ହେଲମେଟ ଚେକିଂ ବେଳେ ପୋଲିସର ମାଡ଼ ଘଟଣା, ୨ ଜଣ ନିଲମ୍ବିତ

1 min read
Police Attacks Youth While Helmet Checking In Karanjia

କରଞ୍ଜିଆ: ମୟୂରଭଞ୍ଜ କରଞ୍ଜିଆରେ ହେଲମେଟ୍‌ ଚେକିଂ ବେଳେ ପୋଲିସ ମାଡ଼ ମାରିବା ଘଟଣା । ୨ ଜଣଙ୍କୁ ନିଲମ୍ବନ କଲେ ମୟୂରଭଞ୍ଜ ଏସପି । ୪୭୪ ବାଟାଲିୟନର ସିପାହୀ ଆର.କେ ସିଂହ ଏବଂ କରଞ୍ଜିଆ ପୋଲିସ ଡ୍ରାଇଭର ତଥା ହୋମଗାର୍ଡ ମାନସ ରଞ୍ଜନ ସ୍ୱାଇଁଙ୍କୁ ନିଲମ୍ବିତ କରିଛନ୍ତି ମୟୂରଭଞ୍ଜ ଏସପି । ଏହି ଦୁଇ ଜଣଙ୍କ ମାଡ଼ରେ ଯୁବକ ଲହୁ ଲୁହାଣ ହୋଇଥିଲେ ।

 Police Attacks Youth While Helmet Checking In Karanjia

ଗୁରୁତର ଆହତ ଯୁବକଙ୍କ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ କାନରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି । କରଞ୍ଜିଆ ଶାହାରପଡ଼ା ବାଇପାସ ନିକଟରେ ହେଲମେଟ୍ ଚେକିଂ ବେଳେ ଏଭଳି ଘଟଣା ଘଟିଛି । ପୋଲିସର ମାଡ଼ ପ୍ରତିବାଦରେ କରଞ୍ଜିଆ ଥାନା ସମ୍ମୁଖରେ ସ୍ଥାନୀୟ ଲୋକ ଘେରାଉ କରିଥିଲେ । ଚାପା ଉତ୍ତେଜନା ଦେଖା ଦେଇଥିଲା ।

 Police Attacks Youth While Helmet Checking In Karanjia

ଏଥିସହ ପଢ଼ନ୍ତୁ- ଚେକିଂରେ ଅଟକିଲେନି ବୋଲି ମାଡ଼ ମାରିଲା ପୋଲିସ

ଏହା ପୂର୍ବରୁ ଗତ ଜାନୁଆରୀ ୧୪ରେ ମଧ୍ୟ ମୟୂରଭଞ୍ଜ ପୋଲିସ ବିରୋଧରେ ଅନୁରୂପ ଅଭିଯୋଗ ହୋଇଥିଲା । ଜାମଦା ଥାନା ଅଞ୍ଚଳରେ ହେଲମେଟ୍ ଚେକିଂ ବେଳେ ନ ଅଟକିବାରୁ ଜଣେ ଯୁବକଙ୍କୁ ପୋଲିସ ମାଡ଼ ମାରିଥିଲା । ଗତବର୍ଷ ମଧ୍ୟ ବାରିପାଦ ଟାଉନ୍ ଥାନା ଅଞ୍ଚଳରେ ଚେକିଂ ବେଳେ ପୋଲିସ ମାଡ଼ରେ ଯୁବକଙ୍କ ଆଖିରେ ଶକ୍ତ ଆଘାତ ଲାଗିଥିଲା । ବାରମ୍ବାର ମୟୂରଭଞ୍ଜ ପୋଲିସ ସମାନ ଆଚରଣ କରୁଥିବା ବେଳେ ସଚେତନତା ଦିଗରେ ଦୃଷ୍ଟି ଦେଉନଥିବାରୁ ଜନ ଅସନ୍ତୋଷ ବଢ଼ିବାରେ ଲାଗିଛି ।

Leave a Reply