spot_img
Home Blog Page 6000

ରବିବାର ଶ୍ରଦ୍ଧାଳୁଙ୍କ ଲାଗି ଖୋଲା ରହିବ ଶ୍ରୀମନ୍ଦିର

ପୁରୀ: ରବିବାର ଶ୍ରୀକ୍ଷେତ୍ରରେ ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ହେବେନି ଭକ୍ତ । ଏଣିକି ରବିବାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ । ଶ୍ରଦ୍ଧାଳୁ ସିଂହଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରିବେ । ଅନ୍ୟ ୩ ଦ୍ୱାର ଦେଇ ମନ୍ଦିରରୁ ବାହାରି ପାରିବେ । ସକାଳ ୬ଟାରୁ ମହାପ୍ରଭୁଙ୍କ ଦର୍ଶନ ଆରମ୍ଭ ହେବ । ପୂର୍ବରୁ ପୁରୀବାସୀଙ୍କୁ ସକାଳ ୬ଟାରୁ ୭ଟା ଯାଏ ଦର୍ଶନ ସୁଯୋଗ ମିଳୁଥିଲା । ଏଣିକି ସମସ୍ତେ ଦର୍ଶନ କରିପାରିବେ । ପୂର୍ବଭଳି ଧାଡ଼ି ଦର୍ଶନ ବ୍ୟବସ୍ଥା ଜାରି ରହିବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ସୂଚନା ଦେଇଛନ୍ତି ।

Devotee Can Visits Jagannath Temple Puri In Sunday

କିଛି ଶ୍ରଦ୍ଧାଳୁ ମନ୍ଦିର ଭିତରେ ଛେପ, ଖଙ୍କାର ପକାଉଛନ୍ତି । ଧରାପଡ଼ିଲେ ଏକ ହଜାର ଟଙ୍କା ଜରିମାନା ନିଆଯିବ । ଏଥିପାଇଁ ସ୍କ୍ୱାଡ୍ ଗଠନ କରାଯିବ । ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟବହାର ଉପରେ କଟକଣା ଜାରି କରାଯାଇଛି । ତା’ଛଡ଼ା ଉତ୍ତର ଦ୍ୱାର ନିକଟରେ ଥିବା ଜୋତା, ବ୍ୟାଗ ରଖିବା ସ୍ଥାନରେ ଶ୍ରଦ୍ଧାଳୁ ଜିନିଷପତ୍ର ରଖିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

୧୨ ତାରିଖରୁ ନୂଆ ବ୍ୟବସ୍ଥା ଲାଗୁ ହେବ । ଆନନ୍ଦବଜାରରେ ଭକ୍ତ ମହାପ୍ରସାଦ ଖାଇପାରିବେ । ଭକ୍ତ ଶ୍ରୀଜିଉଙ୍କ ପଦ୍ମ ବେଶ ଦର୍ଶନ କରିପାରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

ପେପରଲେସ୍ ହେଲା RTO, ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗାଡ଼ି କାଗଜପତ୍ର ପାଇଁ ଆଉ ଧାଇଁବାକୁ ପଡ଼ିବନି ଆରଟିଓ କାର୍ଯ୍ୟାଳୟ । ଅନଲାଇନରେ ହେବ ସବୁ କାଗଜପତ୍ର କାମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପରିବହନ ସେବା ସମ୍ପର୍କିତ ୯ ଗୋଟି ଅନଲାଇନ୍ ସେବାର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ 5T କାର୍ଯ୍ୟକ୍ରମ ଅଧୀନରେ ଏହା କାର୍ଯ୍ୟ କରିବ । ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲର୍ଣ୍ଣର୍ସ ଲାଇସେନ୍ସ ମୋବାଇଲ୍ ଆପ୍ ଆଣିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସବୁ ସେବା ଅନଲାଇନ୍ ହେବା ଫଳରେ ଆଉ ଗୋଟିଏ ଆରଟିଓରୁ ଅନ୍ୟ ଆରଟିଓକୁ ଧାଇଁବାକୁ ପଡ଼ିବ ନାହିଁ । ଗାଡ଼ି ପଞ୍ଜିକରଣ ଠାରୁ ଆରମ୍ଭ କରି ପରିବହନ ଅନୁମତି, ସ୍ୱତନ୍ତ୍ର ବସ୍ ପରମିଟ୍, ଅନ୍ତର୍ଜାତୀୟ ଡ୍ରାଇଭିଂ ପରମିଟ୍, କୌଣସି ଆରଟିଓରୁ ଦେଶର କୌଣସି ସ୍ଥାନକୁ ମାଲିକାନା ସ୍ଥାନାନ୍ତରଣ ଅଥବା ପୁନଃ-ପଞ୍ଜିକରଣ ଆଦି ଅନଲାଇନରେ କରିହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି- ଗାଡ଼ି ସମ୍ବନ୍ଧୀୟ କାର୍ଯ୍ୟ ଲାଗି ଯେ କେହିବି ସ୍ୱାଧୀନତାର ସହ ଇଚ୍ଛା ମୁତାବକ ଆରଟିଓ ଅଫିସ୍ ଚୟନ କରିପାରିବେ । ପରିବହନ କାର୍ଯ୍ୟାଳୟ ଆଗରେ ଲମ୍ବା ଧାଡ଼ି ଲାଗିବା ଅତୀତ ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି । 5T କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ବ୍ୟକ୍ତିକୈନ୍ଦ୍ରିକ ସେବା ଅନଲାଇନରେ ଯୋଗାଇ ଦେଉଛନ୍ତି । ଦୈନନ୍ଦିନ ଜୀବନରେ ପରିବହନ ସେକ୍ଟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହାକୁ ପେପରଲେସ୍ ଓ କଣ୍ଟାକ୍ଟଲେସ୍ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏନଆଇସ୍ ପ୍ଲାଟଫର୍ମ ଉପଯୋଗ କରି ଡିଜିଟାଲ୍ ଦସ୍ତଖତ ଓ ସ୍ୱୟଂ ନମ୍ବର ବାହାର କରୁଛି । ଅନଲାଇନରେ କୌଣସି ଆରଟିଓରେ ମାଲିକ ଗାଡ଼ି ପଞ୍ଜିକରଣ କରିପାରେବି । ଏଥିସହ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଉମଙ୍ଗ ଆପରେ ଲର୍ଣ୍ଣର ଲାଇସେନ୍ସ ଉପଲବ୍ଧ କରାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ପରିବହନ ସେବାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ କରିଥିବାରୁ ଅଧିକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଯେ କେହିବି କୌଣସି ସ୍ଥାନରୁ ଗାଡ଼ି କିଣିଲେ । ଡିଲର ଅନଲାଇନରେ ଆପ୍ଲାଏ କରିବେ । କାଗଜପତ୍ର ସ୍କାନ୍ କରି ଅନଲାଇନରେ ଅପଲୋଡ୍ କରିବେ । ଅନଲାଇନରେ ଟ୍ୟାକ୍ସ ଭରିବା ପରେ ସ୍ୱୟଂ ଗାଡ଼ି ପଞ୍ଜିକରଣ ନମ୍ବର ଆସିବ । ଏଥିପାଇଁ କୌଣସି ହାର୍ଡ କପି ଦେବାକୁ ପଡ଼ିବ ନାହିଁ କି ଆରଟିଓ ଅଫିସ୍ ଯିବାକୁ ପଡ଼ିବ ନାହିଁ । ପ୍ରତିବର୍ଷ ହାରାହାରି ୧ କୋଟି ପୃଷ୍ଠା ସେଭ୍ କରାଯାଇ ପାରିବ । ଫଳରେ ବାର୍ଷିକ ୧ ହଜାର ଗଛ ରକ୍ଷା ଯାଇପାରିବ ।

କୋଏଲ ନଦୀରେ ଭାସିଗଲେ ୬ ନାବାଳକ, ୩ ମୃତ

ରାଉରକେଲା: କୋଏଲ ନଦୀ ବୈକୁଣ୍ଠ ଘାଟରେ ବଡ଼ ଅଘଟଣ ଘଟିଛି । ଗାଧୋଉଥିବା ବେଳେ ସେକ୍ଟର-୨୦ ନିକଟରେ ୬ ଜଣ ନାବାଳକ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣ ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅଗ୍ନିଶମ ବାହିନୀ ପକ୍ଷରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର ୩ ନାବାଳକଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଝିରପାଣି ପୋଲିସ ସୂଚନା ଦେଇଛି । ସମସ୍ତ ନାବାଳକଙ୍କ ବୟସ ୧୨ରୁ ୧୫ ବର୍ଷ ହେବ ବୋଲି ଜଣାପଡ଼ିଛି ।

ଅଧିକ ଖବର ପାଇଁ ଦେଖୁଥାନ୍ତୁ- https://nandighoshatv.com/

ବଢ଼ିଲା ମାଟ୍ରିକ୍ ଫର୍ମ ପୂରଣ ଅବଧି, ୧୨ ତାରିଖ ମଧ୍ୟରାତ୍ରୀ ଯାଏ କରିହେବ ଫର୍ମ ପୂରଣ

କଟକ: ମେ’ ୩ ତାରିଖରୁ ଆରମ୍ଭ ହେବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବୋର୍ଡ ସାର୍ଟିଫିକେଟ୍ ପରୀକ୍ଷା । ଦଶମ ଶ୍ରେଣୀ ପରୀକ୍ଷା ଲାଗି ଆଜିଥିଲା ଫର୍ମ ପୂରଣର ଶେଷ ତାରିଖ । ଏହାକୁ ବୋର୍ଡ କର୍ତ୍ତୃପକ୍ଷ ୨ ଦିନ ଲାଗି ବୃଦ୍ଧି କରିଛନ୍ତି । ଆସନ୍ତା ୧୨ ତାରିଖ ଯାଏ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିପାରିବେ ।

BSE Extends Form Filling Date Of Annual HSC Examination

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି । ଫର୍ମ ପୂରଣ ଫେବ୍ରୁଆରୀ ୧୨ ତାରିଖ ମଧ୍ୟରାତ୍ରୀ ଯାଏ ଜାରି ରହିବ । ସ୍କୁଲର ପ୍ରଧାନଶିକ୍ଷକ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରିପାରିବେ । ୧୨ ତାରିଖ ପରେ ପୁଣି ଥରେ ଫର୍ମ ପୂରଣ ଅବଧିକୁ ବୃଦ୍ଧି କରାଯିବ ନାହିଁ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

BSE Extends Form Filling Date Of Annual HSC Examination

ଗତକାଲି ରାଜ୍ୟ ସରକାର ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ମେ’ ମାସରେ ଅନୁଷ୍ଠିତ ହେବାକୁ ଥିବା ବୋର୍ଡ ପରୀକ୍ଷା ଦେବେ ବୋଲି ଘୋଷଣା କରିଥିଲେ ।

କୃଷି ଆଇନକୁ ନେଇ ଲୋକସଭାରେ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବର ଜବାବ ପ୍ରଧାନମନ୍ତ୍ରୀ ଆଜି ଲୋକସଭାରେ ରଖିଛନ୍ତି । ମୋଦି ମହାମାରୀ କରୋନାକୁ ମନେ ପକାଇ କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ‘ଠେଲାୱାଲା, ପ୍ରବାସୀ ଶ୍ରମିକଙ୍କୁ ଟଙ୍କା ଦିଆଯାଇଛି । ଏହା ଆଧାର ଓ ଜନଧନ ପାଇଁ ସମ୍ଭବ ହୋଇଛି । ମନେ ରଖିବା ଦରକାର କେଉଁମାନେ ଆଧାରକୁ ରୋକିବା ଲାଗି ପ୍ରୟାସ କରି କୋର୍ଟ ଯାଇଥିଲେ ।’ କଂଗ୍ରେସକୁ ସମାଲୋଚନା କରି କନଫ୍ୟୁଜ୍ ପାର୍ଟି ବୋଲି ମୋଦି କହିଛନ୍ତି । କଂଗ୍ରେସ ରାଜ୍ୟସଭାରେ ଗୋଟିଏ ମତ ରଖୁଥିବା ବେଳେ ଲୋକସଭାରେ ଆଉ ଗୋଟିଏ ମତ ରଖୁଛି ।

ପିଏମ୍ ମୋଦି କୃଷି ଆଇନକୁ ନେଇ ଏହାକୁ ଐତିହାସିକ କହିଛନ୍ତି । କଂଗ୍ରେସ କୃଷି ଆଇନର (ରଙ୍ଗ)କୁ ନେଇ ଚର୍ଚ୍ଚା କରୁଥିଲା । କଂଗ୍ରେସ ଆଇନର ତଥ୍ୟ ଉପରେ ଆଲୋଚନା କରିଥିଲେ ଭଲ ହୋଇଥାନ୍ତା । ସେମିତି ହୋଇଥିଲେ କୃଷକଙ୍କ ନିକଟରେ ସଠିକ୍ ତଥ୍ୟ ପହଞ୍ଚି ପାରିଥାନ୍ତା । କଂଗ୍ରେସ ନେତା ମନୀଷ ତିୱାରୀଙ୍କୁ ଜବାବ ଦେଇ ମୋଦି କହିଛନ୍ତି- ଭଗବାନଙ୍କ କୃପାରୁ କରୋନାରେ ଦୁନିଆ ଦୋହଲି ଯାଇଥିବା ବେଳେ ଭାରତ ବଞ୍ଚି ଯାଇଛି । କରୋନା କାଳରେ ନର୍ସ ଓ ଡକ୍ଟର ଭଗବାନ ସାଜିଥିଲେ । ଆମ୍ବୁଲାନ୍ସ ଡ୍ରାଇଭର ମଧ୍ୟ ଭଗବାନଙ୍କ ରୂପରେ ଆସିଥିଲେ ।

ପ୍ରଧାନମନ୍ତ୍ରୀ କହିଛନ୍ତି- ‘ଆନ୍ଦୋଳନରତ କୃଷକଙ୍କ ଭାବନାକୁ ସରକାର ଓ ସଂସଦ ଆଦର କରେ । ଏଥିପାଇଁ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଲଗାତାର କୃଷକ ସଂଗଠନ ସହ ଆଲୋଚନା କରୁଛନ୍ତି । ଚର୍ଚ୍ଚା ବେଳେ ମନରେ ଥିବା ଦ୍ୱନ୍ଦ୍ୱ ଦୂର ଲାଗି ପ୍ରୟାସ କରାଯାଇଛି । ଯଦି ଆଇନରେ କିଛି ତ୍ରୁଟି ରହିଛି ଏବଂ ଏହାଦ୍ୱାରା କୃଷକ କ୍ଷତିଗ୍ରସ୍ତ ହେବ ତ ଏଥିରେ ପରିବର୍ତ୍ତନ କରିବାରେ କିଛି ନାହିଁ । ଏହା ଦେଶବାସୀଙ୍କ ପାଇଁ । ଯଦି ଆବଶ୍ୟକତା ପଡ଼େ ଏଥିରେ ପରିବର୍ତ୍ତନ କରାଯିବ ।’

୨ ଲକ୍ଷ ଟଙ୍କା ଲୋଭ ଦେଖାଇ ୩୦ ହଜାର ଟଙ୍କା ଓ ATM ଲୁଟ୍

ଭୁବନେଶ୍ୱର: ଧୋକା ଦେଲା ଧରମ ଭାଇ । ରାଜଧାନୀରେ ଧରମ ଭାଇ ପରିଚୟ ଦେଇ ଯୁବତୀଙ୍କୁ ଠକିଲା ଲୁଟେରା । ରାମ ମନ୍ଦିରରେ ହାତରେ ସୂତା ବାନ୍ଧିଲା, ମିଠା ଖୁଆଇଲା । ତା’ପରେ ଭଉଣୀ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ପଠାଇବ କହି ସ୍କୁଟିରେ ବସାଇ ନେଲା । ଏଣେତେଣେ ବୁଲାଇବା ପରେ ହେଲମେଟ୍ ଚେକିଂ ବାହାନା ଦେଖାଇ ଛୁ’ ମାରିଛି ଲୁଟେରା । ଯୁବତୀଙ୍କ ଭ୍ୟାନିଟ୍ ବ୍ୟାଗ ଲୁଟି ନେଇଛି । ଭ୍ୟାନିଟରେ ୩୦ ହଜାର ଟଙ୍କା, ଏଟିଏମ୍ ଓ ବ୍ୟାଙ୍କ ପାସବୁକ୍ ଥିବା ଯୁବତୀ ଅଭିଯୋଗ କରିଛନ୍ତି ।

Man Posing As Brother, Dupes Woman Of Rs 30,000 In City Bhubaneswar

ସୂଚନା ଅନୁସାରେ, କେହି ଜଣେ ଅଜଣା ଯୁବକ, ଅଭିଯୋଗକାରୀ ଯୁବତୀଙ୍କୁ ଫୋନ୍ କରିଥିଲେ । ଧରମ ଭାଇ ପରିଚୟ ଦେଇ ବାରମ୍ବାର କଥା ହୋଇଥିଲେ ଫୋନରେ । ଆଜି ଭେଟିବା ଲାଗି ରାମ ମନ୍ଦିରକୁ ଆସିଥିଲେ । ସେଠାରେ ଧରମ ଭାଇ ହାତରେ ସୂତା ବାନ୍ଧିବା ସହ ମିଠା ଖୁଆଇ ଦେଇଥିଲେ ଯୁବତୀ । ତା’ପରେ ଯୁବତୀଙ୍କ ସରଳତାର ଫାଇଦା ଉଠାଇ ଥିଲେ ଲୁଟେରା ଜଣଙ୍କ ।

Man Posing As Brother, Dupes Woman Of Rs 30,000 In City Bhubaneswar

ଭଉଣୀ ଆକାଉଣ୍ଟକୁ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରିବେ ବୋଲି କହିଥିଲେ । ରାମ ମନ୍ଦିରରୁ ବାହାରି ଭଉଣୀକୁ ସ୍କୁଟିରେ ବସାଇ ବ୍ୟାଙ୍କକୁ ନେଇ ଯାଉଥିଲେ । ଏଣେତେଣେ ଗଳିକନ୍ଦିରେ ବୁଲାଇବା ପରେ କଳ୍ପନା ଛକ ନିକଟରେ ହେଲମେଟ୍ ଚେକିଂ ହେଉଥିବା କହି ଯୁବତୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇଥିଲେ । ଯୁବତୀଙ୍କ ଭ୍ୟାନିଟ୍ ବ୍ୟାଗ୍ ନେଇ ଦ୍ରୁତଗତିରେ ପଳାଇଥିଲେ । ଭ୍ୟାନିଟ୍ ବ୍ୟାଗରେ ୩୦ ହଜାର ଟଙ୍କା, ଏଟିଏମ୍ ଓ ବ୍ୟାଙ୍କ ପାସବୁକ୍ ଥିବା ଯୁବତୀ ଅଭିଯୋଗ କରିଛନ୍ତି ।

ଖୁବଶୀଘ୍ର ଲାଗୁ ହେବାକୁ ଯାଉଛି ନୂଆ ଲେବର କୋଡ୍: ବଦଳିଯିବ ଆପଣଙ୍କ ଦରମା

0

ନୂଆଦିଲ୍ଲୀ: ଖୁବଶୀଘ୍ର ବଦଳିବାକୁ ଯାଉଛି ଆପଣ ଦରମା। ଆଗକୁ ଆପଣଙ୍କ ଦରମାର ପୂରା ଢାଞ୍ଚା ବଦଳିପାରେ। ବେସିକ୍ ଦରମାରେ ଆଲାଉନସେସ୍ ର କିଛି ଅଂଶ ମଧ୍ୟ ସାମିଲ ହୋଇପାରେ। ୨୦୨୧ ଏପ୍ରିଲ୍ ମାସରୁ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ଆଣିବାକୁ ଯାଉଛି ନୂଆ ଲେବର କୋଡ୍। ଏହି ନୂଆ ଲେବର କୋଡ ଲାଗୁ ହେବାପରେ, ନିଯୁକ୍ତିଦାତା ଆପଣଙ୍କ ଦରମା ପ୍ୟାକେଜ୍ ପୁନଃନିର୍ମାଣ କରିପାରନ୍ତି।

ସୂଚନା ମୁତାବକ  ଯଦି ସରକାର ଏହି ନୂଆ ଲେବର କୋଡ଼ କାର୍ଯ୍ୟକାରୀ କରନ୍ତି, ତେବେ ଆପଣଙ୍କ PF ଅବଦାନ ମଧ୍ୟ ବୃଦ୍ଧି ହେବ । PF ଅବଦାନ ସହିତ, କମ୍ପାନୀଗୁଡିକ ସେମାନଙ୍କର ବେତନ ବୃଦ୍ଧି ବଜେଟର ସମୀକ୍ଷା ବି କରିବାକୁ ପଡ଼ିପାରେ। ଗ୍ରାଚ୍ୟୁଇଟି ଏବଂ ଲିଭ୍ ଏନକାଶମେଣ୍ଟ ପରି ଯୋଜନା ମଧ୍ୟ ବଢ଼ିପାରେ। ତେଣୁ ଏସବୁର ପ୍ରଭାବ ଆପଣଙ୍କ ଟେକ୍ ହୋମ୍ ଦରମାରେ ପଡ଼ିପାରେ।

ଦରମା ଷ୍ଟରକ୍ଚରରେ ବଡ଼ ପରିବର୍ତ୍ତନ

ସୂଚନା ମୁତାବକ ଆସନ୍ତା ଆର୍ଥୀକ ବର୍ଷରୁ ନୂଆ ଦରମା ଢ଼ାଞ୍ଚା ବା ପେ ଷ୍ଟ୍ରକ୍ଚର ଲାଗୁ ହୋଇପାରେ। ନୂଆ ଷ୍ଟ୍ରକ୍ଚର ଆଧାରରେ ଆପଣଙ୍କ ବେସିକ ସାଲାରି କୌଣସି ମତେ ଆପଣଙ୍କ ପୂରା ଦରମାର ୫୦ପ୍ରତିଶତରୁ କମ ହୋଇପାରିବ ନାହିଁ । ଅର୍ଥାତ ଯଦି ଏହି ନୂଆ ଲୋବର କୋଡ ଲାଗୁ ହୁଏ ତେବେ ଏପ୍ରିଲ ୨୦୨୧ରୁ ଆପଣଙ୍କ ଦରମାରେ ବେସିକ୍ ଦରମା ୫୦ କିମ୍ବା ତାଠୁ ଅଧିକ ରଖିବାକୁ ପଡ଼ିବ। ଏପରିହେବାଦ୍ୱାରା ଆପଣଙ୍କ ପିଏଫ କଣ୍ଟ୍ରିବ୍ୟୁଶନ ବି ବଢ଼ିଯିବ। ହେଲେ ଟେକ୍ ହୋମ ଦରମା କମିଯିବ।

ଘାଟିରେ ଦୁର୍ଘଟଣା; ଆମ୍ବୁଲାନ୍ସ ଉପରେ ଚଢ଼ିଗଲା ଟ୍ରକ୍, ରୋଗୀ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଘାଟିରେ ଭୟଙ୍କର ଦୁର୍ଘଟଣା ଘଟିଛି । ରୋଗୀଙ୍କୁ ନେଇ ଯାଉଥିବା ୧୦୮ ଆମ୍ବୁଲାନ୍ସ ଉପରେ ଚଢ଼ି ଯାଇଛି ଟ୍ରକ୍ । ଏଥିରେ ଆମ୍ବୁଲାନ୍ସରେ ଥିବା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ୧୦୮ ଆମ୍ବୁଲାନ୍ସ ରୋଗୀ ଓ ସମ୍ପର୍କୀୟଙ୍କୁ ନେଇ ରାଇରଙ୍ଗପୁର ଚିକିତ୍ସାଳୟରୁ ବାରିପଦା ପିଆରଏମ୍ ମେଡିକାଲ୍ ଯାଉଥିଲା ।

Truck-Ambulance Collation In Bangiriposhi, Patient Dead

ଓଡି ୦୨ ବିଜେ ୯୭୩୯ ନମ୍ବର ବିଶିଷ୍ଟ ଆମ୍ବୁଲାନ୍ସଟି ଉପରେ ବାଙ୍ଗିରିପୋଷି ଘାଟିରେ ଟ୍ରକ୍ ଚଢ଼ି ଯାଇଛି । ଏଥିରେ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିବା ସମ୍ପର୍କୀୟମାନଙ୍କୁ ବାରିପଦା ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ଉତ୍ତରାଖଣ୍ଡ ହିମସ୍ଖଳନରେ ୨ ଓଡ଼ିଆ ନିଖୋଜ

ଆରଡି: ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନ ପରେ ବନ୍ୟାକୁ ବିତିଲାଣି ୩ ଦିନ । ପ୍ରଳୟ ପରେ ଜାରି ରହିଛି ଉଦ୍ଧାର କାର୍ଯ୍ୟ । ସୁଡ଼ଙ୍ଗ ଭିତରେ ଜୀବନ ଖୋଜୁଛନ୍ତି ଯବାନ । ଏବେ ସୁଦ୍ଧା ୩୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୨୦୪ ଜଣ ନିଖୋଜ ଥିବା କୁହାଯାଉଛି । ନିଖୋଜଙ୍କ ମଧ୍ୟରେ ଓଡ଼ିଶାର ୨ ଜଣ ଥିବା ଉତ୍ତରାଖଣ୍ଡ ସରକାର ସୂଚନା ଦେଇଛନ୍ତି ।

2 Odia Missing In Chamoli After Glacier Burst Uttarakhand

୨ ଜଣଙ୍କ ମଧ୍ୟରୁ ଜଣେ ଭଦ୍ରକ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ମୟୂରଭଞ୍ଜ ଜିଲ୍ଲାର । ଭଦ୍ରକ ଚାନ୍ଦବାଲି ବ୍ଲକ କୁଦକାନ୍ଥି ଗାଁର ନାଗାର୍ଜୁନ ଦାସ ନିଖୋଜ ଅଛନ୍ତି । ସେହିଭଳି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଲକ ସାନ୍ତପୁଟିଆର ପର୍ଶୁରାମ ହାଂସଦା ନିଖୋଜ ଅଛନ୍ତି । ଉଭୟ ଋଷିଗଙ୍ଗା ପ୍ରକଳ୍ପରେ କାମ କରୁଥିଲେ । ହିମସ୍ଖଳନ ପରଠାରୁ ଉଭୟଙ୍କ କୌଣସି ଖୋଜ୍ ଖବର ନାହିଁ ।

ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ସେତେଟା ଆଗେଇ ନଥିବା ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର । ଏବେ ଯାଏ ୩୨ଟି ମୃତଦେହ ଉଦ୍ଧାର ହୋଇଥିବା ବେଳେ ୮ ଜଣଙ୍କ ପରିଚୟ ମିଳିଛି । ୨୪ ଜଣଙ୍କ ପରିଚୟ ଖୋଜା ଚାଲିଛି । ମୃତକଙ୍କ ମଧ୍ୟରେ ଉତ୍ତରାଖଣ୍ଡ ପୋଲିସର ୨ କର୍ମଚାରୀ ଅଛନ୍ତି । କେତେ ମୃତ ଓ କେତେ ନିଖୋଜ ସେନେଇ ଠୋସ୍ ତଥ୍ୟ ନଥିବା ବେଳେ ୧୯୨ରୁ ୨୦୪ ଜଣ ଲୋକ ନିକୋଜ ଥିବା ଡିଜିପି କହିଛନ୍ତି ।

ଓସ୍କାର ଦୌଡ଼ରେ ଏଣ୍ଟ୍ରି ମାରିଲା ‘ବିଟୁ’, ବାଦ ପଡ଼ିଲା ‘ଜଲିକଟ୍ଟୁ’

ନୂଆଦିଲ୍ଲୀ:  ଏଣ୍ଟ୍ରି ମାରିଲା କରିସ୍ମା ଦେବ ଦୁବେଙ୍କ ନିର୍ଦ୍ଦେଶିତ ସର୍ଟ୍ଟ ଫିଲ୍ମ ‘ବିଟୁ’। ଏହି ଫିଲ୍ମଟି ଓସ୍କାର ପାଇଁ ଶ୍ରେଷ୍ଠ ୧୦ ତାଲିକାରେ ଅଛି । ଏଥି ସହିତ, ମାଲାୟାଲମ୍ ଚଳଚ୍ଚିତ୍ର ‘ଜଲିକଟ୍ଟୁ’ ବିପୁଳ ସଫଳତା ପାଇବା ପରେ ଓସ୍କାର ଦୌଡ଼ରୁ ବାଦ ପଡ଼ିଛି।

ବିଟ୍ଟୁ’ ଫିଲ୍ମକୁ ଲାଇଭ୍ ଆକ୍ସନ୍ ଶର୍ଟ ଫିଲ୍ମ କ୍ୟାଟେଗୋରୀ ପାଇଁ ଚୟନ କରାଯାଇଛି। ‘ବିଟ୍ଟୁ’ ବ୍ୟତୀତ ଆଉ ୯ଟି ଶର୍ଟ ଫିଲ୍ମ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି। ଖୋଦ୍ ଏକତା କପୁର ଓ ତାହିରା କଶ୍ୟପ୍ ସୋଶାଲ ମିଡିଆରେ ଏହି ଖୁସି ଖବର ଶେଆର୍ କରିଛନ୍ତି। ଏହି ଫିଲ୍ମଟି ‘ଇଣ୍ଡିଆନ୍ ୱିମେନ୍ ରାଇଜିଂ’ ପ୍ରୋଜେକ୍ଟ ଅଧିନରେ ତାହିରା କାଶ୍ୟପ, ଏକତା କପୁର  ଏବଂ ଗୁନିତ ମୋଙ୍ଗାଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି।

ଚଳିତ ବର୍ଷ ଆରମ୍ଭରେ ଫିଲ୍ମ ନିର୍ମାତା ଏକତା କପୁର, ଗୁନୀତ ମୋଙ୍ଗା, ତାହିରା କଶ୍ୟପ୍ ଖୁରାନ୍ନା ଓ ରୁଚିକା କପୁର ‘ଇଣ୍ଡିଆନ୍ ୱିମେନ୍ ରାଇଜିଂ’ ଲଞ୍ଚ କରିଥିଲେ। ନିଜର ପ୍ରଥମ ପ୍ରୋଜେକ୍ଟର ଘୋଷଣା କରିବା ପରେ ପରେ ଏକ ଶର୍ଟ ଫିଲ୍ମ ନିର୍ମାଣ କରିଥିଲେ, ଯାହାର ନାମ ‘ବିଟ୍ଟୁ’ ରଖାଯାଇଛି। ଏହି ଫିଲ୍ମଟି ପାଖାପାଖି ୧୮ଟି ଫିଲ୍ମ ଫେଷ୍ଟିଭାଲରେ ଦେଖାସରିଲାଣି। ଫିଲ୍ମଟି ତା’ର ଦମଦାର କାହାଣୀ ଓ ଅଭିନୟ ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସବୁଠି ଏହା ବେଶ ପ୍ରଶଂସା ମଧ୍ୟ ସାଉଁଟିଛି। ଫିଲ୍ମରେ ଦୁଇଟି ସ୍କୁଲ ପିଲାଙ୍କ କାହାଣୀ ଦେଖାଯାଇଛି।

ଅନ୍ୟପଟେ ମାଲାୟଲମ ଫିଲ୍ମ ‘ଜଲି କଟ୍ଟୁ’ ପ୍ରଥମେ ୨୦୧୯ ସେପ୍ଟେମ୍ବର ୬ରେ ଟରୋଣ୍ଟୋ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା, ଯେଉଁଠାରେ ଏହା ଅନେକ ପ୍ରଶଂସା ସାଉଁଟିଥିଲା। ଏହା ପରେ ଫିଲ୍ମଟି  ୨୦୧୯ ଅକ୍ଟୋବର ୪ରେ କେରଳରେ ରିଲିଜ୍ ହୋଇଥିଲା। ଏହି ଚଳଚ୍ଚିତ୍ରଟି ବୁସାନ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ମଧ୍ୟ ପ୍ରଦର୍ଶିତ ହୋଇଥିଲା। । ଏହା ବ୍ୟତୀତ ଫିଲ୍ମଟି ଅନେକ ଗୁଡ଼ିଏ ପୁରସ୍କାର ମଧ୍ୟ ପାଇଛି।