ଏବର୍ଷ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତର ଆଶଙ୍କା

What Will Happen This Year According Maa Biraja Panji Jajpur

ଯାଜପୁର: ପଣା ସଂକ୍ରାନ୍ତି ପରେ କମିବ କରୋନା । ବିରଜା ପାଞ୍ଜିରେ ଏହା ଉଲ୍ଲେଖ ରହିଛି । ଯାଜପୁରର ଦେବୀ ମା’ ବିରଜାଙ୍କ ନିକଟରେ ପାଞ୍ଜି ପାଠ କରାଯାଇଛି । ବର୍ଷ ତମାମ ଯାହା ଘଟିବ, ତାହା ପାଞ୍ଜିରେ ଉଲ୍ଲେଖ ଅଛି । ଏଥର ପାଞ୍ଜି ଗଣନାରେ ଆସିଛି ବଡ଼ ଆଶ୍ୱସ୍ତିକର ଭବିଷ୍ୟବାଣୀ । ଏବର୍ଷ ମହାମାରୀ କରୋନା ପ୍ରକୋପ କମିବା ସହ ଦେଶ ଓ ରାଜ୍ୟରେ କୃଷି ଉତ୍ପାଦନ ବୃଦ୍ଧି ପାଇବ । ହେଲେ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତର ଆଶଙ୍କା ଅଛି ବୋଲି ବିରଜା ପାଞ୍ଜିରେ ଭବିଷ୍ୟବାଣୀ କରାଯାଇଛି ।

What Will Happen This Year According Maa Biraja Panji Jajpur

ପଣା ସଂକ୍ରାନ୍ତି ପରେ ପରେ ଧିରେ ଧିରେ କରୋନା ମହାମାରୀର ପ୍ରକୋପ କମିଯିବ । ରାଜନୀତିକ ଅସ୍ଥିରତାର ସମ୍ଭାବନା ମଧ୍ୟ ନାହିଁ ବୋଲି ପାଞ୍ଜିରେ କୁହାଯାଇଛି । ଦୋଳ ପୂର୍ଣ୍ଣିମାରେ ବିରଜାଙ୍କ ଜ୍ୟୋତିଷ ସେବକମାନଙ୍କ ଦ୍ୱାରା ପ୍ରସ୍ତୁତ ନୂତନ ବିରଜା ପାଞ୍ଜିରେ ଏପରି ଗଣନା କରାଯାଇଛି । ମା’ ବିରଜାଙ୍କର ନୂଆ ପାଞ୍ଜି ଦୋଳ ପୂର୍ଣ୍ଣିମାରେ ପାଠ କରାଯାଉଛି । ଏଥିରେ ୧୨ଟି ରାଶିର ଗ୍ରହ ନକ୍ଷତ୍ର ଚଳନ ସହ ଦେଶ ଓ ରାଜ୍ୟର ଭବିଷ୍ୟତ ଗଣନା କରାଯାଇଛି । ମା’ ବିରଜାଙ୍କ ବିଜେ ପ୍ରତିମାଙ୍କୁ ଦୋଳ ମଣ୍ଡପରେ ସୂତନ୍ତ୍ର ପୂଜାର୍ଚ୍ଚନା କରାଯାଇ ବିରଜା ପାଞ୍ଜି ପାଠ କରାଯାଇଛି ।

କେବଳ ସେତିକି ନୁହଁ ବିରଜା ପାଞ୍ଜି ଅନୁସାରେ ୧୨ଟି ରାଶି ମଧ୍ୟରୁ ମେଷ, ମିଥୁନ, କନ୍ୟା, ବିଛା ରାଶିରେ ଶୁଭ ଫଳ ଥିବା ବେଳେ ଅନ୍ୟ ରାଶିରେ ସେତେଟା ଭଲ ନାହିଁ । ଏବର୍ଷ ବାତ୍ୟା, ବନ୍ୟା ଓ ଅଧିକ ବୃଷ୍ଟିପାତ ସହ ପ୍ରବଳ ଗ୍ରୀଷ୍ଣ ପ୍ରବାହ ହେବ ।

What Will Happen This Year According Maa Biraja Panji Jajpur

ଆସନ୍ତା ପଣା ସଂକ୍ରାନ୍ତିରେ ମା’ ବିରଜାଙ୍କ ଏହି ନୂତନ ପାଞ୍ଜି ପ୍ରଚଳିତ କରାଯିବ । ଯାଜପୁର ଜିଲ୍ଲା ସମେତ କିଛି ପଡ଼ୋଶୀ ଜିଲ୍ଲାରେ ମା’ ବିରଜାଙ୍କ ପାଞ୍ଜି ପ୍ରଚଳିତ ହୋଇଥାଏ । ପୁରାଣର ବିଶ୍ୱାସ ଅନୁସାରେ ମା ବିରଜା ପାଞ୍ଜିରେ ଯାହା ଭବିଷ୍ୟତ ବାଣୀ ରହେ ତାହା ଦେଶ ଓ ରାଜ୍ୟରେ ଦେଖିବାକୁ ମିଳେ ।

Leave a Reply