ବିଶ୍ୱ ଘରଚଟିଆ ଦିବସ; ଘର ଟଚିଆଙ୍କ ସୁରକ୍ଷା ପାଇଁ ସଚେତନତା କାର୍ଯ୍ୟକ୍ରମ

ଗଞ୍ଜାମ: ଆଞ୍ଚଳିକ ବିକାଶ ପରିଷଦ ଗଞ୍ଜାମ ଓ ପାରଳାଖେମୁଣ୍ଡି ବନଖଣ୍ଡ ସହଯୋଗରେ ବିଶ୍ୱ ଘରଚଟିଆ ଦିବସ ପାଳିତ ହୋଇଯାଇଛି। ଏସଂକ୍ରାନ୍ତରେ ଏକ ସଚେତନ କାର୍ଯ୍ୟକ୍ରମ ଗୋଷାଣୀ ବ୍ଳକ ପାଟିକୋଟା ଗ୍ରାମରେ ଅନୁଷ୍ଠିତ ହୋଇଛି । ଘରଚଟିଆ ପକ୍ଷୀର ସୁରକ୍ଷା ଓ ସଂରକ୍ଷଣ ଓ ଜନ ସଚେତନତା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ହୋଇଥିବା ବେଳେ ,ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିଷଦର ସଭାପତି ସାଗର କୁମାର ପାତ୍ର ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା, ସମ୍ମାନିତ ଅତିଥି ରୂପେ ସହକାରୀ ବନ ସଂରକ୍ଷକ ଗୌରୀ ପ୍ରସାଦ ରାଉତ, ଦେବଗିରି ବନାଞ୍ଚଳ ଅଧିକାରୀ ଅରୁଣ କୁମାର ବେହେରା , ବ୍ରହ୍ମପୁର ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ ।

ଘରଚଟିଆର ସୁରକ୍ଷା ନିମନ୍ତେ ସ୍ଥାନୀୟ ଗ୍ରାମବାସୀ ଓ ବନ ସୁରକ୍ଷା ସମିତିର ସଦସ୍ୟଙ୍କୁ କ୍ରୁତିମ ବସା, ଖାଦ୍ୟ ସ୍ଥଳୀ ବଣ୍ଟନ କରିବାସହ ଘର ଦାଣ୍ଡ ଗୁଡିକରେ କୃତ୍ରିମ ବସା ସ୍ଥାପନ କରଯାଇଥିଲା । ଆଞ୍ଚଳିକ ବିକାଶ ପରିଷଦ ପୁର୍ବରୁ ଗଞ୍ଜାମ ଜିଲ୍ଲାର ସମସ୍ତ ବ୍ଳକରେ ଘର ଚଟିଆ ସୁରକ୍ଷା ଦିଗରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରି ସଫଳ ଲାଭ କରିବା ସହ ଵହୁ ପ୍ରସଂଶା ସାଉଣ୍ଟି ଥିବା ବେଳେ ଆଉ ପାଦେ ଆଗକୁ ଆସି ପଡୋଶୀ ଜିଲ୍ଲା ଗଜପତିରେ ଆଜି ଘର ଚଟିଆ ଦିବସରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଆଗାମି ଦିନରେ ଗଜପତି ଜିଲ୍ଲାରେ ମଧ୍ୟ ସମସ୍ତ ଅଞ୍ଚଳରେ ପକ୍ଷୀଙ୍କ ସୁରକ୍ଷା ଦିଗରେ କାର୍ଯ୍ୟ କରିବ ଏବଂ ବନ୍ୟ ଜନ୍ତୁ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନେବା ନିମନ୍ତେ କାର୍ଯ୍ୟକ୍ରମରେ ସୁଚନା ଦେଇଛନ୍ତି ସଭାପତି ।

Leave a Reply