ତାଲାବନ୍ଦକୁ ବର୍ଷେ, ମହାମାରୀ ପାଇଁ କେମିତି ଅଟକି ଯାଇଥିଲା ଭାରତ ? କ’ଣ ଅଛି ଆଜିର ସ୍ଥିତ…

1 min read
One year of lockdown How country was halted due to Covid-19

ନୂଆଦିଲ୍ଲୀ: ୨୦୨୦ ମାର୍ଚ୍ଚ ତାରିଖ ୨୪ ରାତି ୮ଟା । ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ମଧ୍ୟରାତ୍ରୀରୁ ଦେଶବ୍ୟାପୀ ଲାଗୁ ହେବ ଲକଡାଉନ୍ । ତା’ପରେ ୨୧ ଦିନିଆ ତାଲବନ୍ଦ ଭିତରକୁ ଚାଲି ଆସିଥିଲା ଦେଶ । ମାର୍ଚ୍ଚ ୨୨ରେ ଦିନିକିଆ ଜନତା କର୍ଫ୍ୟୁ ପରେ ପରେ ପ୍ରଧାନମନ୍ତ୍ରୀ ଲକଡାଉନ୍ ନିଷ୍ପତ୍ତି ନେବା ସହ ଯିଏ ଯେଉଁଠି ଅଛନ୍ତି, ସେଇଠି ରୁହନ୍ତୁ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ଠପ୍ ହୋଇଯାଇଥିଲା ଭାରତ । ଘରେ ଭିତରେ ୨୧ ଦିନିଆ ବନ୍ଦୀ ଜୀବନ କାଟିଥିଲେ ୧୩୦ କୋଟିରୁ ଅଧିକ ଭାରତୀୟ । ଦେଶ୍ ଠପ୍ ହେବା ସହ ବନ୍ଦ ହୋଇ ଯାଇଥିଲା ସବୁକିଛି । ବ୍ୟାଙ୍କରୁ ବନ୍ଦର ଅଫିସରୁ ହୋଟେଲ ସବୁଠି ଝୁଲୁଥିଲା ତାଲା । ନା ସଡ଼କରେ ଗଡ଼ୁଥିଲା ବସ ନା ଆକାଶରେ ଉଡ଼ୁଥିଲା ବିମାନ । କରୋନା ସଂକ୍ରମଣ ଚେନ୍ ଭାଙ୍ଗିବାକୁ ତାଲାବନ୍ଦ ଭଳି କଠୋର ନିଷ୍ପତ୍ତି ନେଇଥିଲେ କେନ୍ଦ୍ର ସରକାର ।

ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ବେଳେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମାତ୍ର ୧୨ ଥିଲା । ଦେଶରେ ୫୦୦ ଜଣ କରୋନା ସଂକ୍ରମିତ ହୋଇଥିଲେ । ଲକଡାଉନ୍ ପରେ ଦେଶ ଅନଲକ୍ ହୋଇଛି । ବର୍ଷକ ଭିତରେ ସଂକ୍ରମଣ ବୃଦ୍ଧି ପାଇ ୧୧.୬୮ ମିଲିୟନରେ ପହଞ୍ଚିଛି । ସେହିଭଳି ମୃତ୍ୟୁସଂଖ୍ୟା ୧ ଲକ୍ଷ ୬୦ ହଜାର ୧୬୬କୁ ବୃଦ୍ଧି ପାଇଛି ।

One year of lockdown: How country was halted due to Covid-19

ଲକଡାଉନ୍ ବେଳେ ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଲେ ସବୁକିଛି ବନ୍ଦ ହୋଇ ଯାଇଥିଲା । ପର୍ଯ୍ୟାୟ କ୍ରମେ ସେସବୁ ଖୋଲିଛି । ତେବେ ଲକଡାଉନ୍ କରି ମହାମାରୀକୁ ରୋକାଯାଇ ପାରିନଥିବା ବିଶେଷଜ୍ଞ କହିଛନ୍ତି । ପ୍ରଥମ ପର୍ଯ୍ୟାୟ ଲକଡାଉନ୍ ପୂର୍ବରୁ କରୋନା ସଂକ୍ରମଣ ୩ ଦିନରେ ଦୁଇଗୁଣ ହେଉଥିବା ବେଳେ ୨୦୨୦ ଏପ୍ରିଲ୍ ୧୮ ବେଳକୁ ୬.୨ ଦିନରେ ଦୁଇଗୁଣ ହୋଇଥିଲା ।

ଗତବର୍ଷ ଏପ୍ରିଲ ୧୫ ତାରିଖରେ ସରକାର ପୁଣି ୧୯ ଦିନ ଲାଗି ଲକଡାଉନ୍ ବଢ଼ାଇଥିଲେ । ପୁଣି ଥରେ ୧୪ ଦିନ ଲାଗି ମେ’ ୧୭ ଯାଏ ବୃଦ୍ଧି ହୋଇଥିଲା ଲକଡାଉନ୍ । ପରେ ପୁଣି ୧୪ ଦିନ ଲାଗି ମେ’ ୩୧ ଯାଏ ଦେଶବ୍ୟାପୀ ଲକଡାଉନ୍ ବଢ଼ାଇଥିଲେ କେନ୍ଦ୍ର ସରକାର ।

One year of lockdown: How country was halted due to Covid-19

ଆଉ ଏହି ଲକଡାଉନର ସିଧାସଳଖ ପ୍ରଭାବ ପଡ଼ିଥିଲା ଦେଶର ଅର୍ଥନୀତି ଉପରେ । ଦେଶର ଅଭିବୃଦ୍ଧି ହାର ଜିଡିପି ହ୍ରାସ ପାଇ ପ୍ରଥମ ତ୍ରୈମାସିକରେ ୩.୧ ପ୍ରତିଶତକୁ ଖସି ଆସିଥିଲା । ତାଲାବନ୍ଦ ଯୋଗୁଁ ସ୍ୱାସ୍ଥ୍ୟରୁ ଆରମ୍ଭ କରି ଇ-କମର୍ସ, ପର୍ଯ୍ୟଟନ ଗମ୍ଭୀର ଭାବେ ପ୍ରଭାବିତ ହୋଇଥିଲା । ଦୀର୍ଘ ସମୟ ଧରି ଲକଡାଉନ୍ ଯୋଗୁଁ ବ୍ୟବସାୟରେ କୋଟି କୋଟି ଟଙ୍କା କ୍ଷତି ହୋଇଥିଲା ।

ତାଲାବନ୍ଦ ପରେ କାମ ବନ୍ଦ ହୋଇଯିବାରୁ ରାସ୍ତା ଉପରକୁ ଚାଲି ଆସିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ । କିଏ ହଜାର ହଜାର କିଲୋମିଟର ଚାଲି ଚାଲି ଘରମୁହାଁ ହୋଇଥିଲା ତ ଆଉ କିଏ ସାଇକେଲ ଚଳାଇ ୧୮୦୦ କିଲୋମିଟରରୁ ଅଧିକ ବାଟ ଯାତ୍ରା କରି ଘରେ ପହଞ୍ଚିଥିଲେ । ଯାହାକୁ ନେଇ ବେଶ୍ ସମାଲୋଚନାର ଶିକାର ହୋଇଥିଲେ କେନ୍ଦ୍ର ସରକାର ।

Leave a Reply