ପୁରୀ ବସ୍‌ ଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୩ ବସ୍.. କାରଣ ଅସ୍ପଷ୍ଟ‌

Puri Bus Fire‌

ପୁରୀ: ପୁରୀ ବସଷ୍ଟାଣ୍ଡରେ ଭୟାବହ ଅଗ୍ନିକାଣ୍ଡ । ବସଷ୍ଟାଣ୍ଡରେ ଥିବା ୩ଟି ବସ୍‌ ଜଳିପୋଡ଼ି ପାଉଁଶ । ନିଆଁ ଲାଗିବାର କାରଣ ଏବେ ସୁଦ୍ଧା ଜଣାପଡିନାହିଁ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ଅଗ୍ନିଶମ ବାହିନୀର ସୂଚନା ଅନୁସାରେ ଭୁବନେଶ୍ୱରୀ ବସ୍‌ରେ ପ୍ରଥମେ ନିଆଁ ଲାଗିଥିଲା । ଏହାପରେ ଶାରଳା ଓ ବୃନ୍ଦାବନ ବସକୁ ନିଆଁ ବ୍ୟାପିଥିଲା । ବ୍ୟାଟେରୀ ସ୍ପାର୍କରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରଯାଉଛି । ଅନ୍ୟପଟେ ବିଦ୍ୟୁତ୍‌ ତାରରୁ ନିଆଁ ଲାଗିଥିବା ସନ୍ଦେହରେ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ମଧ୍ୟ ତଦନ୍ତ କରଯାଉଛି । ନିଆଁ ଲିଭା କାମରେ ଦୁଇଟି ଦମକଳ ବାହିନୀ ନିୟୋଜିତ ଥିବା ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁଯାୟୀ ଏହି ଅଗ୍ନିକାଣ୍ଡ ସମୟରେ ବସ୍‌ରେ କୌଣସି ଯାତ୍ରୀ କିମ୍ବା କୌଣସି କର୍ମଚାରୀ ନଥିଲେ । ହଠାତ୍‌ ଷ୍ଟାଣ୍ଡରେ ବସ୍‌ ଗୁଡ଼ିକ ଠିଆ ହୋଇଥିବା ବେଳେ ନିଆଁ ଲାଗିଥିଲା । ନିଆ ଦେଖି ଲୋକମାନେ ଏଣେତେଣେ ଦଉଡ଼ିବାକୁ ଆରମ୍ଭ କରିଥିଲେ । ତୁରନ୍ତ ଦମକାବାହିନୀକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ପହଞ୍ଚି ସେମାନେ ନିଆଁକୁ ଆୟତ କରିଛନ୍ତି ।

ଯେଉଁ ସ୍ଥାନରେ ନିଆଁ ଲାଗିଲା ସେଠାରେ ସବୁ ବେଳେ ଲୋକଙ୍କ ଭିଡ଼ ରହିଥାଏ । ପାଖରେ ଏକ ମାର୍କେଟ୍‌ କମ୍ପ୍ଲେକ୍ସ ମଧ୍ୟ ରହିଛି । ଲୋକଙ୍କ ଘର ମଧ୍ୟ ରହିଛି । ଯଦି ସଠିକ୍‌ ସମୟରେ ନିଆଁକୁ ଆୟତ୍ତ କରାଯାଇନଥାନ୍ତା ତେବେ ପରିସ୍ଥିତି ଆହୁରି ଭୟଙ୍କର ହୋଇଥାନ୍ତା ବୋଲି ସ୍ଥାନୀୟ ଲୋକ ମତ ଦେଇଛନ୍ତି ।

Leave a Reply