spot_img
Home Blog Page 6034

ଅଧିକ ଶକ୍ତିଶାଳୀ ହେଉଛି ବିଜେଡି, ଦଳରେ ସାମିଲ ହେଲେ ୩ ହଜାର କଂଗ୍ରେସ ଓ ବିଜେପି କର୍ମୀ

ନବରଙ୍ଗପୁର: ନବରଙ୍ଗପୁରରେ ମଉଳୁଛି ପଦ୍ମ ହଟୁଛି ହାତ। ଅଧିକରୁ ଅଧିକ ବଢୁଛି ବିଜେଡିର ଶକ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସୁପ୍ରିମୋଙ୍କ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବ ମୂର୍ତ୍ତିରେ ଅନୁପ୍ରାଣିତ ହେଉଛନ୍ତି ନବରଙ୍ଗପୁର ଜିଲ୍ଲାବାସୀ। ଏହାର ଏକ ଜ୍ୱଳନ୍ତ ଉଦାହରଣ ପୁଣି ଦେଖିବାକୁ ମିଳିଛି। ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ନବରଙ୍ଗପୁର ଜିଲ୍ଲାର କଂଗ୍ରେସ ଓ ବିଜେପିର ହଜାର ହଜାର ମହିଳା ଓ ପୁରଷ କର୍ମୀ ମଙ୍ଗଳବାର ବିଜେଡିରେ ସାମିଲ ହୋଇଛନ୍ତି।

ନବରଙ୍ଗପୁର ଜିଲ୍ଲା ରାଇଘର ମିନି ଷ୍ଟାଡିୟମରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। କଂଗ୍ରେସର ୩ଥରର ବିଧାୟକ ପ୍ରାର୍ଥୀ ହୋଇଥିବା ଯତୀନ୍ଦ୍ର ଗଣ୍ଡ, ଯତୀନ୍ଦ୍ରଙ୍କ ପତ୍ନୀ ତଥା ଗତ ନିର୍ବାଚନରେ ଉମରକୋଟର ବିଧାୟିକା ପ୍ରାର୍ଥିନୀ ଯୋଶଦା ଗଣ୍ଡ, କଂଗ୍ରେସ ସମର୍ଥିତ ପୂର୍ବତନ ସରପଞ୍ଚ, ପୂର୍ବତନ ସମିତି ସଭ୍ୟଙ୍କ ସମେତ ପ୍ରାୟ ତିନି ହଜାର କଂଗ୍ରେସ ଓ ବିଜେପିର କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଓ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ମିଶିଛନ୍ତି କଂଗ୍ରେସ ଓ ବିଜେପି କର୍ମୀ।

ମେ’୨ରୁ ୟୁଜିସି ନେଟ୍‌ ପରୀକ୍ଷା, ଆରମ୍ଭ ହେଲାଣି ଅନ୍‌ଲାଇନ୍‌ ଆବେଦନ

ନୂଆଦିଲ୍ଲୀ: ୟୁଜିସି ନେଟ୍‌ ପରୀକ୍ଷା ପାଇଁ ମଙ୍ଗଳବାର ତାରିଖ ଘୋଷଣା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ । ସେ ଟ୍ୱିଟ୍ କରି ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାତୀୟ ଟେଷ୍ଟିଂ ଏଜେନ୍ସି ଜୁନିର ରିସର୍ଚ୍ଚ ଫେଲୋସିପ୍‌ ଓ ଆସିଷ୍ଟାଣ୍ଟ ପ୍ରଫେସର ପାଇଁ ହେଉଥିବା ଏହି ପରୀକ୍ଷା ଚଳିତ ବର୍ଷ ମେ’ ମାସରେ ଆୟୋଜିତ ହେବ ।

ପରୀକ୍ଷା ଗୁଡ଼ିକ;- ୨, ୩, ୪, ୫, ୬, ୭, ୧୦, ୧୧, ୧୨, ୧୪ ଓ ୧୭ ମେ’ ୨୦୨୧ ତାରିଖରେ ଆୟୋଜିତ ହେବ । ଏହାସହ ସେ ସମସ୍ତ ପରୀକ୍ଷାର୍ଥୀଙ୍କୁ ଉଜ୍ଜଳ ଭବିଷ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ପରୀକ୍ଷା ପାଇଁ ଅନ୍‌ଲାଇନ୍‌ ରେଜିଷ୍ଟ୍ରେସନ୍‌ ଦୁଇ ଫେବ୍ରୁଆରୀରୁ ଆରମ୍ଭ ହୋଇସାରିଛି । ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୨ ବୋଲି ଘୋଷଣା କରାଯାଇଛି ।

ସମସ୍ତ ପରୀକ୍ଷା ଦୁଇଟି ସିଫ୍ଟରେ ଆୟୋଜନ କରାଯିବ । ଗୋଟିଏ ସିଫ୍ଟ ସକାଳ ୯-୧୨ ଓ ଦ୍ୱିତୀୟ ସିଫ୍ଟ ଅପରାହ୍ନ ୩ରୁ ସନ୍ଧ୍ୟା ୬ । ପରୀକ୍ଷାର ମାଟ ସମୟ ୩ ଘଣ୍ଟା । ଆବେଦନ କରିବା ପାଇଁ ଫସ୍‌ ୩ ତାରିଖ ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି ।

ଆଲୋକରେ ଚମକିବ ପୁରୀ-ଭୁବନେଶ୍ବର ବାଏପାସ୍, ଆସନ୍ତାକାଲି ଆଲୋକୀକରଣକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଚମକିବ ପୁରୀ-ଭୁବନେଶ୍ବର ବାଏପାସ୍। ଆଲୋକିତ ହେବ ୧୨ କିଲୋମିଟର ମୁଖ୍ୟ ରାସ୍ତା। ଉପକୃତ ହେବେ ଏକାମ୍ର, ମଧ୍ୟ, ଉତ୍ତର ଓ ଜୟଦେବ ଭୁବନେଶ୍ବର ବାସିନ୍ଦା। ଭୁବନେଶ୍ବର-ପୁରୀ ବାଏପାସ୍। ହାଇଟେକ୍ ଛକଠାରୁ ଦୟାନଦୀ ବ୍ରିଜ୍। ବୁଧବାରଠାରୁ ୧୨ କିଲୋମିଟର ବିସ୍ତୃତ ଏହି ରାସ୍ତା ଆଲୋକରେ ଝଲସିବ। ଆସନ୍ତାକାଲି ସଂଧ୍ୟା ୫ଟା ସମୟରେ ମୁଖ୍ୟମନ୍ତ୍ରୀ ଏହି ଆଲୋକୀକରଣର ଲୋକାର୍ପଣ କରିବେ। ଏଥିରେ ୩୮୭ ଲାଇଟ ଖୁଣ୍ଟ ଥିବାବେଳେ ହାଇଟେକ୍ ଛକ, କେଶୁରା ଛକ, ସାଇ ମନ୍ଦିର ଛକ ଓ ଲିଙ୍ଗିପୁର ଛକରେ ୪ଟି ହାଇମାସ୍କ ଲାଇଟ ଲାଗିବାର ବ୍ୟବସ୍ଥା ରହିଛି। ବିଦ୍ୟୁତ ନିୟନ୍ତ୍ରଣ ପାଇଁ ୪ଟି ଟ୍ରାନସ୍ଫର୍ମରର ବ୍ୟବସ୍ଥା କରାଯାଇଛି।

୨୦୧୭ରେ ଏହି ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ହେଲେ ଏନଏଚଏଆଇ ମଞ୍ଜୁରୀ ଦେବାରେ ବିଳମ୍ବ କରିଥିବା ଅଭିଯୋଗ ହୋଇଛି। ଜାତୀୟ ରାଜପଥରେ ଖୁଣ୍ଟିର ଉଚ୍ଚତାକୁ ନେଇ ଆପତ୍ତି ଉଠାଇଥିଲା ଏନଏଚଏଆଇ। ପରେ ରାଜ୍ୟ ସରକାର ସଂଶୋଧିକ ପ୍ରକଳ୍ପର କାର୍ଯ୍ୟ ଆଗେଇଥିଲେ। ଏହି ବୃହତ ଆଲୋକିକରଣ ପ୍ରକଳ୍ପ ପାଇଁ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଭୁବନେଶ୍ବର, କୋଣାର୍କ ଓ ପୁରୀକୁ ଐତିହ୍ୟ କରିଡର କରିବାର ଖସଡ଼ା ପ୍ରସ୍ତୁତ କରିବା ପରେ ଗମନାଗମନ ପାଇଁ ଭୁବନେଶ୍ବର-ପୁରୀ ବାଏପାସର ଉନ୍ନତିକରଣ ଗୁରୁତ୍ବ ବହନ କରୁଛି।

 

ମହିଳା SIଙ୍କ ମାନବିକତା; ଗ୍ରାମବାସୀ ଆସିଲେନି, ନିଜେ କାନ୍ଧରେ ବୋହିଲେ ବୃଦ୍ଧଙ୍କ ମୃତଦେହ

ଶ୍ରୀକାକୁଲମ୍: ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍‌ର ଜଣେ ମହିଳା ସବ୍-ଇନ୍ସପେକ୍ଟର କର୍ତ୍ତବ୍ୟର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସେ କାନ୍ଧରେ ଜଣେ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ ଏକ କିଲୋମିଟର ଯାଏଁ ବୋହି ବୋହି ଆଣିଛନ୍ତି । ଏହି ଘଟଣା କାଜୁ ଉତ୍ପାଦନ ପାଇଁ ପରିଚିତ ଥିବା ପଲାସା ଅଞ୍ଚଳର ବୋଲି ସୂଚନା ରହିଛି । ସ୍ଥାନୀୟ ଡିଜିପି ଗୌତମ ସାୱାଙ୍ଗ ମହିଳା ଏସ୍‌ଆଇଙ୍କ ମାନବିକତାକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ମହିଳା ସବ୍-ଇନ୍ସପେକ୍ଟର କୋଟୁରୁ ସିରିଶାଙ୍କ କହିବାନୁଯାୟୀ, ବିଲ ମଝିରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ସେ ଖବର ପାଇଥିଲେ, ଉକ୍ତ ବୃଦ୍ଧ ଜଣକ ଜଣେ ଭିକାରି ବୋଲି ସ୍ଥାନୀୟ ଲୋକଙ୍କଠାରୁ ଜାଣିଥିଲେ । ତାଙ୍କ ମୃତଦେହକୁ ବିଲଠାରୁ ଗାଡ଼ି ପର୍ଯ୍ୟନ୍ତ ଆଣିବାକୁ ରାସ୍ତା ମଧ୍ୟ ନଥିଲା । ତେଣୁ ସେ କିଛି ଗାଁ ଲୋକଙ୍କୁ ଏଥିପାଇଁ ଅନୁରୋଧ କରିଥିଲେ । ହେଲେ କେହି ସାମ୍ନାକୁ ଆସିଲେ ନାହିଁ । ତେଣୁ ସେ ନିଜେ ହୋଇ ଉକ୍ତ ୮୦ ବର୍ଷୀୟ ବୃଦ୍ଧଙ୍କ ମୃତଦେହକୁ କାନ୍ଧରେ କାନ୍ଧେଇ ଗାଡ଼ି ପର୍ଯ୍ୟନ୍ତ ଆଣିଥିଲେ ।

ଅନାହାର ଯୋଗୁଁ ମୃତ୍ୟୁ !
ଉକ୍ତ ମହିଳା ଏସ୍‌ଆଇ ଜଣକ ଫାର୍ମାସି ଅଧ୍ୟୟନ କରିଛନ୍ତି । ତେଣୁ ସେ ମୃତଦେହକୁ ଦେଖି ଅନୁମାନ କରୁଛନ୍ତି ଯେ, ଅନାହାର ଯୋଗୁଁ ଏହି ମୃତ୍ୟୁ ହୋଇଥାଇପାରେ । କାରଣ ବୃଦ୍ଧଙ୍କ ଦେହରେ କୌଣସି ପ୍ରକାର କ୍ଷତ ଚିହ୍ନ ନାହିଁ । କିମ୍ବା ତାଙ୍କୁ କେହି ହତ୍ୟା କରିଥିବା ଭଳି ପାରିପାର୍ଶ୍ୱିକ ପରିସ୍ଥିତିରୁ ଜଣାପଡ଼ୁ ନାହିଁ । ବୃଦ୍ଧ ଜଣକ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ ତେଣୁ ଏହା ଅନାହାର ମୃତ୍ୟୁ କୁହାଯାଇପାରେ ।

ତେବେ ମୃତଦେହକୁ ମହିଳା ଏସ୍‌ଆଇ ନିଜେ ଏକ ଷ୍ଟ୍ରେଚର ମାଧ୍ୟରେ କାନ୍ଧେଇଲେ ଓ ଏଥିରେ ତାଙ୍କୁ ଲଲିତା ଟେଷ୍ଟର ସଦସ୍ୟ ସହଯୋଗ କରିଥିଲେ । ବିଲ ମଝିରୁ ପୋଲିସ ଗାଡ଼ି ପର୍ଯ୍ୟନ୍ତ ବୋହି ଆଣିବାକୁ ପ୍ରାୟ ୨୫ ମିନିଟ୍‌ ସମୟ ଲାଗିଥିଲା । ଏହା ଦେଖିବା ପରେ କିଛି ଗ୍ରାମବାସୀ ବୃଦ୍ଧଙ୍କ ଅନ୍ତିମ ସଂସ୍କାର ପାଇଁ ଆଗକୁ ଆସିଲେ ।

‘ମୁଁ କେବଳ ମୋର କର୍ତ୍ତବ୍ୟ କରିଛି’
୧୨ ବର୍ଷର ଶିଶୁର ମାଆ ସିରିଶା କହିଛନ୍ତି ଯେ, ବାପାଙ୍କ ସ୍ୱପ୍ନ ଥିଲା ତାଙ୍କ ଝିଅକୁ ପୋଲିସ ୟୁନିଫର୍ମରେ ଦେଖିବା । ଶବକୁ କାନ୍ଧରେ ବୋହିବାର ଅଭିଜ୍ଞତା ସମ୍ପର୍କରେ ସେ କହିଛନ୍ତି, ‘ମୁଁ ଲୋକଙ୍କ ସେବା କରିବା ପାଇଁ ପୋଲିସ ଫୋର୍ସରେ ଯୋଗଦେଇଛି । ମୋର ଲକ୍ଷ୍ୟ ହେଉଛି ସମାଜକୁ ମୋର ସେବା ଦେବା । ମୃତ ବ୍ୟକ୍ତିଙ୍କୁ ମଧ୍ୟ ସମ୍ମାନ ମଳିବାର ଅଧିକାର ରହିଛି । ମୁଁ କେବଳ ମୋର କର୍ତ୍ତବ୍ୟ କରିଛି ।

ଅଦରକାରୀ ଲୁହାରେ ନିର୍ମିତ ହେଲା ବୃହତ୍ତମ ଭାରତ ମାନଚିତ୍ର, ଏହାର ଓଜନ ରହିଛି ୪ଟନ୍‌

ଗଞ୍ଜାମ: ବ୍ରହ୍ମପୁର ଆଇଟିଆଇରେ ଲୋକାର୍ପିତ ହେଲା ବୃହତ୍ତମ ଭାରତ ମାନଚିତ୍ର। ଭାରତ ବର୍ଷରେ ଦକ୍ଷତା ଓ ବିକାଶ କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ବ୍ରହ୍ମପୁର ସିଳ୍ପ ତାଲିମ ଅନୁଷ୍ଟାନ ସହିତ ଯୋଡି ହୋଇଛି ପୁଣି ଏକ କିର୍ତ୍ତି। କ୍ୟାମ୍ପସ ଭିତରେ ଏସିଆର ସର୍ବବୃହତ ସ୍କ୍ରାପ୍ ପାର୍କରେ ଅଦରକାରୀ ଲୁହାରେ ୩୦ ଫୁଟ ଉଚତାର ବିଶିଷ୍ଟ ଭାରତ ମାନଚିତ୍ର ପ୍ରସ୍ତୁତ କରିଛନ୍ତି ଛାତ୍ରଛାତ୍ରୀ।

ଏହାର ଓଜର ରହିଛି ୪ଟନ୍। ଏହି ମାନଚିତ୍ରକୁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧକ୍ଷ ସୁବ୍ରତ ବାଗଚି ଲୋକାର୍ପିତ କରିଥିବା ବେଳେ ଏହା ଏସିଆ ଦେଶର ସବୁଠାରୁ ମାନଚିତ୍ର ବୋଲି କହିଛନ୍ତି। ଖାଲି ସେତିକି ନୁହେଁ ଛାତ୍ରଛାତ୍ରୀ ମାନେ ଅଦରକାରୀ ଲୁଆରେ ବିଭିନ୍ନ ପ୍ରକାରର ଷ୍ଟାଚୁ ମାନ ନିର୍ମାଣ କରିଛନ୍ତି।

ଲୁହାରେ ଆଇରନ ମ୍ୟାନ୍‌, ଗିଟାର, ରାକ୍ଷସ, ଜେବ୍ରା, ପେନ୍‌ ତିଆରି କରିଛନ୍ତି। ଏହି ଲୋକାର୍ପିତ ଉତ୍ସବରେ ବିଭାଗିୟ ମୁଖ୍ୟ ସଚିବ ସଞ୍ଜୟ ସିଂ, ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଶିନ୍ଦେ ଦତ ଭାଉ ସାହେବ, ମହାନଗର ନିଗମ କମିସନର ସିଦ୍ଦେଶ୍ବର ବଳିରାମ ବୋନ୍ଦାର, ଟାଟାର ଅମିତାଭ ବଚନ ପ୍ରମୁଖ ଉପସ୍ଥିତ ରହିଥିଲେ। ସେପଟେ ଉପସ୍ଥିତ ଅତିଥି ମାନଙ୍କୁ ଲୁହାରେ ନିର୍ମିତ କାନ୍ଥ ଘଣ୍ଟା ନିର୍ମାଣ କରି ଉପହାର ଦେଇଛନ୍ତି।

ମେଗା ଟେକ୍ସଟାଇଲ ପାର୍କ ସହ ଖଦି ଏବଂ ହସ୍ତତନ୍ତ କାରିଗରଙ୍କ ପାଇଁ କିଛି ବ୍ୟବସ୍ଥା କରିଥିଲେ ଭଲ ହୋଇଥାନ୍ତା: ଅମର ପଟ୍ଟନାୟକ

ଭୁବନେଶ୍ୱର: ଗତ ଏକ ତାରିଖରେ ଆଗତ ହୋଇଛି କେନ୍ଦ୍ରର ଅର୍ଥ ବଜେଟ୍‌। ଏହି ବଜେଟ‌ରେ ଆସନ୍ତା ୩ ବର୍ଷରେ ଦେଶରେ ୭ଟି ମେଗା ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ପ୍ରସ୍ତାବ ଆଣିଛନ୍ତି। ଏଭଳି ପ୍ରସ୍ତାବକୁ ସ୍ୱାଗତ କରିବା ସହ ଏହାକୁ ପ୍ରଶଂସା କରିଛନ୍ତି ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ। ଏହି ଯୋଜନା ଓଡ଼ିଶା ପାଇଁ ବହୁତ ଫଳପ୍ରଦ ହେବ। କିନ୍ତୁ ଓଡ଼ିଶାରେ ଖଦି ଏବଂ ହସ୍ତତନ୍ତ କାର୍ଯ୍ୟର ଚାହିବା ବହୁତ ରହିଛି।

ହେଲେ ଶିଳ୍ପୀ ଏହାକୁ ବିକ୍ରି କରିବା ପାଇଁ ଭଲ ପ୍ରୋତ୍ସାହନ ପାଉନାହାନ୍ତି। ସେଥିପାଇଁ ଯୋଜନାରେ ହସ୍ତତନ୍ତ ଓ ଖଦି କାରିଗରମାନଙ୍କ ପାଇଁ କିଛି ଅଲଗା ସୁବିଧା ଯୋଗାଇବା ଲାଗି ବ୍ୟବସ୍ଥା କରିବାକୁ ଅମର କେନ୍ଦ୍ର ସରକାରଙ୍କ ପାଖରେ ଦାବି କରଛନ୍ତି। କାରିଗରଙ୍କ ଦ୍ଵାରା ପ୍ରସ୍ତୁତ ପ୍ରଡକ୍ଟ ରପ୍ତାନି କରିବା ପାଇଁ ବ୍ୟବସ୍ଥା କରିବା ସହ ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ଅମର

ଜାମ୍ମୁ-କାଶ୍ମୀରରୁ ଦୁଇ ଆତଙ୍କବାଦୀଙ୍କୁ ଗିରଫ କଲା ପୋଲିସ, ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଜବତ

ଜାମ୍ମୁ-କାଶ୍ମୀର: ଦୁଇ ଆତଙ୍କବାଦୀ ଗିରଫ । ଜାମ୍ମୁ-କାଶ୍ମୀରର ବାନ୍ଦିପୋରା ପୋଲିସ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନେ ଜୈସ-ଏ-ମହମ୍ମଦ ଆତଙ୍କବାଦୀ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି । ସେମାନଙ୍କ ନିକଟରୁ ଅତ୍ୟାଧୁନିକ ଅସ୍ତଶସ୍ତ୍ର ଯବତ କରାଯାଇଛି । ସେମାନେ କୌଣସି ଏକ ବଡ଼ ଆତଙ୍କୀ ହମ୍‌ଲା କରିବା ପାଇଁ ଯୋଜନା କରୁଥିଲେ ବୋଲି ପୋଲିସ ଜାଣିବାକୁ ପାଇଛିବ । ବାନ୍ଦିପୋରା ପୋଲିସ ଓ ଅନ୍ୟ ସୁରକ୍ଷାବଳର ମିଳିତ ଅପରେସନ୍‌ ବେଳେ ଏହି ଦୁଇ ଆତଙ୍କବାଦୀ ଧରାପଡ଼ିଛନ୍ତି ।

ସେମାନେ ଏବେ ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟ ରହିଛନ୍ତି । ସେମାନଙ୍କୁ ଜେରା କରାଯାଉଛି । ଖୁବ୍‌ଶୀଘ୍ର ସେମାନେ ଭାରତକୁ କିପରି ଆସିଲେ, କାହିଁକି ଆସିଲେ ଓ କେଉଁ ଉଦେଶ୍ୟରେ ଆସିଥିଲେ ସେନେଇ ତଥ୍ୟ ବାହାର କରିବ ବୋଲି ପୋଲିସ କହିଛି । ସେମାନେ ଭାରତକୁ ଆସିବା ପଛରେ କାହାର ହାତ ରହିଛି । କିଏ ସେମାନଙ୍କୁ ସାହାଯ୍ୟ କରିଛି ସେନେଇ ମଧ୍ୟ ତଦନ୍ତ କରଯିବ ବୋଲି ପୋଲିସ ସୂଚନା ଦେଇଛି ।

ରାଜଧାନୀରେ ନକଲି ସାମଗ୍ରୀର ରାଜ୍‌, ଖାଦ୍ୟ ପରେ ଭେଜାଲ ସଫ୍ଟ ଡ୍ରିଙ୍କସ୍‌

ଭୁବନେଶ୍ୱର: କରୋନା ଭୂତାଣୁ ଠାରୁ ଏବେ ଅଧିକ କ୍ଷତିକାରକ ହେଲାଣି ନକଲି ଜିନିଷ। ରାଜ୍ୟରେ କରୋନା ଡାଉନ ଟ୍ରାକ୍‌ରେ ଥିବା ବେଳେ ଉପର ଟ୍ରାକ୍‌ରେ ରହିଛି ନକଲି ସାମଗ୍ରୀ। ସିଲଭର ସିଟି କଟକ ପରେ ଏବେ ରାଜଧାନୀରେ ନକଲି ସାମଗ୍ରୀର ପସରା ମେଲିଛି । ବାରମ୍ବାର ଗୋଟିଏ ପରେ ଗୋଟିଏ ସ୍ଥାନରେ ରେଡ ହେଉଛି। କେତେବେଳେ ଭେଜାଲ ତେଲ ତ ପୁଣି କେତେବେଳେ ଭେଜାଲ ଆଚାର। ଏବେ ପୁଣି ରାଜଧାନୀରେ ମିଳିଛି ଭେଜାଲ ସାମଗ୍ରୀ।

ଖାଦ୍ୟ ପରେ ଥଣ୍ଡା ପାନୀୟ ମଧ୍ୟ ଭେଜାଲ। ମୃଦୁ ପାନୀୟ ନାଁରେ ବିଷ ଦେଉଛି ଭେଜାଲ କମ୍ପାନୀ। ନାଁ ନକଲି ମାଲ୍ ବି ନକଲି। ଭୁବନେଶ୍ବରରେ ଅପମିଶ୍ରିତ ସଫ୍ଟ ଡ୍ରିଙ୍ଗସ କାରଖାନାରେ ରେଡ୍ ହୋଇଛି। ମଞ୍ଚେଶ୍ୱର ଅଞ୍ଚଳରେ ସଫ୍ଟ ଡ୍ରିଙ୍ଗସ ଅପମିଶ୍ରଣ ହୋଇଥିବା ଅଭିଯୋଗ। ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ ସ୍କ୍ୱାର୍ଡ ରେଡ୍ କରିଛି। ବିନା ଲାଇସେନ୍ସରେ ବିକ୍ରି ହେଉଥିବା ଅଭିଯୋଗରେ ଚଢାଉ କରିଛି ପୋଲିସ। ଚଢାଉ ବେଳେ ବିପୁଳ ପରିମାଣର ଅପମିଶ୍ରିତ ସଫ୍ଟ ଡ୍ରିଙ୍ଗସ ଜବତ ହୋଇଛି।

ତଦନ୍ତ ପୂର୍ବରୁ ଏଠି ଗାଡ଼ିରେ ଡିଜେଲ ଭର୍ତ୍ତି କରିବାକୁ ପଡ଼ୁଛି…

ଲକ୍ଷ୍ନୌ: ପୋଲିସ ପାଖରେ FIR ଲେଖିଲେ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୁଏ। ନିଖୋଜକୁ ଖୋଜିବାରେ ପୁରା ଶକ୍ତି ଲଗାଇଦିଏ ପୋଲିସ। ଲୋକଙ୍କୁ ରକ୍ଷା ପାଇଁ ପୋଲିସଙ୍କୁ ନିୟୋଜିତ କରାଯାଇଛି । ସେମାନଙ୍କୁ ଉପଯୁକ୍ତ ମାସିକ ବେତନ ମଧ୍ୟ ଯୋଗାଇ ଦେଉଛନ୍ତି ସରକାର। ରାଜପଥରେ ପୋଲିସ ତାର କାର୍ଯ୍ୟ ପାଇଁ ସାରା ଦେଶ ଆଗରେ ସମ୍ମାନିତ ହେଉଛି। କିନ୍ତୁ କିଛି ମନ୍ଦ ଚରିତ୍ରର ପୋଲିସଙ୍କ ପାଇଁ ଖାକିରେ କଳଙ୍କ ଲାଗୁଛି। ଗୁହାରି ଶୁଣିବା ପୂର୍ବରୁ ଆଦେଶ ପାଳନ କରିବାକୁ ପଡ଼ୁଛି। ଆଉ ଆଦେଶ ପାଳନ କଲେ ତଦନ୍ତରେ ଜୋର ଧରିବ ନହେଲେ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର କାନପୁର ଜିଲ୍ଲାରେ। ଯେଉଁଠି ଯୋଗୀଙ୍କ ସରକାରରେ  ଦୁର୍ନୀତି ଏବଂ ଅତ୍ୟାଚାରର ଲୋପ ଘଟିଛି ବୋଲି ଡିଣ୍ଡିମ ବାଜୁଛି ସେଠି ଏଭଳି ଏକ ଘଟଣା ଲୋକଙ୍କୁ ଆଚମ୍ବିତ କରିଛି।

ଭିନ୍ନକ୍ଷମ ମାଆ ଆଗରେ ପୋଲିସ ଆଜି ଭିନ୍ନକ୍ଷମ ପାଲଟିଛି। ମହିଳା ଜଣକ ଜନ୍ମରୁ ସିନା ଭିନ୍ନକ୍ଷମ, କିନ୍ତୁ ପୋଲିସ ଲାଞ୍ଚ ପାଇଁ ଜାଣିଶୁଣିଆ ପଙ୍ଗୁ ପାଲଟିଛି। ଗାଡ଼ିର ଟାଙ୍କି ଡିଜେଲରେ ପୁରା ନକଲେ ଆମେ ତୁମର କୌଣସି କାର୍ଯ୍ୟ କରିବୁ ନାହିଁ ବୋଲି ଚୌକି ଟାଣ ଦେଖାଇଛି। ଡିଜେଲ ଦେଲେ ତୁମ ନାବାଳିକା ନିଖୋଜ ଝିଅକୁ ଖୋଜିବୁ ବୋଲି ଧମକ ମିଳୁଛି। ଯେଉଁଥିପାଇଁ ଭିନ୍ନକ୍ଷମ ମହିଳା ଜଣକ ଏକ ମାସ ମଧ୍ୟରେ ୧୦ରୁ ୧୫ ହଜାର ଟଙ୍କାର ଡିଜେଲ ପୋଲିସଙ୍କ ଗାଡ଼ିରେ ଭର୍ତ୍ତି କରିସାରିଲେଣି। ଖାଲି ସେତିକି ନୁହେଁ ନିଖୋଜ ହୋଇଥିବା ଝିଅର ଚରିତ୍ରକୁ ନେଇ ଅନେକ ଖରାପ କଥା କୁହାଯାଉଛି। ତେବେ ପୋଲିସଙ୍କର ଏଭଳି ବାରମ୍ବାର ଅତ୍ୟାଚାର ନ ସମ୍ଭାଳିପାରି ସେ କାନପୁର ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି। ବାରମ୍ବାର ଏତେ ଟଙ୍କାର ତେଲ ଗାଡ଼ିରେ ପକାଇବା ପାଇଁ ଟଙ୍କା କେଉଁଠୁ ଆଣିବି ବୋଲି ସେ ଗଣମାଧ୍ୟମ ଆଗରେ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ମାସରେ ଗୁଡ଼ିଆଙ୍କ ଝିଅକୁ କିଛି ଲୋକ ଅପହରଣ କରିନେଇଥିଲେ। ଯେଉଁଥିପାଇଁ ସେ ପୋଲିସ ପାଖରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ତାଙ୍କୁ ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଛନ୍ତି। ସେପଟେ ଏଭଳି ଭିଡିଓ ଭାଇରାଲ ହେବା ପରେ କାନପୁର ପୋଲିସ ଟୁଇଟ କରି କହିଛି ଯେ ଗୁଡ଼ିଆଙ୍କ ଝିଅକୁ ଜଲଦି ଖୋଜିବା ସହ ହଇରାଣ କରୁଥିବା ପୋଲିସ ବିରୁଦ୍ଧରେ ବିଭାଗୀୟ ତଦନ୍ତ କରାଯିବ। ସେ କହିଛନ୍ତି ନାବାଳିକା ଝିଅକୁ ଖୋଜିବା ପାଇଁ ୪ଟି ଟିମ୍‌ ଗଠନ କରାଯାଇଛି ।

ଜାତିସଂଘ ପକ୍ଷରୁ ପୁରସ୍କୃତ ହେବେ ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା

କଟକ: ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କାଙ୍କୁ ବଡ଼ ସଫଳତା । ସସ୍ମିତାଙ୍କୁ ମିଳିବ ଅନ୍ତର୍ଜାତୀୟ ପୁରସ୍କାର । କଟକ ଜିଲ୍ଲା ଆଠଗଡ଼ ଡିଏଫଓ ସସ୍ମିତ ଲେଙ୍କା 2020 ବର୍ଷ ପାଇଁ ଏସିଆ ପରିବେଶ ପ୍ରବର୍ତ୍ତନ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ପରିବେଶ ଅପରାଧ ରୋକିବା ଓ ବଜ୍ରକାପ୍ତା ପରି ବିଲୁପ୍ତ ପ୍ରାୟ ପ୍ରାଣୀର ଚୋରା ଚାଲାଣକାରୀ ରାକେଟକୁ ଦମନ କରିବା ଭଳି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସସ୍ମିତା ଏହି ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଜାତିସଂଘ ଓ ଏହାର ସହଯୋଗୀ ଏଜେନ୍ସିର ଅନ୍ତର୍ଜାତୀୟ ବିଶେଷଜ୍ଞ କମିଟି ଏହି ପୁରସ୍କାର ଦେବା ପାଇଁ ସସ୍ମିତାଙ୍କୁ ମନୋନୀତ କରିଛନ୍ତି । ଜାତିସଂଘ ପରିବେଶ କାର୍ଯ୍ୟକ୍ରମର ଏସିଆ ପ୍ରଶାନ୍ତ ମହାସାଗର ଆଞ୍ଚଳିକ ନିର୍ଦେଶକ ଡେଚେନ ସେରିଙ୍ଗ ସୂଚନା ଦେଇଛନ୍ତି । ଚଳିତ ମାସରେ ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସସ୍ମିତାଙ୍କୁ ସମ୍ମାନୀତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସିଆ ପ୍ରଶାନ୍ତ ମହାସାଗର ଆଞ୍ଚଳିକ ନିର୍ଦେଶକ ।

ପୂର୍ବରୁ ସସ୍ମିତା ରାଜ୍ୟରେ ବିଭିନ୍ନ ଅଂଚଳରେ ପଶୁ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଥିବାବେଳେ ଚିଲାକର ବିକାଶ ଦିଗରେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି ସସ୍ମିତା । ସେପଟେ ଅଗାମୀ ଦିନରେ ଅଧିକରୁ ଅଧିକ ପଶୁ ଓ ଜଙ୍ଗଲ ସୁରକ୍ଷା ଦିଗରେ କାର୍ଯ୍ୟ ଜାରି ରହିବ ବୋଲି କହିଛନ୍ତି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା ।