ପ୍ରିୟଙ୍କା ଓ ନିକ୍ ଜୋନସଙ୍କ ସମ୍ପର୍କକୁ ନେଇ ବଡ଼ ଖୁଲାସା, ଭିଡ଼ିଓ ଭାଇରାଲ୍

ନୂଆଦିଲ୍ଲୀ: ପ୍ରିୟଙ୍କା ଚୋପ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ବାସ୍ତବରେ, ପ୍ରିୟଙ୍କାଙ୍କ ଏହି ଭିଡିଓ ଓପ୍ରା ବିନଫ୍ରେର ଏକ ଲୋକପ୍ରିୟ ସୋ, ସୁପର ସୋଲର ଯେଉଁଥିରେ ପ୍ରିୟଙ୍କା ଚୋପ୍ରା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କଥାବର୍ତ୍ତା କରିଛନ୍ତି । ଏହି ସୋ’ରେ କହୁ କହୁ ଏମିତି ଏକ କଥା ଉପରେ ସେ ଖୁଲାସା କରିଛନ୍ତି ଯେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହା ତାଙ୍କ ପ୍ରଂଶସକଙ୍କ ମନରେ କେବେ ନା କେବେ ଆସିଥିବ ନିଶ୍ଚୟ । ପ୍ରିୟଙ୍କା ପ୍ରଥମ ଥର ପାଇଁ ତାଙ୍କ ଜୀବନ ସାଥି ନିକ୍ ଜୋନସ୍ ବିଷୟରେ ଖୁଲାସା  କରିଛନ୍ତି ।

ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ, ଯେତେବେଳେ ନିକ ତାଙ୍କୁ ପ୍ରପୋଜ କରିଥିଲେ ସେତେବେଳେ ପ୍ରିୟଙ୍କା ସେହି ପ୍ରସ୍ତାବକୁ ଗୁରୁତ୍ୱର ସହ ନେଇ ନଥିଲେ କାରଣ ଦୁହିଁଙ୍କ ବୟସ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା । ଆଉ ମଧ୍ୟ ସେ କୁହନ୍ତି ଯେ, ‘ମୁଁ କେବଳ ବହିର ଉପର ଭାଗକୁ ଦେଖି ପୂରା ବହିର ବିଚାର କରିଥିଲି । ତେଣୁ ମୁଁ ସଚ୍ଚୋଟ ଭାବରେ କହିବାକୁ ଚାହେଁ ଯେ, ମୁଁ ସେତେବେଳେ ତାଙ୍କ ପ୍ରସ୍ତାବ ନିକଙ୍କୁ ଗମ୍ଭୀରତାର ସହ ନେଇ ନଥିଲି । ନିକ ମୋତେ ମାସେଜ କରନ୍ତି ଡେଟ୍ ପାଇଁ ଡାକନ୍ତି । କିନ୍ତୁ ସେତେବେଳେ ମୁଁ ସେ ସବୁକୁ ଗୁରୁତ୍ୱ ଦେଇ ନଥିଲି । କାରଣ ମୋର ବୟସ ୩୫ ବର୍ଷ ଥିଲା ଆଉ ମୁଁ ବିବାହ କରିବାକୁ ଚାହୁଁଥିଲି । ଏସବୁ ଜିନିଷ ପାଇଁ ସମୟ ନଥିଲା ।

ପ୍ରିୟଙ୍କା ଚୋପ୍ରା ପ୍ରକାଶ କରିଛନ୍ତି , ନିକଙ୍କ ବାରମ୍ବାର ମେସେଜ ପରେ ସେ ନିକ ଜୋନସଙ୍କୁ ଭେଟିଥିଲି ଆଉ ତା ପରେ ମୋ ଚିନ୍ତାଧାରା ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଆଜି ପୂର୍ବରୁ ମୁଁ ଜଣେ ଆତ୍ମବିଶ୍ୱାସୀ ବ୍ୟକ୍ତି, ଏତେ ବୁଦ୍ଧିମାନ, ମୋ ସଫଳତାରେ ଏତେ ଖୁସି, ମୋ ସ୍ୱପ୍ନକୁ ନେଇ ଉତ୍ସାହିତ ଏପରି ସଚ୍ଚୋଟ ବ୍ୟକ୍ତି ଦେଖି ନଥିଲେ ତେଣୁ ତାଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲି ।

ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ନିକ ଜୋନସଙ୍କୁ ବିବାହ କରିବା ପୂର୍ବରୁ ମୁଁ ମୋ ମାଙ୍କ ସହ କଥା ହୋଇଥିଲି । ମୁଁ ମାଆବାପାଙ୍କୁ ଦେଖିଛି ଯେ ସେ କିପରି ପରସ୍ପର ସହ ସୁଖୀ ଦାମ୍ପତ୍ୟ ଜୀବନଯାପନ କରୁଥିଲେ । ସେମାନେ ଏକାଠି ରହୁଥିଲେ, ଏକାଠି କାମ କରୁଥିଲେ । ଏବଂ ଆପୋଷ ବୁଝାବଣାରେ ଅତି ସୁନ୍ଦର ଭାବେ ଜୀବନ ବିତାଉ ଥିଲେ ।

ନିକ ଜୋନାସ ଏବଂ ପ୍ରିୟଙ୍କା ଚୋପ୍ରା ପ୍ରଥମେ ୨୦୧୭ରେ ବ୍ୟାନିଟି ଫେୟାର ଓସ୍କାର ପାର୍ଟୀରେ ସାକ୍ଷାତ ହୋଇଥିଲେ । ଯାହା ସେମାନଙ୍କ ପ୍ରେମ କାହାଣୀରେ ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହୋଇଥିଲା । ତା’ପରେ କିଛିଦିନ ପରେ ୨୦୧୮ରେ ମେଟ ଗାଲାରେ ପହଞ୍ଚିଥିଲେ, ଉଭୟ କଷ୍ଟମ୍ ରାଲ୍ଫ ଲରେନଙ୍କ ଦ୍ୱାରା ଡିଜାଇନ୍ କରାଯାଇଥିବା ପୋଷାକ ପିନ୍ଧିଥିଲେ । କିଛି ସପ୍ତାହ ପରେ ୨ଜଣଙ୍କୁ ଡୋଜର୍ ଷ୍ଟାଡିୟମରେ, ଲସ୍ ଆଞ୍ଜେଲ୍ସରେ ଗୋଟିଏ ମ୍ୟାଚ୍ ସମୟରେ ଏକାଠି ଦେଖାଯାଇଥିଲେ । ତା’ପରେ ନିକ୍ ଜୋନାସ୍ ଏବଂ ପ୍ରିୟଙ୍କା ଚୋପ୍ରା ଡିସେମ୍ବର ୨୦୧୮ରେ ବନ୍ଧା ହୋଇଥିଲେ।

Leave a Reply