କରୋନା ସଂକ୍ରମଣ ବୃଦ୍ଧି; ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ବେଲଗାମ ହେଉଛି କରୋନା। ଦେଶର ବିଭିନ୍ନ ରାଜ୍ୟରେ ମଧ୍ୟ ବଢିବାରେ ଲାଗିଛି କରୋନା ସଂକ୍ରମଣ । ମହାରାଷ୍ଟ୍ର ସମେତ ୬ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ଗତ ୧୫ ଦିନ ମଧ୍ୟରେ ସାରା ଦେଶରେ ସଂକ୍ରମଣ ପ୍ରାୟ ଦ୍ୱିଗୁଣିତ ହୋଇଥିବା ବେଳେ ଏହାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିନ୍ତା ବଢ଼ିଛି ।

Hathras Gangrape Dalit girl Death PM Narendra Modi CM Yogi Adityanath UP Police

ତେବେ ଏ ଦିଗରେ ତ୍ୱରିତ ପଦକ୍ଷେପ ଲାଗି ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବାକୁ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ଦିନ ୧୦ଟା ୩୦ରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । କରୋନା ସ୍ଥିତି ସମୀକ୍ଷା, ସଂକ୍ରମଣ ରୋକିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ ଓ ଟିକାକରଣ ସମ୍ପର୍କରେ ଆଲୋଚନା ହେବ । ଆସନ୍ତାକାଲି ଭିଡିଓ କନ୍‌ଫରେସିଂ ଜରିଆାରେ ଏହି ବୈଠକ ବସିବ ବୋଲି ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ,  ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୪୯୨ ନୂଆ ଆକ୍ରାନ୍ତ । ସେହିପରି କରୋନାରୁ ଆଉ ୨୦ ହଜାର ୧୯୧ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ, ଆଉ ୧୩୧ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୪ ଲକ୍ଷ ୯ ହଜାର ୮୩୧ରେ ପହଞ୍ଚିଛି । ଏବେ ସୁଦ୍ଧା ମହାମାରୀରୁ ମୋଟ ୧ କୋଟି ୧୦ ଲକ୍ଷ ୨୭ ହଜାର ୫୪୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେବି ୨ ଲକ୍ଷ ୨୩ ହଜାର ୪୩୨ ସକ୍ରିୟ ମାମଲା ରହିଛି । ସେହିପରି ମୋଟ୍‌ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୮୫୬ ଛୁଇଁଛି। ସେପଟେ ସାରାଦେଶରେ ଟିକାକରଣ ଜାରି ରହିଥିବା ବେଳେ ୩ କୋଟି ୨୯ ଲକ୍ଷ ୪୭ ହଜାର ୪୩୨ ଲୋକଙ୍କୁ ଦିଆଯାଇଛି ଟିକା।

 

Leave a Reply