ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, ନବଜାତ ଶିଶୁକନ୍ୟାକୁ ଧରି ବୁଲୁଛି କୁକୁର

1 min read

ଭଦ୍ରକ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଏକ ନବଜାତ ଶିଶୁକନ୍ୟାକୁ କାମୁଡି ନେଇ ପଳାଉଥିଲା କୁକୁର । ଲୋକେ ଗୋଡ଼ାଇବାରୁ ଛାଡ଼ି ପଳାଇଗଲା । ସ୍ଥାନୀୟ ଲୋକ ଓ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁଯାୟୀ କିଛି କୁକର ଏକ ନବଜାତକୁ କାମୁଡ଼ି ମେଡିକାଲ ପରିସରରେ ବୁଲୁଥିଲେ । ଏହା ଦେଖି କିଛି ଲୋକ ପାଟି କରିବା ଆରମ୍ଭ କରିଥିଲେ । ଫଳରେ କୁକୁର ଗୁଡ଼ିକ ଉକ୍ତ ନବଜାତକୁ ନେଇ ମେଡିକାଲ ବାହାରକୁ ଯିବାକୁ ଦଉଡ଼ିଥିଲେ । ହେଲେ ଲୋକଙ୍କ କୋଳାହଳ ତଥା ପାଟି କରି ଗୋଡ଼ାଇବା କାରଣରୁ ନବଜାତକୁ ପକାଇଦେଇ ଥିଲେ କୁକୁର । ପରେ ସ୍ଥାନୀୟ ଲୋକ ନବଜାତକୁ ଉଦ୍ଧାର କରିଥିଲେ । ନବଜାତକଟି ଏକ ଶିଶୁକନ୍ୟା ବୋଲି ଜଣାପଡ଼ିଛି ।

ତେବେ କେଉଁ ପରିସ୍ଥିତିରେ ଓ କେଉଁଠୁ କୁକୁରମାନେ ନବଜାତକକୁ ପାଇଲେ । ତାହା ଏବେ ସୁଦ୍ଧା ଜଣା ପଡ଼ିନାହିଁ । ବର୍ତମାନ ନବଜାତ ଶିଶୁକନ୍ୟାଟିର ମୃତ ଶରୀରକୁ ମେଡିକାଲରୁ ହଟାଇ ଦିଆଯାଇଛି । ଏନେଇ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଯୋଗାଯୋଗ କରାଯାଇଥିଲା । ତେବେ ଏହି ଛୁଆ ମେଡିକାଲରେ ଥିବା କୌଣସି ରୋଗିଙ୍କର ନୁହେଁ ବୋଲି ସେ କହିଛନ୍ତି । କିନ୍ତୁ ଏହି ଘଟଣା ସମ୍ପର୍କରେ ପୋଲିସକୁ ରିପୋର୍ଟ ଦିଆଯିବ ଏବଂ ଏହି ଘଟଣାର ତଦନ୍ତ କରାଯିବ ବୋଲି ଜ଼ିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି ।

[DISPLAY_ULTIMATE_SOCIAL_ICONS]
Opn Commnet Area

Leave a Reply

Your email address will not be published.