spot_img
Home Blog Page 6037

ବାଇକରେ ଆସି ବୃଦ୍ଧାଙ୍କ ଠାରୁ ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର: ପେଟ୍ରୋଲ୍ ପମ୍ପରେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍‌ ଝାମ୍ପି ନେଇଛନ୍ତି କେହି ଦୁବୃର୍ତ୍ତ । ଲୁଟ୍ ସମୟର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ, ବାଲିଅନ୍ତା ଥାନା ଅନ୍ତର୍ଗତ ନବାଟି ଗ୍ରାମର ଅନୁପମା ମହାପାତ୍ର ଏବଂ ତାଙ୍କ ପୁଅ ପେନସନ୍ ଟଙ୍କା ଆଣିବା ପାଇଁ ଭୁବନେଶ୍ଵର ଯାଉଥିଲେ। ପରେ ବାଳକାଟି ପେଟ୍ରୋଲ ପମ୍ପରେ ବାଇକରେ ପେଟ୍ରୋଲ ପକାଇବା ପାଇଁ ଯାଇଥିଲେ । ପେଟ୍ରୋଲ ପମ୍ପ ନିକଟରେ ବୃଦ୍ଧା ଜଣଙ୍କୁ ଠିଆ କରାଇ ତାଙ୍କ ପୁଅ ପେଟ୍ରୋଲ ପକାଇବା ପାଇଁ ଯାଇଥିଲା ବେଳେ ଏଭଳି ଅଘଟଣ ଘଟିଛି ।

ବୃଦ୍ଧା ଜଣକ ସେଠାରେ ଠିଆ ହୋଇଥିବା ବେଳେ ଦୁଇ ଜଣ ଦୁବୃର୍ତ୍ତ ବାଇକରେ ଆସି ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇଥିଲେ। ପରବର୍ତ୍ତୀ ସମୟରେ ଜଣେ ଅଟୋ ଚାଳକ ଦୁଇ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଦୁବୃର୍ତ୍ତ ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ତେବେ ଲୁଟ୍ ନେଇ ବାଳକାଟି ଫାଣ୍ଡିରେ ଅନୁପମା ଲିଖିତ ଅଭିଯୋଗ କରିଥିବା ନେଇ ସୂଚନା ମିଳିଛି।

କେନ୍ଦ୍ରୀୟ ବଜେଟକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା: କହିଲେ, ବଜେଟର ଆତ୍ମା କୃଷକ, ଲକ୍ଷ୍ୟ ଆତ୍ମନିର୍ଭର ଭାରତ

ନୂଆଦିଲ୍ଲୀ: ଆହୁରି ଆଗକୁ ବଢିବ ଆତ୍ମନିର୍ଭର ଭାରତ। ଚଳିତ ଥର ବଜେଟ୍‌ରେ ସମସ୍ତଙ୍କୁ ଫୋକସ୍ କରାଯାଇଛି। ଚାଷୀଙ୍କ ଉତ୍ପାଦନ ଦୁଇଗୁଣା ବଢିବ ଓ ଯୁବକଙ୍କୁ ରୋଜଗାର ମିଳିବ । କେନ୍ଦ୍ରୀୟ ବଜେଟକୁ ପ୍ରଶଂସା କରିବା ସହ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

କେବଳ ଏତିକି ନୁହେଁ ଆକର୍ଷଣୀୟ ଓ ବିକାଶଶୀଳ ବଜେଟ୍ ଲାଗି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଓ ତାଙ୍କ ଟିମକୁ ଅଭିନନ୍ଦନ ଜଣାଇଛନ୍ତି ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର କୃଷକ ମାନେ ଚଳିତ ବଜେଟର ଆତ୍ମା । ଏହି ବଜେଟ୍ ଫଳରେ ଦେଶର ପ୍ରତି କୋଣରେ ବିକାଶ ହେବ । କୃଷକଙ୍କ ହିତ ପାଇଁ ବଜେଟରେ ଅନେକ ପ୍ରାବଧାନ କରାଯାଇଛି।

କରୋନା କାଳରେ ଭୁଶୁଡି ପଡିଥିବା ଅର୍ଥନୀତିକୁ ସୁଦୃଢ କରିବା ପାଇଁ ସରକାର ପ୍ରୟାସ କରିଛନ୍ତି । ବିଶେଷ କରି ଏଥର ବଜେଟରେ କୃଷି, ଗ୍ରାମଞ୍ଚଳ ପ୍ରତି ଫୋକସ୍ କରାଯାଇଥିବା ପ୍ରକାଶ କରିଛନ୍ତି ମୋଦି। ସବୁକ୍ଷେତ୍ରକୁ କିଭଳି ମଜବୁତ୍ କରାଯିବ ତାହା ଉପରେ ଦୃଷ୍ଟି ଦିଆଯାଇଛି ବୋଲି ସେ କହିଛନ୍ତି।

ତେବେ କିଭଳି ଭାବେ ଭାରତ ଅର୍ଥନୀତିରେ ସୁଦୃଢ ହୋଇପାରିବ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର: ଭୁଲ ଇଞ୍ଜେକ୍ସନ ନେଲା ଜୀବନ। କ୍ୟାପିଟାଲ ହସ୍ପିଟାଲରେ ଭୁଲ ଇଞ୍ଜେକ୍ସନ ଦେବା ଯୋଗୁଁ ଜଣେ ୩୦ ବର୍ଷୀୟ ବ୍ୟକ୍ତିର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ।

ମୃତ ବ୍ୟକ୍ତି ଜଣକ ଭିଙ୍ଗାରପୁର ଶାସନର ସିଦ୍ଧି ନାଥ ସାହୁ ବୋଲି ଜଣାପଡିଛି।

ସୂଚନା ଅନୁସାରେ ରାତିରେ ଭୋଜି ଖାଇ ଫେରିଲା ବେଳେ ସିଦ୍ଧିଙ୍କର ବାନ୍ତି ହୋଇଥିଲା। ପରେ ନିଜେ ଚାଲି ଚାଲି କ୍ୟାପିଟାଲ ହସ୍ପିଟାଲକୁ ଯାଇଥିଲେ । ରାତି ପ୍ରାୟ ୨ଟା ବେଳକୁ ଡାକ୍ତର ତାଙ୍କୁ ଇଞ୍ଜେକ୍ସନ ଦେଇଥିଲେ । ହେଲେ ଏହାର ୫ ମିନିଟ ପରେ ସିଦ୍ଧିଙ୍କର ମୃତ୍ୟୁ ହୋଇଥିଲା। ରାତି ପାଇଲେ ନିଜ ବାହାଘର ପାଇଁ ଝିଅ ଦେଖିବା ପାଇଁ ଯାଇଥାନ୍ତେ ସେ ।

ଏହି ଘଟଣାରେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ପରିବାର ବର୍ଗ ଅଭିଯୋଗ କରିଛନ୍ତି । ସେପଟେ ଏସମ୍ପର୍କରେ ତଦନ୍ତ କରିବା ସହ ଅବହେଳା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି।

୪୨ତମ ସେନା ଉପମୁଖ୍ୟ ହେଲେ ଓଡିଆ ପୁଅ, ଏସ କେ ସାଇନିଙ୍କ ସ୍ଥାନରେ ଏଲଜି ଚଣ୍ଡି ପ୍ରସାଦ

ଭୁବନେଶ୍ୱର: ଭାରତୀୟ ସେନାର ଉପମୁଖ୍ୟ ଭାବେ ଦାୟିତ୍ବ ନେଇଛନ୍ତି ଓଡିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡି ପ୍ରସାଦ ମହାନ୍ତି । ୪୨ତମ ଭାଇସ୍ ଚିଫ୍ ଆର୍ମୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଚଣ୍ଡି ପ୍ରସାଦ ମହାନ୍ତି । ଲେଫ୍ଟନାଣ୍ଟ ଜେନେରାଲ ଏସ କେ ସାଇନିଙ୍କ ସ୍ଥାନରେ ଦାୟିତ୍ବ ନେଇଛନ୍ତି ଜଗତସିଂହପୁରରେ ଜନ୍ମିତ ଏଲଜି ଚଣ୍ଡି ପ୍ରସାଦ ।

ପ୍ରଥମ ଥର ପାଇଁ ଜଣେ ଓଡ଼ିଆ ପୁଅ ସେନା ବାହିନୀର ଦ୍ବିତୀୟ ସର୍ବୋଚ୍ଚ ପଦବୀରେ ଯୋଗ ଦେଇଛନ୍ତି । ଭାରତୀୟ ସେନାରେ ବହୁ ଗୁରୁତ୍ବପୂର୍ଣ୍ଣ ମିଶନର ନେତୃତ୍ବ ନେବା ପରେ ଏବେ ସେନା ଉପମୁଖ୍ୟର ଗୁରୁ ଦାୟିତ୍ବ ତୁଲାଇବେ ଚଣ୍ଡି ପ୍ରସାଦ ମହାନ୍ତି । ସୀମାରେ ଅନେକବାର ଆତଙ୍କବାଦୀଙ୍କୁ ମାତ ଦେଇଛନ୍ତି ଚଣ୍ଡି ପ୍ରସାଦ । ପାକିସ୍ତାନ ସୀମା ହେଉ ଅବା ଚୀନ ସୀମା ସବୁଠି ଦକ୍ଷ ନେତୃତ୍ବର ପ୍ରମାଣ ଦେଖାଇଛନ୍ତି ସେ ।

୩୮ ବର୍ଷ ଧରି ଭାରତୀୟ ସେନାରେ ନିରବିଛିନ୍ନ ଭାବେ ଦାୟିତ୍ବ ତୁଲାଇ ଆସୁଛନ୍ତି ଚଣ୍ଡି ପ୍ରସାଦ । ଆସାମକୁ ଉଲଫା କବଳରୁ ମୁକ୍ତ କରି ଶାନ୍ତି ପ୍ରତିଷ୍ଠାରେ ତାଙ୍କର ରହିଛି ପ୍ରମୁଖ ଭୂମିକା । ପ୍ରରିରକ୍ଷା କ୍ଷେତ୍ରରେ ୨ଟି ମାଷ୍ଟର ଡିଗ୍ରୀ ସହ ଏମଫିଏଲ କରିଛନ୍ତି ଚଣ୍ଡି ପ୍ରସାଦ । ୧୯୮୨ ବ୍ୟାଚ ରାଜପୁତ୍ ରେଜିମେଣ୍ଟ ପଦାତିକ ବାହିନୀର ଅଧିକାରୀ । ଜଗତସିଂହପୁରର ଏକ ଉଚ୍ଚ ଶିକ୍ଷିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ଚଣ୍ଡି ପ୍ରସାଦ ।

ରାଜ୍ୟ ସରକାରଙ୍କ ଘୋଷଣା, ଫେବୃୟାରୀ ୮ରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀ ପାଠପଢା

ଭୁବନେଶ୍ୱର: ସ୍କୁଲ ଖୋଲିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା । ଆସନ୍ତା ୮ ତାରିଖରୁ ଆରମ୍ଭ ହେବ ନବମ ଓ ଏକାଦଶ ଶ୍ରେଣୀର ପାଠପଢା । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

କୋଭିଡ ଭୟବହତା ଭିତରେ ଦୀର୍ଘ ୧୦ ମାସ ଧରି ବନ୍ଦ ରହିଥିଲା ସମସ୍ତ ସ୍କୁଲ ଏବଂ କଲେଜ । ଏହାରି ଭିତରେ ଅନଲାଇନ ଶିକ୍ଷାଦାନ ଏବଂ ଦୂରଦର୍ଶନରେ ମଧ୍ୟ ପାଠ ପଢାଇବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ପରେ ବର୍ଷ ୨୦୨୧ ଆରମ୍ଭରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ପାଇଁ ପାଠ ପଢା ଆରମ୍ଭ କରାଯାଇଥିଲା ।

ଏହାପରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ କଲେଜ ଖୋଲିବାର ବ୍ୟବସ୍ଥା କରିଥିଲେ ରାଜ୍ୟ ସରକାର । ଆଗକୁ ପରୀକ୍ଷା ଥିବାରୁ କମ ଦିନ ମଧ୍ୟରେ ବିଷୟ ସମାପ୍ତ କରିବା ସହ ପରୀକ୍ଷା ଦର୍ପଣ ଭଳି ଟେଷ୍ଟ ପେପର ମଧ୍ୟ ଦଶମ ଶ୍ରେଣୀ ଛାତଛାତ୍ରୀଙ୍କୁ ମାଗଣା ଦେବର ବ୍ୟବସ୍ଥା କରାଯାଇଛି । ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଥିବାବେଳେ ଫେବୃୟାରୀ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀର ପାଠପଢା ଆରମ୍ଭ କରାଯିବାକୁ ଘୋଷଣା କରିଛନ୍ତି ସରକାର ।

Budget 2021: ବଜେଟରେ ସରକାରୀ ସେଲ୍, ଜାଣନ୍ତୁ କ’ଣ ସବୁ ବିକ୍ରି ହେବ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆ ଆର୍ଥୀକ ବର୍ଷରେ କୋଟି କୋଟି ଟଙ୍କାର ବିନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହାକି ଗତ ବର୍ଷ ତୁଳନାରେ ପାଖାପାଖି ୩୫ ହଜାର କୋଟି ଟଙ୍କା କମ୍ ରହିଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିନିବେଶରୁ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିବାକୁ ସରକାରଙ୍କ ପାଖରେ ପ୍ଲାନ୍ ରହିଛି। ସରକାରଙ୍କ ପକ୍ଷରୁ ବଜେଟରେ କୁହାଯାଇଛି ଯେ କିଛି ସରକାରୀ କମ୍ପାନୀ ଗୁଡିକରେ ବିନିବେଶ ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ଆଗାମୀ ଆର୍ଥୀକ ବର୍ଷରେ ପୂରା ହେବ । ତେବେ ଜାଣନ୍ତୁ ସରକାରଙ୍କ ବିନିବେଶରେ କେଉଁ କେଉଁ କମ୍ପାନୀ ସାମିଲ ରହିଛି…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଗାମୀ ଆର୍ଥୀକ ବର୍ଷରେ ବିପିସିଏଲ, ଏୟାର ଇଣ୍ଡିଆ, କନକୋର୍ ଓ ଏସସିଆଇର ବିନିବେଶ ଉପରେ ମୋହର ଲଗାଯାଇପାରେ । ଆହୁରି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଏଲଆଇସିର ଆଇପିଓକୁ ଆଗାମୀ ଆର୍ଥୀକ ବର୍ଷରେ ଆଣିବାର ପ୍ଲାନ୍ ରହିଛି । ଏହା ବ୍ୟତୀତ ଆଇଡିବିଆଇରେ ବିନିବେଶ ହେବ ।

ସେହିପରି ଶେୟାର ବଜାରରେ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର କିଛି ସିପିଏସଇରେ ଅଂଶୀଦାରୀକୁ ମଧ୍ୟ ଅଫର୍ ଫର୍ ସେଲ୍ (ଓଏଫଏସ୍) ଜରିଆରେ ବିକ୍ରି କରିପାରେ । ଅନ୍ୟପକ୍ଷରେ ପ୍ରାଇଭେଟାଇଜେସନ୍ ଡିଲ୍ସ ମଧ୍ୟ ଆର୍ଥୀକ ବର୍ଷ ୨୦୨୨ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଅନୁମାନ କରାଯାଉଛି ।

ତେବେ ବିପିସିଏଲରେ ଅଂଶୀଦାରୀ ବିକିବା ଦ୍ୱାରା ସରକାରଙ୍କୁ ମୋଟ୍ ୬୦ ହଜାର କୋଟି ଟଙ୍କା ମିଳିପାରେ । ସେହିପରି ଋଣ ବୋଝ ତଳେ ଦବି ରହିଥିବା ସରକାରୀ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଠାରୁ ପିଛା ଛଡାଇବାକୁ ଚାହୁଁଛନ୍ତି ସରକାର । ଯେଉଁଥିପାଇଁ ଆଗାମୀ ଆର୍ଥୀକ ବର୍ଷରେ ସରକାର ଏହାକୁ ବିକିବାକୁ ସଫଳ ହେବେ ବୋଲି ଆଶା ରଖିଛନ୍ତି ।

ଆହୁରି ମଧ୍ୟ ଆଗାମୀ ବିତ୍ତୀୟ ବର୍ଷରେ ସରକାରୀ ଇନସୁରାନ୍ସ କମ୍ପାନୀ ଏଲଆଇସିର ଆଇପିଓ ଲଞ୍ଚ କରିବାର ଯୋଜନା ରହିଛି । ଏଲଆଇସିରେ ଅଂଶୀଦାରୀ ବିକିବାକୁ ହେଲେ ସରକାରଙ୍କୁ  ଏହାର ଆଇନକାନୁନରେ କିଛିଟା ପରିବର୍ତ୍ତନ କରିବାକୁ ପଡିବ ।

ବଜେଟ୍‌ ୨୦୨୧କୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା, ଅଭିବୃଦ୍ଧି ପାଇଁ ପୁଞ୍ଜି ନିବେଶକୁ ଗୁରୁତ୍ୱ

ଭୁବନେଶ୍ୱର: ୨୦୨୧-୨୨ ବଜେଟକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଖିଛନ୍ତି ପ୍ରତିକ୍ରିୟା । ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, କୋଭିଡ ପରେ ଏହା ହେଉଛି ପ୍ରଥମ ବଜେଟ । ଅନେକ ନୂଆ ଆହ୍ୱାନ ରହିଛି ଯାହାକୁ ଏହି ବଜେଟ୍ ବିଚାରକୁ ନେବ ବୋଲି ଆଶା କରାଯାଉଥିଲା ।

ତେବେ ବଜେଟରେ କିଛି ସକରାତ୍ମକ ବିନ୍ଦୁ ରହିଛି । ଯେମିତି ଅଭିବୃଦ୍ଧି ପାଇଁ ପୁଞ୍ଜି ନିବେଶ ଉପରେ ଗୁରୁତ୍ୱାରୋପ । ବିକାଶମୂଳକ ଆର୍ଥିକ ସଂସ୍ଥାନର ପୁନଃ ପ୍ରଚଳନ । କୋଭିଡ୍ ଟିକା ପାଇଁ ଅର୍ଥ ଅନୁଦାନ । ଶିଳ୍ପ ଓ ନିର୍ଦ୍ଦିଷ୍ଟ ସେକ୍ଟର ହସ୍ତକ୍ଷେପ ଆଶା ସୃଷ୍ଟି କରିବ ଯଦି ଉପଯୁକ୍ତ ଆର୍ଥିକ ଅନୁଦାନ ଯୋଗାଇ ଦିଆଯିବ । ଅଭିବୃଦ୍ଧି ପାଇଁ ବିତ୍ତିୟ ନିଅଣ୍ଟ ବୃଦ୍ଧି ଏକ ସାହାସିକ ପଦକ୍ଷେପ । ଆତ୍ମନିର୍ଭର ଭାରତ ପାଇଁ ଏକ ମଧ୍ୟବର୍ତ୍ତିକାଳୀନ ଓ ଲମ୍ବା ଅବଧିର ଦୂରଦୃଷ୍ଟି ।

ମୁଖ୍ୟମନ୍ତ୍ରୀ ବଜେଟର ସକରାତ୍ମକ ବିନ୍ଦୁକୁ ସ୍ୱାଗତ କରିଥିବା ବେଳେ କେନ୍ଦ୍ରୀୟ ଟିକସରେ ଅଂଶ ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୧୦ ହଜାର ୮ଶହ ୪୦କୋଟି ଟଙ୍କା ହ୍ରାସ ପାଇବା ଯୋଗୁ ଓଡ଼ିଶା ପ୍ରଭାବିତ ହେବ ବୋଲି ସେ କହିଛନ୍ତି । ଏହାସହ ୧୫ତମ ଅର୍ଥ ଆୟୋଗର ସୁପାରିଶ ଅନୁଯାୟୀ ଭୂସମାନ୍ତର ଅଂଶ ୪.୬୨୯ ପ୍ରତିଶତରୁ ୪.୫୨୮ ପ୍ରତିଶତକୁ ହ୍ରାସ ପାଇବ । ଏହା ରାଜ୍ୟ ଉପରେ ଅନେକ ପ୍ରଭାବ ପକାଇବ ।

ଉଭୟ ରାଜପଥ ଏବଂ ରେଳପଥ ପାଇଁ ଓଡିଶାରେ ଅଧିକ ପୁଞ୍ଜି ବିନିଯୋଗ ଆବଶ୍ୟକତା ରହିଥିବା ବେଳେ ଅନ୍ୟ ରାଜ୍ୟ ମାନଙ୍କୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି । ପେଟ୍ରୋଲ ଏବଂ ଡିଜେଲରେ ସେସ୍ ଲାଗୁ ଦ୍ୱାରା କେନ୍ଦ୍ର-ରାଜ୍ୟ ମଧ୍ୟରେ ଥିବା ଆର୍ଥିକ ସନ୍ତୁଳନ ଦୁର୍ବଳ ହେବାର ସମ୍ଭାବନା ରହିଛି । ମହିଳା, କୃଷକ ଏବଂ ଏମଏସଏମଇ କ୍ଷେତ୍ରକୁ ବ୍ୟାଙ୍କମାନେ ଅଧିକ ଗୁରୁତ୍ୱ ଦେବା ସହ ସେମାନଙ୍କୁ ସହଜରେ ଋଣ ପ୍ରଦାନ କରିବା ଆବଶ୍ୟକ ।

ଏହା ସହ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାର ଡିଜିଟାଲ ବଜେଟ୍‌ ଉପସ୍ଥାପନ କରିଛନ୍ତି । ଯାହା ଓଡ଼ିଶା ଗତ ବର୍ଷଠାରୁ କରି ଆସୁଛି । କେନ୍ଦ୍ର ସରକାର ମଧ୍ୟ ମିଶନ ଶକ୍ତି ତଥା ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇଛନ୍ତି । ଯାହା ଅତ୍ୟନ୍ତ ଖୁସିର କଥା । ୨୦୧୧-୧୨ରେ ଓଡ଼ିଶାରେ ମହିଳା ସଶକ୍ତିକରଣ ପାଇଁ ମମତା ଯୋଜନା କରାଯାଇଥିଲା । ଏଥିରୁ ସ୍ପଷ୍ଟ ଯେ, ଓଡ଼ିଶା ଦେଶ ପାଇଁ ବେଞ୍ଚମାର୍କ ପାଲଟିଛି ।

କୁଆଡେ ଗଲେ କିମ୍ ଜୋଙ୍ଗଙ୍କ ସ୍ତ୍ରୀ ?

ନୂଆଦିଲ୍ଲୀ:  ଉତ୍ତର କୋରିଆରେ କେହି ନିଖୋଜ ହେବା ସାଧାରଣଠାରୁ ଆହୁରି ସାଧାରଣ କଥା । ବୈଠକରେ ଢୁଳେଇ ପଡିଲେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ମିଳେ ମୃତ୍ୟୁଦଣ୍ଡ । ସେଇ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ୍ ଉନଙ୍କ ପତ୍ନୀ ବର୍ଷେ ହେଲା ଗାଏବ । କୁଆଡେ ଗଲେ ରି ସୋଲଜୁ ? ଜାନୁଆରି ୨୦୨୦ ପରଠାରୁ ମିଳୁନି ସୋଲଜୁଙ୍କ ପତ । ଏମିତିରେ ପ୍ରଶ୍ନ ଉଠିବା ସ୍ୱଭାବିକ୍ କୁଆଡେ ଗଲେ କିମ୍ ଙ୍କ ପତ୍ନୀ ।

ସୋଲଜୁ ନିଖୋଜ ହେବାକୁ ନେଇ ଇଣ୍ଟରନେଟରେ ଅନେକ କଳ୍ପନାଜଳ୍ପନା ଓ ଥିଓରୀ ଆରମ୍ଭ ହୋଇଛି । କେହି କେହି ସନ୍ଦେହ କରୁଛନ୍ତିଯେ, ରି ସୋଲ ଜୁଙ୍କ ନିଖୋଜ ହେବା ପଛରେ ହୁଏତ କିମ୍ ଜୋଙ୍ଗଙ୍କ ହାତ ଥାଇପାରେ ବା ସେ ଜାଣିଶୁଣି ଏଭଳି କରିଥାଇ ପାରନ୍ତି । କାରଣ ପାଗଳ କିମ୍ କିଛି ବି କରିପାରେ । ନିଜ ପୂର୍ବତନ ଗର୍ଲଫ୍ରେଣ୍ଡଠାରୁ ପିଛା ଛଡାଇବା ପାଇଁ କିମ୍ ଗର୍ଲଫ୍ରେଣ୍ଡଙ୍କୁ ବେଶ୍ୟାର ଆଖ୍ୟା ଦେଇ ମୃତ୍ୟୁଦଣ୍ଡ ଦେଇଥିଲା । କେବଳ ଗର୍ଲଫ୍ରେଣ୍ଡ୍ ନୁହେଁ ଗର୍ଲଫ୍ରେଣ୍ଡ୍ କାମ କରୁଥିବା ମ୍ୟୁଜିକ୍ ବ୍ୟାଣ୍ଡର ସବୁ ସଦସ୍ୟଙ୍କୁ ମିଳିଥିଲା ମୃତ୍ୟୁ ।ଏମିତିରେ କିମ୍ ନିଜେ ଯଦି ନିଜ ପତ୍ନୀଙ୍କୁ ହତ୍ୟା କରିଥାଏ କିମ୍ବା ଗାଏବ କରିଥାଏ ସେଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।

ଅନ୍ୟପକ୍ଷରେ କିଛି କହୁଛନ୍ତି ଯେ, କରୋନା ଡରରେ ଲୁଚିଛନ୍ତି ସୋଲଜୁ । କେବଳ ମିଡିଆରେ ଏହା ଚର୍ଚ୍ଚା ହେଉନାହିଁ ବରଂ ନର୍ଥ କୋରିଆନ ରିସର୍ଚ ଡିଭିଜନର ନିର୍ଦ୍ଦେଶକ ହଙ୍ଗ୍ ମିନ୍ ମଧ୍ୟ ଏହି କଥାକୁ ସମର୍ଥନ କରିଛନ୍ତି । ସର୍ବସାଧାରଣରେ ଯୋଗ ଦେଲେ ସଂକ୍ରମଣ ବଢିବା ଭୟରେ ସେ ଏଭଳି ପଦକ୍ଷେପ ନେଇଥାଇପାରନ୍ତି ବୋଲି ସେ କହିଛନ୍ତି । ତେବେ କେବଳ କିମ୍ ଜୋଙ୍ଗଙ୍କ ପତ୍ନି ପୃଥକ୍ ନାହାଁନ୍ତି ବରଂ ନିଜେ କିମ୍ ଜୋଙ୍ଗ୍ ଉନ ମଧ୍ୟ ବିଶ୍ୱବ୍ୟାପି କରୋନା ଭୂତାଣୁ ସମୟରେ ଗତବର୍ଷ ସର୍ବସାଧାରଣରେ କମ୍ ନଜର ଆସିଛନ୍ତି ।

ସବୁଠାରୁ ଖାସ୍ କଥା ହେଉଛି କିମଙ୍କ ପତ୍ନି ହୁଏତ ଖୁବ୍ ଅସୁସ୍ଥ ଥାଇପାରନ୍ତି, ତେଣୁ ସେ ସର୍ବସାଧାରଣରୁ ଦୂରେଇ ରହିଥାଇପାରନ୍ତି ବୋଲି ଖୁବ୍ ଚର୍ଚ୍ଚା ହେଉଛି ।

ପିକ୍ ଅପ୍ ଭ୍ୟାନ୍ ଦୁର୍ଘଟଣାରେ ୯ ମୃତ; ମୃତକଙ୍କ ପରିବାରକୁ ପ୍ରଧାନମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା

ଜୟପୁର: କୋରାପୁଟ ଜୟପୁର ସ୍ଥିତ କୋଟପାଡ଼ ଥାନା ଏନଏଚ୍-୩୨୬ର ସିନ୍ଧି ଗାଁ ମୂର୍ତ୍ତାହାଣ୍ଡିଠାରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗତକାଲି ୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅର୍ଥ ରାଶି ପ୍ରଧାନମନ୍ତ୍ରୀ ନ୍ୟାସନାଲ୍ ରିଲିଫ୍ ଫଣ୍ଡରୁ ପ୍ରଦାନ କରାଯିବ ।

ଏହାଛଡା ପ୍ରଧାନମନ୍ତ୍ରୀ ଆହତ ମାନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ପ୍ରଦାନ ଲାଗି ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

ଉଲ୍ଲେଖଯୋଗ୍ୟ, କୋରାପୁଟରେ ରବିବାର ଦିନ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଏକ ପିକ୍ ଅପ୍ ଭ୍ୟାନ୍ । ଯେଉଁ ଦୁର୍ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ । ପ୍ରାୟ ୨୫ରୁ ୨୭ ଜଣ ଯାତ୍ରୀଙ୍କୁ ନେଇ ଛତିଶଗଡ଼ ଯାଉଥିଲା ଏହି ପିକ୍ଅପ୍ ଭ୍ୟାନ୍ । ଦଶାହ କାର୍ଯ୍ୟ ସାର ଛତିଶଗଡ଼ ଫେରୁଥିବା ବେଳେ ଅଘଟଣ ଘଟିଥିଲା।

 

 

BUDGET 2021: ଲେହରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଦେଶରେ ୧୦୦ ସୈନିକ ସ୍କୁଲ ପାଇଁ ଯୋଜନା

ନୂଆାଦିଲ୍ଲୀ: ବଜେଟ୍‌ ୨୦୨୧ରେ ପଶ୍ଚିମବଙ୍ଗ-ତାମିଲନାଡ଼ୁ-ଆସାମକୁ ଅଧିକ ଫୋକସ୍ ଦିଆଯାଇଥିବା ବେଳେ ନୂଆ ରାଜ୍ୟ ଭାବେ ଘୋଷଣା ହୋଇଥିବା ଲେହକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଲେହରେ ଏକ ସେଣ୍ଟ୍ରାଲ ୟୁନିଭର୍ସିଟି ସ୍ଥାପନ ପାଇଁ ଏଥର ବଜେଟ୍‌ରେ ନିଷ୍ପତି ହୋଇଛି । ଏନେଇ ବଜେଟ୍‌ ଉପସ୍ଥାପନ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ଆହୁରି ୧୦୦ ସୌନିକ ସ୍କୁଲ ପ୍ରତିଷ୍ଠା ହେବ ।

ଅର୍ଥମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅନୁସୂଚିିତ ଜାତିର ୪ କୋଟି ଛାତ୍ରଛାତ୍ରୀଙ୍କ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଏହି କ୍ଷେତ୍ରରେ ୟୁଏଇ ସହ ମିଶି ଏକ ସ୍କୁଲ ଟ୍ରେନିଂ ଦିଗରେ କାର୍ଯ୍ୟ ଚାଲିଛି । ଯାହାଦ୍ୱାରା ଲୋକଙ୍କୁ ରୋଜଗାର ମିଳିପାରିବ । ଏହାସହ ଭାରତ ଓ ଜାପାନ ମଧ୍ୟ ମିଳିତ ଭାବେ ଏହି ପ୍ରୋଜେକ୍ଟରେ କାର୍ଯ୍ୟ କରୁଛନ୍ତି ।

ସୋମବାର ପୂର୍ବାହ୍ନ ୧୧ଟା ସମୟରେ ବେଜଟ୍‌ ପେଡ଼ି ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ନୂଆ ବଜେଟରେ ବିଭିନ୍ନ କ୍ଷେତ୍ରକୁ ଗୁରତ୍ୱ ଦିଆଯାଇଛି । ଚାଷୀ ଓ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ଦେଖାଯାଇଛି । ହେଲେ ଏଥର ବଜେଟ୍‌ରେ କେନ୍ଦ୍ର ସରକାର ରାଜନୀତି କରିଛନ୍ତି ।

୨୦୨୧ ପ୍ରଥମ ବେଜଟ୍‌ରେ କେନ୍ଦ୍ର ସରକାର ଖେଳିଛନ୍ତି ନିର୍ବାଚନୀ କାର୍ଡ । ପଶ୍ଚିମବଙ୍ଗ-ତାମିଲନାଡ଼ୁ-ଆସାମାରେ ଖୁବ୍‌ଶୀଘ୍ର ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଭୋଟ ହାତେଇବା ଆଶାରେ ବିଭିନ୍ନ ପ୍ରକଳ୍ପ ନାଁରେ ଏହି ରାଜ୍ୟ ଗୁଡ଼ିକ ପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ତେବେ ସେହି ରାଜ୍ୟ ଗୁଡ଼ିକ ତୁଳନାରେ ଅନ୍ୟ ରାଜ୍ୟଗୁଡ଼ିକୁ କମ୍‌ ଅନୁଦାନ ମିଳିଥିବା କୁହାଯାଉଛି ।

ପଶ୍ଚିମବଙ୍ଗରେ ନୂଆ ରାଜପଥ ନିର୍ମାଣ ପାଇଁ ୨୫ ହଜାର କୋଟି ଟଙ୍କାର ଅନୁଦାନ ଦିଆଯିବା ପାଇଁ ବଜେଟ୍‌ ପ୍ରସ୍ତୁତ କରାଯାଇଛି । ଅନ୍ୟପଟେ କୋଲକତା ସିଲ୍ଲିଗୁଡ଼ି ରାସ୍ତାର ଉନ୍ନତିକରଣ କରାଯିବ ବୋଲି ମଧ୍ୟ କୁହାଯାଇଛି ।

ସେହିଭଳି ଆସାମରେ ରାସ୍ତା ନିର୍ମାଣ ପାଇଁ ୩୫ ହଜାର କୋଟିର ବ୍ୟୟବରାଦ କରାଯାଇଛି । ତାମିଲନାଡ଼ୁରେ ହାଇଓ୍ୱେ ପାଇଁ ଏକ ଲକ୍ଷ କୋଟି ଟଙ୍କାର ବଜେଟ ପ୍ରସ୍ତୁତ କରାଯାଇଛି । ଖାଲି ସେତିକି ନୁହେଁ କନ୍ୟାକୁମାରୀ କରିଡର ପାଇଁ ୬୫ ହଜାର କୋଟି ବ୍ୟୟବରାଦ କରାଯାଇଛି ।