ଆଜି ରାଉରକେଲା ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

 ଭୁବନେଶ୍ୱର: ଆଜି ରାଉରକେଲା ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସକାଳ ୧୦ଟା ୩୫ ମିନିଟରେ ରାଉରକେଲା ବିମାନବନ୍ଦରରେ ପହଞ୍ଚି ଏନଆଇଟିରେ ୧୦ଟା ୫୫ରେ ପହଞ୍ଚିବେ। ସକାଳ ୧୧ ଟାରୁ ୧୨ ଟା ପର୍ଯ୍ୟନ୍ତ ରାଷ୍ଟ୍ରପତି ଏନଆଇଟି ସମାବର୍ତ୍ତନ ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ଅଛି। ଅପରାହ୍ନ ୩ ଟା ୪୫ରେ ଆଇଜିଏଚ ସୁପର ସ୍ପେଶିଆଲିଟି ହସ୍ପିଟାଲ ଉଦଘାଟନ କରିବେ। ପରେ ଅପରାହ୍ନ ୪ ଟା ୪୦ ମିନିଟ ସମୟରେ ରାଉରକେଲା ବିମାନବନ୍ଦରରୁ ଝାରସୁଗୁଡ଼ା ଅଭିମୁଖେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ସକାଳ ୯ଟା ୫ ମିନିଟରେ ରାଷ୍ଟ୍ରପତି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଦିନ ୧୦ଟା ୪୫ ମିନିଟରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବେ ରାଷ୍ଟ୍ରପତି। ସାଢେ ୧୧ଟାରେ ଆଇଓସିଏଲର ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ। ପୂର୍ବାହ୍ନ ୧୦ଟା ୨୫ରେ ରାଷ୍ଟ୍ରପତି ସ୍ଵତନ୍ତ୍ର ବିମାନରେ କୋଣାର୍କ ହେଲିପ୍ୟାଡରେ ପହଞ୍ଚିବା ପରେ ୧୦ଟା ୪୫ ରୁ ୧୧ଟା ୧୫ ମଧ୍ୟରେ ସୁର୍ଯ୍ୟମନ୍ଦିର ପରିଦର୍ଶନ ସାରି ୧୧.୩୦ ରୁ ୧୨ଟା ମଧ୍ୟରେ ଆଇଓସିଏଲର ବାଖ୍ୟାନ କେନ୍ଦ୍ର ପରିଦର୍ଶନ କରିବେ। ୧୨ଟା ୫ ରୁ ଅପରାହ୍ନ  ୪ଟା ୫ ପର୍ଯ୍ୟନ୍ତ  ରାଷ୍ଟ୍ରପତି ଓ ତାଙ୍କ ପରିବାର ସହ ସମସ୍ତ ଅଫିସିଆଲ ଟିମ ମଧ୍ୟାହ୍ନ ଭୋଜନ କରିବା କାର୍ଯ୍ୟକ୍ରମ ଅଛି । ବିଶ୍ରାମ ନେବା ପରେ ଅପରାହ୍ନ ୪ଟା ୧୫ ରେ କୋଣାର୍କ ହେଲିପ୍ୟାଡରୁ ହେଲିକପ୍ଟରରେ ଭୁବନେଶ୍ଵର ଫେରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି  ଅପରାହ୍ନରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯିବେ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।

Leave a Reply