ଜଙ୍ଗଲରେ ନିଆଁ ଲିଭାଉଥିବା ବେଳେ ଜଳିଗଲେ ୱାଚର୍

Watcher Brunt While Defusing Forest Fire Baripada

ବାରିପଦା: ନିଆଁ ଲିଭାଇବା ବେଳେ ଅଘଟଣ । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବାଦାମପାହାଡ଼ ରେଞ୍ଜ ଉକାମପାହାଡ଼ ଜଙ୍ଗଲରେ ନିଆଁ ଲାଗିଥିଲା । ଜଙ୍ଗଲର ୩ଟି ସ୍ଥାନରେ ନିଆଁ ଲାଗିବା ଖବର ପାଇ ଟିଆକାଠି ଡୁଙ୍ଗୁରୀ ସାହି ବନ ସୁରକ୍ଷା ସମିତି ନିଆଁ ଲିଭାଇବା ପାଇଁ ଯାଇଥିଲା । ନିଆଁ ଲିଭାଉଥିବା ବେଳେ ହଠାତ ସାମନା ପଟୁ ପବନ ହେବା ଫଳରେ ଜଣଙ୍କର ଦେହରେ ନିଆଁ ଲାଗିଯାଇଥିଲା ।

Watcher Brunt While Defusing Forest Fire Baripada

ସହଯୋଗୀ ମାନେ ତାଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଗୁରୁତର ଯୁବକ ଜଣକ ବନ ବିଭାଗର ଟିଆକାଠି ବନ ସୁରକ୍ଷା ସମିତିର ୱାଚର ଭାବେ କାର୍ଯ୍ୟରତ ବୋଲି ଜଣାପଡିଛି । ଯୁବକ ଜଣକ ହେଲେ ବିଶୋଇ ବ୍ଲକ ଟିଆକାଠି ଗାଁର ଗୋବିନ୍ଦ ଟୁଡୁ । ବନ ସୁରକ୍ଷା ସମିତିର ସହାୟତାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave a Reply