ହୋଇଛି
  • ଏଥିରୁ ୬ଶହ କିଲୋମିଟର ରାଜପଥ ମୁମ୍ବାଇ-କନ୍ୟାକୁମାରୀ ରାସ୍ତା ରହିଛି
  • ପ.ବଙ୍ଗରେ ୨୫ ହଜାର କୋଟି ବ୍ୟୟରେ ରାସ୍ତା ତିଆରି ହୋଇଛି
  • କୋଲକତା-ସିଲିଗୁଡି ରାସ୍ତା ଉନ୍ନତି କରଣ ଲକ୍ଷ୍ୟ
  • ଆସାମରେ ମଧ୍ୟ ରାସ୍ତା ଉନ୍ନତି କରଣ କାର୍ଯ୍ୟ ଚାଲିଛି
  • ଆସାମରେ ଆସନ୍ତା ୩ ବର୍ଷରେ ୩୪ ହଜାର କୋଟି ଟଙ୍କାରେ ୩ ହଜାର କିମି ରାସ୍ତା ତିଆରି ହେବ
  • ଜାତୀୟ ରାଜପଥ ବିଭାଗ ପାଇଁ ୧ ଲକ୍ଷ ୮ ହଜାର କୋଟି ଟଙ୍କାର ବ୍ୟବସ୍ଥା,ଯାହା ଇତିହାସରେ ସର୍ବାଧିକ
  • ମେକ ଇନ୍ ଇଣ୍ଡିଆ ପାଇଁ ଉଦ୍ୟମ ହେଉଛି
  • ରେଳପଥ କରିଡର ତିଆରି ହେବ
  • ବ୍ରୋଡଗେଜ ରାସ୍ତାର ୧୦୦ ପ୍ରତିଶତ ବିଦ୍ୟୁତିକରଣ ଡିସେମ୍ବର ସୁଧା ହେବ
  • ଭିସ୍ଟା ଡୋମ କୋଚ୍ ତିଆରି ହେବ
  • ପର୍ଯ୍ୟଟନ କରିଡରରେ ଭିସ୍ଟା ଡୋମ୍ ଚାଲିବ
  • ରେଳ ସୁରକ୍ଷା ଉପରେ ଗୁରୁତ୍ୱ
  • ଦେଶର ଅଟୋମେଟେଡ୍ ରେଳ ସୁରକ୍ଷା ଉପରେ ଗୁରୁତ୍ୱ
  • ୧ ଲକ୍ଷ୧୦ ହଜାର ୫୫ କୋଟି ଟଙ୍କା ରେଳବାଇ ପାଇଁ
  • ମେଟ୍ରୋ ରେଳର ସୀମାକ୍ଷେତ୍ର ବଢାଯିବ
  • ବସ ସେବା ବଢାଇବା ପାଇଁ ପିପିଟି ମଡେଲ ଆପଣା ଯିବ
  • ଏହି ଯୋଜନାରୁ ଅଟୋମୋବାଇଲ ସେକ୍ଟରକୁ ସାହାଯ୍ୟ ମିଳିବ
  • ରୋଜଗାର ବୃଦ୍ଧି ହେବ
  • ଦେଶରେ ୭୦୨ କିମି ମେଟ୍ରୋ ରେଳ ଚାଲୁଛି,ଏହାକୁ ଅଧିକ ବିସ୍ତାର କରାଯିବ
  • କୋଚି ମେଟ୍ର ରେଲୱେ ମେଟ୍ରୋକୁ କେନ୍ଦ୍ର ସାହାଯ୍ୟ କରିବ
  • ଚେନ୍ନାଇ ମେଟ୍ରୋକୁ ମଧ୍ୟ କେନ୍ଦ୍ର ଅତିରିକ୍ତ ସାହାଯ୍ୟ ଦେବ
  • ବେଙ୍ଗାଲୁରୁ ମେଟ୍ରୋ ରେଲୱର ଫେଜ୍ ୨କୁ କେନ୍ଦ୍ରୀୟ ସାହାଯ୍ୟ
  • ନାସିକ ମେଟ୍ରୋକୁ ମଧ୍ୟ କେନ୍ଦ୍ର ସାହାଯ୍ୟ ଦେବ
  • ବିଦ୍ୟୁତ କ୍ଷେତ୍ରରେ ସୁଧାର ପାଇଁ ପଦକ୍ଷେପ ନିଆଯାଉଛି
  • ବିଗତ ବର୍ଷରେ କେନ୍ଦ୍ର ଅନେକ ପଦକ୍ଷେପ ନେଇଛି
  • ଦେଶରେ ଅନେକ ଭାଗରେ ବିତରକ କମ୍ପାନୀଙ୍କ ଏକାଧିପତ୍ୟ ଶେଷ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି
  • ଏକରୁ ଅଧିକ ବିତରକଙ୍କ ସେବା ଯେମିତି ମିଳିବ ସେଥିପାଇଁ ସରକାର ଉଦ୍ୟମ କରୁଛନ୍ତି
  • ବିତରକ କମ୍ପାନୀଙ୍କ କାର୍ଯ୍ୟକୁଶଳତା ଗୁରୁତ୍ୱ ରଖେ
  • ଉଜ୍ୱଳା ସ୍କିମ୍: ଉଜ୍ୱଳା ସ୍କିମର ଲାଭ ଏକ କୋଟି ହିତାଧିକାରୀଙ୍କ ନିକଟରେ ପହଞ୍ଚାଯିବ । ନୂଆ ଆର୍ଥିକ ବର୍ଷରେ ହାଇଡ୍ରୋଜେନ୍ ଏନର୍ଜି ମିଶନର ଲଂଚ୍ କରାଯିବ । ସରକାର ୧୦୦ ନୂଆ ଜିଲ୍ଲାକୁ ଆସନ୍ତା ୩ ବର୍ଷ ମଧ୍ୟରେ ସିଟି ଗ୍ୟାସ୍ ବିତରଣ ନେଟୱର୍କରେ ଯୋଡିବ । ଏକ ସ୍ୱତନ୍ତ୍ର ଗ୍ୟାସ ଟ୍ରାନ୍ସପୋର୍ଟ ଅପରେଟର ସେଟ୍ ଅଫ୍ କରାଯିବ ।
  • ଚଳିତ ବର୍ଷ ନ୍ୟାସନାଲ ହାଇଡ୍ରୋ ଏନର୍ଜୀ ମିଶନ ଲଂଚ୍ ହେବ
  • ବନ୍ଦର ବିକାଶରେ ପ୍ରାଇଭେଟ୍-ପବ୍ଲିକ୍ ପାର୍ଟନସସିପ୍
  • ମର୍ଚେଣ୍ଟ୍ ସିପ୍ କ୍ଷେତ୍ରରେ ଭାରତୀୟ କମ୍ପାନୀଙ୍କୁ ସୁବିଧା ଦିଆଯିବ
  • ୫ ବର୍ଷ ଭିତରେ ଏଥିପାଇଁ ସରକାର ଟଙ୍କା ଯୋଗାଇ ଦେବ
  • ଭାରତୀୟ ନାବିକଙ୍କୁ ପ୍ରଶିକ୍ଷଣ ମିଳିବ
  • ବିଶ୍ୱରେ ଭାରତର ଭାଗିଦାରୀ ବଢିବ
  • ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ସପ୍ଲାଇ କୋଭିଡ୍ ଲକଡାଉନ କାଳରେ ଜାରି ଥିଲା
  • ୮ କୋଟି ପରିବାରଙ୍କ ପାଇଁ ଚାଲିଥିବା ଉଜ୍ୱଳା ସ୍କିମ୍ ଜାରି ରହିବ
  • ଗ୍ୟାସ ଟ୍ରାନ୍ସପୋର୍ଟେସନର ଏକ ସ୍ୱାଧୀନ ଅପରେଟର ସ୍ଥାପନ କରାଯିବ
  • ସୋଲାର ପାୱାରେ ୧ ହଜାର ୫ ଶହ କୋଟିର ଅତିରିକ୍ତ ପୁଂଜି
  • ୧୯୩୮ର ବିମା ଆଇନରେ ସଂଶୋଧନ
  • FDI ସୀମା ବୃଦ୍ଧି
  • ପ୍ରମ୍ମୁଖ ପଦରେ ଭାରତୀୟ ହିଁ ରହିବେ
  • ଏକ ନିଶ୍ଚିତ ପଦ ସଂରକ୍ଷିତ ରହିବ
  • ବ୍ୟାଙ୍କଙ୍କ ବହିଖାତା ଠିକ୍ ରଖିବାକୁ ପ୍ରସ୍ତାବ
  • ଆସେଟ୍ ମ୍ୟାନେଜମେଣ୍ଟ୍ ଉପରେ ଗୁରୁତ୍ୱ
  • ସାର୍ବଜନିକ ବ୍ୟାଙ୍କଗୁଡିକ ପାଇଁ ୨୦ ହଜାର କୋଟିର ରିକ୍ୟାପିଟାଲାଇଜେସନ
  • ଜମା ଉପରେ ଗ୍ୟାରେଣ୍ଟି ରାଶି ବୃଦ୍ଧି
  • ବୁଡି ଯାଇଥିବା ଋଣକୁ ନେଇ ସରକାରଙ୍କ ବଡ ଘୋଷଣା
  • ଏଥିପାଇଁ ଆସେସ ମ୍ୟାନେଜମେଣ୍ଟ୍ କମ୍ପାନୀ
  • ବୀମା କମ୍ପାନୀ ଉପରେ ଭାରତୀୟଙ୍କ ନିୟନ୍ତ୍ରଣ
  • ବୀମା କ୍ଷେତ୍ରରେ ଏଫଡିଆଇ ୭୪ ପ୍ରତିଶତକୁ ବୃଦ୍ଧି
  • MSME ପାଇଁ ନୂଆ ପଦକ୍ଷେପ
  • କୋଭିଡ୍-୧୯ ସତ୍ୱେ ପୁଂଜି ପ୍ରତ୍ୟାହାର ଦୀଗରେ ସରକାର ନିଜ ନିଷ୍ପତିରୁ ପଛକୁ ହଟି ନାହାନ୍ତି
  • ଅନେକ ସାର୍ବଜନିକ କ୍ଷେତ୍ରର କମ୍ପାନୀରୁ ପୁଂଜି ପ୍ରତ୍ୟାହାର ଆସନ୍ତା ଆର୍ଥିକ ବର୍ଷରେ ହେବ
  • ଏଥିପାଇଁ ଅନେକ ଆଇନରେ ପରିବର୍ତ୍ତନ ଆବଶ୍ୟକ ହେବ
  • ତେଣୁ ମଝିରେ ମଝିରେ ପରିବର୍ତ୍ତନ ଘୋଷଣା କରାଯିବ
  • ରାଜ୍ୟ ସରକାରଙ୍କୁ ସେମାନଙ୍କ ଉପକ୍ରମର ବିନିବେଶ ଦୀଗରେ କେନ୍ଦ୍ର ଉଚିତ ପରାମର୍ଶ ଦେବ
  • ସରକାରଙ୍କ ଅନେକ ବିଭାଗ ଓ ରାଷ୍ଟ୍ରାୟତ କଂପାନୀଙ୍କ ପାଖରେ ବହୁତ ଜମି ଅଛି
  • କ୍ଷତିରେ ଚାଲୁଥିବା ରାଷ୍ଟ୍ରାୟତ କମ୍ପାନୀଙ୍କୁ ବନ୍ଦ କରିବା ପାଇଁ ସରକାର ନୀତି ଆଣୁଛନ୍ତି
  • ବ୍ୟବସାୟକୁ ଅଧିକ ସୁରୁଖୁରୁରେ ଚଳାଇବା ପାଇଁ ଅଲଗା ପ୍ରଶାସନିକ ବ୍ୟବସ୍ଥା
  • ଆମ ସରକାର କୃଷକଙ୍କ କଲ୍ୟାଣ ପାଇଁ ସମର୍ପିତ
  • ଉତ୍ପାଦନର ଦେଢଗୁଣା ଅଧିକ ଦେବା ପାଇଁ ଉଦ୍ୟମ
  • କୃଷକଙ୍କଠାରୁ ସେମାନଙ୍କ ଉତ୍ପାଦନ କିଣା ହେଉଛି
  • ଗହମ ମାମଲାରେ କୃଷକଙ୍କୁ ୨୦୧୩-୧୪ରେ ୩୩ ହଜାର ୮୭୪ କୋଟି ଟଙ୍କା,୨୦-୨୧ରେ ୭୫ ହଜାର ୭ଶହ କୋଟି ଟଙ୍କା ଦିଆଯାଇଥିଲା
  • ଆଉ ଏକ ମହତ୍ୱପୂର୍ଣ୍ଣ ତଥ୍ୟ ହେଉଛି,ଗହମ ଉତ୍ପାଦକ ୪୩ ଲକ୍ଷ ଚାଷୀ ଏହାଦ୍ୱାରା ଲାଭାନ୍ୱିତ ହୋଇଛନ୍ତି,୨୦୧୩-୧୪ରେ ଏହି ସଂଖ୍ୟା ୩୩ ଲକ୍ଷ ଥିଲା
  • କୃଷକଙ୍କୁ ୭୫ ହଜାର କୋଟିରୁ ଅଧିକ ଟଙ୍କା ଦିଆଯାଇଛି
  • ଚାଷୀଙ୍କ ଆୟ ବୃଦ୍ଧି ସରକାରଙ୍କ ଲକ୍ଷ
  • ସ୍ୱାମୀତ୍ୱ ଯୋଜନା ଅନ୍ତର୍ଗତରେ କୃଷକଙ୍କୁ ଜମି ପଟା ଦିଆଯାଉଛି
  • ୨୦୨୦-୨୧ ମଧ୍ୟ ଏହା ଜାରି ରହିବ
  • ପଶୁ ପାଳନ,ମତ୍ସ୍ୟ ଚାଷ ପାଇଁ ଆର୍ଥିକ ସାହାଯ୍ୟ ବଢାଯିବ
  • ନାବାର୍ଡ ଅନ୍ତର୍ଗତରେ ମିଳୁଥିବା ରାଶି ୫ ହଜାର କୋଟିକୁ ବୃଦ୍ଧି
  • ଖରାପ ହେଉଥିବା ୨୨ ଫସଲକୁ ଅପରେସନ ଗ୍ରୀନରେ ସାମିଲ କରାଯିବା
  • ଏହାଦ୍ୱାରା ୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ସାମିଲ କରାଯାଇଥିଲା
  • ଇନାନ୍ ଅନ୍ତର୍ଗତରେ ଅଧିକ ୧ ହଜାର ମଣ୍ଡିକୁ ସାମିଲ କରାଯିବ
  • ଏଗ୍ରିକଲଚର ଇନଫ୍ରାଷ୍ଟ୍ରକଚର ଫଣ୍ଡକୁ ବଢାଯିବ
  • ଆଧୁନିକ ମତ୍ସ୍ୟ ଚାଷ ପାଇଁ ସରକାର ସଂସାଧନ ବୃଦ୍ଧି
  • ଏହା ଅନ୍ତର୍ଗତରେ ୫ ନୂଆ ହାର୍ବର ତିଆରି ହେବ
  • ପ୍ରବାସୀ ଶ୍ରମିକଙ୍କ ପାଇଁ ୱାନ୍ ନେଶନ ୱାନ୍ କାର୍ଡ୍ ଘୋଷଣା ହୋଇଥିଲା
  • ୱାନ ନେଶନ,ୱାନ୍ ରାସନ କାର୍ଡ ବ୍ୟବସ୍ଥା ୩୨ ରାଜ୍ୟରେ ଲାଗୁ କରାଯିବ
  • ଯାହାଦ୍ୱାରା ୬୯ କୋଟି ଶ୍ରମୀକ ଉପକୃତ ହେବେ
  • ପ୍ରବସୀ ଶ୍ରମିକଙ୍କ ବାବଦରେ ସଠିକ ତଥ୍ୟ ପାଇଁ ସରକାର ଏକ ପୋର୍ଟାଲ ଲଂଚ କରିବେ
  • ୪ ଲେବର କୋଡ୍ ଲାଗୁ ପାଇଁ ୨୦ ବର୍ଷ ତଳର ପ୍ରକ୍ରିୟାକୁ ଆଗକୁ ବଢାଯିବ
  • ସର୍ବନିମ୍ନ ମଜୁରୀ ସବୁ ଶ୍ରମିକଙ୍କ ପାଇଁ  ଲାଗୁ ହେବ
  • ଏମଏସଏମଇକୁ ଅଧିକ ବିକଶିତ କରିବା ପାଇଁ ବଜେଟରେ ୧୫ ହଜାର ୭ ଶହ କୋଟିର ବ୍ୟବସ୍ଥା
  • ୧୫ ହଜାର ସ୍କୁଲର ସ୍ତର ବୃଦ୍ଧି ହେବ
  • ସୈନିକ ସ୍କୁଲ ସଂଖ୍ୟ ବଢିବ
  • ଲଦାଖରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ
  • ଲେହରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବ
  • ୭୫୦ ଏକଲବ୍ୟ ବିଦ୍ୟାଳୟ ଆଦିବାସୀ କ୍ଷେତ୍ରରେ ପ୍ରତିଷ୍ଠା ହେବ
  • ଏହା ଦ୍ୱାରା ଆଦିବାସୀ କ୍ଷେତ୍ରରେ ଶିକ୍ଷା ପ୍ରସାର ହେବ
  • ଅନୁସୂଚିତ ଜାତିର ବିଦ୍ୟାର୍ଥୀଙ୍କ ପାଇଁ କେନ୍ଦ୍ରୀୟ ସହାୟତାରେ ବୃଦ୍ଧି
  • ଦକ୍ଷତା ବିକାଶ ପାଇଁ ଟ୍ରେନିଂ ସ୍କିଲକୁ ନୂଆ ରୂପ ଦିଆଯିବ
  • ଭାରତ-ଜାପାନ ମଧ୍ୟରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଛି
  • ଭାରତୀୟ ଭାଷାରେ ଉପଲବ୍ଧ ଜ୍ଞାନ ଇଣ୍ଟରନେଟରେ ଉପଲବ୍ଧ ହେବା ପାଇଁ ବ୍ୟବସ୍ଥା
  • ଡିପ୍ ଓସେନ୍ ମିଶନ ଲଂଚ୍ ହେବ
  • ଏଥିପାଇଁ ଆଗାମୀ ୫ ବର୍ଷ ଲାଗି ୫ ହଜାର କୋଟି ଟଙ୍କା
  • ପ୍ରଥମ ଡିଜିଟାଲ ଜନଗଣନା ସଂପର୍କରେ ଘୋଷଣା
  • ଏଥିପାଇଁ ବଜେଟରେ ୩ ହଜାର ୫ ଶହ କୋଟିର ବ୍ୟବସ୍ଥା
  • ଗୋଆ ସ୍ୱାଧିନତାର ହୀରକ ଜୟନ୍ତି ପାଇଁ ୩ ଶହ କୋଟି
  • ୧ ହଜାର କୋଟି ଟଙ୍କା ଆସାମ,ପ.ବଙ୍ଗର ଚା’ ବଗିଚା ଶ୍ରମିକଙ୍କ ପାଇଁ
  • ଏହି ଦୁଇ ରାଜ୍ୟର ମହିଳା ଶ୍ରମିକଙ୍କ ପାଇଁ ଏହା ଖର୍ଚ୍ଚ ହେବ
  • କୋଭିଡ୍ କାରଣରୁ ଦେଶ ଅର୍ଥ ବ୍ୟବସ୍ଥା ଉପରେ ନକରାତ୍ମକ ପ୍ରଭାବ ପଡିଥିଲା
  • ଦେଶର ନାଗରିକ ପ୍ରଭାବିତ ହୋଇଥିଲେ
  • ଏହି ସମୟରେ ସରକାର ମହାମାରୀର ମୁକାବିଲା ପାଇଁ କିଛି ପଦକ୍ଷେପ ନେଇଥିଲେ
  • ଆମେ ବ୍ୟୟକୁ ବ୍ୟବସ୍ଥିତ କରିଛୁ
  • ଏଥିପାଇଁ ଆର୍ଥିକ ବର୍ଷ ଆରମ୍ଭରେ ୪ ଲକ୍ଷ କୋଟିର ଆବଶ୍ୟକତା ଥିଲା,ଯାହା ଏବେ ୪ ଲକ୍ଷ ୪୦ ହଜାର କୋଟି ହୋଇଛି
  • ୨୦୨୧ ଆର୍ଥିକ ବର୍ଷ ପାଇଁ ଖର୍ଚ୍ଚ ୩୪. ୫ ଲକ୍ଷ କୋଟି ଟଙ୍କା
  • ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆର୍ଥିକ କ୍ଷତି ୯.୫ ପ୍ରତିଶତ ଥିଲା
  • ୨୦୨୧-୨୨ ଆର୍ଥିକ କ୍ଷତି ୬.୮ ପ୍ରତିଶତ ରହିବା ଅନୁମାନ
  • ଜରୁରୀକାଳୀନ ଫଣ୍ଡ୍ ପାଇଁ ୩୦ ହଜାର କୋଟି ଟଙ୍କା
  • ପ୍ରକୃତ ଶାସକ ସିଏ ଯିଏ ଧନ ଏକାଠି କରେ କିନ୍ତୁ ତାକୁ ସାଧାରଣ ନାଗରିକଙ୍କ ପାଖରେ ପହଞ୍ଚାଏ
  • ଡିଜିଟାଲ ଇଣ୍ଡିଆ ପାଇଁ ୩୭ଶହ କୋଟି
  • ୫୦ ଲକ୍ଷରୁ ଅଧିକ ଆୟ ଲୁଚାଇବାର ପ୍ରମାଣ ମିଳିଲେ ଆସେସମେଣ୍ଟର ପୁନଃ ସମୀକ୍ଷା ହେବ
  • ଆୟକର ସ୍ଲାବ୍ ଅପରିବର୍ତ୍ତିତ
  • ମଧ୍ୟବିତ୍ତଙ୍କୁ ଆୟକର ମାମଲାରେ କୌଣସି ଆଶ୍ୱସ୍ତି ନାହିଁ
  • ୭୫ ବର୍ଷରୁ ଅଧିକ ବୟସ୍କ ପାଇଁ ଭଲ ଖବର
  • ୭୫ ବର୍ଷରୁ ଅଧିକ ବୟସ୍କଙ୍କୁ ଆୟକର ଦେବାକୁ ପଡିବ ନାହିଁ
  • କେବଳ ପେନସନରୁ ଆୟ ଥିଲେ,ଦେବାକୁ ପଡିବ ନାହିଁ କର
  • ଫେସଲେସ୍ ଇନକମ୍ ଟ୍ୟାକ୍ସ ଆପଲେଟ୍ ଟ୍ରିବ୍ୟୁନାଲ ବ୍ୟବସ୍ଥା
  • ନିବେଶ ଆକର୍ଷିତ କରିବାକୁ କର୍ପୋରେଟ୍ ଟ୍ୟାକ୍ସ କମାଗଲା,ଡିଭିଡେଣ୍ଡ୍ ଟ୍ୟାକ୍ସ ହଟିଲା
  • ଟ୍ୟାକ୍ସ ଅଡିଟ୍ ଲିମିଟ ୫ କୋଟିରୁ ୧୦ କୋଟିକୁ ବୃଦ୍ଧି
  • ପ୍ରବାସୀ ଶ୍ରମିକଙ୍କୁ ଶସ୍ତାରେ ଭଡା ଘର
  • ସରକାର ସୁଲଭ ଘର ଉପରେ ସୁଧ ଛାଡ ସୀମାକୁ ଏକ ବର୍ଷ ପାଇଁ ବୃଦ୍ଧି କରିଛନ୍ତି । ୨୦୧୯ରେ ଏଥିପାଇଁ ୧.୫ ଲକ୍ଷ ସୁଧ ରିହାତି ଘୋଷଣା କରାଯାଇଥିଲା ।
  • ଷ୍ଟାର୍ଟ ଅପ ପାଇଁ ପ୍ରସ୍ତାବ
  • ଷ୍ଟାର୍ଟ ଅପଙ୍କ ପାଇଁ ଟ୍ୟାକ୍ସ ହଲିଡେ ଆଉ ଏକ ବର୍ଷ ବଢିଲା
  • ଏହା ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଜାରି ରହିବ
  • ଜିଏସଟିକୁ ନେଇ ବକ୍ତବ୍ୟ ରଖୁଛନ୍ତି ଅର୍ଥମନ୍ତ୍ରୀ
  • ଜିଏସଟି ପରିଷଦ ସମସ୍ତ ବିବାଦିତ ପ୍ରସଙ୍ଗର ସମାଧାନ କରିଛି
  • କାଉନସିଲ ଅଧ୍ୟକ୍ଷ ଭାବେ ମୁଁ ଆଶ୍ୱାସନା ଦେଉଛି ଯେ,ଏହାକୁ ଆହୁରି ସରଳ କରାଯିବ
  • କଷ୍ଟମ ଡ୍ୟୁଟିର ସମୀକ୍ଷା କରାଯିବ
  • ପୁରୁଣା ୪ଶହରୁ ଅଧିକ ରିହାତିର ସମୀକ୍ଷା କରାଯିବ
  • ଲୁହା,ଇସ୍ପାତ ମୂଲ୍ୟବୃଦ୍ଧି କାରଣରୁ ଏମଏସଏମଇ ପ୍ରଭାବିତ
  • ତେଣୁ ଏହା ଉପରେ ଲାଗୁ ଥିବା ଏଡିଡି,ସିଡିଡି ଶେଷ କରାଯାଉଛି
  • ଲୁହା ଉପରେ
  • ମୋବାଇଲ ଫୋନ୍ ମହଙ୍ଗା ହୋଇପାରେ
  • ମୋବାଇଲର କିଛି ପାର୍ଟ୍ ଉପରେ ଲାଗିବ କର
  • ଦେଶରେ ସୁନା,ରୂପା ମୂଲ୍ୟ ବୃଦ୍ଧି ଘଟିଛି
  • ସରକାର ଦେଶରେ ସୁନା ଓ ରୂପା ଉପରେ ଡ୍ୟୁଟି କମ୍ କରିବାକୁ ଯାଉଛନ୍ତି
  • କପା ଉପରେ କଷ୍ଟମ ଡ୍ୟୁଟି ଶୂନ୍ୟରୁ ୧୦ ପ୍ରତିଶତ ହେଲା
  • କୃଷି ଭିତ୍ତିଭୂମି ସୁଧାରିବା ଆବଶ୍ୟକତା ରହିଛି

BUDGET 2021 Live: କେନ୍ଦ୍ର ଅର୍ଥମନ୍ତ୍ରୀ ନୀର୍ମଳା ସୀତାରମଣଙ୍କ ପେପର ଲେସ୍‌ ବଜେଟ୍‌

ନୂଆଦିଲ୍ଲୀ: ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନ କରୁଛନ୍ତି ବଜେଟ୍‌ । ପ୍ରଥମ ଥର ପାଇଁ ପେପର ଲେସ୍‌ ବଜେଟ୍‌ । ପୂର୍ବ ପରମ୍ପରା ଭଳି ନାହିଁ ଖାତା ବହି । ତେବେ ପୂର୍ବରୁ ତିନିଥର ଅର୍ଥନୈତିକ ସଙ୍କୋଚନ ଭିତରେ ବଜେଟ୍‌ ଉପସ୍ଥାପନ ହୋଇଥିଲା । ଏଥର ମଧ୍ୟ ସମାନ ଅବସ୍ଥା ରହିଛି । କିନ୍ତୁ ଫରକ ଏତିକି ଯେ, କରୋନା ମହାମାରୀ ହେତୁ ସାରା ବିଶ୍ୱର ଅର୍ଥନୀତିରେ ଏପରି ସଙ୍କୋଚନ ରହିଛି ।

ପଢ଼ନ୍ତୁ କ’ଣ କହୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ:-

ପୂର୍ବାହ୍ନ ୧୧.୧୦ 
ଆତ୍ମ ନିର୍ଭରଶୀଳତା ନୂଆ ଚିନ୍ତନ ନୁହେଁ । ଇତିହାସରେ ଏପରି ଉଲ୍ଳେଖ ରହିଛି । ବଜେଟ୍‌ର ପ୍ରଥମ ଅଧ୍ୟାୟରେ ଆତ୍ମ ନିର୍ଭର ଭାରତ କଥା ଉଲ୍ଲେଖ ରହିଛି। ୨୦୨୨ରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିକୁ ପାଳନ କରିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି ।

ପୂର୍ବାହ୍ନ ୧୧.୧୨
ମୋଟ ଆତ୍ମନିର୍ଭର ଭାରତ ପ୍ୟାକେଜ ୨୭.୧ଲକ୍ଷ କୋଟି ଟଙ୍କା । ଜିଡିପିର ୧୩% ଆତ୍ମନିର୍ଭର ଭାରତ ପ୍ୟାକେଜ । ଏଭଳି ଆର୍ଥିକ ମାନ୍ଦାବସ୍ଥାର ଆଶା ନ ଥିଲା । ୮୦ କୋଟି ଲୋକଙ୍କୁ ଦିଆଯାଇଛି ମାଗଣା ଖାଦ୍ୟ । ୨୦୨୧ରେ ନିଆଯିବ ନୂଆ ପଦକ୍ଷେପ

ଯାନବାହାନର ହେବ ଫିଟ୍‌ନେସ୍‌ ଟେଷ୍ଟ। ବ୍ୟକ୍ତିଗତ ବ୍ୟବହାର କ୍ଷେତ୍ରରେ ୨୦ ବର୍ଷରେ ହେବ ଏହି ପରୀକ୍ଷଣ ଆଉ ବ୍ୟବସାୟିକ କ୍ଷେତ୍ରରେ ବ୍ୟବହୃତ ଗାଡ଼ିଗୁଡ଼ିକର ୧୫ ବର୍ଷରେ ହେବ ଫିଟ୍‌ନେସ୍‌ ଟେଷ୍ଟ। ଏଥିଲାଗି ସ୍ବୟଚାଳିତ ଫିଟ୍‌ନେସ୍‌ ଟେଷ୍ଟ ବ୍ୟବସ୍ଥା ଉପଯୋଗ ହେବ।

ପୂର୍ବାହ୍ନ ୧୧.୧୫
୪୦ କୋଟି ଗରିବ ମହିଳାଙ୍କୁ ସହାୟତା ଦିଆଯାଇଛି । ସମସ୍ତଙ୍କୁ ଶିକ୍ଷା ଦେବାକୁ ଯୋଜନା । ଚାଷୀଙ୍କ ଆୟ ଦୁଇଗୁଣା କରିବାକୁ ଯୋଜନା କରାଯାଇଛି । ବଜେଟରେ ସ୍ୱାସ୍ଥ୍ୟସେବାର ବିକାଶ ଉପରେ ଜୋର୍ ଦିଆଯାଇଛି ।‌ ଯୁବବର୍ଗକୁ ମିଳିବ ରୋଜଗାରର ସୁଯୋଗ ।

ପୂର୍ବାହ୍ନ ୧୧.୨୦
ବୟନ ଶିଳ୍ପ କ୍ଷେତ୍ରରେ ନିବେଶ ବୃଦ୍ଧି ପାଇଁ ମେଗା ବୟନ ପାର୍କ ପ୍ରତିଷ୍ଠା ହେବ। ତିନି ବର୍ଷରେ ପ୍ରତିଷ୍ଠା ହେବ ୭ ବୟନ ପାର୍କ ।

ପୂର୍ବାହ୍ନ ୧୧.୨୫

ସ୍ୱଚ୍ଛ ଭାରତ ଆମର ମନ୍ତ୍ର । ମିଶନ ପୋଷଣ ୨.୦ର ଶୁଭାରମ୍ଭ । ପିଏମ ଆତ୍ମନିର୍ଭର ସ୍ୱା ସ୍ଥ୍ୟ ଯୋଜନା ଆରମ୍ଭ । ୧୧୨ ଜିଲ୍ଲାରେ ଖୋଲିବ ୧୭ ନୂଆ ଏମର୍ଜେନ୍ସି ସେଣ୍ଟର । କୋଭିଡ୍‌ ଭ୍ୟାକ୍ସିନ ପାଇଁ ୩୫ ହଜାର କୋଟି ଟଙ୍କା ଅନୁମୋଦନ ।

ପୂର୍ବାହ୍ନ ୧୧.୨୭
ପୁରୁଣା ବାହାନ ପାଇଁ ସ୍କ୍ରାପ ପଲିସି ଆସିବ । ବାୟୁ ପ୍ରଦୂଷଣ ରୋକିବାକୁ ୨୨୧୭ କୋଟି ଟଙ୍କା ବ୍ୟୟବରାଦ ।  ସ୍ୱାସ୍ଥ୍ୟ ପାଇଁ ୨ ଲକ୍ଷ ୩୮ ହଜାର କୋଟି ଟଙ୍କା । ନିର୍ମାଣ କରାଯିବ ଟେକ୍ସଟାଇଲ ପାର୍କ । ପୂର୍ବ ବଜେଟରୁ ୧୩୭ ପ୍ରତିଶତ ବଢ଼ିଲା ସ୍ୱା ସ୍ଥ୍ୟ ବଜେଟ । ୨.୮୬ କୋଟି ପାଣି ସଂଯୋଗ ଦିଆଯିବ ।

ପୂର୍ବାହ୍ନ ୧୧.୩୦
୩.୩ ଲକ୍ଷ କୋଟି ଟଙ୍କା ବ୍ୟୟରେ ଭାରତମାଳା ପରିଯୋଜନା ଅଧୀନରେ ୩୮୦୦ କିଲୋମିଟର ରାଜରାସ୍ତା ନିର୍ମାଣ ହୋଇଛି । ମାର୍ଚ ୨୦୨୨ ସୁଦ୍ଧା ୧୧ହଜାର କିଲୋମିଟର ରାସ୍ତା ନିର୍ମାଣ ଶେଷ ହେବ । ଆମେ ଅଧିକ ୮୫୦୦ କିଲୋମିଟର ରାସ୍ତା ନିର୍ମାଣ ପାଇଁ ବଜେଟ୍‌ରେ ବ୍ୟବସ୍ଥା କରିଛୁ ।

ପୂର୍ବାହ୍ନ ୧୧.୩୫
୨୦ ହଜାର କୋଟି ଟଙ୍କା ବ୍ୟୟରେ ସରକାର ଏକ ସ୍ବତନ୍ତ୍ର ଡେଭେଲପ୍‌ମେଣ୍ଟ ଫିନାନ୍ସିଆଲ୍‌ ଇନ୍‌ଷ୍ଟିଚ୍ୟୁସନ୍‌ ( ଡିଏଫ୍‌ଆଇ) ଗଠନ ହେବ । ଏଥିଲାଗି ସରକାର ସ୍ୱତନ୍ତ୍ର ବିଲ୍‌ ଆଣିବେ ।

ପୂର୍ବ ବଜେଟରୁ ୧୩୭ ପ୍ରତିଶତ ବଢ଼ିଲା ସ୍ବାସ୍ଥ୍ୟ ବଜେଟ । ୨.୮୬ କୋଟି ପାଣି ସଂଯୋଗ ଦିଆଯିବ । NHAIକୁ ମନିଟାଇଜ କରି FDI ଅଣାଯିବ । ୧୩ ସେକ୍ଟର ପାଇଁ PLI ସ୍କିମ୍ । ୬୦୨ ବ୍ଲକରେ କ୍ରିଟିକାଲ ହେଲଥ ସେଣ୍ଟର ଖୋଲାଯିବ । ପୁଞ୍ଜିଗତ ଖର୍ଚ୍ଚ ପାଇଁ ରାଜ୍ୟକୁ ଅଧିକ ୪.୩୯ ଲକ୍ଷ କୋଟି ବ୍ୟୟବରାଦ ।

ପଶ୍ଚିମବଙ୍ଗରେ ୬୭୫ କି.ମି ହାଇଓ୍ୱେ ନିର୍ମାଣ ହେବ । ହାଇଓ୍ୱେରେ ଖର୍ଚ୍ଚ ହେବ ୨୫ ହଜାର କୋଟି ଟଙ୍କା । ନୂଆ ଇକୋନୋମିକ କରିଡରର ନିର୍ମାଣ ହେବ । ଆସାମରେ ହାଇୱେ ପାଇଁ ୧୯ ହଜାର କୋଟି ଟଙ୍କା ଅନୁମୋଦନ । ଏୟାର କ୍ଲିନ ପାଇଁ ୫ ବର୍ଷରେ ୨୦୦୦ କୋଟି ଟଙ୍କା ।

 

ସେନା ଅଧୀନରେ ମିଆଁମାର: ଅଙ୍ଗ୍‌ ସାନ୍‌ ସୁ-କି ଓ ରାଷ୍ଟ୍ରପତି ଗିରଫ

ନୂଆଦିଲ୍ଲୀ: ମିଆଁମାରରେ ରାଜନୈତିକ ଅସ୍ଥିତରତା। ସବୁଠୁ ବଡ଼ ନେତା ଅଙ୍ଗ୍‌ ସାନ୍‌ ସୁ-କି ଓ ରାଷ୍ଟ୍ରପତି ବିନ ମିଣ୍ଟଙ୍କ ସମେତ ଶାସକ ଦଳର କିଛି ନେତାଙ୍କୁ ପୁଲିସ ଗିରଫ କରିଛି। ସୂଚନା ମୁତାବକ ମିଆଁମାରରେ ଗତ କିଛିଦିନ ହେଲା ସେନା ଓ ସରକାରଙ୍କ ମଧ୍ଯରେ ଚାଲିଥିବା ତିକ୍ତତା ପ୍ରକାଶ ପାଇବା ପରେ ଏଭଳି ପଦକ୍ଷେପ ନିଆଯାଇଛି। କେବଳ ଏତିକି ନୁହେଁ ଦେଶରେ  ସେନା ଏକ ବର୍ଷ ପାଇଁ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଥିବା ଜଣାପଡ଼ିଛି।

ସୋମବାର ସେନା ଦ୍ୱାରା ପରିଚାଳିତ ଟିଭିରେ କୁହାଯାଇଛି ଯେ ସେନା ଦେଶକୁ ନିଜ ଅଧୀନକୁ ନେଇଛି ଏବଂ ଏକ ବର୍ଷ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି। କାର୍ଯ୍ୟନିର୍ବାହୀ ସଭାପତି ଭାବେ ପୂର୍ବତନ ଜେନେରାଲ ଏବଂ ଉପରାଷ୍ଟ୍ରପତି ମେଣ୍ଟ ସ୍ୱେଙ୍କୁ ନିଯୁକ୍ତି ଦିଆଯାଇଛି। ତାଙ୍କୁ ଆର୍ମି ଷ୍ଟାଫ୍ ମାନ୍ୟତା ମଧ୍ୟ ଦିଆଯାଇଛି। ଏହା ମଧ୍ଯ କୁହାଯାଉଛି ଯେ କୌଣସି ବିରୋଧକୁ ଆୟତ କରିବା ପାଇଁ ରାସ୍ତାରେ ସେନା ମଧ୍ଯ ନିୟୋଜିତ କରାଯାଇଛି ଏବଂ ଫୋନ୍ ଲାଇନ ବି ବନ୍ଦ ରହିଛି।

ଏହା ପୂର୍ବରୁ ଏନ୍‌ଏଲ୍‌ଡି’ ମୁଖପାତ୍ର ମିଓ ନ୍ୟୁଣ୍ଟ୍‌ ‘ରଏଟର୍ସ’କୁ କହିଛନ୍ତି ଯେ ଆଜି ସକାଳୁ ଚଢ଼ାଉରେ ସୁ କି, ରାଷ୍ଟ୍ରପତି ଓ୍ଵିନ୍‌ ମିଣ୍ଟ ଏବଂ ଅନ୍ୟ ନେତାମାନଙ୍କୁ ଉଠାଇ ନିଆଯାଇଛି। ଏହାଛଡ଼ା, ତାଙ୍କୁ  ମଧ୍ୟ ଗିରଫ କରାଯାଇ ପାରେ ବୋଲି ସେ କହିଛନ୍ତି।

ମିଆଁମାରରେ ସେନା ଓ ବେସାମରିକ ସରକାରଙ୍କ ମଧ୍ଯରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଗତ ନଭେମ୍ବର ମାସରେ ହୋଇଥିବା ନିର୍ବାଚନରେ ଏନଏଲଡି ଏକ ବଡ଼ ବିଜୟ ହାସଲ କରିଥିଲା। କିନ୍ତୁ ଏଥିରେ ବ୍ୟାପକ ଜାଲିଆତି ହୋଇଥିବା ସେନା ଅଭିଯୋଗ କରିଥିଲା। ତେଣୁ, ସେନା ସରକାରଙ୍କ ହାତରୁ କ୍ଷମତା ଛଡ଼ାଇ ନେବାର ଆଶଙ୍କା ବି ଥିଲା। ଆଜି ନବ ନିର୍ବାଚିତ ସଂସଦର ପ୍ରଥମ ବୈଠକ ଅନୁଷ୍ଠିତ ହେବା ପାଇଁ ପ୍ରସ୍ତାବିତ ହୋଇଥିଲା। ହେଲେ ଏହାପୂର୍ବରୁ ସେନା ପାର୍ଟିର ବଡ଼ ନେତାମାନଙ୍କୁ ଗିରଫ କରିନେଇଛି।

ମିଆଁମାରରେ ଘଟିଥିବା ଘଟଣାକୁ ନେଇ ଭାରତ ଚିନ୍ତା ପ୍ରକଟ କରିଛି। ମିଆଁମାରରେ ଗଣତାନ୍ତ୍ରିକ ପରିବର୍ତ୍ତନ ପ୍ରକ୍ରିୟାକୁ ଆମେ ସର୍ବଦା ସମର୍ଥନ କରିଛୁ ବୋଲି ଭାରତ କହିଛି। ଏହାସହିତ ଏହି ଘଟଣା ଉପରେ ଟିକିନିଖ ନଜର ରଖୁଥିବା ମଧ୍ଯ ଭାରତ କହିଛି। ଅନ୍ୟପଟେ ଏହି ଘଟଣା ନେଇ ଅଷ୍ଟ୍ରେଲିଆ, ଆମେରିକା ସମେତ ଅନେକ ଦେଶ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି। ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆଘାତ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେରିକା ଧମକ ଦେଇଛି।

ଭିଜିଲାନ୍ସ ଜାଲରେ ଅବକାରୀ ସବ୍‌-ଇନ୍‌ସ୍‌ପେକ୍ଟର

ସମ୍ବଲପୁର: ପୁଣି ଜଣେ ସରକାରୀ ବାବୁ ପଡ଼ିଲେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ କଲା ରେଡ୍‌ । ଏଭଳି ଘଟଣା ସାମ୍ନାକୁ ଆସିଛି ସମ୍ବଲପୁର । ଝାରସୁଗଉଡ଼ା ବେଲପାହାଡର ଅବକାରୀ ସବ-ଇନସ୍ପେକ୍ଟର ଥିବା ଦେବେନ୍ଦ୍ର ପ୍ରହରାଜଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସମ୍ବଲପୁର ସ୍ଥିତ ତାଙ୍କ ଘରେ ରେଡ୍‌ କରିବା ସହ ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍ । ସମ୍ବଲପୁର ସହରର ତିନିଟି ସ୍ଥାନ ସହିତ ବେଲପାହାଡରେ ମଧ୍ୟ ରେଡ୍‌ ଚାଲିଥିବା ସୂଚନା ଦେଇଛନ୍ତି ଡିଏସପି ଭିଜିଲାନ୍ସ ।

ଗତ କିଛି ମାସ ହେବ ଲଗାତାର ଭାବେ ରାଜ୍ୟରେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କ ଉପରେ ଚଢ଼ାଉ ଚାଲିଛି । ଅନେକ ବଡ଼ ବଡ଼ ଅଫିସର ଓ କିରାଣୀଙ୍କ ଘରେ ଭିଜିଲ୍ଲାନ୍ସ ଚଢ଼ାଉ କରି ଆୟ ବର୍ହିଭୂତ ସମ୍ପତି ଜବତ କରୁଛି । ଅନେକଙ୍କୁ ଗିରଫ ମଧ୍ୟ କରାଯାଉଛି । ଖାଲି ସେତିକି ନୁହେଁ ଅନେକଙ୍କ ଚାକିରିର ମଧ୍ୟ ଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲେରାନ୍ସ ନୀତି ଯୋଗୁଁ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଚାକିରିରୁ ବିଦା ମଧ୍ୟ କରାଯାଉଛି । ରାଜ୍ୟରେ ଦୁର୍ନୀତିର ସ୍ଥାନ ନାହିଁ ବୋଲି ସରକାର ବାରମ୍ବାର କହୁଛନ୍ତି । ଏଭଳି ଭିଜିଲାନ୍ସ ରେଡ୍‌ ଆଗକୁ ଜାରି ରହିବ । ଦୁର୍ନୀତିଗ୍ରସ୍ତ ସରକାରୀ ବାବୁଙ୍କୁ ନିସ୍ତାର ନାହିଁ । ଯିଏ ଦୁର୍ନୀତି କରିବ ସେ ଫସିବ ବୋଲି ସରକାର ପୂର୍ବରୁ ଚେତାବନୀ ଦେଇସାରିଛନ୍ତି ।

Budget 2021-22: ଚଳିତ ବର୍ଷ ବଜେଟ ପଛରେ ଅଛନ୍ତି ଏହି ୭ ବ୍ୟକ୍ତିଙ୍କ ପରିଶ୍ରମ

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଏହି ବଜେଟରୁ ଲୋକମାନେ ଅନେକ ଆଶା ରଖିଛନ୍ତି ।  ଉଲ୍ଲେଖନୀୟ ଯେ, ନିର୍ମଳା ସୀତାରମଣ ନିଜେ ମଧ୍ୟ ଏହି ଆଶା ବଢ଼ାଇଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷର ବଜେଟ୍ ପୂର୍ବ ବଜେଟ ଠାରୁ ଅନେକ କ୍ଷେତ୍ରରେ ଭିନ୍ନ ରହିବ । ଆଜି ନିର୍ମଳା ସୀତାରମଣଙ୍କ ବଜେଟ ବାକ୍ସରୁ କଣ ବାହାରକୁ ତାହା ତ ପରବର୍ତ୍ତ ସମୟରେ ଜଣା ପଡ଼ିବ, କିନ୍ତୁ ଏହି ବଜେଟ୍ ପ୍ରସ୍ତୁତ କରିବାରେ କେବଳ ନିର୍ମଳା ସୀତାରମଣଙ୍କ ଭୂମିକା ନୁହେଁ, ବରଂ ୭ ଜଣ ବିଜ୍ଞ ବ୍ୟକ୍ତିର ଅଦମ୍ୟ ପରିଶ୍ରମରେ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି ।

୧. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ଏହି ବଜେଟ୍ ପ୍ରସ୍ତୁତ କରିବାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ସେଥିପାଇଁ ସେ କହିଛନ୍ତି ଯେ, ଚଳିତ ବର୍ଷ ବଜେଟ୍ ପୂର୍ବ ବଜେଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ରହିବ । ଏଥର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କର ତୃତୀୟ ବଜେଟ୍ ଉପସ୍ଥାପନ କରିବେ । ଗତଥର ସେ ବଜେଟକୁ ଏକ ଲେଜର ବୋଲି କହିଥିଲେ ଏବଂ ଏଥର ବଜେଟ୍ ଡିଜିଟାଲ୍ ଢଙ୍ଗରେ ଉପସ୍ଥାପିତ ହୋଇଛି, କାରଣ ଏଥର ବଜେଟ୍ ପ୍ରିଣ୍ଟ ହୋଇନାହିଁ ।

୨. ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଏହି ବଜେଟ୍ ପ୍ରସ୍ତୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଜେଟ୍ ଉପସ୍ଥାପନ ଦିନ ସଂସଦକୁ ଆସିବା ପୂର୍ବରୁ ହନୁମାନଙ୍କୁ ପୂଜା କରିଛନ୍ତି ଅନୁରାଗ ଠାକୁର ।

୩. ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ୍

ଏଥର ବଜେଟରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କେ. ସୁବ୍ରମଣ୍ୟନ କହିଛନ୍ତି ଯେ ତୃତୀୟ ତ୍ରୈମାସିରେକ ଜିଡିପି ଅଭିବୃଦ୍ଧି ହାର ସାମାନ୍ୟ ସକରାତ୍ମକ ହେବ ବୋଲି ଆକଳନ କରାଯାଇଛି । ସେ କହିଛନ୍ତି ଯେ, ସରକାରଙ୍କ ପ୍ରକଳ୍ପ ହେଉଛି ୨୦୨୦-୨୧ ରେ ଆମର ପୁନରୁଦ୍ଧାର ହେବ ଏବଂ ଜିଡିପି ଅଭିବୃଦ୍ଧି ହାର ପ୍ରାୟ ୧୧ ପ୍ରତିଶତ ହେବ । ପ୍ରାଥମିକ ଡେଭିସିଟ ୬ ପ୍ରତିଶତ ପର୍ଯ୍ୟନ୍ତ ପାର୍ଥକ୍ୟ ହୋଇପାରେ ବୋଲି କରୋନା ରାଜସ୍ୱ ହ୍ରାସ କରି ଖର୍ଚ୍ଚ ବଢ଼ାଇ ଥିବାରୁ ସେ କହିଛନ୍ତି ।

୪. ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ

ବଜେଟ୍ ଉପସ୍ଥାପିତ ହେବା ପୂର୍ବରୁ ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ସୂଚାଇ ଦେଇଛନ୍ତି ଯେ, ହୋଟେଲ ଏବଂ ପର୍ଯ୍ୟଟନ ପରି କ୍ଷେତ୍ରଗୁଡିକ ବଜେଟରେ ରିହାତି ପାଇପାରିବେ । ସେ କହିଛନ୍ତି ଯେ, ଏହି କ୍ଷେତ୍ରଗୁଡିକରେ ତଥାପି ସମସ୍ୟା ରହିଛି ଏବଂ ବଜେଟରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରାଯିବ । ସେ କହିଥିଲେ ଯେ, ଡିସେମ୍ବରରେ ଜିଏସଟି ସଂଗ୍ରହର ରେକର୍ଡ ପୁନରୁଦ୍ଧାର ହୋଇଛି ଯାହାକୁ ସେ ଉତ୍ସାହଜନକ ବୋଲି ବର୍ଣ୍ଣନା କରିଛନ୍ତି । ବର୍ତ୍ତମାନଠାରୁ ଅଧିକ ଜିଏସଟି ସଂଗ୍ରହ ଜାନୁଆରୀରେ ହୋଇଛି ବୋଲି ସେ କହିଛନ୍ତି ।

୫. ଆର୍ଥିକ କାର୍ଯ୍ୟ ବିଭାଗର ସଚିବ ତରୁଣ ବଜାଜ

ତରୁଣ ବଜାଜ ଅର୍ଥ ମନ୍ତ୍ରଣାଳୟର ଅର୍ଥନୈତିକ ବ୍ୟାପାର ବିଭାଗର ସଚିବ ଅଟନ୍ତି । ସେ ୧୯୮୮ ମସିହା ହରିୟାଣା ବ୍ୟାଚର IAS ଅଧିକାରୀ । ତିନୋଟି ଆତ୍ମନିର୍ଭରଶୀଳ ଭାରତ ପ୍ୟାକେଜ୍ ଗଠନରେ ସେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ବଜେଟରେ ମଧ୍ୟ ସେ ସରକାରଙ୍କୁ ଅନେକ ପରାମର୍ଶ ଦେଇଛନ୍ତି, ଯାହା ଅର୍ଥନୀତିକୁ ପୁନର୍ଜୀବିତ କରିବାରେ ସହାୟକ ହେବ।

୬. ଏକ୍ସପେଣ୍ଡିଚର ସେକ୍ରେଟାରୀ ଟିବି ସୋମନାଥନ

ଟିବି ସୋମନାଥନ୍ ତାମିଲନାଡୁ କ୍ୟାଡରର ୧୯୮୭ ବ୍ୟାଚ୍ IAS ଅଧିକାରୀ । ସେ ୨୦୧୯ ମସିହାରେ ଅର୍ଥ ମନ୍ତ୍ରଣାଳୟରେ ଏକ୍ସପେଣ୍ଡିଚର ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ । ବଜେଟ୍ ପ୍ରସ୍ତୁତ କରିବାରେ ଏକ୍ସପେଣ୍ଡିଚର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ମତାମତ ଦେବାରେ ଟିବି ସୋମନାଥନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ଯେହେତୁ ବଜେଟରେ ଆର୍ଥିକ ଫିକସଲ ଡେଭିସିଟକୁ ନିମ୍ନ ସ୍ତରରେ ବଜାୟ ରଖିବାକୁ ହେବ, ଆୟ ସହିତ ଖର୍ଚ୍ଚ ପରିଚାଳନା କରିବା ମଧ୍ୟ ଆବଶ୍ୟକ ।

୭. ଅର୍ଥନୈତିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା

ଦେବାଶିଷ ପଣ୍ଡା ଆର୍ଥିକ ସେବା ବିଭାଗର ସଚିବ ଅଟନ୍ତି । ଆଇଏଏସର ଜଣେ ବରିଷ୍ଠ ଅଧିକାରୀ ଦେବଶିଷ ପଣ୍ଡା ଗତ ବର୍ଷ ଫେବୃଆରୀରେ ଆର୍ଥିକ ସେବା ବିଭାଗର ସଚିବ ଭାବରେ ନିଯୁକ୍ତ ହୋଇଥିଲେ । ଏହାପୂର୍ବରୁ ଦେବାଶିଷଙ୍କୁ ଆର୍ଥିକ ସେବା ବିଭାଗର ସ୍ୱତନ୍ତ୍ର ସଚିବ, ୧୯୮୭ବ୍ୟାଚ୍ ଆଇଏଏସ୍ ଅଧିକାରୀ ଭାବରେ ନିଯୁକ୍ତ କରାଯାଇଥିଲା।

ପାକିସ୍ତାନ ଯିବ ଭାରତ ତିଆରି ଟିକା, କୋଭିଡକୁ ପ୍ରତିହତ କରିବ କୋଭିସିଲ୍ଡ

ନୂଆଦିଲ୍ଲୀ: ପାକିସ୍ତାନ ନେବ ଭାରତ ଟିକା । କୋଭିଡ ଭୟବହତା ଭିତରେ ସନ୍ଦିହାନ ହୋଇପଡିଥିବା ପଡୋଶୀ ପାକିସ୍ତାନକୁ କୋଭିସ୍ଲିଡ ପ୍ରଦାନ କରିବ ଭାରତ । ସମଗ୍ର ବିଶ୍ୱକୁ ଭ୍ୟାକ୍ସନି ଦେଉଥିବା ଭାରତ ପାକିସ୍ତାନକୁ ମଧ୍ୟ ଏହି କ୍ରମରେ ସାମିଲ କରିଛି । ୧ ଲକ୍ଷ କୋଭିସିଲ୍ଡ ଡୋଜ ପାକିସ୍ତାନକୁ ପଠାଇବା ପାଇଁ ନିଷ୍ପତି ନେଇଛି ଭାରତ ।

ସେହିପରି ଭାରତ ମଙ୍ଗୋଲିଆକୁ ୧.୫ ଲକ୍ଷ କୋଭିଡ ଭ୍ୟାକ୍ସିନ, ନିକାରଗୁଆ କୁ ୨ ଲକ୍ଷ, ଡୋମିନିକାକୁ ୭୦ ହଜାର କୋଭିଡ ଭ୍ୟାକ୍ସିନ ପଠାଇବ ଭାରତ । ପୂର୍ବରୁ ମଧ୍ୟ ଭାରତ ବିଶ୍ୱ ପାଇଁ ସାଜିଛି ସଞ୍ଜିବନୀ । ସାଲଦ୍ବୀପ, ଭୁଟାନ, ନେପାଳ, ମିଆଁମାର, ବାଲାଂଦେଶ, ଶ୍ରୀଲଙ୍କା, ବାହାରିନ ଏବଂ ୟୁଏଇ ଭଳି ଦେଶ ସମୂହକୁ ଭ୍ୟାକ୍ସିନ ଯୋଗାଣରେ ଭାରତ ନିଭାଇଛି ପ୍ରମୁଖ ଭୂମିକା ।

ଏଷ୍ଟ୍ରାଜେନିକା କଂପାନୀ ଦ୍ୱାରା ଭାରତରେ ପ୍ରସ୍ତୁତ ୭୦ ଲକ୍ଷ କୋଭିସିଲ୍ଡ ଟିକାକୁ ପାକିସ୍ତାନକୁ ପ୍ରଦାନ କରାଯିବ । ଯାହା ପର୍ଯ୍ୟାୟ କ୍ରମେ ପ୍ରଦାନ କରାଯିବ । ଭ୍ୟାକ୍ସିନ ଭାରତରେ ପ୍ରସ୍ତୁତ ହେଲେ ମଧ୍ୟ ବିଶ୍ୱ ମହାମୀରୀକୁ ଦୃଷ୍ଟିରେ ରଖି ଅନ୍ତରାଷ୍ଟ୍ରୀୟ ସନ୍ଧି ଅନୁଯାୟୀ ପ୍ରଦାନ କରାଯିବ । ପୂର୍ବରୁ ଅନେକ ଦେଶକୁ ଟିକା ବିତରଣରେ ସାହାଯ୍ୟ କରିଆସିଥିବା ଭାରତ ଏବେ ପାକିସ୍ତାନକୁ ଏହି କ୍ରମରେ ସାମିଲ କରିଛି ।

ପାରମ୍ପରିକ ଖାତା ବଦଳରେ ସ୍ୱତନ୍ତ୍ର ସଜ୍ଜିତ ଟ୍ୟାବ୍ ମାଧ୍ୟମରେ ବଜେଟ ପଢ଼ିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଅର୍ଥ ମନ୍ତ୍ରଣାଳୟ ପହଞ୍ଚିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଉ କିଛି ସମୟ ପରେ ରାଷ୍ଟ୍ରପତି ଭବନ ଯିବେ । ବଜେଟ ସମ୍ପର୍କରେ ରାଷ୍ଟ୍ରପତିଙ୍କୁ ଅବଗତ କରିବେ ନିର୍ମଳା । ଏଥର ସଂସଦରେ ବଜେଟ୍‌ ଉପସ୍ଥାପନ କରିବା ସମୟରେ ପାରମ୍ପରିକ ଖାତା ପଢ଼ିବେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସ୍ୱତନ୍ତ୍ର ଭାବେ ସଜ୍ଜିତ ଟ୍ୟାବ୍‌ ମାଧ୍ୟମରେ ବଜେଟ ପଢ଼ିବେ ଅର୍ଥମନ୍ତ୍ରୀ ।

ଚଳିତ ବର୍ଷ ବଜେଟ ଟିଜିଟାଲ ବଜେଟ ୱହୋଇଥିବାରୁ ଅର୍ଥମନ୍ତ୍ରୀ ସ୍ୱଦେଶୀ ବହି ଖାତା ପଦଳରେ ଟାବଲେଟ ଦ୍ୱାରା ପଡ଼ିବେ ବଜେଟ ।