ମୋକ୍ଷ ପ୍ରାପ୍ତି ଆଶାରେ ମେଡିକାଲ ଛାତ୍ର: ହଷ୍ଟେଲରୁ ନିଖୋଜ ଛାତ୍ରକୁ ବୌଦ୍ଧ ଗୁମ୍ପା ନିକଟରୁ ଠାବ କଲା ପୋଲିସ

ମୁମ୍ୱାଇ: ଜଣେ ନିଖୋଜ ମେଡିକାଲ ଛାତ୍ରଙ୍କୁ ଠାବ କରିଛି ରେଳବାଇ ପୋଲିସ । ନାସିକ ନିକଟସ୍ଥ ଏକ ବୌଦ୍ଧ ଗୁମ୍ପାରୁ ଉଦ୍ଧାର କରିଛି । ଯାହା ସେ ରହୁଥିବା ଛାତ୍ରବାସଠାରୁ ପାଖାପାଖି ୧୧୦ କିଲୋମିଟର ଦୂର । ତେବେ ଉଦ୍ଧାର ଯୁବକ ଜଣଙ୍କ ପରିଚୟ ପ୍ରକାଶ କରିନି ପୋଲିସ  । ଛାତ୍ର ଜଣଙ୍କ ବୌଦ୍ଧ ସନ୍ୟସୀ ହେବା ଲାଗି ହଷ୍ଟେଲ ଛାଡ଼ି ସେ ନାସିକ ସ୍ଥିତ ବୌଦ୍ଧ ଗୁମ୍ପାକୁ ଚାଲିଯାଇଥିବା ସେ ପୋଲିସକୁ କହିଛି ।

    ଛାତ୍ର ଜଣଙ୍କ ଗତ ମାର୍ଚ୍ଚ ୯ ତାରିଖ ୨୦୨୧ରେ ହଷ୍ଟେଲ ଛାଡ଼ିଥିଲେ । ସେ ହଷ୍ଟେଲ ଛାଡ଼ିବା ସମୟରେ ଗୋଟିଏ ଲୁଙ୍ଗି ଏବଂ ସଲ୍ ପିନ୍ଧିଥିଲେ । ଘଟଣା ସମ୍ପର୍କରେ ଅବଗତ ହେବା ପରେ ହଷ୍ଟେଲ କର୍ତ୍ତୃପକ୍ଷ  ଏନେଇ ନିକଟସ୍ଥ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ । ମାମଲା ରୁଜୁ ହେବା ପରେ ପୋଲିସ ତନାଘନା ଆରମ୍ଭ କରିଥିଲା । ପ୍ରଥମେ ସିସିଟିଭି ଫୁଟେଜ ଯାଞ୍ଚ କରିବା ଆରମ୍ଭ କରିଥିଲା । କିନ୍ତୁ ତାଙ୍କୁ ଠାବ କରିପାରିନଥିଲା । ତେବେ ନିଖୋଜ ଛାତ୍ରଙ୍କ ସାଙ୍ଗ ସାଥିଙ୍କୁ ପଚରାଉଚରା ପରେ ସେ ଆଧ୍ୟାତ୍ମିକ ମାର୍ଗରେ ଯିବା ନେଇ ଆଶାବାଦୀ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା ।

          ଏଭଳି କି ହଷ୍ଟେଲ କର୍ତ୍ତୃପକ୍ଷ ଛାତ୍ରଙ୍କୁ ନଭି ମୁମ୍ୱାଇ ସ୍ଥିତ ମେଡିଟେସନ୍ ସେଣ୍ଟରରେ ମଧ୍ୟ ଖୋଜିଥିଲା । କିନ୍ତୁ କୌଣସି ଖବର ପାଇନଥିଲେ । ତେବେ ତଦନ୍ତ କରୁଥିବା ରେଳବାଇ ପୋଲିସ ଲଗାତପୁରି ସ୍ଥିତ ମେଡିଟେସନ୍ ସେଣ୍ଟରକୁ ମଧ୍ୟ ଯାଇଥିଲେ । ସେଣ୍ଟର କର୍ତ୍ତୃପକ୍ଷଙ୍କ କହିବା ହେଲା ଯେ, ଛାତ୍ର ଜଣଙ୍କ ତାଙ୍କ ନିକଟକୁ ଆସିଥିଲେ ଏବଂ ସେ ବୌଦ୍ଧ ସନ୍ୟାସୀ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ପରେ ସେଣ୍ଟରର ସୁରକ୍ଷାକର୍ମୀଙ୍କୁ ପଚରାଉଚରା ପରେ ଛାତ୍ର ଜଣଙ୍କ ନାସିକ୍ ବୌଦ୍ଧ ଗୁମ୍ପା ପାଣ୍ଡବ ଲେନ୍ ସମ୍ପର୍କରେ ଜାଣିବାକୁ ଚାହୁଁଥିବା ଜଣାପଡ଼ିଥିଲା ।ଏବଂ ପୋଲିସ ଛାତ୍ର ଜଣଙ୍କୁ ସେହି ଗୁମ୍ପା ନିକଟରୁ ବିଶ୍ରାମ କରୁଥିବା ସମୟରେ ଠାବ କରିଥିଲା  ଓ ଛାତ୍ରାବାସକୁ ଫେରାଇ ଆଣିଥିଲା ।

ଏଥିସହିତ ପଢ଼ନ୍ତୁ ବାଟ୍‌ଲା ହାଉସ୍‌ ଏନକାଉଣ୍ଟର ମାମଲାରେ ଆରିଜ ଖାନ୍‌କୁ ମୃତ୍ୟୁଦଣ୍ଡ

Leave a Reply