spot_img
Home Blog Page 6036

ବିଧାନସଭାକୁ ଫେରିଲା ପ୍ରଶ୍ନକାଳ, ଆସିବ ପେପରଲେସ ବଜେଟ

ଭୁବନେଶ୍ୱର: ଆସନ୍ତା ୧୮ରୁ ଆରମ୍ଭ ହେବ ରାଜ୍ୟ ବଜେଟ ଅଧିବେଶନ ।  ବିଧାନସଭାରେ ଚଳିତ ବର୍ଷ ପେପରଲେସ ବଜେଟ ଆଗତ ହେବ । ଲୋକସଭାରେ ଯେପରି ଚଳିତବର୍ଷ ପେପରଲେସ ବଜେଟ ଆଗତ ହୋଇଛି । ଠିକ ସେହିପରି ବିଧାନସଭାରେ ମଧ୍ୟ ପେପରଲେସ ବଜେଟ ଆଗତ ହେବା ନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଫେବୃୟାରୀ ୧୮ରୁ ବଜେଟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୯ ପର୍ଯ୍ୟନ୍ତ ଚାଲିବ । କିନ୍ତୁ ଚଳିତ ଅଧିବେଶନର ସମସ୍ତ ଗାଇଡଲାଇନ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି । କୋଭିଡ ସମୟରେ ପ୍ରଶ୍ନକାଳ ଉଚ୍ଛେଦ ହୋଇଥିବା ବେଳେ ବଜେଟ ଅଧିବେଶନରେ କିନ୍ତୁ ପ୍ରଶ୍ନକାଳ ପୂର୍ବ ପରି ରହିବା । ସେହିପରି ଚଳିତ ଅଧିବେଶନରେ ମୋଟ ୩୦ଟି କାର୍ଯ୍ୟ ଦିବସ ରହିଥିବା ପ୍ରତିକ୍ରିୟାରେ କହିଛନ୍ତି ବାଚସ୍ପତି ।

ସେହିପରି ପୂର୍ବ ଢାଞ୍ଚାରେ ଚାଲିବ ବିଧାନସଭା । କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନୁହେଁ । କିନ୍ତୁ ଲକ୍ଷଣ ଥିଲେ ଆଣ୍ଟିଜେନ ଟେଷ୍ଟ କରାଯିବ । ସେପଟେ ବଜେଟ ଅଧିବେଶନରେ ସାମାଜିକ ଦୂରତାକୁ ପ୍ରାଧାନ୍ୟ ଦିଆଯିବା ସହ ପ୍ରତିଦିନ ବିଧାନସଭାକୁ ସାନିଟାଇଜ କରାଯିବ ବୋଲି କହିଛନ୍ତି ବାଚତସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ଭିନ୍ନକ୍ଷମଙ୍କୁ ଭୁଆଁ ବୁଲାଇ ଲକ୍ଷ ଲକ୍ଷ ଟଙ୍କା ଲୁଟିନେଲେ ସରପଞ୍ଚ

0

ବାଲେଶ୍ୱର: ଭିନ୍ନକ୍ଷ୍ୟମଙ୍କୁ ଭତ୍ତା କରାଇ ଦେବାକୁ ନେଲେ ଟିପ ଚିହ୍ନ । ଆଉ ସେହି ବାହାନାରେ ଭିନ୍ନକ୍ଷ୍ୟମଙ୍କ ନାମରେ ଋଣକରି ଲୁଟ କରିନେଲେ ଲକ୍ଷ ଲକ୍ଷ ଟଙ୍କା ।  ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରୁ ଏକାଧିକ ଭିନ୍ନକ୍ଷ୍ୟମଙ୍କ ସହ ଏଭଳି ଘଟଣା ଘଟିଥିବା ଅଭିଯୋଗ ଆସିଛି। ବ୍ୟାଙ୍କ ତରଫରୁ ୧୪ ବର୍ଷ ପରେ ନୋଟିସ ଲାଗିବାରୁ ଭିନ୍ନକ୍ଷ୍ୟମମାନେ ଚିନ୍ତାରେ ପଡ଼ିଯାଇଛନ୍ତି।

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍‌ ଝରଣାଘାଟୀ ଗାଁର ଇନ୍ଦୁମଣୀ ସିଂ ହେଉଛନ୍ତି ଦିବ୍ୟାଙ୍ଗ । ଦିନରାତି ବିଛଣାରେ ପଡ଼ି ପଡ଼ି ତାଙ୍କର ଦିନ କଟିଯାଏ । ହେଲେ ତାଙ୍କ ନାଁରେ ନଭେମ୍ବର ୧୧ରେ  ଗ୍ରାମ୍ୟ ବ୍ୟାଙ୍କରୁ ନୋଟିସ୍‌ ଆସିଛି । ନୋଟିସ୍‌ ଅନୁସାରେ ଇନ୍ଦୁମଣୀ ୧୬ ହଜାର ୭୭୨ ଟଙ୍କା ଋଣ ନେଇଛନ୍ତି।  ଏଥିରେ ୨୦୧୫ ମସିହା ମାର୍ଚ୍ଚ ମାସ ସୁଦ୍ଧା ସୁଧ ବାବଦକୁ ୧୩ ହଜାର ୩୨୩ ଟଙ୍କା ହିସାବ କରାଯାଇଛି। କେବଳ ସେ ନୁହଁନ୍ତି ସୁକ ସିଂ ନାମକ ଆଉଜଣେ ଦିବ୍ୟାଙ୍ଗଙ୍କର ମଧ୍ୟ ସମାନ ସ୍ଥିତି। ସୁକ ସିଂଙ୍କ ଆଖି ଖରାପ ଥିବାରୁ ସେ ମଧ୍ୟ ଦିବ୍ୟାଙ୍ଗ ତାଲିକା ଭୁକ୍ତ ହୋଇଛନ୍ତି। ତାଙ୍କ ନାମରେ ମଧ୍ୟ ମୂଳ ୯ ହଜାର ୨୯୮ ଟଙ୍କା ଓ ସୁଧ ୬ ହଜାର ୮୮୦ ଟଙ୍କା ବାକି ଥିବା ବ୍ୟାଙ୍କ୍‌ ନୋଟିସ୍‌ରେ ଦର୍ଶା ଯାଇଛି। ସୁକଙ୍କ ନାମରେ ଆବାସ ଯୋଜନାରେ ଟଙ୍କା ଆସିଥିବାରୁ ଏହି ଟଙ୍କା ନଦେବା ଧମକ ଦେଇ ତାଙ୍କ ଠାରୁ ୯ ହଜାର ୨୯୮ ଟଙ୍କା ଆଦାୟ କରାଯାଇଛି। ଋଣ ନେଇ ନଥିଲେ ମଧ୍ୟ ସୁକ ଏହି ଟଙ୍କା ସୁଝିବାକୁ ବାଧ୍ୟ ହୋଇଛନ୍ତି।

ସେହିପରି ଚାପଲସାହିର ସୀତାମଣୀ କିସ୍କୁ ମଧ୍ୟ ଜଣେ ଦିବ୍ୟାଙ୍ଗ। ତାଙ୍କ ନାମରେ ମଧ୍ୟ ୩୪ ହଜାର ୭୯୧ ଟଙ୍କାର ଋଣ ବାକି ଥିବା ବ୍ୟାଙ୍କ ନୋଟିସ୍‌ରୁ ଜଣାପଡ଼ିଛି। କେବଳ ଏହି ୩ ଜଣ ଭିନ୍ନକ୍ଷ୍ୟମ ନୁହଁନ୍ତି । ନୀଳଗିରି ବ୍ଲକ୍‌ ଝରଣାଘାଟୀ, ଚାପଲସାହି, ରିସିଆ ପ୍ରଭୃତି ୫ଟି ପଞ୍ଚାୟତର ପ୍ରାୟ ସମସ୍ତ ଦିବ୍ୟାଙ୍ଗଙ୍କ ନାମରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ କରାଯାଇଥିବା ବ୍ୟାଙ୍କ୍‌ ନୋଟିସ୍‌ରୁ ଜଣାପଡ଼ିଛି।

ଏ ନେଇ ଅଭିଯୋଗ ମିଳିବାପରେ ଆମ କ୍ୟାମେରା ଟିମ୍‌ ସେହିସବୁ ଅଞ୍ଚଳ ଯାଇ ତଥ୍ୟ ସଂଗ୍ରହ କରିଥିଲା । ମିଳିଥିବା ଅଭିଯୋଗରୁ ଜଣାପଡ଼ିଛି ଯେ, ଦିବ୍ୟାଙ୍ଗଙ୍କୁ ଭତ୍ତା କରାଇଦେବା କହି ଗତ ୨୦୦୭-୦୮ ମସିହାରେ ତତ୍‌କାଳୀନ ସରପଞ୍ଚ ଅନ୍ତର୍ଜ୍ୟାମୀ ବୁଗୁଡ଼ାଇ ଓରଫ ବାବୁଲି ବୁଗୁଡ଼ାଇ ଟିପ ଚିହ୍ନ ଓ କାଗଜପତ୍ର ସଂଗ୍ରହ କରିଥିଲେ। ସେହି ସୁଯୋଗରେ ଦିବ୍ୟାଙ୍ଗଙ୍କୁ ଭତ୍ତା ମିଳିଛି ସତ। ହେଲେ ତାଙ୍କ ନାମରେ ଲକ୍ଷ ଲକ୍ଷ ଟଙ୍କାର ଋଣ ଉଠାଯାଇଛି। ସମ୍ପୃକ୍ତ ଗ୍ରାମ୍ୟ ବ୍ୟାଙ୍କର ଶାଖାରେ ଏସମ୍ପର୍କରେ ତଥ୍ୟ ନେବାରୁ ଦିବ୍ୟାଙ୍ଗଙ୍କ ନାମରେ JLG(Joint Libility Group) ଓ SC-ST Devlopment Scheme ଭଳି ଏକାଧିକ ଯୋଜନାରେ ଦିବ୍ୟାଙ୍ଗଙ୍କୁ ଟାର୍ଗେଟ୍‌ କରାଯାଇଛି।

ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଭିନ୍ନକ୍ଷମ ମାନେ ଜିଲ୍ଲାପାଳଙ୍କ ନିକଟରେ ଏନେଇ ଅଭିଯୋଗ କରିଛନ୍ତି । ବ୍ୟାଙ୍କ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ, ୧୦ ଦିନ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଆରଟିଓରେ ହେବ ନାହିଁ ଗହଳି, ଅନଲାଇନ୍‌ରେ ହେବ ସ୍ଲଟ ବୁକ୍

ଭୁବନେଶ୍ୱର: ଏଣିକି ଆରଟିଓରେ ହେବନାହିଁ ଗହଳି । ଦୀର୍ଘ ସମୟ ଧରି ଅପେକ୍ଷା କରିବେନି ସାଧାରଣ ଲୋକେ । ଲୋକଙ୍କୁ ସୁବିଧାରେ ସେବା ଯୋଗାଇବା ପାଇଁ ଲାଗୁ ହେବ ସ୍ମାର୍ଟ କ୍ୟୁ ପରିଚାଳନା ବ୍ୟବସ୍ଥା । ଏନେଇ ରାଜ୍ୟ ପରିବହନ ପ୍ରାଧିକରଣ ବା ଏସଟିଏ ସହ ଏନଏସଆଇସି ମଧ୍ୟରେ ଏମଓୟୁ ସ୍ବାକ୍ଷରିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଅନୁଗୁଳ, ବାଲେଶ୍ବର, ଭଦ୍ରକ, ଭୁବନେଶ୍ବର-୧, କଟକ, ଗଞ୍ଜାମ, ପୁରୀରେ ଏହାକୁ ଲାଗୁ କରାଯିବ। ଏଥିପାଇଁ ୨.୧୮କୋଟି ଟଙ୍କା ଖର୍ଚ୍ଚ ହେବା ନେଇ ଆକଳନ କରାଯାଇଛି । ରାଜ୍ୟ ସରକାରଙ୍କ ଫାଇଭ୍-ଟି ପଲିସି ଅଧୀନରେ ଆରଟିଓରେ ଗୁଣାତ୍ମକ ସେବା ପ୍ରଦାନ ପାଇଁ ଲକ୍ଷ୍ୟ ରଖିଛି ଏସଟିଏ ।

ଏହି ପକ୍ରିୟା କାର୍ଯ୍ୟକ୍ଷମ ହେଲେ ଅନଲାଇନ୍‌ ପୋର୍ଟାଲରେ ସ୍ଲଟ ବୁକ୍‌ କରିହେବ । ଡ୍ରାଇଭିଂ ଲାଇସେନ୍‌ସ କିମ୍ବା ଗାଡ଼ି କାଗଜପତ୍ର ଭଳି ଯେକୌଣସି କାର୍ଯ୍ୟ ପାଇଁ ଟୋକନ୍ ଦିଆଯିବ । ଟୋକନ୍ ମିଳିବା ପରେ କେଉଁ ସମୟରେ କାର୍ଯ୍ୟ ଆରମ୍ଭ ହେବ ସେନେଇ ମୋବାଇଲ୍‌କୁ ମେସେଜ ଆସିବ । ଫଳରେ ଲୋକଙ୍କୁ ଧାଡ଼ିରେ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ ।

ବିଶ୍ୱ ପାଳୁଛି ଆର୍ଦ୍ର ଭୂମି ଦିବସ, ପରିବେଶର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: ଆଜି ବିଶ୍ୱ ପାଳୁଛି ଆର୍ଦ୍ର ଭୂମି ଦିବସ । ଏନେଇ ଟ୍ବିଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପରିବେଶର ସୁରକ୍ଷା ଦିଗରେ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଆର୍ଦ୍ର ଭୂମିରେ ଓଡିଶାର ଭିତରକନିକା ଏବଂ ଚିଲିକା ସବାଗ୍ରେ ରହିଛି ।

ପରିବେଶର ସନ୍ତୁଳନ ରକ୍ଷା କରିବା । ପରିବେଶକୁ ସୁରକ୍ଷା ଦେବା ପାଇଁ ସଂକଳ୍ପ ନେବାର ଆବଶ୍ୟକତା ରହିଛି । ଚିଲିକା ଏବଂ ଭିତରକନିକା ଉପକୂଳରେ ଓଡିଶାର ସର୍ବାଧିକ ଆର୍ଦ୍ର ଭୂମି ରହିଛି । ସ୍ବଚ୍ଛ ପରିବେଶ, କାର୍ବନ ମୁକ୍ତ ଏବଂ ସ୍ୱଚ୍ଛ ଜଳ ହିଁ ଆର୍ଦ୍ର ଭୂମି ପାଇଁ ମୁଖ୍ୟ ଭୂମିକା ନିଭାଇଥାଏ । ତେଣୁ ବିଶ୍ୱ ଆର୍ଦ୍ର ଭୂମି ଦିବସରେ ଆମକୁ ପରିବେଶର ସୁରକ୍ଷା ଦାୟିତ୍ୱ ନେବାକୁ ସଂକଳ୍ପ ନେବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ରାଜରାସ୍ତାରେ ଚାଷୀ ଆନ୍ଦୋଳନ, ରାଜ୍ୟସଭାରେ ପ୍ରବଳ ହଟଗୋଳ

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନ କୁ ନେଇ ରାଜ୍ୟ ସଭାରେ ହଟଗୋଳ । ନୂତନ କୃଷି ଆଇନକୁ ନେଇ ଗୃହରେ ଆଲୋଚନା ପ୍ରସ୍ତାବ ଦେଇଥିଲେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଏବଂ ଆନନ୍ଦ ଶର୍ମା । ଏହା ସହ ଅନେକ ରାଜନୈତିକ ଦଳ ମଧ୍ୟ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ସମର୍ଥନ କରିଥିଲେ । କିନ୍ତୁ କୃଷି ଆନ୍ଦୋଳନ ପ୍ରସଙ୍ଗରେ ଆଜି ଆଲୋଚନା ହେବ ନାହିଁ ବୋଲି ଜଣାଇଥିଲେ ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କୟା ନାଇଡ଼ୁ ।

ଆଜି ଉକ୍ତ ପ୍ରସଙ୍ଗ ଉପରେ ଆଲୋଚନା ନହେବା ନେଇ ଅଧ୍ୟକ୍ଷ ଜଣାଇବା ପରେ ଗୃହରେ ଜୋର ଧରିଥିଲା ବିକ୍ଷୋଭ । କୃଷି ଆଇନ ଦେଶର କୃଷକଙ୍କ ପାଇଁ କଳା ଆଇନ । କୃଷକଙ୍କୁ ଲାଭ ନୁହେଁ ବଂର କ୍ଷତି ପହଁଚାଇବା ପାଇଁ କେନ୍ଦ୍ର ସରକାର ଏହି ଆଇନ ଆଣିଥିବା ଅଭିଯୋଗ କରିଛନ୍ତି ବିରୋଧି ।

ସେପଟେ କୃଷି ଆନ୍ଦୋଳନ ପ୍ରସଙ୍ଗରେ ଆଜି ଆଲୋଚନା କରିବାକୁ ଦାବି ରଖିଥିଲେ ବିରୋଧି କଂଗ୍ରେସ ଦଳ । ସେହିପରି ଆଲୋଚନାକୁ ସମର୍ଥନ କରିଥିଲେ କିଛି ରାଜନୈତିକ ଦଳ । ଆଜି ଏପ୍ରସଙ୍ଗରେ କିନ୍ତୁ ଗୃହରେ ଆଲୋଚନା ହୋଇ ପାରିବ ନାହିଁ ବୋଲି କହିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କ ନିଷ୍ପତି ପରେ ଗୃହରେ ଆହୁରି ଜୋର ଧରିଥିଲା ହଟଗୋଳ ।

ନାସାର କାର୍ଯ୍ୟନିର୍ବାହୀ ମୁଖ୍ୟ ହେଲେ ଭାରତୀୟ ବଂଶୋଦ୍ଭବ ଭବ୍ୟାଲାଲ


ନୂଆଦିଲ୍ଲୀ: ଭାରତୀୟ ବଂଶୋଭବଙ୍କୁ ଆମେରିକାର ଗୁରୁ ଦାୟିତ୍ୱ । ଭାରତୀୟ ବଂଶୋଭବଙ୍କୁ ଦିଆଯାଇଛି ନାସାର ଦାୟିତ୍ବ । ଆମେରିକା ସ୍ପେସ୍ ଏଜେନ୍ସିର କାର୍ଯ୍ୟନିର୍ବାହୀ ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି ଭାରତୀୟ ବଂଶୋଭବ ଭବ୍ୟାଲାଲ୍ । ଭବ୍ୟାଲାଲଙ୍କୁ ନାସାର କାମଚଳା ମୁଖ୍ୟ ଭାବେ ନିଯୁକ୍ତ କରିଛି ହ୍ବାଇଟ୍ ହାଉସ୍ ।

ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ । ସେ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାରେ ରିସର୍ଚ ଷ୍ଟାଫ୍ ଭାବେ କାର୍ଯ୍ୟ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଆନାଲିସିସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଦାୟିତ୍ବ ତୁଲାଇଛନ୍ତି ଭବ୍ୟାଲାଲ ।
ନାସା ପାଇଁ ସ୍ପେସ୍ ଟେକ୍ନୋଲୋଜି, ରଣନୀତିର ନେତୃତ୍ୱ ମଧ୍ୟ ନେଇଛନ୍ତି । ବିଡେନଙ୍କ ସ୍ଥାନାନ୍ତରଣ ଏଜେନ୍ସି ସମୀକ୍ଷା ଟିମରେ ମଧ୍ୟ ଭବ୍ୟାଲାଲ୍ ସ୍ଥାନ ପାଇଛନ୍ତି । ନାସା, ପ୍ରତିରକ୍ଷା ବିଭାଗ ଗୁପ୍ତଚର , ଓ ଫେଡେରାଲ୍ ସ୍ପେସ୍ ଆଧାରିତ ସଂଗଠନଗୁଡିକୁ ମଧ୍ୟ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ ।

ମାଓବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ; ଲ୍ୟାଣ୍ଡମାଇନ ବିସ୍ଫୋରଣ, ବର୍ତ୍ତିଲେ ଯବାନ

ମାଲକାନଗିରି: ବିସ୍ଫୋରଣ ହେଲା ମାଓବାଦୀଙ୍କ ଦ୍ବାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ । ଛତିଶଗଡ଼ ସୁକୁମା ଅଞ୍ଚଳର ଥିବା ନିପ୍ପା ଜଙ୍ଗଲରେ ଏପରି ଷଡଯନ୍ତ୍ର ରଚିଥିଲେ ଲାଲବାହିନୀ । ମାଟିତଳେ ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି ଯବାନ ।

ଯବାନଙ୍କୁ ଟାର୍ଗେଟ କରି ନିପ୍ପା ଜଙ୍ଗଲରେ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । କିନ୍ତୁ ଏହି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲେ ମଧ୍ୟ ଯବାନଙ୍କର କୌଣସି ପ୍ରକାର କ୍ଷତି ଘଟିନଥିବା ସୂଚନା ମିଳିଛି । ସୁକୁମା ଅଞ୍ଚଳରେ ମାଓ ଉତ୍ପାତ ବଢିଚାଲିଥିଲା ବେଳେ ଅପରେସନ ମଧ୍ୟ ଜୋରଦାର କରିଛନ୍ତି ଯବାନ ।

ଜଙ୍ଗଲ ମଧ୍ୟରେ ଅତି ଚତୁରତାର ସହ ଲ୍ୟାଣ୍ଡମାଇନ ଖଞ୍ଜିଥିଲେ ମାଓବାଦୀ । ଯବାନଙ୍କର ବଡ଼ ଧରଣର କ୍ଷତି ଘଟାଇବା ପାଇଁ ଏପରି ଷଡ଼ଯନ୍ତ୍ର ରଚାଯାଇଥିଲା । କିନ୍ତୁ ଉକ୍ତ ସ୍ଥାନରେ ଲ୍ୟାଣ୍ଡମାଇନ ରଖାଯାଇଥିବା ନେଇ ପୂର୍ବରୁ ସୂଚନା ପାଇଥିଲେ ଯବାନ । ଫଳରେ ଲାଲବାହିନୀର ଷଡଯନ୍ତ୍ରଙ୍କୁ ପଣ୍ଡ କରିବା ସହ ଲ୍ୟାଣ୍ଡମାଇନ ଉଦ୍ଧାର କରି କ୍ଷତି ଘଟାଇଛନ୍ତି ଯବାନ ।

ଯୁକ୍ତ ଦୁଇ ପରୀକ୍ଷା ଲାଗି ୬ରୁ ଫର୍ମ ପୂରଣ ଆରମ୍ଭ

ଭୁବନେଶ୍ୱର: ୨୦୨୧ ମସିହା ଯୁକ୍ତ ଦୁଇ ପରୀକ୍ଷା ଲାଗି ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଫର୍ମ-ପୂରଣ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ହୋଇଛି ବିଜ୍ଞପ୍ତି ।

ଏକ୍ସ ରେଗୁଲାର ଛାତ୍ରଛାତ୍ରୀ ମାନେ ୬ ଫେବୃଆରୀରୁ ୧୨ ଫେବୃଆରୀ ମଧ୍ୟରେ ଫର୍ମ ଫିଲଅପ କରିପାରିବେ। ସେହିପରି ରେଗୁଲାର ଓ କରେସପଣ୍ଡେସ୍ କୋର୍ସ ଲାଗି ଛାତ୍ରଛାତ୍ରୀ ମାନେ ଫେବୃଆରୀ ୧୨ରୁ ଫେବୃଆରୀ ୨୪ ପର୍ଯ୍ୟନ୍ତ ଅନଲାଇନ ଫର୍ମ ଫିଲଅପ କରିପାରିବେ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି । ଫର୍ମ ପୂରଣ ଦେୟ ୫୨୦ ଟଙ୍କା ରଖା ଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସୋମବାର ଦିନ ଏହି ସୂଚନା ଦିଆଯାଇଛି।

କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ ଏବଂ କଲେଜ । ଏହାରି ଭିତରେ ଅନଲାଇନ ଶିକ୍ଷାଦାନ ଏବଂ ଦୂରଦର୍ଶନରେ ମଧ୍ୟ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ପରେ ବର୍ଷ ୨୦୨୧ ଆରମ୍ଭରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢା ଆରମ୍ଭ କରାଯାଇଥିଲା ।

ଆସନ୍ତା ୬ରେ ସାରା ଦେଶରେ କୃଷକଙ୍କ ଚକାଜାମ ଡାକରା

ନୂଆଦିଲ୍ଲୀ: ତିନି କୃଷି ଆଇନ୍ ବିରୋଧରେ ଆଜିବି ଜାରି ରହିଛି କୃଷକଙ୍କ ଆନ୍ଦୋଳନ । ହଜାର ହଜାର ସଂଖ୍ୟାରେ ଅନ୍ନଦାତା ଆନ୍ଦୋଳନ ଜାରି ରଖିଛନ୍ତି। ଯେପର୍ଯ୍ୟନ୍ତ ସରକାର ଆଇନ୍ ଫେରାଇ ନ ନେଇଛନ୍ତି ସେ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି କହିଛନ୍ତି ଚାଷୀ ନେତା।

ସରକାର ଖୁବ ଶୀଘ୍ର ଚାଷୀମାନଙ୍କୁ ଡାକି ଆଲୋଚନା କରିବା ପାଇଁ ଆଶା ବାନ୍ଧିଛନ୍ତି ଚାଷୀ ନେତା । ଦିଲ୍ଲୀକୁ ବାହାର ରାଜ୍ୟର ଚାଷୀଙ୍କ ସୁଅ ଛୁଟିଥିବା ବେଳେ ଏହାକୁ ନଜରରେ ରଖି ସୀମା ସିଲ୍ କରିଛି ପ୍ରଶାସନ । ସେହିଭଳି ଭାରି ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସେପଟେ ଆନ୍ଦୋଳନକୁ ଆହୁରି ଜୋରଦାର କରିବା ପାଇଁ ନିଷ୍ପତ୍ତି ନେଇଛି ଚାଷୀ ସଙ୍ଗଠନ। ଆସନ୍ତା ୬ ତାରିଖରେ ସାରା ଦେଶରେ ଚକଜାମ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଚାଷୀ ସଙ୍ଗଠନ । ତେବେ ଅପରାହ୍ନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ଏହି ଚକାଜାମ୍ କରିବେ ଚାଷୀ ସଂଗଠନ।

ଏହା ପୂର୍ବରୁ କୃଷକ ସଂଗଠନ ପକ୍ଷରୁ ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ପରେଡ୍ କରାଯାଇଥିଲା । ହେଲେ ଶାନ୍ତିପୂର୍ଣ୍ଣ ଭାବେ ଆରମ୍ଭ ହୋଇଥିବା ଏହି ପରେଡ୍ ପରବର୍ତ୍ତୀ ସମୟରେ ଏକପ୍ରକାର ହିଂସାରେ ପରିଣତ ହୋଇଥିଲା ।

Budget 2021: ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ

ନୂଆଦିଲ୍ଲୀ: ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣରେ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଘୋଷଣା କରିଛନ୍ତି । ଏହି ଯୋଜନାରେ ସରକାରଙ୍କ ତରଫରୁ ପିଏମ୍ ଆତ୍ମନିର୍ଭର ସୁସ୍ଥ ଭାରତ ପାଇଁ ୬୪,୧୮୦ କୋଟି ନିବେଶ କରାଯିବ ଏବଂ ସ୍ୱାସ୍ଥ୍ୟ ବଜେଟକୁ ପ୍ରାଥମିକତା ଦିଆଯାଉଛି। ଏଥର ପ୍ରତିରକ୍ଷା ପାଇଁ ମଧ୍ୟ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି।

ପୂର୍ବ ଲଦାଖରେ ଚୀନ ସହ ଚାଲିଥିବା ବିବାଦ ମଧ୍ୟରେ ଭାରତ ସରକାର ପ୍ରତିରକ୍ଷା କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବଜେଟ୍‌ରେ ପ୍ରତିରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ଗତଥର ଅପେକ୍ଷା ଚଳିତବର୍ଷ ପ୍ରତିରକ୍ଷା ବଜେଟ୍‌ ୭.୪ ପ୍ରତିଶତ ବୃଦ୍ଧି ପାଇଛି। ପେନସନକୁ ଛାଡ଼ି କେବଳ ପ୍ରତିରକ୍ଷା ଖର୍ଚ୍ଚ ପାଇଁ ବଜେଟ୍‌ରେ ୩.୬୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।

ସେହିପରି ଚଳିତ ବର୍ଷ ପୂରା ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ୪ ଲକ୍ଷ ୭୮ ହଜାର ୧୯୫ ଦଶମିକ ୬୨ କୋଟି ଟଙ୍କାର ବଜେଟ୍‌ ବ୍ୟବସ୍ଥା ହୋଇଛି। ସେନା ବାହିନୀକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇବା ଓ ଆଧୁନିକୀକରଣ କରିବାକୁ ଗତ ବର୍ଷ ୧ ଲକ୍ଷ ୧୩ ହଜାର ୭୩୪ ଲକ୍ଷ କୋଟି ଟଙ୍କା ବ୍ୟବସ୍ଥା ହୋଇଥିଲା। ହେଲେ ୨୦୨୧-୨୨ରେ ଏହାକୁ ୧ଲକ୍ଷ ୩୫ ହଜାର ୦ କୋଟି ଟଙ୍କାକୁ ସରକାର ବୃଦ୍ଧି କରିଛନ୍ତି।