ଟିକେଟ୍ ମିଳିଲାନି ବୋଲି ଲଣ୍ଡା ହୋଇଗଲେ କେରଳ କଂଗ୍ରେସ ମହିଳା ସଭାପତି

1 min read
Denied party ticket, Kerala Mahila Congress chief Lathika Subhash resigns, shaves head in protest

ଥିରୁଅନନ୍ତପୁରମ: ପାଖଉଛି ନିର୍ବାଚନ, କୁହୁଳୁଛି କଂଗ୍ରେସ । ଖାଲି ଦିଲ୍ଲୀରେ ନୁହେଁ କଂଗ୍ରେସ ଦଳରେ ପ୍ରାୟ ରାଜ୍ୟ ନେତୃତ୍ୱକୁ ନେଇ ଲାଗି ରହିଛି ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ । ନିର୍ବାଚନ ବେଳେ ଦଳରେ ଏଭଳି ଅସନ୍ତୋଷକୁ ପ୍ରଶମିତ କରିବାକୁ ହାଇକମାଣ୍ଡ ତ ପ୍ରୟାସ କରୁଛନ୍ତି କିନ୍ତୁ ଫଳ କିଛି ମିଳୁନାହିଁ । ଏହାର ତାଜା ଉଦାହରଣ ଦେଖିବାକୁ ମିଳିଛି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କେରଳରେ । ଦଳୀୟ ଟିକେଟ୍ ନ ମିଳିବା ଯୋଗୁଁ କେରଳ ମହିଳା କଂଗ୍ରେସ ସଭାପତି ଲଥିକା ସୁବାସ ଦଳରୁ ଇସ୍ତଫା ଦେବା ସହ ପ୍ରତିବାଦ ସ୍ୱରୂପ ଲଣ୍ଡା ହୋଇ ଯାଇଛନ୍ତି ।

ଲଥିକା କେରଳର ଇତିମାନୁର ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇଁ ଆଶାୟୀ ଥିଲେ । ଯେତେବେଳେ ଦଳ ଟିକେଟ ଦେବାକୁ ମନା କଲେ ତ ଅସନ୍ତୁଷ୍ଟ ଲଥିକା ଇସ୍ତଫା ଦେଇଥିଲେ । ଆଉ ନିଜ ରାଗକୁ ସମ୍ଭାଳି ନପାରି ପ୍ରତିବାଦ ସ୍ୱରୂପ ଲଣ୍ଡା ହୋଇ ଯାଇଥିଲେ । ୫୫ ବର୍ଷୀୟା ଲଥିକା କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଏଭଳି ପ୍ରତିବାଦ କରିଛନ୍ତି ।

 Denied party ticket, Kerala Mahila Congress chief Lathika Subhash resigns, shaves head in protest

ସେ ଅଭିଯୋଗ କରିଛନ୍ତି- ଦଳ ପାଇଁ ଲଗାତାର କାମ କରୁଥିବା ମହିଳାଙ୍କୁ କଂଗ୍ରେସ ଦୀର୍ଘ ବର୍ଷ ହେଲା ଅବେହଳା କରି ଆସୁଛି । କଂଗ୍ରେସ କେରଳ ଲାଗି ୮୬ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ସେଥିରେ କେବଳ ୯ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଇଛି । ଲଥିକା ଦଳରୁ ଇସ୍ତଫା ଦେଇଥିବା ବେଳେ ନିକଟ ଭବିଷ୍ୟତରେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ବରଂ ସେ ଇତିମାନୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି ।

Leave a Reply