ମାର୍ଚ୍ଚ ୩୧ ଯାଏଁ ଏହି ୪ ସହରରେ ନାଇଟ୍ କର୍ଫ୍ୟୁ

1 min read

ଅହମ୍ମଦାବାଦ: କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଗୁଜୁରାଟ ସରକାର ୪ ସହରରେ ନାଇଟ୍ କର୍ଫ୍ୟୁ ଜାରି କରିଛନ୍ତି । ଏହି ସହର ମଧ୍ୟରେ ରହିଛି- ଅହମ୍ମଦାବାଦ, ବଡୋଦରା, ସୁରଟ୍ ଓ ରାଜେକାଟ ଆଦି।

ଏହି ୪ ସହରରେ ନାଇଟ୍ କର୍ଫ୍ୟୁ ରାତି ୧୦ଟାରୁ ମାର୍ଚ୍ଚ ୧୭ ତାରିଖ ସକାଳ ୬ଟା ଯାଏଁ ଲାଗୁ ହେଉଛି । ଆଉ ଏହି ଭଳି ସ୍ଥିତି ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।

ଦେଶରେ ଆତଙ୍କ ଖେଳାଇଲାଣି କରୋନାର ଦ୍ୱିତୀୟ ଲହର । ୧୫ ଦିନରେ ଦୁଇଗୁଣା ହୋଇଛି କରୋନା ସଂକ୍ରମିତଙ୍କ ସଂଖ୍ୟା। ଦେଶରେ କରୋନା ଗ୍ରାଫ୍ ଉପରମୁହାଁ ହେଉଥିବା ବେଳେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୪୯୨ ନୂଆ ଆକ୍ରାନ୍ତ । ସେହିପରି କରୋନାରୁ ଆଉ ୨୦ ହଜାର ୧୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଆଉ ୧୩୧ଜଣଙ୍କ ଜୀବନ ଯାଇଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ଏବେ ସୁଦ୍ଧା ମହାମାରୀରୁ ମୋଟ ୧ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେବି ୨ ଲକ୍ଷ ୨୩ ହଜାର ୪୩୨ ସକ୍ରିୟ ମାମଲା ରହିଛି । ସେହିପରି ମୋଟ୍‌ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୮୫୬ ଛୁଇଁଛି। ସେପଟେ ସାରାଦେଶରେ ଟିକାକରଣ ଜାରି ରହିଥିବା ବେଳେ ୩ କୋଟି ୨୯ ଲକ୍ଷ ୪୭ ହଜାର ୪୩୨ ଲୋକଙ୍କୁ ଦିଆଯାଇଛି ଟିକା।

 

ଏବେକା ସମୟରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ଯୋଗୁଁ ସରକାର ନାଇଟ୍ କର୍ଫ୍ୟୁ ବଢାଇଥିବା ନେଇ ଆଧିକାରିକ ସୁତ୍ରରୁ ପ୍ରକାଶ । ୬ଷ୍ଠ ଥର ପାଇଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଥିବା ବେଳେ ଗତ ବର୍ଷ ନଭେମ୍ବରରେ ପ୍ରଥମେ ଲାଗୁ ହୋଇଥିଲା ।

 

Leave a Reply