ରାଜ୍ୟରେ ଜଳୁଛି ଜଙ୍ଗଲ, ଏବେ ନିଆଁ ପହଞ୍ଚିଲାଣି ଓଳାଶୁଣୀରେ

OLASUNI

ଯାଜପୁର: ଗୋଟିଏ ପରେ ଗୋଟିଏ ଜଙ୍ଗଲରେ ଲାଗୁଛି ନିଆଁ । ବ୍ୟାପକ ପରିମାଣର କ୍ଷୟ କ୍ଷତି ମଧ୍ୟ ହେଉଛି । ଶିମିଳିପାଳରେ ଭୟବୟ ଅଗ୍ନିକାଣ୍ଡ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା ଏବେ ରାଜ୍ୟରେ ପ୍ରାୟ ଜଙ୍ଘଲରେ ନିଆଁ ଲାଗୁଥିବା ଦେଖିବାକୁ ମିଳୁଛି । ତେବେ ନିଆଁ ଲାଗିବାର ସ୍ପଷ୍ଟ କାରଣ ଏବେ ସୁଦ୍ଧା ଜଣାପଡ଼ି ନାହିଁ । କିଛି ସ୍ଥାନରେ ଶିକାର କରିବା ଉଦ୍ଦେଶ୍ୟରେ ନିଆଁ ଲଗାଯାଉଥିବା ଅଭିଯୋଗ ହୋଇଛି । ଏମିତିକି ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ତେବେ ଏହି ଜଙ୍ଗଲ ନିଆଁ ଏବେ ଯାଜପୁର ଜିଲ୍ଲାରେ ମଧ୍ୟ ପହଞ୍ଚିଛି । ଶିମିଳିପାଳ ଭଳି ଅନୁରୂପ ଘଟଣା ଦେଖିବାକୁ ମିଳିଛି ଯାଜପୁରରେ । ଓଳାଶୁଣୀ ପାହାଡ଼ ପାଦ ଦେଶରେ ନିଆଁ ଲାଗି ବହୁ ଜଙ୍ଗଲ ଜଳି ଯାଇଥିବା ଦେଖାଯାଇଛି । ରବିବାର କୌଣସି କାରଣ ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ପାଖାପଖି ତିନି ଏକର ଜଙ୍ଗଲ ଜଳି ଯାଇଛି । ଏଥିରେ ବହୁ ମୂଲ୍ୟବାନ ଗଛ ମଧ୍ୟ ଜଳିଯାଇଥିବା କୁହାଯାଉଛି ।

ଖବର ପାଇ ଘଟଣାସ୍ଥଳରେ ଡେରାବିଶ ଅଗ୍ନିଶମ ବାହିନୀ, ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଓ ଚଣ୍ଡିଖୋଲ ବନ ଖଣ୍ଡ ଅଧିକାରୀ ପହଂଚି ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଛନ୍ତି । ଏହା ପୂର୍ବରୁ ମଧ୍ୟ ବଡ଼ଚଣା ଅଂଚଳର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଥିଲା । ତେବେ ଏଠାରେ କେମିତି ନିଆଁ ଲାଗିଲା ସେ ନେଇ ବନ ବିଭାଗ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।

Leave a Reply