୨ ଦିନ ହେବ ନିଖୋଜ ଥିବା ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତନାଖନା ଜାରି

ଭୁବନେଶ୍ୱର: କଟକରେ ନିଖୋଜ, ଭୁବନେଶ୍ୱରରେ ମୃତ୍ୟୁ । ସହିଦନଗର ଅଂଚଳର ଏକ ହୋଟେଲରୁ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ହେଉଛନ୍ତି କଟକର ଅଭିଷେକ ନାୟକ । ଗତ ୨ ଦିନ ହେଲା ଅଭିଷେକ ନିଖୋଜ ଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ତଦନ୍ତ ଜାରି ରଖିଛି ସହିଦନଗର ଥାନା ପୋଲିସ । ଶବ ବ୍ୟବଚ୍ଛେଦ ପାଇଁ ଯୁବକଙ୍କ ମୃତ ଦେହକୁ କ୍ୟାପିଟାଲ ହସ୍ପିଟାଲରେ ରଖାଯାଇଛି ।

ତେବେ ଏଠାରେ ବଡ଼ ପ୍ରଶ୍ନ ହେଉଛି ଯେ ଯୁବକ ଜଣଙ୍କ ନିଜେ ଭୁବନେଶ୍ୱର ଆସିଥିଲେ ନା ତାଙ୍କୁ କେହି ନେଇ ଆସିଥିଲେ । ପୋଲିସ ହୋଟେଲର ସିସିଟିଭ ଫୁଟେଜ ଯାଞ୍ଚ କରିବା ସହ ସେ ହୋଟେଲରେ କେଉଁ ନାଁରେ ରେଜିଷ୍ଟର କରିଥିଲେ ଏବଂ ତାଙ୍କ ସହ ଆଉ କିଏ ଆସିଥିଲେ, ସେସବୁର ଯାଞ୍ଚ କରିବ ପୋଲିସ ।

ଯୁବକ ନିଖୋଜ ହେବାର ୨ ଦିନ ପରେ ପରିବାର ଲୋକ କଟକ ସଦର ଥାନାରେ ନିଖୋଜ ହେବାର ଏତଲା ଦେଇଥିଲେ । ଯୁବକଙ୍କଙ୍କ କାହା ସହ ଶତୃତା ଥିଲା ସେସବୁ ଦିଗକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Leave a Reply