spot_img
Home Blog Page 5977

ଅଦିନିଆ ବର୍ଷାରେ ଆଜିଠାରୁ ଭିଜିର ରାଜ୍ୟ, SRCଙ୍କ ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟକୁ ଭିଜାଇବ ଅଦିନିଆ ବର୍ଷା। ଶୀତ ପରେ ପରେ ଶୀଘ୍ର ଆସିଲା ବର୍ଷା। ଆଜିଠୁ ୧୯ତାରିଖ ଯାଏଁ ଘଡ଼ଘଡ଼ି ସହ ବର୍ଷା ହେବାର ଆଶଙ୍କା ରହିଛି। ଏନେଇ ୧୭ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି SRC। IMD ରିପୋର୍ଟ ପରେ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି SRC। ବିଦର୍ଭ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ୧୭ ଜିଲ୍ଲାରେ ବର୍ଷା ହୋଇପାରେ।

ଏହି ଘୂର୍ଣ୍ଣିବଳୟ ଉଚ୍ଚତା .୯ କିଲୋମିଟର ପର୍ଯ୍ୟନ୍ତ ତାର ଉଚ୍ଚତା ରହିଛି।  ଅନୁଗୁଳ, ବାଲେଶ୍ୱର, ବରଗଡ଼, ଭଦ୍ରକ, ବୌଦ୍ଧ, ବଲାଙ୍ଗିର, କଟକ, ଦେବଗଡ଼, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡା, ସମ୍ବଲପୁର ଓ ସୁନ୍ଦରଗଡରେ ବର୍ଷା ହେବାର ଆଶଙ୍କା ରହିଛି।

ବିଏମ୍‌ସିକୁ ଘାରିଛି ଭୁବନେଶ୍ୱରର ପରିମଳ ଚିନ୍ତା, ସ୍ୱଚ୍ଛ କରିବା ପାଇଁ ଅଣ୍ଟା ଭଡ଼ିଛି ବିଏମ୍‌ସି

ଭୁବନେଶ୍ୱର: ଦିନକୁ ଦିନ ବଢିଚାଲିଛି ଭୁବନେଶ୍ୱରର ଜନସଂଖ୍ୟା । ଏଥି ସହ ବଢିଚାଲିଛି ପରିମଳ ଜନିତ ସମସ୍ୟା। ଯାହାର ସମାଧାନ ପାଇଁ ବିଏମସି ନେଉଛି ଅନେକ ପଦକ୍ଷେପ। ସ୍ମାର୍ଟସିଟି ଭୁବନେଶ୍ୱରକୁ ODF ବା ବାହ୍ୟ ମଳ ତ୍ୟାଗ ମୁକ୍ତ ସହର କରିବା ବିଏମସି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ମଳ ସୁପରିଚାଳନା ପାଇଁ ବାସୁଆଘାଇ ନିକଟରେ ଗୋଟିଏ ପ୍ଲାଣ୍ଟ କରାଯାଇଥିବା ବେଳେ ବର୍ତ୍ତମାନ ପୁଣି ମଞ୍ଚେଶ୍ୱର ରୋକଟ ଗ୍ରାମ ନିକଟରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟକାରୀ ହୋଇଛି ଆଉ ଏକ ପ୍ରକଳ୍ପ।

ଦୁଇ ଏକର ପରିମିତ ଜମିରେ ପ୍ରାୟ ସାଢ଼େ 5କୋଟି ଟଙ୍କା ବ୍ୟୟରେ ସ୍ଥାପନ ହୋଇଛି ବିଏମସିର ଏହି ଦ୍ୱିତୀୟ ମଳ ସୁପରିଚାଳନା ସୁବିଧା ପ୍ରକଳ୍ପ। ସମ୍ପୃକ୍ତ ଅଞ୍ଚଳରୁ ଘର ଘର ବୁଲି ସେସପୁଲ ଜରିଆରେ ସେଫଟିକ ଟାଙ୍କିରୁ ମଳକୁ ଅଣାଯାଇ ଏହି ପ୍ରକଳ୍ପରେ ଉପଚାର କରାଯିବ। ଖୁବଶୀଘ୍ର ଆଉ ଏକ ପ୍ରକଳ୍ପ କରାଯିବା ପାଇଁ ସ୍ଥାନ ସନ୍ଧାନରେ ବିଏମସି ଥିବା ସୂଚନା ଦେଇଛନ୍ତି ଡେପୁଟି କମିଶନର।

କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଦୃଷ୍ଟିରୁ ଉତ୍ତମ ପରିବେଶ ମଧ୍ୟ ଜରୁରୀ । ୨୦୧୮ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ବିଜ୍ଞପ୍ତିକୁ ସଫଳ ରୂପାୟନ କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ। ମଳ ପରିଚାଳନା କ୍ଷେତ୍ରରେ ବିଏମସିର ପଦକ୍ଷେପ ଅନ୍ୟ ସହର ଓ ରାଜ୍ୟ ପାଇଁ ଆଦର୍ଶ ହୋଇଛି। ଲୋକସଂଖ୍ୟା ଦୃଷ୍ଟିରୁ ଏକାଧିକ ପ୍ରକଳ୍ପ ସ୍ଥାପନ ଜରୁରୀ ବୋଲି କହିଛନ୍ତି ପରିବେଶବିତ।

ପାଇଖାନାକୁ ବାଧ୍ୟତାମୂଳକ କରିବା ସହ ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଛି ପବ୍ଲିକ ଟଇଲେଟ। କେବଳ ଏହି ପ୍ରକଳ୍ପ ଜରିଆରେ ଯେ ମଳ ପରିଚାଳନା ସମ୍ଭବ ଏହା ନୁହେଁ ବରଂ ଏଥିରୁ କମ୍ପୋଷ୍ଟ ପ୍ରସ୍ତୁତ କରି ବିଏମସି ନିଜର ରାଜସ୍ୱ ବୃଦ୍ଧି କରିପାରିବ।

ଜାନୁଆରୀ ୨୬ ଲାଲକିଲା ହିଂସା : ଗିରଫ ହେଲା ମନିନ୍ଦର ସିଂହ

ନୂଆଦିଲ୍ଲୀ: ୨୬ ଜାନୁଆରୀରେ ଦିଲ୍ଲୀରେ କୃଷକଙ୍କ ଟ୍ରାକ୍ଟର ରାଲି ସମୟରେ ଲାଲ କିଲାରେ  ହୋଇଥିବା ହିଂସା ମାମଲାରେ ଆଉ ଜଣେ ଗିରଫ । ଗିରଫ ଅଭିଯୁକ୍ତର ନାମ ହେଉଛି ମନିନ୍ଦର ସିଂହ । ମନିନ୍ଦରକୁ ଦିଲ୍ଲୀ ସ୍ଥିତ ସ୍ୱରୁପ ନଗରରୁ ପୋଲିସ ଗିରଫ କରିଛି । ମନିନ୍ଦିର ନିକଟରୁ ପୋଲିସ ଦୁଇଟି ଖଣ୍ଡା ଜବତ କରିଛି । । ଏହାପୂର୍ବରୁ ପୋଲିସ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଥିବା ପଞ୍ଜାବୀ ଅଭିନେତା ଦିପ୍ ସିଦ୍ଧୁଙ୍କୁ ପୋଲିସ ଗିରଫ କରିଥିଲା । ଦିପ୍ ସିଦ୍ଧୁ ହିଂସାକାଣ୍ଡ ପଛର ମାଷ୍ଟରମାଇଣ୍ଡ୍ ଥିଲା ବୋଲି ପୋଲିସ କହୁଛି ।

ଏସିପି ଅତର ସିଂଙ୍କ ତତ୍ୱାବଧାନରେ ଇନସ୍ପେକ୍ଟର ଶିବକୁମାର, ଇନସ୍ପେକ୍ଟର ପୱନ କୁମାର ଏବଂ ଇନସ୍ପେକ୍ଟର କରମବୀରଙ୍କ ନେତୃତ୍ୱରେ ପୋଲିସ ଟିମ୍ ମନିନ୍ଦର ସିଂହଙ୍କୁ ସ୍ୱରୁପନଗରରୁ ଗିରଫ କରିଛି। ମଙ୍ଗଳବାର ସନ୍ଧ୍ୟା ୭ଟା ୪୫ ମିନିଟ ସମୟରେ ତାଙ୍କୁ ଗିରଫ କରାଯାଇଥିଲା। ସେ କାର୍ ଏସି ମେକାନିକ୍ ଭାବରେ କାମ କରନ୍ତି। ପୋଲିସ ଅନୁସାରେ ଜାନୁଆରି ୨୬ରେ ଲାଲକିଲ୍ଲା ମଧ୍ୟକୁ ପ୍ରବେଶ କରିବା ପରେ ମନିନ୍ଦର ଖଣ୍ଡା ହଲାଇ ନାଚିଥିଲା । ଏହାସହିତ ସେ ଅନ୍ୟ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲା ମଧ୍ୟକୁ ପ୍ରବେଶ କରିବା ପାଇଁ ଉସକାଇଥିଲା ବୋଲି ପୋଲିସ କହିଛି ।

ହାତୀକୁ ଭୟ କରି ଦୌଡ଼ି ପଳାଉଥିବା ବେଳେ ଘଟିଲା ଅଘଟଣ, କଚାଡ଼ି ମାରିଦେଲା ଦନ୍ତା

କେନ୍ଦୁଝର: ରାଜ୍ୟରେ ବଢ଼ିଚାଲିଛି ହାତୀ ଆତଙ୍କ। ହତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କେନ୍ଦୁଝର ଜିଲ୍ଲା ତେଲକୋଇ ରେଞ୍ଜ ଜଗମୋହନପୁର ଗାଁରେ ହାତୀ ଆକ୍ରମଣରେ ମହିଳା ମୃତ। ମୃତ ମହିଳା ଗାଁର ଜାନକୀ ପଧାନ। ଗତକାଲି ରାତି ପ୍ରାୟ ସାଢ଼େ ୩ଟାରେ ହାତୀ ଗାଁରେ ପସି ଯାଇଥିଲା।

ଲୋକମାନେ ପାଟି କରିବାରୁ ଜାନକୀ ଘରୁ ବାହାରି ଅନ୍ୟ ଜଣକ ଘରକୁ ପଳାଉଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀ ଜାନକୀଙ୍କୁ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ଜାନକୀଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ବନ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ହାତୀ ଗତିବିଧି ଉପରେ ନଜର ରଖିଛି।

ବରଯାତ୍ରୀ ଯାଇ ଫେରୁଥିବା ବେଳେ ଘଟିଲା ଅଘଟଣା, ୨ ମୃତ ୧୭ ଆହତ

0

ବରଗଡ଼: ବରଯାତ୍ରୀରୁ ଫେରୁଥିବା ବେଳେ ଘଟିଲା ଅଘଟଣ। ଘରେ ପହଞ୍ଚିବା ପୂର୍ବରୁ ପହଞ୍ଚିଲେ ସ୍ମାଶାନରେ। ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟିଲା ବରଯାତ୍ରୀ ଗାଡ଼ି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି। ବରଗଡ଼ ଗୋବିନ୍ଦପାଲି ଅଞ୍ଚଳରୁ ବିଜେପୁର ମାରପଡ଼ାକୁ ଯାଉଥିଲେ ବରଯାତ୍ରୀ। ସେଠାରୁ ଏକ ଟେମ୍ପୁରେ ବରଗଡ଼କୁ ଫେରୁଥିବା ସମୟରେ ଗାଡିଟି ବିଜେପୁର ସ୍ୱର୍ଣ୍ଣ ଛକରେ ଭରସ୍ୟମ ହରାଇ ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ହିଁ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୭ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ବୁର୍ଲା ମେଡିକାଲରେ ଚିକିତ୍ସିତ ପାଇଁ ଭର୍ତ୍ତି କରାଯାଇଛି।

ଫଳ ଦୋକାନ ଉପରେ ମାଡ଼ିଗଲା ୧୦ ଚକିଆ ଟ୍ରକ୍‌, ଅଳ୍ପକେ ବର୍ତ୍ତିଗଲେ ଫଳ ଦୋକାନୀ

0

ଖୋର୍ଦ୍ଧା: ଫଳ ଦୋକାନ ଉପରେ ମାଡ଼ିଗଲା ମାଲ ବୋଝେଇ ଟ୍ରକ୍‌। ୫୭ ନଂ ଜାତୀୟ ରାଜପଥରେ ଘଟିଛି ଏଭଳି ଘଟଣା। ଖୋର୍ଦ୍ଧା ନିକଟବର୍ତ୍ତୀ ଋତୁଆ ଛକ ନିକଟରେ ୧୦ ଚକିଆ ମାଲ ବୋଝେଇ ଟ୍ରକ ରାସ୍ତା କଡ଼କୁ ମାଡ଼ିଗଲା। ରାସ୍ତା କଡରେ ଥିବା ଅସ୍ଥାୟୀ  ଫଳ ଦୋକାନ, ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଛି। ଦୋକାନ ଭିତରେ କୌଣସି ଲୋକ ନଥିବାରୁ  ସମସ୍ତେ ରକ୍ଷା ପାଇଯାଇଛନ୍ତି। ଟ୍ରକ ଟି ଭୁବନେଶ୍ୱର ରୁ ନୟାଗଡ଼ ଅଭିମୁଖେ ଯାଉଥିବା ସମୟରେ ବିଲମ୍ଭିତ ରାତିରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ପୁଡୁଚେରୀରେ ରାଜନୀତି: ଉପରାଜ୍ୟପାଳ ପଦରୁ ହଟିଲେ କିରଣ ବେଦୀ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାକୁ ଆସିଲେ କିରଣ ବେଦୀ । ବିଭିନ୍ନ ସମୟରେ ନିଜର ନିର୍ଭିକତା ଓ ରୋକଠୋକ୍‌ କଥାବାର୍ତ୍ତା ପାଇଁ ଚର୍ଚ୍ଚାରେ ଏବଂ ବିବାଦରେ ରହିଆସିଥିବା ପୂର୍ବତନ ଆଇପିଏସ୍‌ ଅଫିସର୍‌ ଏବେ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଏଥର ଚର୍ଚ୍ଚାର କାରଣ ହେଲା ତାଙ୍କୁ ପୁଡୁଚେରୀ ଉପ ରାଜ୍ୟପାଳ ପଦରୁ ହଟାଇ ଦିଆଯାଇଛି । ତାଙ୍କ ସ୍ଥାନରେ ତେଲେଙ୍ଗାନା ରାଜ୍ୟାପଳ ଡ.ତାମିଲିସାଇ ସୁନ୍ଦରରାଜନଙ୍କୁ ପୁଡୁଚେରୀର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ପୁଡୁଚେରୀରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ କିରନ ବେଦୀଙ୍କୁ ପଦରୁ ହଟାଇ ଦିଆଯାଇଛି।

୨୦୧୬ ମସିହା ମେ ୨୯ ତାରିଖରେ ପୁଡୁଚେରୀର ଉପରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ କରିଣ ବେଦୀ । ସୂଚନାଥାଉକି, ପୁଡୁଚେରୀରେ କଂଗ୍ରେସ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ଭି.ନାରାୟଣସ୍ୱାମୀଙ୍କ ସହ ତାଙ୍କ ଅନେକ ସମୟରେ ମତଭେଦ ଦେଖିବାକୁ ମିଳିଥିଲା । ଏଥିସହିତ ତାଙ୍କୁ ହଟାଇବା ଲାଗି ଭି. ନାରାୟଣସ୍ୱାମୀ ବାରମ୍ବାର ଦାବି କରିଆସୁଥିଲେ।

ଭାରତର ପ୍ରଥମ ମହିଳା ଆଇପିଏସ୍‌ ଅଫିସର୍‌ ହେଉଛନ୍ତି କିରନ ବେଦୀ । ସେ ଦୀର୍ଘ ୩୫ ବର୍ଷ ଧରି ନିଜର ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ୧୯୭୨ରେ ସେ ପ୍ରଥମ ମହିଳା ଆଇପିଏସ୍‌ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ । ୨୦୦୭ରେ ସେ ଭଲ୍ୟୁଣ୍ଟାରୀ ନିଜ ଚାକିରିରୁ ଅବସର ନେଇଥିଲେ । ଏହାପରେ ସେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରିଥିଲେ । ପରେ ସେ ରାଜନୀତିରେ ଯୋଗଦେଇଥିଲେ । ଖାଲି ସେତିକି ନୁହେଁ କିରଣ ବେଦୀ ଜଣେ ଭଲ ଟେନିସ ଖେଳାଳି ଭାବେ ମଧ୍ୟ ବେଶ ଜଣାଶୁଣା ।

୧୮ରେ ପୁଣି ଚାଷୀ କରିବେ ଆନ୍ଦୋଳନ, ସାରା ଦେଶରେ ଗଡ଼ିବାକୁ ଦେବେନି ରେଳ

ନୂଆଦିଲ୍ଲୀ: ୧୮ରେ ପୁଣି ଚାଷୀ କରିବେ ଆନ୍ଦୋଳନ । ପୁରା ଦେଶରେ ୪ ଘଣ୍ଟା ପାଇଁ କରିବେ ରେଳ ରୋକ । ଏନେଇ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଦିନ ୧୨ଟାରୁ ୪ଟା ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ତେବେ ଏନେଇ ସମସ୍ତ ରଣନୀତି ପ୍ରସ୍ତୁତ ସରିଛି ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି ।

ଅନ୍ୟପଟେ ଓଡ଼ିଶାରେ ଆନ୍ଦୋଳନକୁ ସଫଳ କରିବା ପାଇଁ ମଧ୍ୟ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଅଖିଳ ଭାରତୀୟ କୃଷକ ସଂଘର୍ଷ ସମନ୍ୱୟ ସମିତି ପକ୍ଷରୁ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି । ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏବେ ସୁଦ୍ଧା ୨୨୮ ଜଣ ଆନ୍ଦୋଳକାରୀ ଚାଷୀ ସହିଦ ହୋଇସାରିଲେଣି । ହେଲେ ଏବେ ସୁଦ୍ଧାର ସରକାର ତାଙ୍କ ପ୍ରତି କୌଣସି ଅନୁକମ୍ପା ମୂଳକ ରାଶି ଘୋଷଣା କରିନାହାନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିଛି ସଂଗଠନ ।

ରାଜ୍ୟସଭାରେ ପ୍ରଧାନମମନ୍ତ୍ରୀ ମୋଦି ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାଲାଗି  ଅପିଲ କରିଥିଲେ । ହେଲେ ଚାଷୀ ସଂଗଠନ ଆନ୍ଦୋଳନକୁ ଆହୁରି ତୀବ୍ର କରିବାକୁ ନିଷ୍ପତ୍ତି ନେଇଥିଲେ । ଫେବ୍ରୁଆରୀରେ ୧୮ ମିଳିତ କିଷାନ ମୋର୍ଚ୍ଚା ୪ ଘଣ୍ଟିଆ ରେଳ ରୋକ କରିବ ବୋଲି ସଂଠନର ନେତା ଡ.ଦର୍ଶନ ପାଲ୍ ସୂଚନା ଦେଇଛନ୍ତି ।

ପୂର୍ବରୁ ଯୋଜନା ଅନୁଯାୟୀ ଚାଷୀ ସଂଗଠନ ପକ୍ଷରୁ ଗତ ୧୪ ତାରିଖରେ ପୁଲୱାମା ଆତଙ୍କୀ ହାମଲାରେ ସହିଦ ଯବାନଙ୍କ ପାଇଁ କ୍ୟାଣ୍ଡେଲ ମାର୍ଚ୍ଚ କରାଯାଇଥିଲା ।

ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ, ସଠିକ୍ ହିତାଧିକାରୀଙ୍କ ପାଖରେ ପହଞ୍ଚିପାରୁନି ଆବାସ ଯୋଜନା

0

କାଲିମେଳା: ଗରିବଙ୍କ ମୌଳିକ ଆବଶ୍ୟକତା ପୂରଣ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ପାଇଁ ଯୋଜନାର ସଠିକ୍ ଲାଭ ଉଠାଇ ପାରୁନାହାଁନ୍ତି  ପ୍ରକୃତ ହିତାଧିକାରୀ। ଯାହାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକରେ। ଆବାସ ଯୋଜନାରେ ଘର ଖଣ୍ଡେ ମିଳିନଥିବାରୁ ଝାଟିମାଟିର କୁଡିଆରେ ପାଲିଥିନ ଟାଣି ଅତି ଅସହାୟ ଅବସ୍ଥାରେ ରହୁଛନ୍ତି ସାଲେବାନଙ୍କ ପରିବାର।

ଝାଟିମାଟିର ଭଙ୍ଗା କୁଡିଆ ଘର। ତା’ ଉପରେ ପଡିଛି ଖଣ୍ଡେ ଛିଣ୍ଡା ପଲିଥିନ । ଆଉ ଏହାରି ଭିତରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି ମାଲକାନଗିରି ଜିଲ୍ଲା କାଳିମେଳା ବ୍ଲକ୍ ଏମଭି-79 ଗାଁରେ ସାଲେବାନ ବାଗଙ୍କ ପରିବାର । ଅତି ଗରିବ ଶ୍ରେଣୀର ହୋଇଥିବାରୁ କୁଲି ମଜୁରୀ ଲାଗି ପରିବାର ଚଳାଉଛନ୍ତି ସାଲେବାନ । ଘର ଖଣ୍ଡକୁ ମରାମତି ପାଇଁ ପାଖରେ ସମ୍ବଳ ନଥିବା ବେଳେ ଆବାସ ଯୋଜନାରେ ଘର ପାଇଁ ବହୁ ଗୁହାରୀ କରିଛନ୍ତି ।

ଦାରିଦ୍ର୍ୟର କଷାଘାତ ସହିତ କର୍ଣ୍ଣ ସମସ୍ୟାରେ ମଧ୍ୟ ପୀଡ଼ିତ ସାଲେବାନ । ଭଲ କରୁ ଶୁଣାଯାଉନବାରୁ ନିତିଦିନିଆ କାମ ମଧ୍ୟ ସଠିକ୍ ଭାବରେ  କରିପାରୁନାହାଁନ୍ତି । ଭିନ୍ନକ୍ଷମ ଭତ୍ତା ମିଳୁନଥିବା ବେଳେ ସରକାରୀ ସହାୟତା ସ୍ବରୁପ କେବଳ ପିଡ଼ିଏସ ଚାଉଳ ମିଳୁଛି । ଅନ୍ୟପଟେ ସର୍ଭେରେ ସାଲେବାନଙ୍କ ନାଁ ଅଛି ଶୀଘ୍ର ଘର ମିଳିବ ବୋଲି କହିଛନ୍ତି ପଞ୍ଚାୟତ ନିର୍ବାହୀ ଅଧିକାରୀ । ତେବେ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ଏହି ପରିବାରକୁ ସରକାରୀ ସହାୟତା ସହ ଘର  ଯୋଗାଇଦେବାକୁ ଦାବି କରିଛନ୍ତି ଗ୍ରାମବାସୀ ।

ବସନ୍ତ ପଞ୍ଚମୀରେ ମହାପ୍ରଭୁଙ୍କୁ ପାଖାପାଖି ୫ କେଜି ସୁନା ଅଳଙ୍କାର ଦାନ କଲେ ଦାତା

ପୁରୀ: ପବିତ୍ର ବସନ୍ତ ପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜଣେ ଦାତା ସୁବର୍ଣ୍ଣ ଅଳଙ୍କାର ଦାନ କରିଛନ୍ତି । ସୁବର୍ଣ୍ଣ ଅଳଙ୍କାର ମଧ୍ୟରେ ରହିଛି ବଡ଼ଠାକୁର ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ ଏବଂ ଦୁଇଟି ଝୋବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୫୩ଟି ଶ୍ରୀମୁଖ ପଦ୍ମ ଏବଂ ଦୁଇଟି ଝୋବା । ମା’ ଶୁଭଦ୍ରାଙ୍କ ଦୁଇଟି ତଡ଼କି ଏବଂ ଦୁଇଟି ଝୋବା । ଏସବୁ ଅଳଙ୍କାରରେ ସମୁଦାୟ ୪ କେଜି ୮୫୮ ଗ୍ରାମ୍‌ ସୁନା ଏବଂ ୩ କେଜି ୮୮୬ ଗ୍ରାମ୍‌ ରୂପା ବ୍ୟବହାର ହୋଇଛି ।

ଶ୍ରୀମନ୍ଦିର ପ୍ରଶାସନ ମୁଖ୍ୟ କାର୍ଯ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡଃ. କ୍ରିଷନ୍‌ କୁମାରଙ୍କୁ ଭେଟି ଦାତାଙ୍କ ପ୍ରତିନିଧି ଏହି ଦାନ କରିଛନ୍ତି । ଏହି ଅବସରରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ରାମଚନ୍ଦ୍ର ଦାସ ମହାପାତ୍ର, ମାଧବ ଚନ୍ଦ୍ର ମାହାପାତ୍ର, ମାଧବ ପୂଜାପଣ୍ଡା ସାମନ୍ତ, ତଳୁଚ୍ଛ ନୀଳକଣ୍ଠ ମହାପାତ୍ର, ଅନନ୍ତ ତିଆଡ଼ି ଏବଂ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ରଙ୍କ ସହ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ମହାପ୍ରଭୁଙ୍କ ବିଭିନ୍ନ ବେଶ ସମୟରେ ଏହି ଅଳଙ୍କାର ବ୍ୟବହାର ହେବ ।