spot_img
Home Blog Page 5999

ଭୁବନେଶ୍ୱରରେ ମୁଣ୍ଡବିହୀନ ଶବ ମିଳିବା ଘଟଣା, ମିଳିଲା ମୃତ ମହିଳାଙ୍କ ପରିଚୟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆରୁ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ଏବେ ପୋଲିସକୁ ମୃତ ମହିଳାଙ୍କ ପରିଚୟ ମିଳିଛି। ମହିଳାଙ୍କ ଡିଜିଟାଲ୍ ଫିଙ୍ଗର ପ୍ରିଣ୍ଟରୁ ପରିଚୟ ମିଳିଛି । ମୃତ ମହିଳା ଭୁବନେଶ୍ୱରର ବୋଲି ଜଣାପଡିଛି ।

ଆଜି ପ୍ରେସମିଟରେ କମିଶନରେଟ୍ ପୋଲିସ ଏନେଇ ଖୁଲାସା କରିବେ ବୋଲି ଜଣାପଡିଛି । ଭୁବନେଶ୍ୱରଠୁ ୪୦-୫୦କିମି ଦୂରରେ ମହିଳାଙ୍କୁ ହତ୍ୟାକରି ଅନ୍ଧାରୁଆ-ଦାସପୁର ରାସ୍ତାରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି । ପରିଚୟ ଲୁଚାଇବା ପାଇଁ ହତ୍ୟାକାରୀ ମୁଣ୍ଡକୁ ଅନ୍ୟତ୍ର ଫିଙ୍ଗିଥିଲା । ସପ୍ତାହ ତଳେ ଅନ୍ଧାରୁଆ-ଦାସପୁର ରାସ୍ତାକଡ଼ ବୁଦାରୁ ମିଳିଥିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ।

ମହିଳାଙ୍କ ପରିଚୟ ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଡିଜିଟାଇଜେସନ୍‌ ଦ୍ୱାରା ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିଲା । ସେହିଭଳି ବିଭିନ୍ନ ସ୍ଥାନରେ ପୋଷ୍ଟର ମଧ୍ୟ ଲଗାଇଥିଲା ପୋଲିସ ।

ସୂଚନାଯୋଗ୍ୟ, ନିକଟରେ ସମ୍ପୃକ୍ତ ମହିଳାଙ୍କ ପରିଚୟ ପାଇବା ଲାଗି ଭୁବନେଶ୍ୱର ଆଖପାଖ ଅଞ୍ଚଳ ଓ ଜିଲ୍ଲାରେ ମଧ୍ୟ ପୋଷ୍ଟର ଲଗାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ପୋଷ୍ଟରରେ ମହିଳାଙ୍କ ଉଚ୍ଚତା, ବୟସ, ଡ୍ରେସ, ଟାଟୁର ଚିହ୍ନ ରହିଛି । ସେପଟେ ପଡୋଶୀ ରାଜ୍ୟ ବିହାର, ଝାଡ଼ଖଣ୍ଡ ସମେତ ଅନ୍ୟାନ ରାଜ୍ୟକୁ ମଧ୍ୟ ତଥ୍ୟ ପଠାଇଛି ପୋଲିସ । ସାଇଣ୍ଟଫିକ ଓ ଡଗ ସ୍କ୍ୱାଡ୍ ସନ୍ଦେହୀ ଆଖିରେ ଓଡିଶା ବାୟୋଟେକ ପାର୍କର ଶ୍ରମିକ ରହିଛନ୍ତି । କାରଣ ଶ୍ରମିକଙ୍କ ଘରୁ ମିଳିଥିବା ଛୁରୀର ଅବିକଳ ଛୁରୀ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିଲା ବୋଲି ପୋଲିସ ସୁତ୍ରରୁ ପ୍ରକାଶ।

କରୋନା ଭୂତାଣୁ ପ୍ରତିହତ କରିବାରେ କୋଭିସିଲ୍ଡ ଅଧିକ ପ୍ରଭାବଶାଳୀ

ନୂଆଦିଲ୍ଲୀ: ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ପ୍ରସ୍ତୁତ କରିଥିବା କରୋନା ଟିକାର ବ୍ୟାପକ ବ୍ୟବହାର ପାଇଁ ଅନୁମତି ମିଳିଛି। ଅକ୍ସଫୋର୍ଡ ଟିକା କୋଭିସିଲ୍ଡ କରୋନା ଭୂତାଣୁ ପ୍ରତିହତ କରିବା କ୍ଷେତ୍ରରେ ଅଧିକ ପ୍ରଭାବଶାଳୀ ଓ ସୁରକ୍ଷିତ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ।

ତେଣୁ ଏହାର ବ୍ୟାପକ ବ୍ୟବହାର କରିବାକୁ ଅନୁମତି ଦେଇଛି WHO (ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ)। କରୋନାର ସାଉଥ୍ ଆଫ୍ରିକା ଷ୍ଟ୍ରେନ ଉପରେ କୋଭିସିଲ୍ଡର ପ୍ରଭାବ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ମାତ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞ ଦଳ ଏହାକୁ ସୁରକ୍ଷିତ ଓ ପ୍ରଭାବଶାଳୀ ଦର୍ଶାଇଛନ୍ତି ।

ଏହାସହ ଯେଉଁ ଯେଉଁ ଦେଶରେ ସାଉଥ୍ ଆଫ୍ରିକା ଷ୍ଟ୍ରେନ ଦ୍ୱାରା ଲୋକମାନେ ପ୍ରଭାବିତ ହୋଇଛନ୍ତି, ସେଠାରେ କୋଭିସିଲ୍ଡକୁ ବହୁଳ ବ୍ୟବହାର କରାଯିବା ଆବଶ୍ୟକ । ଏହାଛଡ଼ା ଏହି ଟିକା ୬୫ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ କ୍ଷେତ୍ରରେ ମଧ୍ୟ ଏହା ପ୍ରଭାବଶାଳୀ ବୋଲି ଷ୍ଟ୍ରାଟେଜିକ୍ ଆଡଭାଇଜରୀ ଗ୍ରୁପ ଅଫ୍ଏକ୍ସଫର୍ଟ୍ସ ଅନ୍ ଇମୁନାଇଜେଶନ ପକ୍ଷରୁ କୁହାଯାଇଛି ।

Oxford's Covishield gets emergency use approval in India

ଉଲ୍ଲେଖଯୋଗ୍ୟ, ଗତ ଫେବୃଆରୀ ୭ ତାରିଖରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଭାରତର ସେରମ୍ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଇଥିବା ଏହି ଟିକା  ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଥିବା ଅକ୍ସଫୋର୍ଡ ୟୁନିଭର୍ସିଟି ପ୍ରକାଶ କରିଥିଲା। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର କହିବା ମୁତାବକ, କୋଭିସିଲ୍ଡ ଟିକା କରୋନାର ମୂଳ ଭୂତାଣୁ ଓ ବ୍ରିଟେନ୍ ଷ୍ଟ୍ରେନ୍ ବିରୋଧରେ ସମାନ ଭାବେ ପ୍ରଭାବଶାଳୀ। ବ୍ରିଟେନରେ ଠାବ ହୋଇଥିବା କରୋନାର ନୂଆ ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ ଟିକା ସକ୍ଷମ ବୋଲି ଟିକା ପରୀକ୍ଷଣ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ପ୍ରଫେସର ପୋଲାର୍ଡ ସୂଚନା ଦେଇଥିଲେ।

ଅନ୍ୟପଟେ ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର କରୋନା ଷ୍ଟ୍ରେନ୍ ବିରୋଧରେ ଲଢ଼ିବାକୁ କୋଭିସିଲ୍ଡ କେତେ ପ୍ରଭାବଶାଳୀ ଜାଣିବାକୁ ବିଶେଷଜ୍ଞମାନେ ଗବେଷଣା ଜାରି ରଖିଥିଲେ।

ହିଞ୍ଜିଳିକାଟୁରେ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ: ଗଞ୍ଜାମର ହିଞ୍ଜିଳିକାଟୁରେ ଗୁରୁବାର ଦିନ ଅନେକ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଧ୍ୟା ୫ଟାରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ଜରିଆରେ ପ୍ରକଳ୍ପର ଉଦଘାଟନ କରିବେ।

Naveen Patnaik Best Popular CM Of India Survey

୩ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଇଥିବା ହିଞ୍ଜିଳିକାଟୁର ନୂଆ ବସ ଟର୍ମିନାଲ, ବରିଷ୍ଠ ନାଗରିକଙ୍କ ପାଇଁ ଚିତ୍ତୋ ବିନୋଦନ କେନ୍ଦ୍ର, ପୌର ପରିଷଦ ଅତିଥି ଭବନ, ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଶୀତଳ ଭଣ୍ଡାର, ଆର୍.ଏମ.ସି ମାର୍କେଟ କମ୍ପ୍ଲେକ୍ସ, ୧୩ କୋଟି ବ୍ୟୟରେ ନିର୍ମିତ ଉପଖଣ୍ଡ ଚିକିତ୍ସାଳୟର ନୂତନ କୋଠା ଉଦଘାଟନ କାର୍ଯ୍ୟକ୍ରମ ରହିଛି । ତେବେ ଏଠାରେ ପାଖାପାଖି ୩୦ କୋଟି ଟଙ୍କା ବ୍ୟୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

Naveen Writes All Mp And MLA To Adopt Govt School

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋଟିଆରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଥିଳେ ମୁଖ୍ୟମନ୍ତ୍ରୀ । ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚ କ୍ଷମତା ସମ୍ପନ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଥିଲା ।

ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ପଛକୁ ଫେରିଲେ ଭାରତ-ଚୀନ ସେନା

ନୂଆଦିଲ୍ଲୀ: ଅନେକ ଦିନ ପରେ ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା ସୀମା ବିବାଦ ଥମିବାରେ ଲାଗିଛି । ପ୍ରଥମଥର ପାଇଁ ପାଙ୍ଗୋଙ୍ଗ ହ୍ରଦର ଫିଙ୍ଗର ୪ରୁ ଉଭୟ ଦେଶ ନିଜ ନିଜର ସେନା ପଛକୁ ହଟାଇଛନ୍ତି । ଉଭୟ ଦେଶ ମଧ୍ୟରେ ୯ମ ରାଉଣ୍ଡ ବୈଠକ ବେଳେ ଏପରି ବୁଝାମଣା ହୋଇଥିଲା ।

ସୂଚନା ଅନୁଯାୟୀ, ବୁଝାମଣାକୁ ସମ୍ମାନ ଜଣାଇ ଉଭୟ ଦେଶ ଏଭଳି ପଦକ୍ଷେପ ନେଇଛନ୍ତି । ଚାଇନା ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ସେନା ପ୍ରତ୍ୟାହାର ନେଇ ସୂଚନା ଦେଇଛନ୍ତି । ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ଉଭୟ ଦେଶ ସେନା ମୁତୟନ କରିଥିଲେ। କିନ୍ତୁ ଗତକାଲି ଠାରୁ ଏମାନେ ପଛକୁ ହଟିବା ଆରମ୍ଭ କରିଛନ୍ତି ।

ଚାଇନାର ଯବାନମାନେ ଫିଙ୍ଗର ୮କୁ ଯିବେ । ଭାରତୀୟ ସେନା ଧାନ ସିଂହ ଥାପ୍ପା ପୋଷ୍ଟକୁ ଆସିବେ । ଏହା ଫିଙ୍ଗର ୨ ଓ ୩ ମଧ୍ୟରେ ରହିଛି । ଫିଙ୍ଗର ୪ ଯାଏ ଭାରତ କିମ୍ବା ଚାଇନା କେବେ ହେଲେ ନିଜର ପ୍ୟାଟ୍ରୋଲିଂ ଗାଡ଼ିକୁ ନେବେନାହିଁ ।

ସେହିପରି ଉଭୟ ଦେଶ ଫିଙ୍ଗର ୪ ନିକଟରେ ମୁତୟନ କରିଥିବା ଟ୍ୟାଙ୍କ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରକୁ ବି ପଛକୁ ନେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ସୀମା ବିବାଦ ସହ ସେଠାରେ ନିର୍ମାଣ କାମ କରିବା ସହ ଟ୍ୟାଙ୍କ ମୁତୟନ କରିଥିଲା ଚୀନ୍‌ । ଯାହାକୁ ଭାରତ ଜୋରଦାର ବିରୋଧ କରିଥିଲା ।

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଚ୍ୟାଲେଞ୍ଜ, ସୁପ୍ରିମକୋର୍ଟ ଗଲେ ଓଡ଼ିଶା ସରକାର

ନୂଆଦିଲ୍ଲୀ: କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ଚ୍ୟାଲେଞ୍ଜ କରିଛି ଓଡ଼ିଶା । ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସ୍ଥିତାବସ୍ଥା ଜାରି ରଖିବା ପାଇଁ ମାମଲା ହୋଇଛି । ଓଡ଼ିଶା ସରକାରଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମିଶ୍ର ମାମଲା ରୁଜୁ କରିଛନ୍ତି ।

AP Panchayat Vote On Kotia, Odisha Govt. Knocked SC Door

୨୦୦୬ରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଅବମାନନା କରାଯାଇଥିବା ଅଭିଯୋଗ କରିଛି ଓଡ଼ିଶା । ମାମଲାରେ ପକ୍ଷଭୁକ୍ତ ହୋଇଛନ୍ତି ଆନ୍ଧ୍ରର ମୁଖ୍ୟ ଶାସନ ସଚିବ । ଆନ୍ଧ୍ର ବିରୋଧରେ କାହିଁକି ଅବମାନନା ମାମଲା ରୁଜୁ ହୋଇଛି ସେନେଇ ଓଡ଼ିଶା ବସ୍ତୃତ ତଥ୍ୟ ରଖିଛି ।

ପ୍ରଶାନ୍ତ ମହାସାଗରରେ ୭.୭ ତୀବ୍ରତାର ଭୂମିକମ୍ପ, ନ୍ୟୁଜିଲାଣ୍ଡରୁ ଇଣ୍ଡୋନେସିଆ ଯାଏ ପ୍ରଭାବ

ନୂଆଦିଲ୍ଲୀ: ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହେବା ପରେ ସୁନାମୀ ନେଇ ଆଲର୍ଟ ଜାରି ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୭ ରେକର୍ଡ ହୋଇଛି । ଆମେରିକା ଭୂ-ବୈଜ୍ଞାନିକ ଏଜେନ୍ସି ଅନୁସାରେ- ଲୋୟାଲ୍ଟି ଦ୍ୱୀପ ସମୂହ ଠାରୁ ୬ ମାଇଲ୍ ଦକ୍ଷିଣ-ପୂର୍ବ ଗଭୀର ୭.୭ ତୀବ୍ରତା ଭୂମିକମ୍ପର କେନ୍ଦ୍ରସ୍ଥଳ । ଏହାର ପ୍ରଭାବ ନ୍ୟୁଜିଲାଣ୍ଡ ଠାରୁ ନେଇ ଇଣ୍ଡୋନେସିଆରେ ଅନୁଭୂତ ହୋଇଛି ।

Powerful Undersea Quake Hits North Of New Zealand TSunami Warnings

ଆମେରିକା ସୁନାମୀ ୱାର୍ଣ୍ଣିଂ ସେଣ୍ଟର ନ୍ୟୁଜିଲାଣ୍ଡ, ବନୁଆତୁ, ଫିଜି ସହ ପ୍ରଶାନ୍ତ ମହାସାଗରରେ ଥିବା ଅନ୍ୟ ଦ୍ୱୀପଗୁଡ଼ିକୁ ଚେତାବନୀ ଜାରି କରିଛି । ମହାସାଗରର ଚର୍ତୁପାର୍ଶ୍ୱରେ ଭୂକମ୍ପୀୟ ଦୋଷ ଲାଇନ୍ ଏକ ଘୋଡ଼ାର ନାଲ ଆକାରରେ ରହିଛି । ସୂଚନା ଅନୁସାରେ, ଏବେ ଯାଏ ସେଭଳି କିଛି କ୍ଷତି ହୋଇନାହିଁ ।

Powerful Undersea Quake Hits North Of New Zealand TSunami Warnings

ଅନ୍ୟପଟେ ଅଷ୍ଟ୍ରେଲିଆରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି । ଅଷ୍ଟ୍ରେଲିଆ ମୌସମ ଏଜେନ୍ସି ମଧ୍ୟ ଦକ୍ଷିଣ ପ୍ରଶାନ୍ତ ମହାସାଗରରେ ଭୂମିକମ୍ପ ଯୋଗୁଁ ସୁନାମୀ ଆସୁଥିବା ଖବର ଦେଇଛି । ତେବେ, ଅଷ୍ଟ୍ରେଲିଆ ପ୍ରତି ସୁନାମୀ ବିପଦ ନଥିବା କହିଛି ସ୍ଥାନୀୟ ପାଣିପାଗ ସଂସ୍ଥା ।

ହିମାଳୟ ପାଦ ଦେଶରେ ଶୀତକାଳୀନ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା

ଧର୍ମଶାଳା: ଘଞ୍ଚ ଅରଣ୍ୟ ସବୁଜ ବନାନୀ, ପଛକୁ ରହିଛି ବିସ୍ତୀର୍ଣ୍ଣ ବରଫ ପାହାଡ଼ । ପ୍ରକୃତିର ଏଭଳି ମନୋରମ ପରିବେଶ ହିମାଚଳ ପ୍ରଦେଶର ହିମାଳୟ ପାଦ ଦେଶ । ହିମାଚଳର କାଙ୍ଗଡ଼ା ଜିଲ୍ଲାର ଭାଗସୁନାଗର ପ୍ରାକୃତିକ ପରିବେଶରେ ଶୀତକାଳୀନ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା ଉଦଘାଟିତ ହୋଇଛି । ପ୍ରକୃତି କୋଳରେ ଚିତ୍ରଶିଳ୍ପୀ ଆଙ୍କୁଛନ୍ତି ଭଳିକି ଭଳି ଛବି । ତୂଳୀରେ ବିଶ୍ୱନିୟନ୍ତା ଜଗନ୍ନାଥଙ୍କ ଠାରୁ ଆରମ୍ଭ କରି ସାଧୁସନ୍ଥ ଆଉ ପ୍ରକୃତିର ବିସ୍ମୟକର ଛବି ସବୁ ଅଙ୍କିତ ହୋଇଛି ।

Winter Artist Camp And Workshop 2021 In Foothills Of Himalaya

ବୁଧବାର ଠାରୁ ଆରମ୍ଭ ହୋଇଥିବା ଶୀତକାଳୀନ ଜାତୀୟ ଚିତ୍ରଶିଳ୍ପୀ କର୍ମଶାଳା ୧୩ ତାରିଖ ଯାଏ ୪ ଦିନ ଧରି ଚାଲିବ । ଏଥିରେ ଦେଶର ବିଭିନ୍ନ ପ୍ରାନ୍ତରୁ ୧୮ ଜଣ ଜଣାଶୁଣା ଚିତ୍ରଶିଳ୍ପୀ ଯୋଗ ଦଇଛନ୍ତି । ଭାଗସୁନାଗ ସହ କାଙ୍ଗଡ଼ା, ଡେଲହାଉସ୍ ଓ ଖାଜିରାର ପ୍ରାକୃତିକ ମନୋରମ ପରିବେଶ କୋଳରେ ଛବି ଆଙ୍କିବେ ଚିତ୍ରଶିଳ୍ପୀ । ପ୍ରଥମ ଦିନରେ ପ୍ରକୃତିର କୋଳରେ ଅଙ୍କିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚିତ୍ରକଳା ବେଶ ନିଆରା ହୋଇଛି । ତୂଳୀରେ ଓଡ଼ିଶାର କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଛି ହିମାଳୟର ପାଦଦେଶରେ ।

Winter Artist Camp And Workshop 2021 In Foothills Of Himalaya

ଭାଗସୁନାଗ ଠାରେ କର୍ମଶାଳାକୁ କାଙ୍ଗଡ଼ା ସଂଗ୍ରାହଳୟର ବରିଷ୍ଠ ଚିତ୍ରଶିଳ୍ପୀ ଧନୀରାମ୍ ଖୁସଦୀଲ୍ ଏବଂ ପ୍ରଖାତ ଓଡ଼ିଶୀ ନୃତ୍ୟଶିଳ୍ପୀ କୁମାର ଭୀମସେନ୍ ଓ ବାଲେଶ୍ୱରର ବରିଷ୍ଠ ଚିତ୍ରଶିଳ୍ପୀ ରାଜବଲ୍ଲଭ ସାହୁ ଉଦଘାଟନ କରିଛନ୍ତି । ଏଥିରେ ନୂଆଦିଲ୍ଲୀ, କୋଲକାତା, ଜାମସେଦପୁର, ଗ୍ୱାଲିୟର୍, ରାଜସ୍ଥାନ, ଓଡ଼ିଶା ଓ ହିମାଚଳ ପ୍ରଦେଶରୁ ୧୮ ଜଣ ଚିତ୍ରଶିଳ୍ପୀ  ଯୋଗ ଦେଇଛନ୍ତି । ଜଳେଶ୍ୱର ଆର୍ଟ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି କର୍ମଶାଳାର ଉଦ୍ଦେଶ୍ୟ ପ୍ରକୃତି ଓ ଶ୍ରୀଜଗନ୍ନାଥଙ୍କୁ ଋଦ୍ଧିମନ୍ତ କରିବା । ଜଳେଶ୍ୱର ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ସମ୍ପାଦକ ମୁକ୍ତିପଦ ନନ୍ଦି ଓ ଅରବିନ୍ଦ କର କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

ଫିଙ୍ଗର ପ୍ରିଣ୍ଟ କହିବ ମୁଣ୍ଡବିହୀନ ଶବ କାହାର ?

ଭୁବନେଶ୍ୱର: ସାତ ଦିନ ପରେ ବି ସତ ଖୋଜୁଛି ପୋଲିସ । ଏବେବି ଅନ୍ଧାରରେ ଅନ୍ଧାରୁଆ-ଦାସପୁରରୁ ମହିଳାଙ୍କ ମୁଣ୍ଡବିହୀନ ଶବ ଉଦ୍ଧାର ଘଟଣା । ନା ପୋଲିସକୁ ମହିଳାଙ୍କ ପରିଚୟ ମିଳିଛି ନା କଟାମୁଣ୍ଡ । ପରିଚୟ ଜାଣିବା ପାଇଁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ କରିବାକୁ ଡିଜିଟାଇଜେସନ୍‌ ଦ୍ୱାରା ମହିଳାଙ୍କର ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଛି । ଏପରିକି ଏନସିଆରବି ଡାଟା ସହ ମ୍ୟାଚିଂ କରିବାକୁ ଯୋଜନା କରିଛି । ଏଥିସହ ମହିଳାଙ୍କ ପୋଷ୍ଟର ମରା ଅଭିଯାନ ଜୋରଦାର କରିଛି ପୋଲିସ ।

Commissionerate Police Collected Headless Body’s Finger Print To Identify Of Woman

ବିତିଲାଣି ସାତ ଦିନ, ୧୬୮ ଘଣ୍ଟା। ଏଯାଏଁ ମୁଣ୍ଡବିହୀନ ଶବ ଘଟଣାରୁ ହଟୁନି ପରଦା । ମହିଳାଙ୍କ ମୁଣ୍ଡ କି ପରିଚୟ ପାଉନି କମିଶନରେଟ ପୋଲିସ । ଅନ୍ଧାରୁଆରେ ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ । ମହିଳାଙ୍କ ପରିଚୟ ଖୋଜିବାକୁ ଫିଙ୍ଗରପ୍ରିଣ୍ଟ ମ୍ୟାଚିଂ ପାଇଁ ଡିଜିଟାଇଜ୍ ଦ୍ୱାରା ମହିଳାଙ୍କର ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରିଛି ପୋଲିସ । SCRBର ଫିଙ୍ଗର ପ୍ରିଣ୍ଟ ଡାଟା ବ୍ୟାଙ୍କକୁ ସାମ୍ପୁଲ ପଠାଯାଇଛି । କୌଣସି ମାମଲାରେ କାଳେ ମହିଳାଙ୍କ ଫିଙ୍ଗର ପ୍ରିଣ୍ଟ ଥିବ । କୌଣସି ଅପରାଧୀ ଲିଙ୍କ୍ ଓ ଦେହଜୀବୀ ହୋଇଥିଲେ, ଫିଙ୍ଗର ପ୍ରିଣ୍ଟ ମେଳ କରି ମହିଳାଙ୍କ ପରିଚୟ ମିଳିପାରେ ବୋଲି ପୋଲିସ ସନ୍ଦେହ କରିଛି । କେବଳ ସେତିକି ନୁହେଁ ଏନସିଆରବି ପାଖରେ ଥିବା ଫିଙ୍ଗରପ୍ରିଣ୍ଟ ମ୍ୟାଚ୍‌ କରିବାକୁ ଯୋଜନା କରାଯାଉଛି । ମହିଳାଙ୍କ ବିଷୟରେ ଏନସିଆରବିରେ ପୂର୍ବରୁ ତଥ୍ୟ ଥିଲେ ପରିଚୟ ମିଳିପାରେ ବୋଲି ପୋଲିସ ଅନୁମାନ କରୁଛି ।

Commissionerate Police Collected Headless Body’s Finger Print To Identify Of Woman

ମହିଳାଙ୍କ ବାବଦରେ ପୋଷ୍ଟର ମାରିବା ପରେ ଏଯାଏ ୨୦ଟି ଫୋନ କଲ୍ ଆସିଛି । କିଛି ଲୋକ ଆସି ଦେଖିକି ଯାଇଛନ୍ତି, ତେବେ କିଛି ମେଳ ଖାଉନି । ସେପଟେ ମହିଳାଙ୍କ ମୃତଦେହକୁ ଆହୁରି ୭ ଦିନ ରଖାଯିବ । ସାଇଣ୍ଟଫିକ୍ ତଦନ୍ତ ପାଇଁ ମହିଳା ମୃତଦେହକୁ ପୋଡ଼ିବା ବଦଳରେ କୌଣସି ଏକ ସ୍ଥାନରେ ପୋତି ଦିଆଯିବ । ସେପଟେ ମହିଳାଙ୍କ ବାବଦରେ ତଥ୍ୟ ସଂଗ୍ରହକୁ ଆହୁରି ବ୍ୟାପକ କରିବା ପାଇଁ ୬ଟି ଜୋନ୍ ଏସିପିଙ୍କୁ ୧୨ଶହ ପୋଷ୍ଟର ଦିଆଯାଇଛି । ପୋଷ୍ଟର ଗୁଡ଼ିକ ବିଭିନ୍ନ ବସ୍ତି ଓ ପଡ଼ୋଶୀ ଥାନାକୁ ବଣ୍ଟନ କରାଯିବ ବୋଲି ଡିସିପି କହିଛନ୍ତି ।

ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁରେ ବିଜେଡିର କାର୍ଯ୍ୟାଳୟ ଉଦଘାଟିତ

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଉଦଘାଟିତ ହୋଇଛି । ବାଲୁଗାଁରେ ଦଳର କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ) ମାନସ ମଙ୍ଗରାଜ ।

Manas Mangaraj Inaugurated BJD Office In Balugaon

ଏହି କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂ, ପୂର୍ବତନ ବ୍ଲକ ଅଧ୍ୟ୍ୟକ୍ଷ ମାନସ ପ୍ରଧାନ ଓ ପୂର୍ବତନ ବ୍ଲକ ଅଧ୍ୟକ୍ଷ୍ୟ ଅଶ୍ୱନୀ ସେଣ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ତିନିଗୋଟି ପୁସ୍ତକର ଲୋକାର୍ପଣ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ତିନିଗୋଟି ପୁସ୍ତକ ଲୋକାର୍ପଣ କରିଛନ୍ତି । ଏଥିମଧ୍ୟରେ ରହିଛି ସହକାରୀ ଆୟକର ଆୟୁକ୍ତ ଦୁର୍ଗାପ୍ରସାଦ ମହାପାତ୍ରଙ୍କ ୨ଟି କବିତା ସଂକଳନ ‘ସଜ ତୁଳସୀ’ ଓ ‘ଅସଜଡ଼ା ପାଖୁଡା’ । ଏହି ୨ଟି କବିତା ସଂକଳନରେ କବିସତ୍ତାର ମୌଳିକତା ଅତି ସୁନ୍ଦର ଭାବରେ ପ୍ରସ୍ଫୁଟିତ ହୋଇପାରିଛି ।

ସେହିପରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଅଧ୍ୟାପିକା ଇପ୍ସିତା ଷଡ଼ଙ୍ଗୀଙ୍କ ଦ୍ୱାରା ଓଡ଼ିଆରେ ଅନୁବାଦିତ ତଥା ଅନନ୍ତିନୀ ଝୁମ୍ପା ମିଶ୍ରଙ୍କ ମୂଳ ଇଂରାଜୀ ରଚନା ‘ମ୍ୟାନ ହଟ୍ଟନରୁ ମୁନ୍ନାର’ ଉପନ୍ୟାସଟିକୁ ମଧ୍ୟ ଲୋକାର୍ପଣ କରିଥିଲେ ।

ଅନନ୍ତିନୀ ଝୁମ୍ପା ମିଶ୍ର ଜଣେ ପ୍ରତିଭାସମ୍ପନ୍ନ ଶିଶୁ ଲେଖିକା । ଅଳ୍ପ ବୟସରେ ଅନେକ ଉଚ୍ଚକୋଟୀର ସାହିତ୍ୟ ସୃଷ୍ଟି କରି ସେ ପ୍ରଶଂସିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କବି ଦୁର୍ଗାପ୍ରସାଦ ମହାପାତ୍ର ଓ ଅନନ୍ତିନୀ ଝୁମ୍ପା ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ ।