ଗାଁ ପରିମଳ ନିଆରା ବାର୍ତ୍ତା ବାଣ୍ଟୁଛନ୍ତି ଆଦିବାସୀ ସମ୍ପ୍ରଦାୟ..

ମୟୁରଭଞ୍ଜ: ଗାଁ ପରିମଳ ବାର୍ତ୍ତା ବାଣ୍ଟୁଛନ୍ତି ଆଦିବାସୀ ସମ୍ପ୍ରଦାୟ । ମୟୁରଭଞ୍ଜ ଜିଲ୍ଲା ବୋବେଇଯୋଡ଼ା ଗାଁ ଲୋକେ ପରିଷ୍କାର ପରିଚ୍ଛନ୍ନତାକୁ ନେଇ ସୃଷ୍ଟି କରିଛନ୍ତି ନୂଆ ଉଦାହରଣ । ପାତା ପରବ ଅବସରରେ ଘର ଅଗଣାକୁ ପରିଷ୍କାର ପରିଚ୍ଛନ୍ନ ରଖିବା ସହ କାନ୍ଥକୁ ବିଭିନ୍ନ ରଙ୍ଗ ବେରଙ୍ଗରେ ଚିତ୍ରିତ କରିଛନ୍ତି । ଯାହା ପରିମଳ ବ୍ୟବସ୍ଥାର ନିଆରା ଉଦାହରଣ ହେଉଥିବା ବେଳେ ପ୍ରତିଯୋଗୀତା ମାଧ୍ୟମରେ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଉଛି ।

ଏଠାରେ ନା ଅଛି ମହାତ୍ମାଗାନ୍ଧୀଙ୍କ ଗାଁ ପରିମଳ ବାର୍ତ୍ତା, ନା ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରତ ଆହ୍ୱାନ । ଗାଁ ପରିମଳ ବ୍ୟବସ୍ଥାର ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବିଶୋଇର ବୋବେଇଯୋଡାବାସୀ । ଶିମିଳିପାଳ ପାଦଦେଶରେ ରହୁଥିବା ଏହି ଆଦିବାସୀ ସମ୍ପ୍ରଦାୟ ସ୍ୱଚ୍ଛତାର ଦେଇଛି ନୂଆ ଆହ୍ୱାନ । ବାବାଜୋଲ ପାତା ପରବ ଅବସରରେ ଘର ଅଗଣାକୁ ପରିଷ୍କାର ପରିଚ୍ଛନ୍ନତା ରଖିବା ସହିତ କାନ୍ଥକୁ ପ୍ରାକୃତିକ ରଙ୍ଗରେ ଚିତ୍ରିତ କରି ଆଦିବାସୀ କଳା ସଂସ୍କୃତିକୁ କରିଛନ୍ତି ଜୀବନ୍ତ । ଏପରିକି ଘର ସାମ୍ନାରେ ଆବର୍ଜନା କୁଣ୍ଡ ବସାଇବାକୁ ଦେଇଛନ୍ତି ଜୈବ ବିବିଧତାର ଆହ୍ୱାନ ।

ପ୍ରତିବର୍ଷ ଶିବରାତ୍ରୀ ପରେ ବାବାଜୋଲ ପାତା ପରବ ପାଳନ କରାଯାଇଥାଏ । ଏହି ପର୍ବକୁ ଭଞ୍ଜ ଏପିଲ ରାଣାକବ ମାଡୱ କ୍ଲବ୍‌ ପରିଚାଳନା କରିଆସୁଥିବା ବେଳେ ପରିସ୍କାର ପରିଚ୍ଛନ୍ନତାକୁ ନେଇ ପ୍ରତିଯୋଗୀତା ହୋଇଥାଏ । ଏଥିରେ ଅଂଶ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କ ମଧ୍ୟରୁ ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରଷ୍କୃତ କରାଯାଏ । ପାତା ପରବରେ ନାଚ ଗୀତର ଆସର ଜମିଥିବା ବେଳେ ପାରମ୍ପରିକ ନାଚରେ ସମସ୍ତେ ଝୁମିଥାନ୍ତି ।

Leave a Reply