ବଲାଙ୍ଗୀରରେ ଜମି କିଣି ବାହାରେ ରହୁଥିଲେ ସାବଧାନ, ପଡ଼ିପାରନ୍ତି ମାଫିଆଙ୍କ ଜାଲରେ..

1 min read

ବଲାଙ୍ଗୀର: ଜମି ମାଫିଆଙ୍କ ନଜରରେ ବଲାଙ୍ଗୀର ସହରର ମୂଲ୍ୟବାନ ଜମି । କିଛି ଦିନର ନୀରବତା ପରେ ଏବେ ପୁଣି ଦବଦବା ଜାହିର କରିଛନ୍ତି ମାଫିଆ । ଜମି କିଣି ବଲାଙ୍ଗୀର ବାହାରେ ରହୁଥିବା ଲୋକଙ୍କୁ ଟାଗେର୍ଟ କରୁଛନ୍ତି ମାଫିଆ । ଜମିରେ ବାଡ଼ ବୁଲାଇବା ସହ ନିଜ ଅକ୍ତିଆରକୁ ନେଉଛନ୍ତି । ଜମି ମାଲିକ ପ୍ରତିବାଦ କଲେ ନାଲି ଆଖି ଦେଖାଇ ଗୁଣ୍ଡା ଲଗାଇ ହତ୍ୟା ଧମକ ଦେଉଛନ୍ତି ।

ଖାଲି ଜମି ମାଲିକର ନୁହେଁ, କଭରେଜ୍ କରିବାକୁ ଯାଇଥିବା ବେଳେ ନନ୍ଦିଘଷାଷ ଟିଭି ପ୍ରତିନିଧି ମଧ୍ୟ ମାଫିଆଙ୍କ ରୋଷର ଶିକାର ହୋଇଛନ୍ତି । ଧଳା ପ୍ୟାଣ୍ଟ-ସାର୍ଟ ପିନ୍ଧି ବ୍ରାହ୍ମକୁମାରୀ ଦୀକ୍ଷା ନେଇଥିବା ଭାସ୍କର ପାତ୍ର ନାମକ ଜଣେ ଅବସର ପ୍ରାପ୍ତ ସରକାରୀ ଅଧିକାରୀ, ନାଲି ଆଖି ଦେଖାଇ ଗୁଣ୍ଡାଗିରି କରୁଛନ୍ତି । ଆଉ ମାଫିଆଙ୍କ ସହ ମିଶି ନିରୀହ ଲୋକଙ୍କ ଜମିକୁ ବାଡ଼ ବୁଲାଇ ଅକ୍ତିଆର କରୁଛନ୍ତି । ଜମି ମାଲିକ ଅରୁଣ କୁମାର ସୁବୁଦ୍ଧି ପ୍ରତିବାଦ ସହ ଥାନାରେ ଅଭିଯୋଗ କରିବାରୁ ଏବେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି ।

କିଛି ଦିନର ନିରବତା ପରେ ପୁଣି ଥରେ ବଲାଙ୍ଗୀରରେ ସକ୍ରିୟ ହୋଇଛନ୍ତି ଏଭଳି ଜମି ମାଫିଆ । କୁଖ୍ୟାତ୍ ଅପରାଧିଙ୍କ ଠାରୁ ଶିକ୍ଷକ, ଠିକାଦାର, ମଠ ମହନ୍ତ ଆଦି ଏହି ମାଫିଆ ଗ୍ୟାଙ୍ଗରେ ସାମିଲ ଅଛନ୍ତି । ଆଉ ଜମି କିଣି ବଲାଙ୍ଗୀର ବାହାରେ ରହୁଥିବା ଲୋକଙ୍କୁ ଟାର୍ଗେଟ୍ କରୁଛନ୍ତି । ଏପରିକି ମାଫିଆଙ୍କ ବିରୋଧରେ ଅଭିଯୋଗ କଲେ, ପୋଲିସ ଚୁପ ରହୁଥିବା ମଧ୍ୟ କୁହାଯାଉଛି । ସେପଟେ ଏହି ଘଟଣା ନେଇ ଜିଲ୍ଲାପାଳଙ୍କ ନିକଟରେ ଫେରାଦ ପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଜିଲ୍ଲାପାଳ ।

Leave a Reply