spot_img
Home Blog Page 5902

ପଶ୍ଚିମ ଓଡ଼ିଶା ବିକାଶରେ ଯୋଡି ହେବ ଆଉ ଏକ ଫର୍ଦ୍ଦ, ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ନୂଆପଡା ଲୋୟର ଇନ୍ଦ୍ର ପ୍ରକଳ୍ପ

ଭୁବନେଶ୍ୱର: ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା। କଳାହାଣ୍ଡି ସୁନ୍ଦରଗଡ଼ ପରେ ଆଜି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆପଡ଼ା ଓ ବଲାଙ୍ଗୀରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି। ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ। ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ। ତିଖାଲିଠାରେ ୨୦୨୦ ମେ ୭ ତାରିଖରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ପାଇଁ ଶିଳାନ୍ୟାସ ହୋଇଥିଲା। ଜିଲ୍ଲାକୁ ଫ୍ଳୋରାଇଡ୍ ମୁକ୍ତ ଓ ଶୁଦ୍ଧ ପାନୀୟଜଳ ଯୋଗାଇବା ଲକ୍ଷ୍ୟରେ ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଥିଲେ। ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ୭୫୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ। ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗୀର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ। ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ। ୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ୱର ବିକାଶର କର୍ଣ୍ଣଧାର ସାଜିଛନ୍ତି ନବୀନ। ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି। ଏଲଇଡି ଜରିଆରେ ବିଭିନ୍ନ ସ୍ଥାନରେ ଏହି ଲୋକାର୍ପଣ ଉତ୍ସବ ପ୍ରଦର୍ଶିତ କରାଯିବ।

କେମିତି ଶିବରାତ୍ରୀରେ ଘରେ କରିବେ ରୁଦ୍ରାଭିଷେକ ?

ରୁଦ୍ରାଭିଷେକ ସବୁବେଳେ ଶୁଭ ଫଳ ଦେଇଥାଏ । ତେବେ, ମହାଶିବରାତ୍ରୀ ଅବସରରେ ରୁଦ୍ରାଭିଷେକର ମହତ୍ତ୍ୱ ଅନେକ ଗୁଣରେ ବଢ଼ିଯାଏ । ଶିବ ପୂରାଣର ରୁଦ୍ରସଂହିତାରେ କୁହାଯାଇଛି- ମହାଶିବରାତ୍ରୀ, ଶ୍ରାବଣ ସୋମବାର, ଶିବରାତ୍ରୀରେ ରୁଦ୍ରାଭିଷେକ ବିଶେଷ ଫଳ ଦେଇଥାଏ । ରୁଦ୍ରାଭିଷେକରେ ଶିବ ଲିଙ୍ଗର ପବିତ୍ର ସ୍ନାନ କରାଯାଏ ଏବଂ ଏହାକୁ ସନାତନ ଧର୍ମରେ ସବୁଠୁ ପ୍ରଭାବଶାଳୀ କୁହାଯାଏ । ରୁଦ୍ରାଭିଷେକ ଦ୍ୱାରା ଭଗବାନ ଶିବ ଶୀଘ୍ର ପ୍ରସନ୍ନ ହେବା ସହ ଭକ୍ତଙ୍କ ସକଳ ଦୁଃଖକୁ ଦୂର କରିଥାନ୍ତି । ତେବେ, ଚଳିତ ବର୍ଷ ମହାମାରୀ କରୋନା ଭିତରେ ମହାଶିବରାତ୍ରୀ ପାଳିତ ହେବ । ଆପଣ ଏହି ପ୍ରଭାବଶାଳୀ ପୂଜାକୁ ଆପଣଙ୍କ ଘରେ ମଧ୍ୟ କରିପାରିବେ ।

How To Do Rudrabhishek At Home On Mahashivratri

ରୁଦ୍ରାଭିଷେକର ମହତ୍ତ୍ୱ

ଘରେ ରୁଦ୍ରାଭିଷେକ ନେଇ ଯର୍ଜୁବେଦରେ ଉଲ୍ଲେଖ ରହିଛି । ଯର୍ଜୁବେଦ ଅନୁସାରେ ଶିବଭକ୍ତଙ୍କ ଲାଗିଙ୍କ ରୁଦ୍ରାଭିଷେକ ଅତ୍ୟନ୍ତ ଲାଭଦାୟକ । ‘ସର୍ବଦେୱତ୍ମକୋ ରୁଦ୍ରଃ ସର୍ବେ ଦେବାଃ ଶିବାତ୍ମକାଃ’ ଅର୍ଥାତ୍ ସମସ୍ତ ଦେବତାମାନଙ୍କ ଆତ୍ମାରେ ରୁଦ୍ର ଉପସ୍ଥିତ ଏବଂ ସମସ୍ତ ଦେବତା ରୁଦ୍ରଙ୍କ ସହ ସମ୍ବଦ୍ଧିତ । ମନ୍ତ୍ରରୁ ସଫା ଜଣାପଡ଼ୁଛି ରୁଦ୍ର ହିଁ ସର୍ବଶକ୍ତିମାନ । ଏହା ଭଗବାନ ଶିବଙ୍କ ପ୍ରଚଣ୍ଡ ରୂପ ଅଟେ । ଏହି ରୂପର ବିଧି ବିଧାନ ଅନୁସାରେ ପୂଦା କଲେ ଗ୍ରହ-ନକ୍ଷତ୍ରର ବାଧା ଦୂର ହେବା ସହ ଶୁଭ ଫଳ ମିଳିଥାଏ । ଏଥିସହ ରୋଗ ଓ ଚିନ୍ତାରୁ ମୁକ୍ତି ମିଳେ । ମହାଶିବରାତ୍ରୀ ଦିନକୁ ଶିବଙ୍କ ସବୁଠୁ ପ୍ରିୟ କୁହାଯାଏ । କାରଣ ଏହି ଦିନ ଶିବ ଓ ଶକ୍ତିଙ୍କର ମିଳନ ହୋଇଥିଲା ।

How To Do Rudrabhishek At Home On Mahashivratri

ରୁଦ୍ରାଭିଷେକରେ କ’ଣ ବ୍ୟବହାର ହୁଏ ?

ଶିବଲିଙ୍ଗ ଅଭିଷେକରେ ଗାଈ ଘିଅ, ଚନ୍ଦନ, ପାନ ପତ୍ର, ଧୂପ, ଫୁଲ, ଗନ୍ଧ କର୍ପୂର, ମିଠାଇ, ଫଳ, ମହୁ, ଦହି, ଅଁଳା, ପଞ୍ଚାମୃତ, ଆଖୁ ରସ, ନଡ଼ିଆ ପାଣି, ଗଙ୍ଗାଜଳ, ଗୁଆ, ପାଣି ଓ ନଡ଼ିଆ ଆଦି ଆବଶ୍ୟକ । ଯଦି ଆପଣ ସୁଗନ୍ଧିତ ପଦାର୍ଥ ଶିବଲିଙ୍ଗରେ ଅର୍ପଣ କରିବାକୁ ଚାହାଁନ୍ତି ତ ପୂର୍ବରୁ ଯୋଗାଡ଼ କରି ନିଅନ୍ତୁ । ଏଥିସହ ଗାଈ ସିଂଘରେ ତିଆରି ଅଭିଷେକ ପାତ୍ର ପିତ୍ତଳ କିମ୍ବା ଅନ୍ୟ ଧାତୁରେ ତିଆରି ହୋଇଥିବା ତାକୁ ଆଣନ୍ତୁ । ରୁଦ୍ରାଷ୍ଠାଧ୍ୟାୟୀର ଏକାଦଶୀନି ଋଦ୍ରୀକୁ ୧୧ଥର ପାଠ କରନ୍ତୁ । ଏହାକୁ ହିଁ ଲଘୁ ରୁଦ୍ର କୁହନ୍ତି । ଶିବଲିଙ୍ଗରେ ଅର୍ପଣ ହୋଇ ବୋହି ଯାଉଥିବା ପାଣିକୁ ଏକତ୍ରିତ କରି ବେଦୀରେ ରଖନ୍ତୁ ।

How To Do Rudrabhishek At Home On Mahashivratri

ପ୍ରଥମେ କାହାକୁ କରିବେ ଆବାହନ ?

ଘରେ ରୁଦ୍ରାଭିଷେକ କରୁଥିଲେ ସର୍ବପ୍ରଥମେ ମାଟିର ଶିବଲିଙ୍ଗ ତିଆରି କରନ୍ତୁ । ଯଦି ଘରେ ଆଗରୁ ପାରଦର ଶିବଲିଙ୍ଗ ରହିଛି ତ ଆହୁରି ଭଲ । ଏହି ପୂଜା ପୂର୍ବରୁ ପ୍ରଥମେ ଭଗବାନ ଗଣେଶଙ୍କ ଆବାହନ କରନ୍ତୁ । ତା’ପରେ ମାତା ପାର୍ବତୀ, ନବଗ୍ରହ, ମାତା ଲକ୍ଷ୍ମୀ, ପୃଥିବୀ ମାତା, ବ୍ରହ୍ମଦେବ, ସୂର୍ଯ୍ୟ ଦେବ, ଓ ଗଙ୍ଗାମାତାଙ୍କୁ ଆବାହନ କରିବା ସହ ଆସନ (ସ୍ଥାନ) ରଖନ୍ତୁ । ଏହି ସମସ୍ତ ଦେବାଦେବୀଙ୍କୁ ଅରୁଆ ଚାଉଳ ଓ ଫୁଲ ଚଢ଼ାଇ ପୂଜା କରିବା ପରେ ପ୍ରସାଦ ଅର୍ପଣ କରନ୍ତୁ । ତା’ପରେ ଶିବଲିଙ୍କ ପୂଜା କରାଯାଏ ।

How To Do Rudrabhishek At Home On Mahashivratri

ଏମିତି ଘରେ କରିବେ ରୁଦ୍ରାଭିଷେକ

  • ଘରେ ଶିବଲିଙ୍ଗଙ୍କୁ ଉତ୍ତରଦିଗକୁ ରଖନ୍ତୁ । ଯେମିତିକି ଆରଧନାକାରୀଙ୍କ ମୁହଁ ପୂର୍ବ ଦିଗକୁ ରହିବ । ଅଭିଷେକ ପାଇଁ ପ୍ରଥମେ ପିତ୍ତଳ ପାତ୍ରରେ ଗଙ୍ଗାଜଳ ଢ଼ାଳି ଅଭିଷେକ ଆରମ୍ଭ କରନ୍ତୁ । ଉକ୍ତ ପାତ୍ରରେ ଆଖୁ ରସ, ମହୁ, ଦହି, ଦୁଗ୍ଧରେ ପଞ୍ଚାମୃତ ସମେତ ସମସ୍ତ ତରଳ ପଦାର୍ଥରେ ଶିବଲିଙ୍ଗର ଅଭିଷେକ କରନ୍ତୁ ।

How To Do Rudrabhishek At Home On Mahashivratri

  • ଭଗବାନ ଶିବଙ୍କ ଅଭିଷେକ ସମୟରେ ଧ୍ୟାନର ସହ ମହାମୃତ୍ୟୁଞ୍ଜୟ ମନ୍ତ୍ର, ଶିବ ତାଣ୍ଡବ ସ୍ରୋତ, ଓଁ ନମଃ ଶିବାୟ ଅଥବା ରୁଦ୍ରାମନ୍ତ୍ର ଜପ କରନ୍ତୁ ।
  • ଏହା ପରେ ଶିବଲିଙ୍ଗରେ ଚନ୍ଦନର ପ୍ରଲେପ ଲଗାନ୍ତୁ । ତା’ପରେ ପାନ ପତ୍ର, ବେଲପତ୍ର, ଗୁଆ ଆଦି ସମସ୍ତ ସାମଗ୍ରୀକୁ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ ।
  • ଏହାପରେ ଶିବଙ୍କ ଲାଗି ପ୍ରସ୍ତୁତ କରି ରଖିଥିବା ଭୋଗକୁ ଶିବଲିଙ୍ଗରେ ଅର୍ପଣ କରନ୍ତୁ । ଏହା ପରେ ଭଗବାନ ଶିବଙ୍କ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ ଏବଂ ପୂରା ପରିବାର ସହିତ ଶିବଲିଙ୍ଗର ଆରତୀ କରନ୍ତୁ ।

How To Do Rudrabhishek At Home On Mahashivratri

  • ଅଭିଷେକ ଜଳକୁ ଏକତ୍ର କରି ପୂରା ଘରେ ଛିଞ୍ଚନ୍ତୁ ଏବଂ ସେହି ଜଳକୁ ସମସ୍ତଙ୍କୁ ପିଇବାକୁ ଦିଅନ୍ତୁ । ବିଶ୍ୱାସ ରହିଛି ଏଭଳି କରିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇ ଯାଇଥାଏ । ମହାଶିବରାତ୍ରିରେ ରୁଦ୍ରାଭିଷେକର ପ୍ରକ୍ରିୟା ବେଳେ ଶିବ ମନ୍ତ୍ର ଜପି ଚାଲିଥାନ୍ତୁ ।

ICAI ଭୁବନେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ICAI ଭୁବନେଶ୍ୱର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ସିଏମଏ ଭବନରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥିବା ବେଳେ ଏଥରର ଥିମ୍ ଥିଲା ମହିଳା ସଶକ୍ତିକରଣ । ଜଗତସିଂହପୁର ସାଂସଦ ରାଜଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଦେଶ ଗଠନରେ ମହିଳାଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ସାଂସଦ । ଅନ୍ୟମାନଙ୍କ ମଧ୍ୟରେ ମଧ୍ୟ ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟାଣ ଜେନା ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦେଇ ସମାଜ ଗଠନ ଦିଗରେ ମହିଳାଙ୍କ ସହଭାଗିତାକୁ ପ୍ରଶଂସା କରିଥିଲେ ।

ନାଲକୋ ମହିଳା ସମିତିର ସଭାପତି ସସ୍ମିତା ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ପ୍ରୋତ୍ସାହନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରୀନା ରବିଚନ୍ଦର, ମିନତୀ ମିଶ୍ର, ମୁକେଶ ଚୌବେ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ଅର୍ଥନୀତିରେ ମହିଳାଙ୍କ ଅଂଶଗ୍ରହଣ ଉପରେ ଆଲୋକପାତ କରିଥିଲେ ।

ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ଆୟତ୍ତ କରୁଛି ଅଗ୍ନିଶମ ବାହିନୀ

ବାରିପଦା: ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପରିଚିତ କରିଥିବା ଶିମିଳିପାଳ ଅଭୟାରଣ୍ୟ ଏବେ ବିପଦରେ । ଦିନ ରାତି ଜଳୁଛି ଏହି ବିରାଟ ବନଭୂମି, ଏଥିରେ ହଜାର ହଜାର ବୃକ୍ଷରାଜି ଔଷଧୀୟ ଗୁଳ୍ମ ଜଳି ପୋଡ଼ି ପାଉଁଶ ହୋଇଯାଉଛି ଏବଂ ବସବାସ କରୁଥିବା ଜୀବଜନ୍ତୁ ସହରାଭିମୁଖୀ ହେଉଛନ୍ତି । ଅଗ୍ନିଶମ ବିଭାଗର କର୍ମଚାରୀମାନେ ଶିମିଳିପାଳ ଜଙ୍ଗଲରେ ଏହି ଭୟାନକ ନିଆଁକୁ ଆୟତ୍ତ କରିବାକୁ ଦିନରାତି ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଶିମିଳିପାଳର କେନ୍ଦ୍ରାଞ୍ଚଳରେ ଥିବା ପାହାଡ଼ିଆ ତିଖ ଓ ଖାଲୁଆ ସ୍ଥାନ ଗୁଡ଼ିକୁ ନିଆଁ ଲିଭାଇବା ପାଇଁ ଗାଡ଼ି ସହଜରେ ପହଞ୍ଚିବା ସମ୍ଭବପର ହେଉ ନଥିବାରୁ ସେହି ଅଞ୍ଚଳ ଗୁଡ଼ିକରେ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ କର୍ମଚାରୀମାନଙ୍କୁ ନାକେଦମ୍ ହେବାକୁ ପଡ଼ୁଛି ।

Fire Service Personnel Defusing Similipal Forest Fire

ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶାନୁଯାୟୀ ମୟୂରଭଞ୍ଜ ଜିଲ୍ଲା ଅଧୀନରେ ଥିବା ୨ଟି ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିଆଁକୁ ନିୟନ୍ତ୍ରଣାଧୀନ କରିବା ପାଇଁ ଆପ୍ରାଣ ଉଦ୍ୟମ ଜାରି ରହିଛି । ଏ ପର୍ଯ୍ୟନ୍ତ ବାରିପଦା ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭୟାରଣ୍ୟ ମଧ୍ୟରେ ୨୨୨ଗୋଟି ସ୍ଥାନରେ ଅଗ୍ନି ନିର୍ବାପନ କରିଛନ୍ତି ଏବଂ ରାଇରଙ୍ଗପୁର ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ଅଭୟାରଣ୍ୟ ମଧ୍ୟରେ ୧୩୫ ଗୋଟି ସ୍ଥାନରେ ଅଗ୍ନି ନିର୍ବାପନ କରିଛନ୍ତି । ଅଭୟାରଣ୍ୟର କେନ୍ଦ୍ରାଞ୍ଚଳରେ ମଧ୍ୟ ୫୪ଟି ସ୍ଥାନରେ ମଧ୍ୟ ନିଆଁ ଲାଗିଅଛି । ଉଭୟ ସହକାରୀ ଅଗ୍ନିଶମ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମୋଟ ୧୩୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି ।

Fire Service Personnel Defusing Similipal Forest Fire

ଶୂଳିଆପଦା, ବାଙ୍ଗିରିପୋଷି, ଉଦଳା, କପ୍ତିପଦା, ବଡ଼ସାହି, ପୁରୁଣା ବାରିପଦା, ଯଶୀପୁର, କରଞ୍ଜିଆ ଏବଂ ଠାକୁରମୁଣ୍ଡା ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ମଧ୍ୟ ନିୟୋଜିତ ହୋଇଛନ୍ତି । ସେହିପରି ରାଇରଙ୍ଗପୁର ସହକାରୀ ଅଗ୍ନିଶମ ଅଧିକାରୀ ମଣ୍ଡଳରୁ ଜାମଡ଼ା, ତିରିଂ, ସୁକୃଳି ଏବଂ ରାଇରଙ୍ଗପୁର ଅଗ୍ନିଶମ କେନ୍ଦ୍ରର କର୍ମଚାରୀ ମାନେ ନିୟୋଜିତ ହୋଇଛନ୍ତି । ଏଥିରେ ବାରିପଦା ମଣ୍ଡଳ ପକ୍ଷରୁ ୨୬ଟି ନିଆଁ ଲିଭା ଗାଡ଼ି ଏବଂ ରାଇରଙ୍ଗପୁର ମଣ୍ଡଳ ପକ୍ଷରୁ ୨୪ଟି ନିଆଁ ଲିଭା ଗାଡ଼ି ମୁତୟନ କରାଯାଇଛି । ଏହା ବାଦ୍ ଯମୁଆଣି ଠାରେ ୨ଟି କ୍ୟାମ୍ପ, ବରକମଡ଼ା ଓ କେନ୍ଦୁମୁଣ୍ଡି ଠାରେ ଗୋଟିଏ କ୍ୟାମ୍ପ କରି କର୍ମଚାରୀମାନେ ସଜାହ ଅଛନ୍ତି ।

ପଶ୍ଚିମବଙ୍ଗ ପୋଲିସ ଡିଜିଙ୍କୁ ବଦଳି କଲେ ନିର୍ବାଚନ କମିଶନ

କୋଲକାତା: ବଦଳିଲେ ପଶ୍ଚିମବଙ୍ଗ ପୋଲିସ ଡିଜି । ପଶ୍ଚିମବଙ୍ଗ ପୋଲିସ ଡିଜି ବିରେନ୍ଦ୍ରଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ତାଙ୍କ ସ୍ଥାନରେ ୧୯୮୭ ବ୍ୟାଚ୍‌ର ଆଇପିଏସ୍ ଅଫିସର ପି. ନିରଞ୍ଜନଙ୍କୁ ପଶ୍ଚିମବଙ୍ଗ ପୋଲିସ ମହାନିର୍ଦ୍ଦେଶକ ଏବଂ ଆଇଜିପି ଭାବେ ନିଯୁକ୍ତ କରିଛନ୍ତି କମିଶନ । ତେବେ ୧୯୮୫ ବ୍ୟାଚ୍‌ ଆଇପିଏସ୍ ଅଫିସର ବିରେନ୍ଦ୍ରଙ୍କୁ କାର୍ଯ୍ୟରୁ ଅବ୍ୟାହତି ଦିଆଯାଇଥିଲେ ମଧ୍ୟ ତାଙ୍କୁ ବର୍ତ୍ତମାନ କୌଣସି ନୂଆ ନିଯୁକ୍ତି ଦିଆଯାଇନାହିଁ । ନିର୍ବାଚନ ପ୍ରସ୍ତୁତି ନେଇ ସମୀକ୍ଷା ପରେ କମିଶନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଏ ନେଇ ଚିଠି ଲେଖି ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ ।

Election Commission transfers West Bengal DGP Virendra

ଏଥିସହିତ ପଢ଼ନ୍ତୁ: ବିଜେପିକୁ ମମତାଙ୍କ ଜବାବ: କହିଲେ, ମୁଁ ପ୍ରତିଦିନ ଚଣ୍ଡିପାଠ କରେ

କରୋନା ପ୍ରଭାବରେ ଦିଲ୍ଲୀରେ ୨୩୯୪ କମ୍ପାନୀ ବନ୍ଦ, ଏସବୁ ରାଜ୍ୟରେ ବି ତାଲା !

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଶିଳ୍ପ ଜଗତ ଖୁବ୍ ପ୍ରଭାବିତ ହୋଇଛି। Ministry Of Corporate Affairs (MCA) ଦ୍ୱାରା ଏକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ କରୋନା ଯୋଗୁଁ ସବୁ ଦିନ ପାଇଁ ବନ୍ଦ ହୋଇଯାଇଥିବା କମ୍ପାନୀର ତାଳିକା ରହିଛି ।

MCA ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ ଏପ୍ରିଲ୍-୨୦୨୦ରୁ ଫେବୃଆରୀ-୨୦୨୧ ମଧ୍ୟରେ ଦେଶରେ ୧୦,୦୦୦ ଅଧିକ କମ୍ପାନୀ ବନ୍ଦ ହୋଇଯାଇଛି । ଫେବୃଆରୀ-୨୦୨୧ ଆର୍ଥିକ ବର୍ଷ ସୁଦ୍ଧା କମ୍ପାନୀ ଅଧିନିୟମ, ୨୦୧୩ର ଧାରା ୨୪୮ (୨) ଅନ୍ତର୍ଗତ ମୋଟ୍ ୧୦,୧୧୩ କମ୍ପାନୀ ବନ୍ଦ କରାଯାଇଛି ।

ଧାରା ୨୪୮ (୨)ର ଅର୍ଥ ହେଉଛି କମ୍ପାନୀ ନିଜ ଇଚ୍ଛାରେ କାରବାର ବନ୍ଦ କରିଦେଇଛି । ଯଦିଓ କମ୍ପାନୀ ସ୍ୱଇଚ୍ଛାରେ ବନ୍ଦ ହୋଇଛି ତଥାପି ତଥାପି କରୋନା ସଙ୍କଟ ଜନିତ ଲକଡାଉନ୍ ଓ ତତପରେ ଆର୍ଥିକ ସ୍ଥିତି ପ୍ରଭାବ ପକାଇଥିଲା ।

ଦିଲ୍ଲୀରେ ମୋଟ୍ ୨୩୯୪ କମ୍ପାନୀ ବନ୍ଦ ହୋଇଥିବା ବେଳେ ଉତ୍ତର ପ୍ରଦେଶରେ ୧୯୩୬ କମ୍ପାନୀ ବନ୍ଦ ହୋଇଥିଲା । ଗୁଜୁରାଟରେ ୧୭ କମ୍ପାନୀ ଓ ପଶ୍ଚିମବଙ୍ଗରେ ୪ କମ୍ପାନୀ ବନ୍ଦ ହୋଇଥିଲା ।

ସେହିପରି ଏପ୍ରିଲ୍ ୨୦୨୦ରୁ ଫେବୃଆରୀ ୨0୨୧ ମଧ୍ୟରେ ତାମିଲନାଡୁରେ ୧୩୨୨ ଓ ମହାରାଷ୍ଟ୍ରରେ ୧୨୭୯, କର୍ଣ୍ଣାଟକରେ ୮୩୬, ଚଣ୍ଡିଗଡରେ ୫୦୧, ରାଜସ୍ଥାନରେ ୪୭୯, ତେଲେଙ୍ଗାନାରେ ୪୦୪, କେରଳରେ ୩୦୭, ଝାଡଖଣ୍ଡ ୧୩୭, ମଧ୍ୟପ୍ରଦେଶରେ ୧୧୧, ବିହାରରେ ୧୦୪ କମ୍ପାନୀ ସବୁଦିନ ପାଇଁ ବନ୍ଦ ହୋଇଯାଇଛି ।

ଅପରପକ୍ଷେ ମେଘାଳୟରେ ୮୮, ଓଡିଶାରେ ୭୮, ଛତିଶଗଡରେ ୪୭, ଗୋଆରେ ୩୬, ପଣ୍ଡିଚେରୀରେ ୩୧, ଗୁଜୁରାଟରେ ୧୭, ପଶ୍ଚିମବଙ୍ଗରେ ୪ ଏବଂ ଆଣ୍ଡାମାନ୍ ଓ ନିକୋବରରେ ୨ଟି କମ୍ପାନୀ ବନ୍ଦ ହୋଇଛି।

ତେବେ ସରକାରଙ୍କ କହିବାନୁଯାୟୀ ଏହି କମ୍ପାନୀ ମାଲିକ ମାନେ ସ୍ୱଇଚ୍ଛାରେ କମ୍ପାନୀ ଗୁଡିକୁ  ବନ୍ଦ କରିଦେଇଛନ୍ତି ।

 

୨୦ ବର୍ଷରେ ଏହି ରାଜ୍ୟକୁ ମିଳିଛନ୍ତି ୧୦ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କିଏ କିଏ…

ନୂଆଦିଲ୍ଲୀ: ୨୦୦୦ ମସିହାରେ ଏକ ପୃଥକ ରାଜ୍ୟ ଭାବରେ ତିଆରି ହୋଇଥିଲା ଉତ୍ତରାଖଣ୍ଡ। ଆଉ ଏବେ ଉତ୍ତରାଖଣ୍ଡ ତାର ୨୦ ବର୍ଷ ପୂରଣ କରିଛି। ଏହି ୨୦ ବର୍ଷ ମଧ୍ୟରେ ରାଜ୍ୟ ଦେଖିଛି ରାଜନୀତିର ରୂପକକୁ। ରାଜ୍ୟ ଦେଖିଛି କେଉଁଭଳି ଭାବରେ କ୍ଷଣିକରେ ବଦଳିଯାଏ ସତା। କାରଣ ମାତ୍ର ୨୦ ବର୍ଷରେ ଏହି ରାଜ୍ୟରେ ୯ ମୂଖ୍ୟନ୍ତ୍ରୀ ଶାସନ ଭାର ତୁଲାଇଛନ୍ତି। ଉତ୍ତରାଖଣ୍ଡରେ ଗତ ଚାରି ଦିନ ଧରି ଚାଲିଥିବା ସନ୍ଦେହର ଯୁଦ୍ଧ ଉପରେ ମଙ୍ଗଳବାର ସନ୍ଧ୍ୟାରେ ପୂର୍ଣ୍ଣଛେଦ ପଡ଼ିଥିଲା। ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ସଂନ୍ଧ୍ୟା ପ୍ରାୟ ୪.୨୦ ମିନିଟ ସମୟରେ ରାଜ ଭବନରେ ପହଞ୍ଚି ରାଜ୍ୟପାଳ ବେବି ରାନୀ ମୋରିଆଙ୍କୁ ଇସ୍ତଫା ଦେଇଥିଲେ।  ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡାଙ୍କୁ ଭେଟିଥିଲେ। ପ୍ରାୟ ୫୦ ମିନିଟ୍ ଧରି ଚାଲିଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନଡାଙ୍କ ସହ ସାକ୍ଷାତ ସମୟରେ ସମସ୍ତ ରାଜନୈତିକ ବିକାଶ ଉପରେ ଆଲୋଚନା କରିଥିଲେ।

ଯଦି ଦେଖିବା ବର୍ତ୍ତମାନ ପର୍ଯ୍ୟନ୍ତ, ଉତ୍ତରାଖଣ୍ଡର ଦଶ ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରୁ କେତେକ ନାମ ରହିଛି ଯେଉଁମାନେ ଏକାଧିକ ଥର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏଥିମଧ୍ୟରେ ଭୁବନ ଚନ୍ଦ୍ର ଖଣ୍ଡୁରୀ ଏବଂ ହରିଶ ରାୱତଙ୍କ ନାମ ଅନ୍ତର୍ଭୁକ୍ତ। ମଙ୍ଗଳବାର ତ୍ରିବେନ୍ଦ୍ର ସିଂ ରାୱତଙ୍କ ଇସ୍ତଫା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଧନ ସିଂ ରାୱତ, ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ସାଂସଦ ଅନିଲ ବାଲୁନିଙ୍କ ନାମ ଆଗରେ ଉଲ୍ଲେଖ କରାଯାଇଛି। ତେବେ ଉତ୍ତରାଖଣ୍ଡର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ଦେଖିବାକୁ ବାକି ରହିଲା।

 

ସର୍ବପ୍ରଥମେ, ନିତ୍ୟାନନ୍ଦ ସ୍ୱାମୀ ୦୯ ନଭେମ୍ବର ୨୦୦୦ରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ। ନିତ୍ୟାନନ୍ଦ ସ୍ୱାମୀ କେବଳ ୨୯ ନଭେମ୍ବର ୨୦୦୧ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ଶେଷ କରିଥିଲେ।

ଏହା ପରେ ୩୦ ଅକ୍ଟୋବର ୨୦୦୧ ରେ ଭଗବତ ସିଂ କୋଶୟାରିଙ୍କୁ ଉିତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କରାଯାଇଥିଲା।

ତାହା ପରେ ମାର୍ଚ୍ଚ ୨, ୨୦୦୨ ରୁ ମାର୍ଚ୍ଚ ୭, ୨୦୦୭ ପର୍ଯ୍ୟନ୍ତ ନାରାୟଣ ଦତ୍ତ ତିୱାରୀ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଏହା ପରେ ୦୭ ମାର୍ଚ୍ଚ ୨୦୦୭ ରେ, ଭୁବନ ଚନ୍ଦ୍ର ଖଣ୍ଡୁରୀଙ୍କୁ ଉତ୍ତରାଖଣ୍ଡରେ ଭାରତୀୟ ଜନତା ପାର୍ଟି ମୁଖ୍ୟମନ୍ତ୍ରୀ କରିଥିଲେ।

କୌଣସି କାରଣ ପାଇଁ ଅଧାରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପଡ଼ିଥିଲା। ଯାହା ପରେ ଭାରତୀୟ ଜନତା ଦଳର ନେତୃତ୍ୱରେ ଖଣ୍ଡୁରୀଙ୍କ ସ୍ଥାନରେ ରମେଶ ପୋଖରିଆଲଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ବଦଳାଇଥିଲେ।

ସେତିକିରେ ଥମିନଥିଲା ମୁଖ୍ୟମନ୍ତ୍ରୀ ତାଲିକା। ପୁଣିଥରେ ରମେଶ ପୋଖରିଆଲଙ୍କ ସ୍ଥାନରେ ଆସିଥିଲେ ଭୁବନ ଚନ୍ଦ୍ର ଖଣ୍ଡୁରୀ। ଖଣ୍ଡୁରୀଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଖଣ୍ଡୁରୀଙ୍କର ଏହି କାର୍ଯ୍ୟ ମାତ୍ର ୬ ମାସ ପାଇ ରହିଥିଲା

ତେବେ ରାଜନୈତିକ ଲଢ଼େଇରେ ବିଜୟ ହାସଲ କରି ୨୦୧୨ ରେ କଂଗ୍ରେସର ଶକ୍ତିଶାଳୀ ନେତା ବିଜୟ ବହୁଗୁଣାଙ୍କୁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦେଖିବାକୁ ମିଳିଥିଲା।  ସେତେବେଳେ ବିଜୟ ବହୁଗୁଣାଙ୍କ ବିରୋଧରେ ଛିଡ଼ା ହୋଇଥିଲେ ପ୍ରକାଶ ପନ୍ତ। ବିଜୟ ବହୁଗୁଣା ୨୦୧୨ରୁ ୨୦୧୪ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଶାସନ ଭାର ସମ୍ଭାଳିଥିଲେ ।

ଏହା ପରେ ହରିଶ ରାୱତଙ୍କୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଦୁଇ ବର୍ଷ ଦୁଇ ମାସ ମୁଖ୍ୟମନ୍ତ୍ରୀ ରହିବା ପରେ ଉତ୍ତରାଖଣ୍ଡରେ ରାଷ୍ଟ୍ରପତିଙ୍କ ଶାସନ ଲାଗୁ କରାଯାଇଥିଲା।

ରାଷ୍ଟ୍ରପତିଙ୍କ ୨୫ ଦିନ ଶାସନ ପରେ,  ୨୦୧୬ ଏପ୍ରିଲ ୨୧ ରେ ପୁଣି ଥରେ ହରିଶ ରାୱତ ମାତ୍ର ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ ରାଷ୍ଟ୍ରପତିଙ୍କ ୧୯ ଦିନ ଶାସନ ଲାଗୁ କରାଯାଇଥିଲା। ସମସ୍ତ ରାଜନୈତିକ ଉତ୍ତେଜନା ପରେ ହରିଶ ରାୱତ ପୁଣି ୧୧ ମେ ୨୦୧୬ ରୁ ୧୮ ମାର୍ଚ୍ଚ ୨୦୧୭ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ।

 

ହରିଶ ରାୱତଙ୍କ ପରେ ତ୍ରିବେନ୍ଦ୍ର ସିଂ ରାୱତ ୧୮ ମାର୍ଚ୍ଚ ୨୦୧୭ ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। ଯିଏ ଗାରାସାଇନାକୁ ଉତ୍ତରାଖଣ୍ଡର ଗ୍ରୀଷ୍ମ ରାଜଧାନୀ ଏବଂ ଉତ୍ତରାଖଣ୍ଡକୁ ତୃତୀୟ ମଣ୍ଡଳ ଭାବରେ ନୂତନ ସ୍ୱୀକୃତି ପ୍ରଦାନ କରିଥିଲେ ।

ତେବେ ଉତ୍ତରାଖଣ୍ଡର ଇତିହାସରେ କେବଳ ନାରାୟଣ ଦତ୍ତ ତିୱାରୀ ଏଭଳି ଜଣେ ମୁଖ୍ୟମନ୍ତ୍ରୀ ଥିଲେ, ଯିଏ ବିନା କୌଣସି ଅସୁବିଧାରେ ତାଙ୍କର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିଥିଲେ।

 

ବିଜେପିକୁ ମମତାଙ୍କ ଜବାବ: କହିଲେ, ମୁଁ ପ୍ରତିଦିନ ଚଣ୍ଡିପାଠ କରେ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ନନ୍ଦିଗ୍ରାମରେ ପ୍ରଚାର ଜୋରଦାର । ଆସନ୍ତାକାଲି ମମତା ବାନାର୍ଜୀ ସେଠାରୁ ନାମାଙ୍କନ ଦାଖଲ କରିବେ । ତା’ପୂର୍ବରୁ ଆଜି ଜୋରଦାର ପ୍ରଚାର କରିଛନ୍ତି । ଏକ ସଭାରେ ବିଜେପିକୁ ଟାର୍ଗେଟ କରିଛନ୍ତି ଦିଦି  । ବିଜେପିର ହିନ୍ଦୁତ୍ୱ ରାଜନୀତିକୁ ନେଇ ଦିଦି କଟାକ୍ଷ କରିଛନ୍ତି  । ସେ କହିଛନ୍ତି ଯେ, ହିନ୍ଦୁ ଧର୍ମ ସବୁ ଧର୍ମକୁ ସମ୍ମାନ କରିବା ଶିଖାଏ । ମୁଁ ମଧ୍ୟ ହିନ୍ଦୁ, ମୋ ସହ ହିନ୍ଦୁ କାର୍ଡ ଖେଳନ୍ତୁ ନାହିଁ  । ମୁଁ ପ୍ରତିଦିନ ଘରେ ଚଣ୍ଡିପାଠ କରେ । ହିନ୍ଦୁ-ମୁସଲିମ କରି ବିଜେପି ଭୋଟ ହାତେଇବାକୁ ଚେଷ୍ଟା କରୁଛି ବୋଲି ଦିଦି କହିଛନ୍ତି  । କିନ୍ତୁ ଆସନ୍ତା ଏପ୍ରିଲରେ ପଶ୍ଚିମବଙ୍ଗବାସୀ ବିଜେପିକୁ ଏପ୍ରିଲ ଫୁଲ କରିଦେବେ ଦିଦି ଦୃଢୋକ୍ତି ପ୍ରକାଶ କରିଛନ୍ତି  । ମିଛ ପ୍ରତିଶ୍ରୁତି ଦେଇ ଯେଉଁମାନେ ରାଜନୀତି କରୁଛନ୍ତି ସେମାନଙ୍କ ସହ ନିର୍ବାଚନ ପରେ କଥାବାର୍ତ୍ତା ବୋଲି ଦିଦି କହିଛନ୍ତି  । ଆଜିର ରାଲିରେ ମମତା ବାନାର୍ଜୀ ଇମୋସନାଲ କାର୍ଡ ମଧ୍ୟ ଖେଳିଛନ୍ତି  । ପ୍ରଥମେ ସିଙ୍ଗୁରରୁ ନିର୍ବାଚନ ଲଢିବା ପାଇଁ ସ୍ଥିର ହୋଇଥିଲା  । କିନ୍ତୁ ଆପଣଙ୍କ ଭଲ ପାଇବା ପାଇଁ ନନ୍ଦିଗ୍ରାମ ଆସିଲି ବୋଲି ଦିଦି କହିଛନ୍ତି  । ଆପଣଙ୍କ ଭଲପାଇବା ନମିଳିଲେ ନାମାଙ୍କନ ପତ୍ର ଦାଖଲ କରିବି ନାହିଁ ବୋଲି ଦିଦି କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଦର ବୃଦ୍ଧିକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଇମ୍ରାନ୍‌ ଖାନ୍‌ଙ୍କୁ ତାତ୍ସଲ୍ୟ: ଦେଖନ୍ତୁ ଭାଇରାଲ୍‌ ଭିଡିଓ

‘ଜମ୍ମୁ କଶ୍ମୀରରେ ଆତଙ୍କବାଦୀ ଗତିବିଧି କମିଛି’

ଶ୍ରୀନଗର: ଜାମ୍ମୁକାଶ୍ମୀରରେ କମିଛି ଆତଙ୍କବାଦୀ ଗତିବିଧି । ୨୦୧୯ ତୁଳନାରେ ୨୦୨୦ରେ ଆତଙ୍କବାଦୀ ଆକ୍ରମଣ ସଂଖ୍ୟା ବହୁତ କମ୍‌  । ଧାରା ୩୭୦ ହଟିବା ପରେ ଏହା ସମ୍ଭବ ହୋଇଛି ବୋଲି ସଂସଦରେ କହିଛନ୍ତି କେନ୍ଦ୍ର ସରକାର  । ୨୦୨୦ରେ ମାତ୍ର ୨୪୪ଟି ଆତଙ୍କବାଦୀ ଘଟଣା ଘଟିଛି  । କିନ୍ତୁ ୨୦୧୯ରେ ୫୯୪ଟି ଘଟଣା ଘଟିଥିଲା  । ଏଥିସହ ୨୦୨୦ରେ ୨୨୧ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୨୦୧୯ରେ ୧୫୭ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଥିଲା  । ଚଳିତବର୍ଷ ଫେବ୍ରୁଆରୀ ପର୍ଯ୍ୟନ୍ତ ୧୫ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା ବେଳେ ୮ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି  । ସେହିଭଳି ୨୦୨୦ରେ ୩୩ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିବା ବେଳେ ୬ଜଣ ଲୋକଙ୍କ ଜୀବନ ଯାଇଛି  । ୨୦୧୯ରେ ୨୭ ଜଣ ସୁରକ୍ଷାକର୍ମୀ ସହିଦ ହୋଇଥିଲେ  । ଜାମ୍ମୁକାଶ୍ମୀରରେ  ଆତଙ୍କବାଦୀଙ୍କ ପ୍ରତି ଜିରୋ ଟଲୋରାନ୍ସ ନୀତି ଆପଣେଇଥିବା ବେଳେ ସେନାକୁ ଆହୁରି ମଜଭୁତ କରାଯାଉଛି  ବୋଲି କେନ୍ଦ୍ର ସରକାର ସଂସଦରେ କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ଦର ବୃଦ୍ଧିକୁ ନେଇ ପାକିସ୍ତାନ ସୋସିଆଲ୍ ମିଡିଆରେ ଇମ୍ରାନ୍‌ ଖାନ୍‌ଙ୍କୁ ତାତ୍ସଲ୍ୟ: ଦେଖନ୍ତୁ ଭାଇରାଲ୍‌ ଭିଡିଓ

ହସିବ ପଶ୍ଚିମ ଓଡ଼ିଶା, କାଲି ଲୋକାର୍ପିତ ହେବ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ

ନୂଆପଡ଼ା/ବଲାଙ୍ଗିର: ଆସନ୍ତାକାଲି ଲୋକାର୍ପଣ ହେବ ବହୁ ପ୍ରତୀକ୍ଷିତ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରିବା ସହ ୪ ହଜାର କୋଟି ଟଙ୍କାର ପ୍ରକଳ୍ପ ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାକୁ ଭେଟି ଦେବେ । ନୂଆପଡ଼ା ଜିଲ୍ଲାର ଚାଷ ଜମିକୁ ପାଣି ଓ ପ୍ରତି ଘରକୁ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏହି ପ୍ରକଳ୍ପର ମୁଖ୍ୟ ଲକ୍ଷ୍ୟ । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ନୂଆପଡ଼ା ଗସ୍ତକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି  ।

CM Naveen Patnaik To Inaugurate Lower Indra Project Tomorrow 

ନବୀନଙ୍କ ଫୋକସରେ ପଶ୍ଚିମ ଓଡ଼ିଶା । କଳାହାଣ୍ଡି ସୁନ୍ଦରଗଡ଼ ପରେ କାଲି ନୂଆପଡ଼ା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡ଼ା ଓ ବଲାଙ୍ଗିରକୁ ଦେବେ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି । ସବୁଠୁ ଅଧିକ ଫୋକସରେ ରହିବ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ଯାହା ମରୁଡ଼ି ପ୍ରବଣ ନୂଆପଡ଼ା ଜିଲ୍ଲାକୁ କରିବ ଚିରହରିତ । ଏକ ହଜାର ୬୨୬ କୋଟି ଟଙ୍କାର ଏହି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବା ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିବେ । ଯାହାକି ପଶ୍ଚିମ ଓଡ଼ିଶା ଚାଷୀଙ୍କ ମୁହଁରେ ହସ ଫୁଟାଇବାରେ ବେଶ ସହାୟକ ହେବ । ବିଜେଡିର କହିବା କଥା ହେଉଛି-୨୧ ବର୍ଷ ଧରି ରାଜ୍ୟ ଚତୁଃପାର୍ଶ୍ୱର ବିକାଶର କର୍ଣ୍ଣଧାର ସାଜିଛନ୍ତି ନବୀନ । ସେହି ବିକାଶର ଆଉ ଏକ ନୂଆ ଫର୍ଦ୍ଦ ନୂଆପଡ଼ାରେ ଯୋଡ଼ି ହେବାକୁ ଯାଉଛି ।

CM Naveen Patnaik To Inaugurate Lower Indra Project Tomorrow 

ପଶ୍ଚିମ ଓଡ଼ିଶାର ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଯାହା ଘୋଷଣା କରିଥିଲେ ତାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ଏହି କ୍ରମରେ ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲାର ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ । ମୁଖ୍ୟମନ୍ତ୍ରୀଙ୍କ ପଶ୍ଚିମ ଓଡ଼ିଶାକୁ ଗୋଟିଏ ପରେ ଗୋଟିଏ ଭେଟି ଦେବା ପରେ ଚିନ୍ତାରେ ବିରୋଧୀ । ବିଜେପି କହିଛି- ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଆଗକୁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରି କେନ୍ଦ୍ରକୁ ଦେବ । ସେହିପରି ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ କଂଗ୍ରେସ ବି ନାନା ପ୍ରଶ୍ନ ଉଠାଇଛି ।

CM Naveen Patnaik To Inaugurate Lower Indra Project Tomorrow 

ନବୀନଙ୍କ ଗସ୍ତ ପୂର୍ବରୁ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ଗ୍ରାଉଣ୍ଡକୁ ଯାଇ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଏହାସହ ତୃଣମୂଳ ସ୍ତରରେ ଯୋଜନା ପହଞ୍ଚିବାରେ କେଉଁଠି ସମସ୍ୟା ରହୁଛି ତାର ସମୀକ୍ଷା କରିଛନ୍ତି ମନ୍ତ୍ରୀ ଓ ବିଧାୟକ । ଏଲଇଡି ଜରିଆରେ ବିଭିନ୍ନ ସ୍ଥାନରେ ଏହି ଲୋକାର୍ପଣ ଉତ୍ସବ ପ୍ରଦର୍ଶିତ କରାଯିବ ।