TTPS ନେଇ ଚିନ୍ତା ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶକ୍ତି ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କୁ ଲେଖିଲେ ଚିଠି

1 min read

ଭୁବନେଶ୍ୱର: ଧାର୍ଯ୍ୟ ଅବଧି ପୂର୍ବରୁ ବନ୍ଦ ହୋଇଯାଇଥିବା ତାଳଚେର ଥର୍ମାଲ ପାୱାର ଷ୍ଟେସନକୁ ନେଇ ଚିନ୍ତା ଲାଗି ରହିଥିବାବେଳେ ସେପଟେ ଷ୍ଟେସନର ସଂପ୍ରସାରଣ ନେଇ କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର କେ ସିଂହଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୀଘ୍ର ଏନଟିପିସି ଷ୍ଟେଜ-ଥ୍ରୀ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ସେ କେନ୍ଦ୍ର ମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । NTPC ଷ୍ଟେଜ୍ ଥ୍ରୀ ପ୍ରକଳ୍ପର ସଂପ୍ରସାରଣ କରିବାକୁ ସେ ନିବେଦନ କରିଛନ୍ତି । ଯାହାଦ୍ୱାରା ୧୩୨୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହୋଇପାରିବ ।

TTPS ହେଉଛି NTPC ଷ୍ଟେଜ୍-ଥ୍ରୀର ପ୍ରକଳ୍ପ । ଏଥିରେ ୬୬୦ ମେଗାୱାଟର ୨ଟି ୟୁନିଟ୍ ସ୍ଥାପନ ସହିତ ଷ୍ଟେସନର ଦକ୍ଷତା ବୃଦ୍ଧି ହେଉ । ୨୦୧୦ରୁ ଏହି ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ଦେଇଥିଲା ରାଜ୍ୟ । ହେଲେ ଏଯାଏଁ ଏହା କାର୍ଯ୍ୟକାରୀ ହୋଇନଥିବାରୁ ମୁଖ୍ୟମନ୍ତ୍ରୀ ଚିନ୍ତା ପ୍ରକଟ କରିଛନ୍ତି । ରାଜ୍ୟ ସରକାର TTPS ଷ୍ଟେଜ- ଥ୍ରୀ ପ୍ରକଳ୍ପକୁ ଅନୁମୋଦନ ଦେଇସାରିଛନ୍ତି । ଏହାକୁ NTPC କାର୍ଯ୍ୟକାରୀ କରିବାକୁ ବାକି ରହିଛି । TTPS ଉତ୍ପାଦନ କାହିଁକି ବନ୍ଦ ରହିଛି ସେ ନେଇ କେନ୍ଦ୍ର ଏନଟିପିସିକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି । ସେପଟେ ଗତକାଲିଠାରୁ ତାଳଚେର NTPC, TTPSର ସମସ୍ତ ୬ ୟୁନିଟ ବନ୍ଦ କରିଦିଆଯାଇଛି । ୩୧ ମାର୍ଚ୍ଚ ଧାର୍ଯ୍ୟ ସମୟ ପୂର୍ବରୁ ଏହାକୁ ବନ୍ଦ କରିଦିଆଯାଇଛି । ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ପ୍ରଦୂଷଣ ମଞ୍ଜୁରୀ ଅବଧି ଥିବାବେଳେ ତା ପୂର୍ବରୁ ଉତ୍ପାଦନକୁ ବନ୍ଦ କରିଦିଆଯାଇଛି ।

Leave a Reply