spot_img
Home Blog Page 5976

ସରିଲା ସର୍ବଦଳୀୟ ବୈଠକ, ସକାଳ ୧୦ଟା ୩୦ରୁ ସନ୍ଧ୍ୟା ୬ଟା ଯାଏଁ ବିଧାନସଭା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ  ବସିବାକୁ ଯାଉଛି ବଜେଟ ଅଧିବେଶନ। ଏହା ପୂର୍ବରୁ ଆଜି ବସିଥିଲା ସର୍ବଦଳୀୟ ବୈଠକ। ବିଧାନସଭାର କନଫରେନ୍ସ ହଲରେ ବସିଥିଲା ସର୍ବଦଳୀୟ ବୈଠକ। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚାଲିଥିଲା ବୈଠକ। ତେବେ ବୈଠକରେ ବିଭିନ୍ନ ଦିକଗୁ ନେଇ ଆଲୋଚନା ହୋଇଛି। ଚଳିତ ଥର ରହିବ ପ୍ରଶ୍ନକାଳ ଓ ତାରକା ପ୍ରଶ୍ନ ପଚାରିବେ ବିଧାୟକ।

ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଯଦି ଦେଖିବା କାର୍ଯ୍ୟକାଳର ସମୟ ଉପରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଣ୍ଟା ଚାଲିବ ବୋଲି ନିଷ୍ପତ୍ତି ହୋଇଛି। ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ । ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ। ପୂର୍ବରୁ ଦ୍ୱିତୀୟ ପର୍ଯ୍ୟାୟ ୩ ଟାରୁ ସନ୍ଧ୍ୟା ୫ ଟା ଯାଏଁ ଥିଲା। କିନ୍ତୁ ଯେଉଁଦିନ ସେସନରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବ ସେଦିନ ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ଗୃହ କାର୍ଯ୍ୟ ଚାଲିବ।

ବୈଠକରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିକ୍ରମ ଆରୁଖ, ପ୍ରଣବ ପ୍ରକାଶ ଦାସ ଯୋଗଦେଇଥିଲେ। ଗୃହକାର୍ଯ୍ୟ ସୁପରିଚାଳନା ନେଇ ବିସ୍ତାର ଆଲୋଚନା ହୋଇଥିଲା। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ।

ବଜେଟ୍ ଅଧିବେଶନରେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ବିଭିନ୍ନ ସଂଗଠନ ଧାରଣା…

ଭୁବନେଶ୍ୱର: କାଲିଠୁ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିବ ବିଧାନସଭା। ଆଜି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ସିସିଟିଭି ସ୍କାନରରେ ରହିବ ମହାତ୍ମାଗାନ୍ଧୀ ମାର୍ଗ। ଏଥର ପୋଲିସ ପାଇଁ ସୁରକ୍ଷା ବ୍ୟବସ୍ଥା ଅଧିକ ଚ୍ୟାଲେଞ୍ଜ ହେବାକୁ ଯାଉଛି । କାରଣ ରାଜ୍ୟରେ କୋଭିଡ କଟକଣା କୋହଳ ହେବା ପରେ ଲୋୟର ପିଏମ୍‌ଜିରେ ବିଭିନ୍ନ ସଂଗଠନ ଧାରଣା ଦେଇପାରନ୍ତି।

ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆଉ କିଛି ସମୟରେ ପରେ ଏଠାରେ ସମିକ୍ଷା କରାଯି। ପୋଲିସ ଡିଜି ଗାନ୍ଧୀ ମାର୍ଗରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ସମିକ୍ଷା କରିଛନ୍ତି। ତେବେ ପୂର୍ବରୁ ବାରମ୍ବାର ସୁରକ୍ଷା ବଳୟ ଭାଙ୍ଗି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଲୋକେ। ବାରମ୍ବର ବିଫଳ ହୋଇଛି ପୋଲିସ ସୁରକ୍ଷା ବ୍ୟବସ୍ଥା। ଏବେ ଏନେଇ ପୋଲିସ ପାଇଁ  ରହିବ ବଡ଼ ଚ୍ୟାଲେଞ୍ଚ। ଏହାକୁ ରୋକିବା ପାଇଁ ବିଧାନସଭାକୁ ସଂଯୋଗ କରୁଥିବା ସବୁ ରାସ୍ତାକୁ ବ୍ଲକ କରାଯିବ।

କୌଣସି ଲୋକ ଗୃହ ଚାଲିଥିବା ବେଳେ ଯେମିତି ଯାଇପାରିବେ ନାହିଁ ସେଥିପ୍ରତି ଅଧିକ ଧ୍ୟାନ ଦିଆଯାଇଛି। ଏହାସହ ବିଧାନସଭାର ଚାରିପଟୁ ସିସିଟିଭି ସ୍କାନରରେ ରଖାଯାଇଛି। ସାଧା ପୋଷାକ ଧାରି ପୋଲିସ, ପୋଲିସର ଡଗ୍‌ ସ୍କ୍ୱାର୍ଡ, କ୍ୱିକ୍‌ ଆକ୍ସନ ଟିମ୍‌, କ୍ୱିକ୍‌ ରେସ୍ପନ୍ସ ଟିମ୍‌ ଏବଂ ବଛା ବଛା ଥାନା ଅଧିକାରୀ, ଏଏସ୍‌ଆଇ ଏନେଇ ପୁରା ସଜାଗ ରହିବେ।

ଆପଣଙ୍କ ସ୍ମାର୍ଟଫୋନରୁ ଶୀଘ୍ର ହଟାନ୍ତୁ ଏହି ଆପ୍: ନଚେତ ହ୍ୟାକ୍ ହୋଇପାରେ ଫୋନ୍

ନୂଆଦିଲ୍ଲୀ: ଗୁଗୁଲ୍ ପ୍ଲେ ଷ୍ଟୋରରେ ଏହିପରି ଅନେକ ଆପ୍ ରହିଛି, ଯାହା ବ୍ୟବହାରକାରୀଙ୍କ ତଥ୍ୟ ଚୋରୀ କରିବା ସହ ଲୋକମାନଙ୍କୁ ଠକିଥାନ୍ତି। ଏହିଭଳି ଆପ୍ ଗୁଡ଼ିକ କୌଣସି ହ୍ୟାକର୍ କିମ୍ବା ଗୁପ୍ତଚର ସଂସ୍ଥା ଦ୍ୱାରା ପରିଚାଳିତ ହୋଇଥାଏ। ବର୍ତ୍ତମାନ ଏହିଭଳି ଏକ ଆପ୍ ସାମ୍ନାକୁ ଆସିଛି, ଯାହା ବ୍ୟବହାରକାରୀଙ୍କ ଫୋନ୍ ହ୍ୟାକ୍ କରିଥାଏ । ଆପଣ ନିଜ ଫୋନରୁ ଅନ୍ୟ ଫୋନ୍ କୁ ଫାଇଲ ଟ୍ରାନ୍ସଫର କରିବାକୁ ବ୍ୟବହାର କରୁଥିବା ଲୋକପ୍ରିୟ ଆପ୍ SHAREitକୁ ନେଇ ସାଇବର ସିକ୍ୟୁରିଟି ଫର୍ମ ଟ୍ରେଣ୍ଡ ମାଇକ୍ରୋ ଏହି ଆପରେ କିଛି ତ୍ରୁଟି ପାଇଛି। ତେଣୁ ଏହି ଆପର ସୁରକ୍ଷା ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଏହି ଆପର ଶେଆରିଂ ପ୍ରକ୍ରିୟା ବନ୍ଦ କରିବାକୁ ସୁରକ୍ଷା ସଂସ୍ଥା ପରାମର୍ଶ ଦେଇଛି।

ଟ୍ରେଣ୍ଡ ମାଇକ୍ରୋ ଦେଇଥିବା ରିପୋର୍ଟ ଅନୁଯାୟୀ, ଏହି ଆପରେ ମିଳୁଥିବା ତ୍ରୁଟିର ଅପବ୍ୟବହାର କରି ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହେବାର ସମ୍ଭାବନା ରହିଛି। ଏ ନେଇ ଟ୍ରେଣ୍ଡ ମାଇକ୍ରୋ ଗୁଗୁଲକୁ ମଧ୍ୟ ଅବଗତ କରାଇଦେଇଛି। ଯାହାପରେ କମ୍ପାନୀ ପ୍ଲେଷ୍ଟୋରୁ ଏହି ଆପକୁ ହଟାଇ ବି ପାରେ। SHAREitକୁ ଏ ନେଇ ପ୍ରଶ୍ନ୍ କରାଯାଇଥିଲେ ମଧ୍ୟ ଆପ୍ ତରଫରୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ଆପ୍ ବିଭିନ୍ନ ଫାଇଲ୍ ଡାଉନଲୋଡ୍ ଏବଂ ଗୋଟିଏ ଡିଭାଇସରୁ ଅନ୍ୟ ଡିଭାଇସ୍ କୁ ପଠାଇବା କାମ କରିଥାଏ । ଭାରତରେ ଏହାକୁ ବ୍ୟାନ୍ କରିଦିଆଯାଇଛି। କିନ୍ତୁ ୨୦୧୯ରେ SHAREit ସବୁଠାରୁ ଅଧିକ ଡାଉନଲୋଡ୍ ହୋଇଥିବା ଆପ୍ ମଧ୍ୟରୁ ଗୋଟିଏ।

SHAREit ର ପ୍ରାୟ ୧ ବିଲିୟନରୁ ଅଧିକ ଉପଭୋକ୍ତା ଅଛନ୍ତି । ନଭେମ୍ବର ୨୦୨୦ରେ, ସରକାର ଟିକଟକ ସମେତ ୫୭ ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏଥିମଧ୍ୟରେ SHAREit ବି ସାମିଲ ଥିଲା । ଏଭଳି ପରିସ୍ଥିତିରେ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଏହି ଆପକୁ ନିଜ ଫୋନରୁ ଅନଇନଷ୍ଟଲ କରିଦେବା ବୁଦ୍ଧିମତାର କାମ ହେବ। ନଚେତ ହ୍ୟାକର ଆପଣଙ୍କ ଫୋନକୁ ହ୍ୟାକ କରି ଆପଣଙ୍କ ଅନେକ ସମ୍ବେଦନଶୀଳ ତଥ୍ୟର ଅପବ୍ୟବହାର କରିପାରନ୍ତି । SHAREit ର ବିକଳ୍ପ ଆପ ଭାବେ ଆପଣ ଆଇଫୋନ୍ ପାଇଁ ଏୟାରଡ୍ରପ୍, ଏବଂ ଆଣ୍ଡ୍ରଏଡ୍ ଫୋନରେ ୱାଇ-ଫାଇ ଡାଇରେକ୍ଟ୍ ଓ ଫାଇଲ୍ସ ଗୋ ଭଳି ଆପ ବ୍ୟବହାର କରିପାରିବେ।

ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ପରେ ନିଲମ୍ବିତ ହେଲେ ଇନ୍ସପେକ୍ଟର

ରାଉରକେଲା: ରାଉରକେଲା ସହରର ଉଦିତନଗର ଥାନାରେ ଜଣେ ନାବାଳକଙ୍କୁ ତିନି ଜଣ ପୋଲିସ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଜଣେ ସବ ଇନ୍ସପେକ୍ଟରଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏହାସହ ତିନି ଜଣ ପୋଲିସଙ୍କୁ ମାନବାଧିକାର କମିଶନଙ୍କ କୋର୍ଟରେ ହାଜର ହେବା ପାଇଁ ସମନ ଜାରି କରାଯାଇଥିବା ଶିଶୁ ମଙ୍ଗଳ କମିଟି ସଦସ୍ୟ ରଣଧୀର କୁମାର ଲେଙ୍କା ସୂଚନା ଦେଇଛନ୍ତି।

ଉଦିତନଗର ଥାନାରେ ଗତ ଡିସେମ୍ବର ୨୬ ତାରିଖ ରାତିରେ ଜଣେ ନାବାଳକଙ୍କୁ ତିନି ଜଣ ପୋଲିସ ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦେଇଥିବା ୩୦ ତାରିଖରେ ଶିଶୁ ମଙ୍ଗଳ କମିଟି ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ପରେ ଶିଶୁ ମଙ୍ଗଳ କମିଟି, ଚାଇଲଡ୍ ଲାଇନ ଓ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ପକ୍ଷରୁ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସକୁ ଶିଶୁ ମଙ୍ଗଳ କମିଟି ପକ୍ଷରୁ ସୁପାରିଶ କରାଯାଇଥିଲା।

ନାବାଳକଙ୍କ ଜେଜେମା ଉଦିତନଗର ଥାନାରେ ଗତ ଜାନୁଆରୀ ୮ ତାରିଖରେ ତିନି ପୋଲିସଙ୍କ ବିରୁଦ୍ଧରେ ଅଭିଯୋଗ କରିଥିଲେ। ମୋବାଇଲ ଚୋରି କରିଥିବା ସନ୍ଦେହରେ ୧୪ ବର୍ଷର ନାବାଳକଙ୍କୁ ଉଦିତନଗର ଥାନାରେ ବିଭିନ୍ନ ପ୍ରକାର ଶାରିରୀକ ଓ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା ସୁନ୍ଦରଗଡ଼ ଜିଲ୍ଲା ଶିଶୁ ମଙ୍ଗଳ କମିଟିରେ ଅଭିଯୋଗ ହୋଇଥିଲା।

ସ୍ୱାଧୀନ ଭାରତରେ ପ୍ରଥମ ଥର ଫାଶୀ ପାଇଁ ପାଇବେ କୌଣସି ମହିଳା

ମଥୁରା: ଭାରତରେ ପୁରୁଷ ମାନଙ୍କୁ ଫାଶୀ ଦିଆଯିବା କଥା ବାରମ୍ବାର ସାମ୍ନାକୁ ଆସିଥାଏ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ମହିଳାଙ୍କୁ ଫାଶୀ ଦିଆଯାଇନାହିଁ । ଏବେ କିନ୍ତୁ ଏହି କଥାରେ ପୂର୍ଣ୍ଣଛେଦ ପଡ଼ିବାକୁ ଯାଉଛି । ସ୍ୱାଧୀନ ଭାରତରେ ପ୍ରଥମ ଥର କୌଣସି ମହିଳା କଏଦୀ ଫାଶୀ ପାଇବାକୁ ଯାଉଛନ୍ତି ।

ଘଟଣା ଉତ୍ତରପ୍ରଦେଶର ମଥୁରା ସ୍ଥିତ ଅମରୋହ ଅଞ୍ଚଳର । ସେଠାକାର ସବନମ୍ନାମକ ଜଣେ ମହିଳା କଏଦୀଙ୍କୁ ମିଳିଛି ଫାଶୀଦଣ୍ଡ । ଏଥିପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇ ସାରିଛି । ନିର୍ଭୟା ହତ୍ୟାକାଣ୍ଡର ଦୋଷୀ ମାନଙ୍କୁ ଫାଶୀଖୁଣ୍ଡରେ ଚଢାଇଥିବା ପବନ ଜଲ୍ଲାଦ ପୁଣି ଫାଶୀଘରକୁ ନିରୀକ୍ଷଣ କରି ସାରିଛନ୍ତି ।

ରିପୋର୍ଟ କହୁଛି ଅମରୋହର ସବନମ୍୨୦୦୮ ଅପ୍ରେଲରେ ତା’ ପ୍ରେମିକର ମିଳିତ ସହଯୋଗରେ ସାତ ଜଣ ସମ୍ପର୍କୀୟଙ୍କୁ କୁରାଢୀରେ ନିର୍ମମ ଭାବରେ ହତ୍ୟା କରିଥିଲା । ସମସ୍ତ ସାକ୍ଷୀ ପ୍ରମାଣକୁ ନଜରରେ ରଖି ସୁପ୍ରିମକୋର୍ଟ ସବନମକୁ ଫାଶୀଦଣ୍ଡ ଶୁଣାଇଛନ୍ତି । ତେବେ ସବନମ ହେଉଛନ୍ତି ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀଦଣ୍ଡ ପାଇବେ ।

ସୂଚନା ଅନୁସାରେ, ୧୫୦ ବର୍ଷ ପୂର୍ବେ ମଥୁରା ଜେଲରେ ନିର୍ମାଣ ହୋଇଥିଲା ଫାଶୀଖୁଣ୍ଟ । ଦେଶ ସ୍ୱାଧୀନ ହେବାର ଏତେ ବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ମହିଳା କଏଦୀଙ୍କୁ ଫାଶୀ ଦିଆଯାଇନାହିଁ । କିନ୍ତୁ ସବନମଙ୍କୁ ଫାଶୀ ଦେବାପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା କହିଛନ୍ତି ବରିଷ୍ଠ ଜେଲ ଅଧୀକ୍ଷକ ଶୈଳେନ୍ଦ୍ର କୁମାର ମୈତ୍ରେୟ । ଡେଥ୍ଓ୍ୱାରେଣ୍ଟ ଜାରି ହେବାପରେ ସବନମଙ୍କୁ ଫାଶୀ ଦିଆଯିବ ବୋଲି ସେ କହିଛନ୍ତି । ଏହା ସହିତ ସେ କହିଛନ୍ତିଯେ, ଯଦି ଅନ୍ତିମ ସମୟରେ କୌଣସି ସମସ୍ୟା ଦେଖା ନ ଦିଏ ତେବେ ସବନମ ହେବେ ସ୍ୱାଧୀନ ଭାରତର ପ୍ରଥମ ମହିଳା ଯିଏ ଫାଶୀ ପାଇବେ ।

LACରୁ ପଛକୁ ହଟୁଛି ଚୀନ : ଭିଡିଓ ଜାରି କଲା ଭାରତୀୟ ସେନା

0

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ହୋଇଥିବା ଚୁକ୍ତି ମୁତାବକ ସେନା ପ୍ରତ୍ୟାହାର ଜାରି ରହିଛି। ଆହୁରି ୭ରୁ ୮ ଦିନ ଧରି ଜାରି ରହିବ ପ୍ରଥମ ପର୍ଯ୍ୟାୟ ପ୍ରତ୍ୟାହାର। ପୈଙ୍ଗୋଙ୍ଗ ହ୍ରଦର ପୂର୍ବ ପଟରୁ ଚୀନ ସେନା ପ୍ରତ୍ୟାହାର ହେଉଥିବା ନେଇ ଭାରତୀୟ ସେନା କିଛି ଫଟୋ ଓ ଭିଡିଓ ଜାରି କରିଛି। ଗତ ବର୍ଷ ଏପ୍ରିଲ ଭଳି ସ୍ଥିତିକୁ ଫେରିବା ପାଇଁ ଚୀନ ସେନା ଫିଙ୍ଗର ପଏଣ୍ଟ ୮କୁ ଯାଉଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଭାରତୀୟ ସେନା ଫିଙ୍ଗର ପଏଣ୍ଟ ୩ ଓ ୪ ମଧ୍ୟରେ ରହିବ। ଗତକାଲି ଚୀନ ସେନା ନିଜର କ୍ୟାମ୍ପକୁ ହଟାଇବା ସହ ଟ୍ରକ୍‌ରେ ଫେରି ଯାଉଥିବା ଦେଖିବାକୁ ମିଳିଛି। ତିନି ଦିନ ତଳେ ଚୀନ ସେନା ନିଜ ଅସ୍ତ୍ରଶସ୍ତ୍ର ସହ ଟ୍ୟାଙ୍କ ଗୁଡିକ ଫେରି ଯାଉଥିବାର ଭିଡିଓ ଜାରି ହୋଇଥିଲା। ଚୁକ୍ତି ମୁତାବକ ସୀମା ପ୍ରତ୍ୟାହାର ସରିବା ପରେ ଉଭୟ ପଟୁ କେହି ବି ବିବାଦୀୟ ଅଞ୍ଚଳରେ ପେଟ୍ରୋଲିଂ କରିବେ ନାହିଁ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗତ ୧୧ରେ ରାଜ୍ୟସଭାରେ କହିଥିଲେ ଯେ ପ୍ୟାଙ୍ଗୋଗରେ ହ୍ରଦ ଅଞ୍ଚଳରେ ଚୀନ ସହିତ ଯବାନ ପଛକୁ ହଟିବା ନେଇ ସହମତି ହୋଇଛି । ସେହି ଅନୁସାରେ ଉଭୟ ପକ୍ଷରୁ ଠୁଳ ଯୁଦ୍ଧ ଟ୍ୟାଙ୍କକୁ ପର୍ଯ୍ୟାୟକ୍ରମେ ହଟାଯାଉଛି । ଚୀନ ସେନା ଫିଙ୍ଗର ୮ରେ ରହିବା ସହ ଭାରତ ସେନା ଫିଙ୍ଗର ୩ରେ ରହିବେ । ଏହାଛଡ଼ା ବୁଝାମଣା ଅନୁସାରେ, ଉଭୟ ପକ୍ଷ ଏପ୍ରିଲ୍ ୨୦୨୦ ପରେ ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ କରିଥିବା ନିର୍ମାଣକୁ ଭାଙ୍ଗିବା ସହ ପୂର୍ବ ସ୍ଥିତିକୁ ଫେରାଇ ଆଣିବେ।

ସୂଚନାଯୋଗ୍ୟ, ବିଗତ ୯ ମାସ ଧରି ଲଦାଖ ସୀମାରେ ଭାରତ ଓ ଚୀନ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ୨୦୨୦ରୁ ଲଗାତାର ସୈନ୍ୟ ଓ କୂଟନୀତିକ ସ୍ତରରେ ଉଭୟ ପକ୍ଷ ବାରମ୍ବାର ଆଲୋଚନା କରିଥିଲେ। ଏଥିପାଇଁ ଦୁଇ ଦେଶର ବରିଷ୍ଠ କମାଣ୍ଡର ସ୍ତରରେ ୯ ପର୍ଯ୍ୟାୟ ବୈଠକ ବସିଥିଲା ।

ଶିଶୁପାଳ ହେବା ପରେ ନାବାଳିକା ଶାଳିକୁ ବିବାହ କଲା ବର, ତା ପରେ ଏମିତି ହେଲା

କଳାହାଣ୍ଡି: ବାଜା ବଜାଇ ବାଣ ଫୁଟାଇ ରୋଷଣୀ ନେଇ ବର ଆସିଥିଲା। ଧୁମଧାମରେ ବାଣ ରୋଷଣୀ ସହ ଭୋଜି ଭାତ ମଧ୍ୟ ହେଲା। ହେଲେ ଠିକ୍‌ ସମୟରେ ସବୁ କିଛି ଓଲଟି ଗଲା। ବାହା ବେଦୀରୁ ଫେରାର ହୋଇଗଲା କନ୍ୟା। ପରେ ଫେରାର ହୋଇଯାଇଥିବା କନ୍ୟାର ନାବାଳିକା ଶାଳିକୁ ବିବାହ କଲା ଶିଶୁପାଳ ବର।

ତେବେ ବିବାହ ପରେ ପୋଲିସର ଜାଲରେ ଫସିଗଲେ ଶିଶୁପାଳ ବର। ନାବାଳିକା କନ୍ୟାକୁ ବିବାହ କରିଥିବାରୁ ପୋଲିସ ବରକୁ ଅଟକ ରଖିବା ସହ ନାବାଳିକାକୁ ଉଦ୍ଧାର କରିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ତେନ୍ତୁଲି ଖୁଣ୍ଟି ଗାଁରେ। ଗତକାଲି ରାତିରେ ଜୟପାଟଣା ଥାନା ବଡ଼କର୍ଲା କୋଟମାଲ୍ ପଡ଼ା ଗାଁକୁ ତେନ୍ତୁଲିଖୁଣ୍ଟି ଗାଁରୁ ବର ବରଯାତ୍ରୀ ନେଇ ଆସିଥିଲା।

ହେଲେ କନ୍ୟା ଘରେ ପହଞ୍ଚିଲା ବେଳକୁ ବାହା ବେଦିରୁ କନ୍ୟା ଫେରାର୍ ହୋଇଯାଇଥିଲା। ଫେରାର ପରେ ନାବାଳିକା ସାଳିକୁ ବିବାହ କରି ନିଜ ଗାଁକୁ ଫେରି ଥିଲା ବର। ପରେ ଅଭିଯୋଗ ପାଇ ଜୟପାଟଣା ସିଡିପିଓ ଓ ପୋଲିସ ନାବାଳିକାକୁ ଉଦ୍ଧାର କରିଛି।

ଆଜି ବସୁଛି ସର୍ବଦଳୀୟ ବୈଠକ, ଦିନ ୧୧.୩୦ ମିନିଟରେ ବାଚସ୍ପତିଙ୍କ ଅଧକ୍ଷତାରେ ବସିବ ବୈଠକ

ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେଉଛି ବିଧାନସଭାର ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ। ୨୨ ତାରିଖ ଦିନ ବଜେଟ ଉପସ୍ଥାପନ ହେବ। ଅଧିବେଶନ କିପରି ସୁରୁଖୁରରେ ଚାଲିବ ଏନେଇ ବାଚଷ୍ପତି ସର୍ବଦଳୀୟ ବୈଠକ ଡାକିଛିନ୍ତି। ବାଚଷ୍ପତିଙ୍କୁ ନୂଚନା ସମ୍ମିଳନୀ କକ୍ଷରେ ଏହି ବୈଠକ ହେବ।

ଏଥିରେ ଗୃହର ନେତା ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ପ୍ରଦିପ୍ତ ନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏବଂ ସବୁ ରାଜନୈତିକ ଦଳର ବରିଷ୍ଠ ବିଧାୟକ ମାନେ ମଧ୍ୟ ଉପସ୍ଥିତ ରହିବେ। ମୁଖ୍ୟତଃ ବଜେଟ ଅଧିବେଶରେ ଯେଉଁ ୩୦ଟି କାର୍ଯ୍ୟ ବିଦଶ ରହିଛି ତାହା କିପରି ସୁରୁଖୁରୁରେ ଚାଲି ପାରିବେ ସେ ନେଇ ଆଲୋଚନା ହେବ।

ତେବେ ବଜେଟ୍‌ ଅଧିବେଶନ ଯୋଗୁଁ ପୂର୍ବଥର ପରି ଏଥ ସେଢ଼େ ଚାରିଘଣ୍ଟା ଚାଲିବ କି ତାଟାରୁ ଅଧିକ ସମୟ ଗୃହ ଚାଲିବ ତାକୁ ନେଇ ମଧ୍ୟ ଆଲୋଚନା ହେବ। ଆଜି ଦିନ ୧୧.୩୦ ମିନିଟରେ ବିଧାନସଭା ପରିସରରେ ବସୁଛି ବୈଠକ । ବାଚସ୍ପତିଙ୍କ ଅଧକ୍ଷତାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲୀକ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଶାସକ ଓ ବିରୋଧୀଦଳର କିଛି ବିଧାୟକ ବୈଠକରେ ଉପସ୍ଥିତ ରହିବେ। ବିଧାନସଭା ଏଥର କେତେ ଘଣ୍ଟା ଚାଲିବ। ପ୍ରଶ୍ନକାଳ ମୁଲତବୀ ପ୍ରସ୍ତାବ ମୋସନ, ଡିମାଣ୍ଡ ଡିସକ୍ସନ ଆଦି ଉପରେ ବୈଠକରେ ଆଲୋଚନା ହେବ।

ରାଜଧାନୀରେ ପୁଣି ଜବତ ହେଲା ବ୍ରାଉନସୁଗର,ମହିଳା ଗିରଫ

ଭୁବନେଶ୍ୱର: ରାଜଧାନୀରେ ପୁଣି ବ୍ରାଉନସୁଗର ଜବତ କଲା ଅବକାରୀ ବିଭାଗ। ଦିନକୁ ଦିନ ବଡ଼ି ଚାଲିଛି ଧଳା ଜହରର କାରବାର। ଅବାକରୀ ବିଭାଗର ବାରମ୍ବାର ଚଢ଼ାଉ ପରେ ମଧ୍ୟ ସୁଧୁରୁ ନାହାନ୍ତି ଧଳା ଜହର ବେପାରି। ପଳାଶୁଣୀ ଅଞ୍ଚଳରୁ ୧୮୫ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହି ବେପାରେ ମହିଳା ଅଧିକ ଯୋଡ଼ି ହେବାରେ ଲାଗିଛନ୍ତି।

ଚଢ଼ାଉକରି ବ୍ରାଉନସୁଗର ଜବତ୍ ସହିତ ଜଣେ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ। ଗିରଫ ମହିଳା ହେଲେ ପ୍ରମିଳା ପ୍ରଧାନ। ପ୍ରତି ଦିନ ଏମାନେ ତାଙ୍କ ସ୍ୱତନ୍ତ୍ର କୋଡ଼ ବ୍ୟବହାର କରି ପୁଳା ପୁଳା ବ୍ରାଉନସୁଗାର ବିକ୍ରି କରନ୍ତି। ଖାଲି ବ୍ରାଉନ ସୁଗାର ନୁହେଁ । ବିନା ଲାଇସେନ୍ସ ପ୍ରାପ୍ତ ମଦ ମଧ୍ୟ ବ୍ଲାକରେ ବ୍ୟବସାୟ କରନ୍ତି ଏମାନେ। ତେବେ ପଳାଶୁଣୀର ମଦ ବେପାରୀ ହାଡିଆ ଘରୁ ଜବତ ହୋଇଛି ବ୍ରାଉନସୁଗର।

ବାଇକ୍‌କୁ ଧକ୍କା ଦେଲା ହାଇଓ୍ୱା, ଘଟଣା ସ୍ଥଳରେ ବାଇକ୍‌ ଚାଳକଙ୍କର ମୃତ୍ୟୁ

0

କଳାହାଣ୍ଡି: କଳାହାଣ୍ଡି ନଗୁନିଆ ନିକଟରେ ବାଇକ୍‌କୁ ଧକ୍କା ଦେଲା ହାଇଓ୍ୱା। ଦୁର୍ଘଟଣାରେ ବାଇକ୍ ଚାଳକଙ୍କର ମୃତ ହୋଇଛି। ମୃତକ ହେଲେ ଧର୍ମଗଡ଼ ଥାନା କାଙ୍କେରି ଗାଁର ଦେବେନ୍ଦ୍ର ରଣା। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି  ସ୍ଥାନୀୟ ଲୋକ ଓ ପରିବାର ବର୍ଗ। ଜୟପାଟଣା ଭବାନୀ ପାଟଣା ରାସ୍ତାକୁ ଅବରୋଧ କରି ଧାରଣା ଦେଇଛନ୍ତି ଲୋକେ। ଫଳରେ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଖବର ପାଇ ଜୟପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ତଦନ୍ତ ଆରମ୍ଭ କରିଛି।